Posted inଜାତୀୟ

ତେଜସ୍ବୀଙ୍କ ନେତୃତ୍ୱରେ ଲଢ଼ାଯିବ ୨୦୨୫ ବିଧାନସଭା ନିର୍ବାଚନ: ନୀତୀଶ…

ପାଟନା,୧୩।୧୨ : ବିହାରରୁ ବଡ ଖବର ଆସିଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ଘୋଷଣା କରିଛନ୍ତି। ନୀତୀଶ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ନେତୃତ୍ୱରେ ରାଜ୍ୟରେ ୨୦୨୫ରେ ବିଧାନସଭା ନିର୍ବାଚନ ମିଳିତ ମେଣ୍ଟ ପକ୍ଷରୁ ଲଢ଼ାଯିବ।

ଏହା ସହିତ ସ୍ପଷ୍ଟ କରିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ନୁହଁନ୍ତି। ସମସ୍ତଙ୍କ ସହ ମିଶି ସେ ଭାଜପା ହଟାଇବାକୁ ଚାହୁଁଛନ୍ତି। ମହାମେଣ୍ଟ ବିଧାନସଭା ପାର୍ଟିର ବୈଠକ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ଆଶ୍ଚର୍ଯ୍ୟଜନକ ତଥା ବଡ ବିବୃତ୍ତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ଏଭଳି ମନ୍ତବ୍ୟ ରାଜ୍ୟ ରାଜନୀତିକୁ ସରଗରମ କରିପାରେ ବୋଲି ଚର୍ଚ୍ଚା ହେଉଛି।

ମଙ୍ଗଳବାର ରାଜ୍ୟ ରାଜଧାନୀ ପାଟନାରେ ମହାମେଣ୍ଟ ବିଧାନସଭା ପାର୍ଟିର ଏକ ବୈଠକ ଡକାଯାଇଥିଲା। ବୈଠକ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି, ୨୦୨୫ ମସିହାରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନରେ ତେଜସ୍ବୀ ଯାଦବଙ୍କ ନେତୃତ୍ୱରେ ଲଢ଼େଇ ହେବ। ମୁଁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ନୁହେଁ। ଆମେ ସମସ୍ତେ କେବଳ ଭାଜପାକୁ ହଟାଇବାକୁ ଚାହୁଁଛୁ। ଏହା ସହିତ ନୀତୀଶ ବୈଠକରେ ମଦ ବିକ୍ରି ନିଷେଧାଦେଶକୁ ନେଇ ଜାରି ରହିଥିବା ଆରୋପ ପ୍ରତ୍ୟାରୋପ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସେ ଏନେଇ ବିଧାନସଭା ପାର୍ଟି ନେତା ଅଜିତ ଶର୍ମା ଏବଂ ଅନ୍ୟ ବିଧାୟକମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି। ନୀତୀଶ କହିଛନ୍ତି, ଯେଉଁମାନେ ନିଷେଧାଦେଶ ଉପରେ ନିର୍ବୋଧ କଥା କହୁଛନ୍ତି, ସେମାନେ ଜାଣନ୍ତି ନାହିଁ ଯେ ସମସ୍ତଙ୍କ ସମ୍ମତି ପରେ ଏହି ନିଷେଧାଦେଶ ଲାଗୁ କରାଯାଇଛି। ନିଷେଧାଦେଶ ଉପରେ ଏଭଳି କଥା କହିବା ଅପେକ୍ଷା ଏହାକୁ କିପରି ପ୍ରଭାବଶାଳୀ କରାଯିବ ତାହା ଉପରେ କାର୍ଯ୍ୟ କରିବା ଭଲ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ କମିଶନରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ପ୍ରଚାର କରିପାରିବେନି ଏହି କଂଗ୍ରେସ ଏମପି

ନୂଆଦିଲ୍ଲୀ,୧୬।୪: କଂଗ୍ରେସର ଜଣେ ନେତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନିର୍ବାଚନ କମିଶନର। ରାଜ୍ୟ ସଭା ଏମପି ରଣଦୀପ ସୂର୍ଯ୍ୟେୱାଲଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ବଡ଼ ଏନକାଉଣ୍ଟର, ୧୮ ମାଓବାଦୀ ମୃତ

ରାୟପୁର,୧୬।୪: ଛତିଶଗଡ଼ରେ ବଡ଼ ମାଓ ଅପରେଶନ। ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଛତିଶଗଡ଼ କାଙ୍କେର ଜିଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୧୮ ଜଣ ମାଓବାଦୀ। ଏମାନଙ୍କ...

‘କଂଗ୍ରେସ ଚାହେଁ ଭାଜପା ଜିତୁ’

ନୂଆଦିଲ୍ଲୀ,୧୬।୪: ‘ମୋତେ ଲାଗେ କଂଗ୍ରେସ ଚାହେଁ ଭାଜପା ବିଜୟୀ ହେଉ’ ଜମ୍ମୁ ଓ କଶ୍ମିରର ଡୋଡାରେ ଏକ ସାଧାରଣ ସଭାରେ ଏ କଥା କହିଛନ୍ତି ପୂର୍ବତନ...

ମଣିଷର ଶୋଇବା ଅଧିକାରକୁ କେହି ଛଡାଇ ନେଇ ପାରିବେ ନାହିଁ: ବମ୍ବେ ହାଇକୋର୍ଟ

ଶୋଇବା ଅଧିକାର ହେଉଛି ମଣିଷର ଏକ ମୌଳିକ ଆବଶ୍ୟକତା, ଏଥିରୁ ତା’କୁ କେହି ଛଡ଼ାଇ ନେଇପାରିବେ ନାହିଁ। ଏପରି କରିବା ମାନବିକ ଅଧିକାରର ଉଲ୍ଲଂଘନ ବୋଲି...

ଷ୍ଟାର ପ୍ରଚାରକଙ୍କ ନାଁ ଜାରି କଲା ଆପ୍‌, ତାଲିକାରେ କେଜରିଓ୍ବାଲଙ୍କ ନାଁ

ନୂଆଦିଲ୍ଲୀ,୧୬।୪: ଦିଲ୍ଲୀ ସରକାର ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତିହାର ଜେଲରେ ବନ୍ଦୀ ଅଛନ୍ତି। ତେବେ ଜେଲରୁ ହିଁ ସରକାର ଚଲେଇବାକୁ କେଜରିଓ୍ବାଲ ଦାବି କରିଛନ୍ତି।...

‘ମୁଁ କେଜରିଓ୍ବାଲ, ଆତଙ୍କବାଦୀ ନୁହେଁ’ ତିହାରରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୧୬।୪: ଗୋଟିଏ ପଟେ ଲୋକ ସଭା ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଅନ୍ୟପଟେ ଆମ ଆଦମୀ ପାର୍ଟି ଅବକାରୀ ଦୁର୍ନୀତିରେ ଛନ୍ଦି ହୋଇପଡିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ...

UPSC ସିଭିଲ ସିର୍ଭସ ପରୀକ୍ଷା ୨୦୨୩ ଫାଇନାଲ ରିଜଲ୍ଟ ଜାରି, ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର

ନୂଆଦିଲ୍ଲୀ,୧୬।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା ୨୦୨୩ ର ଫାଇନାଲ ଫଳାଫଳ ପ୍ରକାଶ ପାଇଛି। ଏହାର ୱେବସାଇଟ upsc.gov.in ରେ ଏହା ଯାଞ୍ଚ କରାଯାଇପାରିବ ।...

ସୁପ୍ରିମକୋର୍ଟରୁ ଆଜିବି ବାବା ରାମଦେବଙ୍କୁ ମିଳିଲାନି କ୍ଷମା

ନୂଆଦିଲ୍ଲୀ,୧୬।୪: ଯୋଗ ଗୁରୁ ବାବା ରାମଦେବ ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଠାରୁ ଏଲୋପାଥି (ଇଂରାଜୀ ଔଷଧ) ବିରୁଦ୍ଧରେ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇନାହାଁନ୍ତି। ପତଞ୍ଜଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri