Posted inଜାତୀୟ

୨୧୬ ଫୁଟ ଉଚ୍ଚ ଷ୍ଟାଚ୍ୟୁ ଅଫ୍‌ ଇକ୍ୱାଲିଟି ଲୋକାର୍ପିତ…

ହାଇଦ୍ରାବାଦ୍‌, ୫।୨ : ଏକାଦଶ ଶତାବ୍ଦୀର ସନ୍ଥ ରାମାନୁଜାଚାର୍ଯ୍ୟଙ୍କର ୨୧୬ ଫୁଟ ଉଚ୍ଚ ଷ୍ଟାଚ୍ୟୁ ଅଫ୍‌ ଇକ୍ୱାଲିଟି ଲୋକାର୍ପିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଲୋକାର୍ପଣ କରିଛନ୍ତି। ମିଶ୍ରଧାତୁରେ ନିର୍ମିତ ଏହି ମୂର୍ତ୍ତି ରାମଶାବାଦ୍‌ଠାରେ ୪୫ ଏକର ପରିମିତ ଅଞ୍ଚଳରେ ନିର୍ମିତ ମନ୍ଦିର ପରିସରରେ ସ୍ଥାପନା କରାଯାଇଛି। ଏଥିରେ ସୁନା,ରୁପା, ପିତ୍ତଳ, ତମ୍ବା, ଦସ୍ତା ଆଦି ୫ଟି ଧାତୁ ରହିଛି। ପ୍ରତିମାକୁ ୬୪ ଫୁଟ ଉଚ୍ଚ ଆଧାରରେ ସ୍ଥାପିତ କରାଯାଇଛି।

ଏହା ପୃଥିବୀର ଦ୍ୱିତୀୟ ବୃହତମ ପ୍ରତିମା। ଥାଇଲାଣ୍ଡରେ ଥିବା ୩୦୨ ପୁଟ ଉଚ୍ଚ ବୁଦ୍ଧଦେବଙ୍କ ପ୍ରତିମା ସର୍ବ ବୃହତ୍‌।
ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ୨୦୧୪ରେ ଆରମ୍ଭ ହୋଇଥିଲା।
ରାମାନୁଜଙ୍କର ଏକ ପ୍ରତିମା ମନ୍ଦିର ଭିତରେ ମଧ୍ୟ ସ୍ଥାପିତ ହୋଇଛି। ଏହାକୁ ୧୨୦ କିଲୋଗ୍ରାମ୍‌ ସୁନାରେ ନିର୍ମାଣ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦର ମନ୍ଦିରର ଆଭ୍ୟନ୍ତରୀଣର ଲୋକାର୍ପଣ ଫେବୃୟାରୀ ୧୩ରେ କରିବେ।
ମନ୍ଦିର ନିର୍ମାଣ ପରିଯୋଜନାରେ ମୋଟ ୧,୦୦୦ କୋଟି ଟଙ୍କା ବ୍ୟୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଧ୍ୟାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବରାଜ!

ଭୋପାଳ,୨୩।୩: କରୋନା ଭାଇରସକୁ ନେଇ ସାରା ଦେଶ ଚିନ୍ତାରେ ଥିବା ବେଳେ ଏପଟେ ମଧ୍ୟପ୍ରଦେଶ ରାଜନୀତି ହୋଇଛି ସରଗରମ। ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା...

ଚଣ୍ଡିଗଡ଼କୁ ନେଇ ପଞ୍ଜାବ, ହରିୟାଣା ମୁହଁ।ମୁହିଁ

ଚଣ୍ଡିଗଡ଼,୪।୪: ରାଜ୍ୟ ରାଜଧାନୀ ଚଣ୍ଡିଗଡ଼କୁ ନେଇ ପଞ୍ଜାବ ଏବଂ ହରିୟାଣା ସରକାର ଏବେ ମୁହଁ।ମୁହିଁ ହୋଇଛନ୍ତି। ଚଣ୍ଡିଗଡ଼କୁ ପଞ୍ଜାବକୁ ହସ୍ତାନ୍ତର କରାଯାଉ ଦାବି କରି ସେଠାର...

ବିରୋଧୀଙ୍କ ଜେପିସି ଦାବି ଯଥାର୍ଥ, ରାହୁଲ ମାଗିବେନି କ୍ଷମା: କଂଗ୍ରେସ…

ନୂଆଦିଲ୍ଲୀ,୧୮।୩ : ଆଦାନୀ ମାମଲାରେ ଜେପିସି ଗଠନ ଲାଗି ବିରୋଧୀ ଦଳର ଦାବି ଏବଂ ବ୍ରିଟେନରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ପାଇଁ ସେ କ୍ଷମା ମାଗିବା...

ଜେପି ନଡ୍ଡାଙ୍କୁ କରୋନା

ନୂଆଦିଲ୍ଲୀ,୧୧।୧: ଏବେ ଦେଶରେ କରୋନା ମାମଲା ବଢି ବଢି ଚାଲିଛି। କରୋନା ଦ୍ୱାରା ଅନେକ ନେତା ମଧ୍ୟ ଆକ୍ରାନ୍ତ ହେଉଛନ୍ତି। ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ...

ଅକ୍ଟୋବର ୨୯ରୁ ଦିଲ୍ଲୀରେ ମହିଳାଙ୍କ ପାଇଁ ମାଗଣା ବସ୍‌ ସେବା: କେଜରିଓ୍ବାଲ

ନୂଆଦିଲ୍ଲୀ,୧୫।୮: ରାଖୀ ପୂର୍ଣ୍ଣିମା ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମହିଳାମାନଙ୍କୁ ଏକ ବଡ ଉପହାର ଦେଇଥିବା କଥା କହିଛନ୍ତି। ଆସନ୍ତା ଅକ୍ଟୋବର ୨୯ରୁ ଦିଲ୍ଲୀରେ...

ପିଆଜ ଶୁଙ୍ଘାଇ ହୋସ୍‌ ଅଣାଯାଏ; ତେବେ ତାହା ଏବେ ନୁହେଁ ସମ୍ଭବ: ଶିବସେନା

ମୁମ୍ବାଇ,୧୦।୧୨: ଦେଶରେ ପିଆଜର ଦାମ ଆକାଶ ଛୁଇଁଛି। ସେହିପରି ଅର୍ଥବ୍ୟବସ୍ଥା ମଧ୍ୟ ସଙ୍କଟରେ ପଡ଼ିଛି। ଏହାକୁ ନେଇ ଶିବସେନା ମୁଖପତ୍ର ସାମନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ବିବାହିତ ପ୍ରେମିକାଙ୍କୁ ଧରି ପ୍ରେମିକ ଫେରାର, ପଞ୍ଚାୟତରେ ୭୧ ମେଣ୍ଢା ଜରିମାନା

ଲକ୍ଷ୍ନୌ, ୧୮।୮: ଉତ୍ତର ପ୍ରଦେଶର ଗୋରଖପୁରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ବିବାହିତ ପ୍ରେମିକାଙ୍କୁ ଧରି ଫେରାର ହୋଇଯାଇଛନ୍ତି। ଫଳସ୍ବରୂପ...

‘ହନିମୁନ୍ ପଲିଟିକ୍ସ’ ବୟାନକୁ ନେଇ କାହିଁକି ରାଗୁଛନ୍ତି ତେଜପ୍ରତାପ

ପାଟନା,୯ ।୧: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଂଝି ଆର୍‌ଜେଡି ନେତା ତେଜସ୍ୱୀ ଯାଦବଙ୍କ ବିରୋଧରେ ଦେଇଥିବା ‘ହନିମୁନ’ ବୟାନକୁ ନେଇ ଏବେ ରାଜନୀତି ହୋଇଛି...

Advertisement
Archives

Model This Week