ଭୁବନେଶ୍ୱର,୨୨।୭(ବ୍ୟୁରୋ): ଆଇଏଏସ୍ ଅଫିସରମାନେ ରାଜ୍ୟ କିମ୍ବା କେନ୍ଦ୍ରରେ କାମ କରିବା ସମ୍ପର୍କରେ ବିଭିନ୍ନ ସମୟରେ କେନ୍ଦ୍ରରୁ ବଦଳୁଥିବା ନିୟମ ଆସିଥାଏ। କେତେବେଳେ କେଉଁ ସରକାର ଆସିଲେ କେତେ ପ୍ରକାର ନିୟମ ବଦଳିବ ସେନେଇ କୌଣସି ସ୍ଥିରତା ନ ଥାଏ। ପୂର୍ବରୁ ଆଇଏଏସ୍ ଅଫିସରଙ୍କୁ କେନ୍ଦ୍ରୀୟ ଡେପୁଟେଶନରେ ଯିବା ନେଇ କୌଣସି ପ୍ରକାର ବାଧ୍ୟତାମୂଳକ ନ ଥିଲା। ମାତ୍ର ଗତ ଜୁନ୍ ୧୮ ତାରିଖରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ନିୟମାବଳୀ ଆସିଛି। କେନ୍ଦ୍ରର ଯୁଗ୍ମ ସଚିବ ପାହ୍ୟାରେ ତାଲିକାଭୁକ୍ତ ହେବା ପାଇଁ ଅଫିସରଙ୍କୁ ଅତି କମ୍ରେ ୨ ବର୍ଷ ଉପସଚିବ କିମ୍ବା ନିର୍ଦ୍ଦେଶକ ପଦବୀରେ କେନ୍ଦ୍ରରେ କାର୍ଯ୍ୟ କରିବା ବାଧ୍ୟତାମୂଳକ କରାଯାଇଛି। ଫଳରେ ୨୦୦୭ ବ୍ୟାଚ୍ଠାରୁ ଏହି ନିୟମ ଲାଗୁ ହେବ। ତେଣୁ ଏହି ବ୍ୟାଚ୍ର ଆଇଏଏସ୍ ଅଫିସରଙ୍କୁ ତୁରନ୍ତ କେନ୍ଦ୍ରକୁ ଯିବାକୁ ପଡ଼ିବ ବୋଲି ଜଣାପଡ଼ିଛି। କେନ୍ଦ୍ରର ଏଭଳି ଘୋଷଣା ଯୋଗୁ ବର୍ତ୍ତମାନ କେତେଜଣ ଓଡିଶା କ୍ୟାଡର ଯୁବ ଆଇଏଏସ୍ ଅଫିସର ପ୍ରଭାବିତ ହେବେ। ୨୦୦୭ ବ୍ୟାଚ୍ ପୂର୍ବ ପର୍ଯ୍ୟନ୍ତ କେନ୍ଦ୍ରକୁ ଯାଇ ନ ଥିବା ଆଇଏଏସ୍ ଅଫିସରମାନେ କିନ୍ତୁ ଏକ ପ୍ରକାର ମୁକ୍ତି ପାଇଯାଇଛନ୍ତିି। ଅନ୍ୟପଟେ କେନ୍ଦ୍ରୀୟ ଡେପୁଟେଶନରେ ଯାଇଥିବା ବହୁ ଅଧିକାରୀ ରାଜ୍ୟକୁ ଫେରିବାକୁ ଚାହୁଁ ନ ଥିବା ବେଳେ ଅଧିକାଂଶଙ୍କ ଅବସର ଖୁବ୍ଶୀଘ୍ର ଶେଷ ହେବାକୁ ଯାଉଛି।
୨୦୦୭ ବ୍ୟାଚ୍ ଆଇଏଏସ୍ ଅଫିସରଙ୍କୁ ୨୦୨୩ ସୁଦ୍ଧା କେନ୍ଦ୍ରରେ ଅତି କମ୍ରେ ୨ବର୍ଷ କାର୍ଯ୍ୟକରି ଅଭିଜ୍ଞତା ହାସଲ କରିବାକୁ ପଡ଼ିବ। ପୂର୍ବରୁ ଏଭଳି ନ ଥିଲା, ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରି ଅଫିସରମାନେ କେନ୍ଦ୍ରର ଯୁଗ୍ମ ସଚିବ ପାହ୍ୟାରେ ଅନ୍ତର୍ଭୁକ୍ତ ହୋଇପାରୁଥିଲେ। କିନ୍ତୁ ବର୍ତ୍ତମାନ ସ୍ଥିତିରେ କେନ୍ଦ୍ର ସରକାରଙ୍କ ଅଧୀନରେ ଉପସଚିବ ଏବଂ ନିର୍ଦ୍ଦେଶକ ପଦବୀରେ ଅଫିସରଙ୍କ ବ୍ୟାପକ ଅଭାବ ପରିଲକ୍ଷିତ ହେଉଥିବା ଦୃଷ୍ଟିରୁ ଏହି ନୀତିଗତ ପରିବର୍ତ୍ତନ ଅଣାଯାଇଛି। ଫଳରେ ଜଣେ ଆଇଏଏସ୍ ଅଫିସର ତାଙ୍କ ୧୬ବର୍ଷ ଚାକିରି କାର୍ଯ୍ୟକାଳ ମଧ୍ୟରେ ଅନ୍ତତଃ ପକ୍ଷେ ୨ ବର୍ଷ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରିବା ବାଧ୍ୟତାମୂଳକ କରାଯାଇଛି। ଏହି ନିୟମକୁ ଅମାନ୍ୟ କଲେ ସମ୍ପୃକ୍ତ ଅଫିସରଙ୍କ କ୍ୟାରିୟର ଉପରେ କୁପ୍ରଭାବ ପଡିପାରେ ଏବଂ ତାହା ତାଙ୍କ ପେନସନ ହ୍ରାସହେବାର ସମ୍ଭାବନା ରଖିପାରେ। ସେହି ଅନୁସାରେ ଦେଖିଲେ ଏହା ୨୦୦୭ ବ୍ୟାଚ୍ ଆଇଏଏସ୍ ଅଫିସରମାନଙ୍କ ଚିନ୍ତା ଅଧିକ ବଢ଼ାଇ ଦେଇଛି। କାରଣ ଏମାନଙ୍କ କାର୍ଯ୍ୟକାଳ ଅନୁଯାୟୀ ହିସାବ କରାଗଲେ ୨୦୨୩ ସୁଦ୍ଧା ଏମାନଙ୍କୁ ନିଜର ଅଭିଜ୍ଞତା ହାସଲ କରିବା ନିତାନ୍ତ ଜରୁରୀ ହୋଇପଡ଼ିଛି। ଏଥିଲାଗି ମଧ୍ୟ ଆଉ ବିଶେଷ ସମୟ ନାହିଁ। ତେବେ ମିଳିଥିବା ସୂଚନା ମୁତାବକ, ଏହି ତାଲିକାରେ ପୁରୀ ଜିଲାପାଳ ବଲଓ୍ବନ୍ତ ସିଂ, ସାମାଜିକ କଲ୍ୟାଣ, ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶ ଅରବିନ୍ଦ ଅଗ୍ରଓ୍ବାଲ ଏବଂ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଏ ପର୍ଯ୍ୟନ୍ତ କେନ୍ଦ୍ରୀୟ ଡେପୁଟେଶନରେ ଯାଇନାହାନ୍ତି। ଏହି ୩ ଆଇଏଏସ୍ ଅଫିସର ଆସନ୍ତା ୫ ମାସ ମଧ୍ୟରେ କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରିବେ। ୨୦୦୭ ବ୍ୟାଚ୍ର ସିଧାସଳଖ ଆଇଏଏସ୍ ହୋଇଥିବା ଏହି ୩ ଅଫିସରଙ୍କୁ ଛାଡ଼ିଦେଲେ ରବୀନ୍ଦ୍ର ପ୍ରତାପ ସିଂହ ୯ ଫେବୃୟାରୀ ୨୦୧୯ରେ ଡେପୁଟେଶନରେ ଯାଇଛନ୍ତି। ସେ ୮ ଫେବୃୟାରୀ ୨୦୨୩ ସୁଦ୍ଧା ଫେରିପାରିବେ।
ଅଧିକାଂଶ କ୍ଷେତ୍ରରେ ଯୁବ ଅଫିସର କେନ୍ଦ୍ରକୁ ଯିବା ପାଇଁ ଆଗ୍ରହୀ ଥିବା ସତ୍ତ୍ୱେ ରାଜ୍ୟ ସରକାର ସେମାନଙ୍କ ଦକ୍ଷତା ଦେଖି ଛାଡିବାକୁ ପ୍ରସ୍ତୁତନାହାନ୍ତି। ଅନେକ ସମୟରେ ଏହି ଅଫିସରମାନେ ରାଜ୍ୟ ସରକାରଙ୍କ ଅଧୀନରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହେଉଥିବା ଦୃଷ୍ଟିରୁ କେନ୍ଦ୍ରକୁ ଯିବା ଲାଗି ଆଗ୍ରହ ପ୍ରକାଶ କରୁନାହାନ୍ତି ଯେଉଁଥିପାଇଁ କେନ୍ଦ୍ର ସରକାରଙ୍କ ଉପଶାସନ ସଚିବ ଏବଂ ନିର୍ଦ୍ଦେଶକ ପଦରେ ଘୋର ଅଭାବ ପରିଲକ୍ଷିତ ହେଉଛି। ଯେଉଁ ସୁବିଧା ରାଜ୍ୟରେ ଥିବା ଆଇଏଏସ ଅଫିସରମାନେ ପାଉଛନ୍ତି ସେମାନେ କେନ୍ଦ୍ରକୁ ଗଲେ ସେଭଳି ସୁବିଧା ପାଇପାରିବେ ନାହିଁ। ଏଭଳି ସ୍ଥିତିରେ ଦେଖିଲେ ୨୦୦୭ ବ୍ୟାଚ୍ର ପୂର୍ବରୁ ଆଇଏଏସ୍ଅଫିସର ହୋଇଥିବା ବହୁ ଅଧିକାରୀ ଏ ପର୍ଯ୍ୟନ୍ତ କେନ୍ଦ୍ରୀୟ ଡେପୁଟେଶନରେ ଯାଇନାହାନ୍ତି। କିନ୍ତୁ ସେମାନଙ୍କ କ୍ଷେତ୍ରରେ ନୂଆ ନିୟମ ଲାଗୁ ହେବନାହିଁ। ତେଣୁ ଏହା ମଧ୍ୟ ଅନେକ ଅଧିକାରୀଙ୍କୁ ଏକ ପ୍ରକାର ଆଶ୍ୱସ୍ତି ଦେଇଛି। ଅନେକ ଉଦାହରଣ ଏଭଳି ରହିଛି, ଅନେକ ବରିଷ୍ଠ ଆଇଏଏସ୍ ଅଧିକାରୀ ରାଜ୍ୟ ସରକାରଙ୍କ ବହୁ ଦାୟିତ୍ୱସମ୍ପନ୍ନ ପଦପଦବୀରେ ରହିଥିବା ବେଳେ ଏଯାଏ କେନ୍ଦ୍ରକୁ ଡେପୁଟେଶନରେ ଯାଇନାହାନ୍ତି, ଯେଉଁମାନଙ୍କ ଚାକିରି କାର୍ଯ୍ୟକାଳ ଆଉ ବର୍ଷେରୁ ୨ ବର୍ଷ ମଧ୍ୟରେ ଶେଷ ହୋଇଯିବ। ଉପରୋକ୍ତ ନୂଆ ନିର୍ଦ୍ଦେଶନାମା ଅନୁଯାୟୀ ଅଫିସରମାନଙ୍କ ଏ ସମସ୍ତ ହିସାବ କେନ୍ଦ୍ର କ୍ୟାବିନେଟ୍ ସବ୍ କମିଟି ପକ୍ଷରୁ କରାଯାଇଥାଏ।
ସୂଚନାଯୋଗ୍ୟ, ଓଡ଼ିଶା କ୍ୟାଡରର ଅତିବେଶିରେ ୫୨ ଅଧିକାରୀ କେନ୍ଦ୍ରୀୟ ଡେପୁଟେଶନରେ କେନ୍ଦ୍ର ସରକାରଙ୍କ ଅଧୀନରେ ଏକ ସମୟରେ କାର୍ଯ୍ୟ କରିପାରିବେ। ସେଥିରେ ବର୍ତ୍ତମାନ ୨୬ ଅଧିକାରୀ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ବେଳେ ଜଣେ ଆନ୍ତଃରାଜ୍ୟସ୍ତରରେ ୨୦୦୦ବ୍ୟାଚ ଆଇଏଏସ ମନିଷ କୁମାର ବର୍ମା ଅଛନ୍ତି। ତେବେ କେନ୍ଦ୍ରୀୟ ଡେପୁଟେଶନରେ ଦୀର୍ଘବର୍ଷ ହେଲା କାର୍ଯ୍ୟ କରୁଥିବା ଆଇଏଏସ ଅଧିକାରୀ ଏ ପର୍ଯ୍ୟନ୍ତ ରାଜ୍ୟକୁ ଫେରିନାହାନ୍ତି କି ଏଥିଲାଗି ଆଗ୍ରହ ପ୍ରକାଶ ମଧ୍ୟ କରୁନାହାନ୍ତି। ତେବେ ଏନେଇ ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ କହିଛନ୍ତି, ଏହି ନିୟମ ଆଗରୁ ରହିଥିଲା। ଯେଉଁମାନେ ଉପସଚିବ ହୋଇ ନ ଥିବେ ସେମାନଙ୍କୁ ଯୁଗ୍ମ ସଚିବ ପଦ ମିଳିପାରିବ ନାହିଁ। ହେଲେ ବର୍ତ୍ତମାନ ଏହି ନିୟମକୁ ଅଧିକ କଡ଼ାକଡ଼ି କରାଯାଇଛି। ଗୋଟିଏ ଦୃଷ୍ଟିରୁ ଦେଖିଲେ ଯଦି ଯୁବ ଆଇଏଏସ୍ ଅଫିସରମାନେ ବର୍ତ୍ତମାନ ୨ ବର୍ଷ ଡେପୁଟେଶନରେ ଯାଆନ୍ତି ସେମାନେ ବହୁତ କିଛି ଶିଖିପାରିବେ। ମାତ୍ର ଯଦି ଅଧିକ ଦିନ ଗୋଟିଏ ରାଜନୈତିକ ଦଳର ସରକାର ରହେ ତେବେ ତାହା ଖରାପ ପ୍ରଭାବ ମଧ୍ୟ ପକାଇବ। ଯେପରି ବର୍ଷ ବର୍ଷ ଧରି ଡେପୁଟେଶନରେ ଯାଇଥିବା ଅଧିକାରୀମାନେ ଫେରୁ ନାହାନ୍ତି ସେହିଭଳି ପରିସ୍ଥିତିସୃଷ୍ଟି ହେବ ବୋଲି ସେ କହିଛନ୍ତି।
ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ
ବରଗଡ଼, ୭।୭ (ପ୍ରେମାନନ୍ଦ ଖମାରୀ): ପ୍ରଥମ ବର୍ଷାରେ ହିଁ ଖୋଲିଯାଇଛି ବିକାଶର ଅସଲ ଚେହେରା। ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶ୍ୱରେ ଚାଲିଥିବା ବହୁ ପ୍ରତୀକ୍ଷିତ…
ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ
ବରଗଡ଼, ୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ସ୍ଥିତ ‘ଘେଁସ୍ କଲେଜ’ର ନାମ ସୋମବାରଠାରୁ ଆନୁଷ୍ଠାନିକ ଭାବେ ବଦଳିଛି। ଏହି ଅଞ୍ଚଳର ମହାନ…
ପ୍ରଧାନଶିକ୍ଷକ ମାଗିଲେ ଫେବର, DWOଙ୍କୁ ଗୁହାରି କଲେ ୩ ମହିଳା କର୍ମଚାରୀ
ଭବାନୀପାଟଣା, ୭।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲର…
ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…
ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…
ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି
ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…
ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର
ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…
ବିନା ଫିଟନେସ୍, ବୀମା , ପରମିଟ୍ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ
ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…
ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ
ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…
Archives

