Posted inଜାତୀୟ

କାଳ କୋଠରିରେ ବିପ୍ଳବୀ ବାରବରା

ନୂଆଦିଲ୍ଲୀ,୨୨ା୭: ବିପ୍ଳବୀ କବି ପି. ବାରବରା ରାଓ ଜଣେ ରାଜନୈତିକ ବନ୍ଦୀ, ଯାହାଙ୍କୁ ଏଲ୍‌ଗାର ପରିଷଦ ମାମଲାରେ ୨ ବର୍ଷ ହେଲା ଜେଲରେ ରଖାଯାଇଛି। ଏହି ୮୦ ବର୍ଷୀୟ ବହୁମୁଖୀ ପ୍ରତିଭା ଗୁରୁବାର କୋଭିଡ୍‌-୧୯ ଚିହ୍ନଟ ହେବା ପରେ ତାଙ୍କୁ ନବି ମୁମ୍ବାଇସ୍ଥିତ ତଲୋଜା ସେଣ୍ଟ୍ରାଲ ଜେଲ୍‌ରୁ ପ୍ରଥମେ ମୁମ୍ବାଇର ସାର୍‌ ଜେଜେ ହସ୍ପିଟାଲ ଓ ପରେ ସେଣ୍ଟ ଜର୍ଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରବିବାର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଶୁକ୍ରବାର ମହାରାଷ୍ଟ୍ର ସରକାରଙ୍କୁ ଦୁଇ ସପ୍ତାହ ମଧ୍ୟରେ ବାରବରା ରାଓଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେବା ପରେ ଏହି ପଦକ୍ଷେପ ନିଆଯାଇଛି। ପ୍ରଖ୍ୟାତ କବି ବାରବରା ରାଓଙ୍କ ଗିରଫଦାରି ପରଠାରୁ ତାଙ୍କର ମୁକ୍ତି ପାଇଁ ଅନେକ ମାନବାଧିକାର ସଙ୍ଗଠନ ଦାବି କରିଆସୁଛନ୍ତି। ଇତିମଧ୍ୟରେ ତାଙ୍କ ଓକିଲ ଜାମିନ ପାଇଁ ବହୁବାର ଆବେଦନ କରିଥିଲେ ସୁଦ୍ଧା ଅଦାଲତ ପକ୍ଷରୁ ତାଙ୍କୁ ଆଶ୍ୱସ୍ତି ମିଳିନାହିଁ। ବର୍ତ୍ତମାନ ସେ କରେନାରେ ଆକ୍ରାନ୍ତ ହେବା ପରେ ତାଙ୍କ ମୁକ୍ତି ପାଇଁ ଦାବି ଜୋର୍‌ ଧରିବାରେ ଲାଗିଛି। ବିଶ୍ୱର ୧୪୫ ଜଣ ବିଶିଷ୍ଟ ଶିକ୍ଷାବିତ୍‌ ଓ ଗବେଷକ ବିପ୍ଳବୀ ବାରବରାଙ୍କୁ ତୁରନ୍ତ ମୁକ୍ତ କରିବା ଲାଗି ଦାବି କରିଛନ୍ତି।
ବାରବରା ରାଓ କିଏ
୧୯୪୦ ମସିହାରେ ତତ୍କାଳୀନ ଆନ୍ଧ୍ରପ୍ରଦେଶ(ଅଧୁନା ତେଲଙ୍ଗାନା)ସ୍ଥିତ ଓ୍ବରଙ୍ଗଲର ଏକ ବ୍ରାହ୍ମଣ ପରିବାରରେ ବିଶିଷ୍ଟ ତେଲୁଗୁ କବି, ଲେଖକ ତଥା ସମାଲୋଚକ ବାରବରା ରାଓଙ୍କ ଜନ୍ମ। ସେ ମାତ୍ର ୧୭ ବର୍ଷ ବୟସରୁ ସାହିତ୍ୟ ସାଧନା ଆରମ୍ଭ କରିଥିଲେ। ହାଇଦ୍ରାବାଦର ଓସ୍‌ମାନିଆ ୟୁନିଭର୍ସିଟିରୁ ତେଲୁଗୁ ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ ପରେ ସେ ଏକ ଘରୋଇ କଲେଜରେ ଅଧ୍ୟାପନା କରିଥିଲେ। କାଲ୍‌ ମାର୍କ୍ସଙ୍କ ଦର୍ଶନରେ ଗଭୀର ଭାବେ ପ୍ରଭାବିତ ବାରବରା ରାଓ ଅନେକ ଜନବାଦୀ ସାହିତ୍ୟର ସଫଳ ରଚୟିତା। ନବଉଦାରବାଦ ବିରୋଧୀ ତଥା ଖଟିଖିଆ ଲୋକଙ୍କ ସପକ୍ଷରେ ଲେଖନୀ ଚାଳନା କରି ସେ ଚର୍ଚ୍ଚାକୁ ଆସିଥିଲେ।
ରାଜନୀତି
୧୯୬୭ରେ ପଶ୍ଚିମବଙ୍ଗର ନକ୍ସଲବାରି ଆନ୍ଦୋଳନ ବାରବରା ରାଓଙ୍କୁ ଅନେକ ମାତ୍ରାରେ ପ୍ରଭାବିତ କରିଥିଲା। ଆନ୍ଧ୍ରରେ ଶ୍ରୀକାକୁଲମ୍‌ ଆର୍ମଡ୍‌ ପିଜେଣ୍ଟସ୍‌ ଷ୍ଟ୍ରଗଲ(୧୯୬୭-୭୦) ବ୍ୟାନରରେ ମୁଣ୍ଡ ଟେକିଥିବା କୃଷକ ଅଧିକାର ଆନ୍ଦୋଳନରେ ସାମିଲ ହୋଇଥିଲେ। ସେତେବେଳେ ଏହି ଯୁବ ସାହିତି୍ୟକ ଅଭ୍ୟୁଦୟ ରଚିୟିତାଲା ସଂଘମ୍‌ ପ୍ଲାଟ୍‌ଫର୍ମ ଜରିଆରେ ଜନ ସଚେତନତା ସୃଷ୍ଟି କରିଥିଲେ। ୧୯୭୩ରେ ବାରବରା ରାଓ ପ୍ରଥମଥର ପାଇଁ ଗିରଫ ହୋଇଥିଲେ। ନିଜ ଲେଖା ମାଧ୍ୟମରେ ହିଂସା ଉସୁକାଉଥିବା ଅଭିଯୋଗରେ ଆନ୍ଧ୍ରପ୍ରଦେଶ ସରକାର ଆଭ୍ୟନ୍ତରୀଣ ନିରାପତ୍ତା ରକ୍ଷଣାବେକ୍ଷଣ ଆଇନ (ଏମ୍‌ଆଇଏସ୍‌ଏ) ବଳରେ ତାଙ୍କୁ ଗିରଫ କରିଥିଲେ। ପରେ ୧୯୭୫ରେ ଦେଶରେ ଜରୁରିକାଳୀନ ପରିସ୍ଥିତି ଜାରି ହୋଇଥିବାେଳେ ବାରବରା ରାଓଙ୍କୁ ଗିରଫ କରାଯାଇଥିଲା। ୧୯୭୭ରେ ଜନତା ପାର୍ଟି ଦ୍ୱାରା ଇନ୍ଦିରା ଗାନ୍ଧୀ ସରକାରର ପତନ ଘଟିବା ପରେ ତାଙ୍କୁ ମୁକ୍ତ କରାଯାଇଥିଲା। ୨୦୦୫ରେ ବରବରା ମାଓବାଦୀ ସଙ୍ଗଠନ ପିପୁଲ୍ସ ଓ୍ବାର ଗ୍ରୁପ୍‌ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ମଧ୍ୟସ୍ଥ ସାଜି ଶାନ୍ତି ପାଇଁ ଆଲୋଚନା କରିଥିଲେ। ବୁଝାମଣା ବିଫଳ ହେବା ପରେ ତାଙ୍କୁ ସାଧାରଣ ନିରାପତ୍ତା ଆଇନ (ପିଏସ୍‌ଏ) ବଳରେ ଗିରଫ କରାଯାଇଥିଲା।
ସାହିତ୍ୟ କୃତି
ଅଦ୍ୟାବଧି ବାରବରା ରାଓଙ୍କ ୧୫ଟି କବିତା ସଙ୍କଳନ ପ୍ରକାଶ ପାଇସାରିଛି। ସେଗୁଡ଼ିକ ଅନେକ ଆଞ୍ଚଳିକ ଭାଷାରେ ଅନୂଦିତ ହୋଇ ପାଠକୀୟ ଆଦୃତି ଲାଭ କରିଛି। ୧୯୬୬ରେ ସେ ‘ସୃଜନ’ ନାମକ ଏକ ତ୍ରୈମାସିକ ତେଲୁଗୁ ସାହିତ୍ୟ ପତ୍ରିକା ପ୍ରକାଶ କରିଥିଲେ। ପରବର୍ତ୍ତୀ ସମୟରେ ଲୋକପ୍ରିୟତା ବୃଦ୍ଧି ପାଇବାରୁ ଏହା ମାସିକ ପତ୍ରିକା ଭାବେ ଆମତ୍ପ୍ରକାଶ କରିଥିଲା। ବାରବରା ରାଓ ଜେଲରେ ଥିବାବେଳେ ମଧ୍ୟ ଅନେକ ରଚନା କରିଥିଲେ। ତାଙ୍କ ବନ୍ଦୀ ସମୟର ଡାଏରି ୧୯୯୦ରେ ‘ସହଚରୁଲୁ’ ନାମରେ ପ୍ରକାଶିତ ହୋଇଥିଲା। ଏହା ବ୍ୟତୀତ ବାରବରା ରାଓ ଅନେକ ସାମ୍ୟବାଦୀ ପୁସ୍ତକକୁ ଅନୁବାଦ ମଧ୍ୟ କରିଥିଲେ।
ଏଲ୍‌ଗାର ପରିଷଦ ମାମଲା
ଭୀମା-କୋରେଗାଓଁ ଯୁଦ୍ଧର ୨୦୦ ବର୍ଷ ପୂର୍ତ୍ତି ଅବ୍ୟବହିତ ପୂର୍ବରୁ ୨୦୧୭ ଡିସେମ୍ବର ୩୧ ରାତିରେ ଏକ କାର୍ଯ୍ୟକ୍ରମ ଚାଲିଥିବାବେଳେ ହିଂସା ଘଟିଥିଲା। ମହାରାଷ୍ଟ୍ରର ଭୀମା-କେରେଗାଓଁଠାରେ ଏଲ୍‌ଗାର ପରିଷଦ ପକ୍ଷରୁ ଅୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବାମପନ୍ଥୀ କର୍ମୀ ଓ ମାଓବାଦୀ ସମର୍ଥକମାନେ ଯୋଗଦେଇଥିବା ପୁଣେର ଏକ ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୨୦୧୮ ଅଗଷ୍ଟ ୧ରେ ବାରବରା ରାଓଙ୍କୁ ଗିରଫ କରାଯାଇଥିଲା। ପୋଲିସର କହିବା ହେଉଛି ରାତିରେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦିଆଯିବା ପରେ ପରଦିନ ଏହି ହିଂସା ଘଟିଥିଲା। ସେତେବେଳେ ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ (ୟୁଏପିଏ) ବଳରେ ବାରବରାଙ୍କ ସମେତ ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ରୋନା ଓ୍ବିଲ୍‌ସନ, ଅରୁଣ ଫେରିରା, ସୁଧା ଭରଦ୍ୱାଜ, ଗୌତମ ନଭଲଖା ଓ ଆନନ୍ଦ ତେଲତୁମ୍ବେଡେ। ବାରବରାଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ଜାମିନ ଦିଆଯାଉ ବୋଲି ୨୨ ମାସରେ ଅନେକ ଥର ଆବେଦନ କରାଯାଇଛି। କିନ୍ତୁ ପ୍ରତିଥର ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଏହି ମାମଲାର ତଦନ୍ତ ମୁମ୍ବାଇ ପୋଲିସ କରୁଥିବାବେଳେ ପରବର୍ତ୍ତୀ ସମୟରେ ତଦନ୍ତ ଭାରତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ଦିଆଯାଇଥିଲା।

ତୁରନ୍ତ ମୁକ୍ତି ପାଇଁ ଜୋର୍‌ ଧରିଲା ଦାବି
ଭୀମା କୋରେଗାଓଁ ହିଂସା ଓ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହତ୍ୟା ଷଡ଼ଯନ୍ତ୍ର ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଜେଲରେ ଥିବା ବାରବରା ରାଓଙ୍କ ମୁକ୍ତି ପାଇଁ ପରିବାର ଲେକେ ଦାବି କରିଛନ୍ତି। ତାଙ୍କ ସ୍ବାସ୍ଥ୍ୟ ପୂର୍ବରୁ ଖରାପ ଥିବାବେଳେ କୋଭିଡ୍‌-୧୯ ପିଜିଟିଭ ଚିହ୍ନଟ ହେବା ପରେ ଅବସ୍ଥା ଆହୁରି ଖରାପ ହୋଇଯାଇଛି। ତେଣୁ ତାଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ସ୍ତ୍ରୀ ହେମଲତା ଦାବି କରିଛନ୍ତି। ହସ୍ପିଟାଲରେ ଚିକିତ୍ସାଧୀନ ବାରବରାଙ୍କ ସହ ସ୍ବାସ୍ଥ୍ୟ ସମ୍ପର୍କିତ ରେକର୍ଡ ପରିବାର ସଦସ୍ୟମାନଙ୍କୁ ଦେଖିବାକୁ ଏବଂ ତାଙ୍କ ସହ କଥା ହେବା ପାଇଁ ସୁଯୋଗ ଦିଆଯାଉ ବୋଲି ବାରବରାଙ୍କ ଝିଅ ପବନା ରାଓ ଦାବି କରିଛନ୍ତି। ସେହିପରି ବାରବରା ରାଓଙ୍କୁ ତୁରନ୍ତ ମୁକ୍ତ କରିବା ଲାଗି ସାରା ବିଶ୍ୱର ୧୪୫ ଜଣ ବିଶିଷ୍ଟ ଶିକ୍ଷାବିତ୍‌ ଓ ଗବେଷକ ମଧ୍ୟ ଦାବି କରିଛନ୍ତି। ବାରବରା ରାଓଙ୍କୁ ବର୍ତ୍ତମାନ ଜେଲରେ ରଖିବା ଅତ୍ୟନ୍ତ ଅମାନବୀୟ ଓ ଦୁର୍ଭାଗ୍ୟଜନକ ବୋଲି ସେମାନେ ଏକ ମିଳିତ ବିବୃତିରେ ଅଭିହିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆ ମେଣ୍ଟର ଓଡ଼ିଶା ବନ୍ଦର ପ୍ରଭାବ: ଦାରିଙ୍ଗବାଡ଼ିରେ ରାସ୍ତା ଅବରୋଧ

ଦାରିଙ୍ଗବାଡ଼ି, ୮।୧୦ (ଅରୁଣ ସାହୁ): ବିଭିନ୍ନ ଦାବି ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବ୍ଲକରେ ଦେଖିବାକୁ ମିଳିଛି।…

ଅମଳ ପୂର୍ବରୁ ଚାଷୀମୁଣ୍ଡରେ ଚଡ଼କ: ଧାନ ଫସଲରେ ରୋଗପୋକ, ମଉଳି ଯାଉଛି ଅମଳ ଆଶା

ବରଗଡ଼,୮ା୧୦(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି ବୋଲି କୁହାଯାଏ। ହେଲେ ଏଠାରେ ଧାନଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ସମସ୍ୟା ଏଠାରେ ସାଧାରଣରେ…

ବରଗଡ଼ରେ ବନ୍ଦକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ: ଗାଡ଼ି ଚଳାଚଳ ଠପ୍‌

ବରଗଡ଼,୮।୧୧(ପ୍ରେମାନନ୍ଦ ଖମାରୀ): ଗୁରୁବାର ଓଡ଼ିଶା ବନ୍ଦ ଡାକରାକୁ ବରଗଡ଼ରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ସକାଳୁ ଦୋକାନ, ବଜାର ବନ୍ଦ ରହିଛି । ଗାଡ଼ି ଚଳାଚଳ ଠପ ପଡିଥିବା…

ନାନା ପାଟେକରଙ୍କ ଦେହାନ୍ତର ସାତ ଦିନ ପୂର୍ବରୁ ଏକ ଟୁଇଟ କରିଥିଲେ ପରେଶ ରାୱଲ; କ’ଣ ଥିଲା ସେଥିରେ?ଯାହା ଏବେ ହେଉଛି ଭାଇରାଲ

ମୁମ୍ବାଇ,୮।୧୦: ବରିଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଗୁରୁବାର ସକାଳେ ଗୋଆସ୍ଥିତ ବାସଭବନରେ ଏହି ଲୋକପ୍ରିୟ ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ଏବଂ…

ନାନା ପାଟେକରଙ୍କ ପତ୍ନୀ କିଏ? ଛାଡ଼ପତ୍ର ନ ନେଇ ୩୫ ବର୍ଷ ଧରି ଅଲଗା ରହିବାର କାରଣ କହିଥିଲେ…

ମୁମ୍ବାଇ,୮।୧୦: ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକର ୭୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ୮ ଅକ୍ଟୋବର ୨୦୨୬ରେ ଗୋଆସ୍ଥିତ ତାଙ୍କ ବାସଭବନରେ ତାଙ୍କୁ ହୃଦଘାତ…

ନାନା ପାଟେକରଙ୍କ ପରିବାରରେ କିଏ କିଏ ଅଛନ୍ତି? ପତ୍ନୀଙ୍କଠାରୁ ଅଲଗା ରହୁଥିଲା ବେଳେ ଜଣେ ପୁଅଙ୍କର ମୃତ୍ୟୁ ହୋଇସାରିଛି

ମୁମ୍ବାଇ,୮।୧୦: ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକର ୭୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ମଣିପାଲ ହସ୍ପିଟାଲର ଅଙ୍କୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଶେଖର ସାଲକର…

୪ ଦଫା ଦାବିରେ ଓଡ଼ିଶା ବନ୍ଦ, ପଦ୍ମପୁରରେ କଂଗ୍ରେସର ପିକେଟିଂ

ପଦ୍ମପୁର, ୮।୧୦ (ପ୍ରଦୀପ୍ତ ଦାଶ): ୪ ଦଫା ଦାବି ନେଇ କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ଗୁରୁବାର ସକାଳୁ…

ଆସିଲା ନାନା ପାଟେକରଙ୍କ ମୃତ୍ୟୁର ଅସଲ କାରଣ! ଡାକ୍ତର କହିଲେ…

ମୁମ୍ବାଇ,୮।୧୦: ବରିଷ୍ଠ ଅଭିନେତା ନାନା ପାଟେକର ଗୁରୁବାର ସକାଳ ୫ଟା୨୦ ସମୟରେ ପରଲୋକ ହୋଇଛି। ହୃଦଘାତ (କାର୍ଡିଆକ ଆରେଷ୍ଟ) ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?