ଦୁର୍ଦ୍ଦିନରେ ୨ ହଜାର ବାଦ୍ୟକାର

ବଅଁରପାଳ, ୨୮ା୭(ଡି.ଏନ.ଏ.)

କରୋନା ବ୍ୟାପିବା ପୂର୍ବରୁ ବର୍ଷ ତମାମ ହାତକୁ କାମ ଆସୁଥିଲା। ରୋଜଗାରରେ କୌଣସି ଅସୁବିଧା ହେଉ ନ ଥିଲା। ବାଦ୍ୟ, ସଙ୍ଗୀତ ପରିବେଷଣ ପାଇଁ ନୂଆ ନୂଆ ସରଞ୍ଜାମ କିଣାଯିବାଠାରୁ କର୍ମଚାରୀଙ୍କୁ ଦରମା ଦେବାଯାଏ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ହେଲେ ଏହି ମହାମାରୀ ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ଲକ୍‌ଡାଉନ୍‌ ଘୋଷଣା ପରଠାରୁ ବିଗିଡ଼ିଯାଇଛି ବ୍ୟବସାୟ। ବନ୍ଦ ହୋଇଯାଇଛି ରୋଜଗାରର ସବୁ ରାସ୍ତା। କଟକଣା ଯୋଗୁ ପୂଜାପାର୍ବଣ ପାଳନ ହେଉ ନ ଥିବା ବେଳେ ମାଙ୍ଗଳିକ କାର୍ଯ୍ୟରେ ମଧ୍ୟ ଖୋଜାପଡ଼ୁନି ବାଦ୍ୟ, ସଙ୍ଗୀତ। ଫଳରେ ଏହି ବ୍ୟବସାୟକୁ ମାଧ୍ୟମ କରି ପରିବାର ପ୍ରତିପୋଷଣ କରୁଥିବା ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅଞ୍ଚଳର ପ୍ରାୟ ୨ହଜାର ବାଦ୍ୟକାର ଏବେ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି।
ବଅଁରପାଳ ବ୍ଲକ ଅଞ୍ଚଳର କୁଲାଡ଼, ଗିରାଙ୍ଗ, କାଣ୍ଡସର, ନୂଆହତା, ବଉଳିଗଡ଼, ଗଡ଼ସନ୍ତ୍ରୀ, ତଳମୂଳ, ମହୀଧରପୁର, ଫୁଲପଡ଼ା, ବୁଢାପଙ୍କ, ନାଲ୍‌କୋ, ବଳରାମପ୍ରସାଦ ସମେତ ବିଭିନ୍ନ ଗ୍ରାମରେ ୨ ହଜାରରୁ ଊର୍ଦ୍ଧ୍ୱ ବାଦ୍ୟକାର ପରିବାର ଅଛନ୍ତି। ଏମାନେ ସାଧାରଣତଃ ବିବାହ, ବ୍ରତଘର, ଦଣ୍ଡନାଚ ଆଦିରେ ଢୋଲ, ନିଷାଣ, ମହୁରୀ ଆଦି ବାଦ୍ୟ ପରିବେଷଣ କରିଥାନ୍ତି। ସେହିପରି କେତେଜଣ ବାଦ୍ୟକାର ବହୁ ଅର୍ଥ ଖର୍ଚ୍ଚକରି ମ୍ୟୁଜିକାଲ ସିଷ୍ଟମ କିଣିଛନ୍ତି। କିନ୍ତୁ ଲକ୍‌ଡାଉନ୍‌ ପରଠାରୁ ଦୀର୍ଘ ୪ ମାସ ହେଲା ଏହି ବାଦ୍ୟକାରମାନଙ୍କୁ ଆଉ କାମ ମିଳୁନାହିଁ। କଟକଣା ଲଗାଯାଇଥିବାରୁ ଲୋକେ ପୂଜା, ପର୍ବପର୍ବାଣି ଓ ଉତ୍ସବ ମନାଇପାରୁ ନ ଥିବାବେଳେ ବିବାହ, ବ୍ରତଘର ଆଦିରେ ମଧ୍ୟ ଆଡମ୍ବର ନାହିଁ। ତେଣୁ ଏହି ବାଦ୍ୟକାରମାନଙ୍କୁ ପୂର୍ବପରି ଖୋଜାପଡ଼ୁନାହିଁ। ଜଣେ ଜଣେ ବାଦ୍ୟକାର ବର୍ଷକୁ ୪୦ ରୁ ୫୦ ହଜାର ଟଙ୍କା ରୋଜଗାର କରିଥାନ୍ତି। ସେହିପରି ମ୍ୟୁଜିକାଲ ସିଷ୍ଟମ କରିଥିବା ବ୍ୟକ୍ତି କଲ୍‌ ପିଛା ୧୦ରୁ ୧୨ ହଜାର ଟଙ୍କା ନେଇଥାନ୍ତି। ବିଭିନ୍ନ ପ୍ରକାର ବିଦ୍ୟୁତ୍‌ ଚାଳିତ ବାଦ୍ୟଯନ୍ତ୍ର ସହ ବାହାରୁ ଗାୟିକା ଗାୟକଙ୍କୁ ଆଣି ଦକ୍ଷତା ଦେଖାଇ ବ୍ୟବସାୟ ବଢ଼ାଇଥାନ୍ତି। ମାତ୍ର ଲକ୍‌ଡାଉନ ପରଠାରୁ ସେମାନଙ୍କ ବ୍ୟବସାୟ ଠପ୍‌ ହୋଇଯାଇଛି। ଏପରି କି କର୍ମଚାରୀଙ୍କୁ ଦରମା ଦେଇହେଉ ନ ଥିବା ବେଳେ ମ୍ୟୁଜିକାଲ ସିଷ୍ଟମ ଓ ଏଥିପାଇଁ ବ୍ୟବହୃତ ହେଉଥିବା ଗାଡ଼ିଗୁଡିକ ପଡ଼ିରହି ନଷ୍ଟ ହେବାକୁ ବସିଲାଣି।
ବେପାର ବୁଡ଼ିଯାଇଛି
ବିବାହ ଓ ବ୍ରତଘର ସମୟରେ ଲୋକେ ଭଲ ମ୍ୟୁଜିକାଲ ସିଷ୍ଟମ ଲୋଡ଼ିଥାନ୍ତି। ଏଥିପାଇଁ ବଅଁରପାଳ ଅଞ୍ଚଳରେ ଥିବା ବାଦ୍ୟକାରମାନଙ୍କୁ ବେଶ୍‌ ରୋଜଗାର ମିଳିଥାଏ। ମାତ୍ର ଲକ୍‌ଡାଉନ ପରଠାରୁ ସେହି ବେପାର ବୁଡିଯାଇଛି କହିଲେ ଭୁଲ ହେବନାହିଁ।
– ମୁନା ଗୋଚ୍ଛାୟତ, କୁଲାଡ଼
ଜୀବିକା ହରାଇଛୁ
ବାହାଘର, ବ୍ରତଘର, ଦଣ୍ଡନୃତ୍ୟ ଆଦି ବେଳେ ଢୋଲ ଓ ମହୁରୀ ଆବଶ୍ୟକ ପଡିଥାଏ। ଏହି ବାଦ୍ୟ ବିନା ସାଧାରଣତଃ ମାଙ୍ଗଳିକ କାର୍ଯ୍ୟ ହୋଇ ନ ଥାଏ। ମାତ୍ର କରୋନା ଆସିବା ଦିନଠାରୁ ଜୀବିକା ଚାଲିଯାଇଛି। ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି।
– କାଶୀନାଥ ଗୋଚ୍ଛାୟତ, ଗିରାଙ୍ଗ


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri