Posted inଭଦ୍ରକ

କାଳିଆ ଟଙ୍କା ଫେରାଇବାକୁ ୩,୮୧୪ ହିତାଧିକାରୀଙ୍କୁ ନୋଟିସ୍‌

ଭଦ୍ରକ ଅଫିସ, ୨୮ା୭-ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ମଧ୍ୟରୁ କାଳିଆ ଯୋଜନା ଏକ ଲୋକାଭିମୁଖୀ ତଥା କୃଷି ଓ କୃଷକ ସଶକ୍ତୀକରଣ ଯୋଜନା ଭାବେ ବେଶ୍‌ ଲୋକାଦୃତ ହୋଇଥିଲା। ହେଲେ ଏବେ ଏହି ଯୋଜନାକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କଲେଣି। ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀଙ୍କୁ ନେଇ ଦୋଛକିରେ ରାଜ୍ୟ ସରକାର। ସରକାରୀ ଭାବେ ଚାଷୀଙ୍କୁ ନିର୍ବାଚନ ପୂର୍ବରୁ ଯୋଗ୍ୟ କହି ଟଙ୍କା ଦେଲେ, ଏବେ ଅଯୋଗ୍ୟ କହି ଟଙ୍କା ଫେରାଇବା ପାଇଁ ନୋଟିସ୍‌ ଜାରି କରିବା ପରେ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି।
ଭଦ୍ରକ ଜିଲାରେ ଏବେ ମୋଟ ୩, ୮୧୪ ଚାଷୀଙ୍କୁ ଅଯୋଗ୍ୟ କୁହାଯାଇ ଟଙ୍କା ଫେରାଇବା ପାଇଁ ନୋଟିସ୍‌ ଜାରି ହୋଇଛି। ଭଦ୍ରକ ବ୍ଲକର ୫୧୫, ଭଣ୍ଡାରିପୋଖରୀର ୩୩୨, ବନ୍ତର ୪୪୯, ବାସୁଦେବପୁରର ୭୮୧, ତିହିଡ଼ିର ୩୫୭, ଚାନ୍ଦବାଲିର ୯୦୮, ଧାମନଗରର ୪୭୨ଜଣଙ୍କୁ ଜିଲା କୃଷି ବିଭାଗ ପକ୍ଷରୁ ଟଙ୍କା ଫେରସ୍ତ ପାଇଁ ନୋଟିସ୍‌ ଜାରି କରାଯାଇଛି। ଏହି ଯୋଜନାର ସର୍ତ୍ତ ମୁତାବକ ଯେଉଁ ପରିବାରର ନିଜସ୍ବ ଜମି ନ ଥିବ, ସେମାନେ କୃଷି କାମରେ ୬ମାସରୁ ଅଧିକ ସମୟ ନିୟୋଜିତ ହୋଇ ପରିବାର ପୋଷଣ କରୁଥିବେ, ଭୂମିହୀନ କୃଷି ଶ୍ରମିକ ପରିବାର ଅନ୍ତର୍ଭୁକ୍ତ ହୋଇ କାଳିଆ ଯୋଜନାରେ ହିତାଧିକାରୀ ହୋଇପାରିବେ ବୋଲି ସରକାରୀ ସ୍ତରରେ ସ୍ଥିର କରାଯାଇଥିଲା। କିନ୍ତୁ ଲୋକେ ଅଯୋଗ୍ୟ ହୋଇ ମଧ୍ୟ ଏହି ତାଲିକାରେ ମାଧ୍ୟମରେ ଫାଇଦା ଉଠାଇଥିଲେ। ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ତରଫରୁ କାଳିଆ ୱେବପୋର୍ଟାଲରେ ଏହାର ତାଲିକା ଉପଲବ୍ଧ କରାଯାଇଥିଲା। ସେତେବେଳେ ପଞ୍ଚାୟତରେ ନୋଟିସ୍‌ ମଧ୍ୟ ଲାଗିଥିଲା। ଯେଉଁମାନେ ଏହି ତାଲିକାରେ ନ ଥିଲେ ସେମାନେ ଆବେଦନ ମଧ୍ୟ କରିଥିଲେ। ଏବେ କିନ୍ତୁ ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ ଅଯୋଗ୍ୟ ଭାବେ ନୋଟିସ୍‌ ମିଳିଛି ଯେଉଁଥିରେ ଏକ ମାସ ମଧ୍ୟରେ ପାଇଥିବା ଟଙ୍କା ଫେରସ୍ତ ପାଇଁ ସମୟ ଦିଆଯାଇଛି। କିଏ ଗୋଟିଏ କିସ୍ତି ୫ହଜାର ପାଇଛି ତ ଅନ୍ୟ କିଏ ୨ କିସ୍ତି ୧୦ହଜାର ଟଙ୍କା ପାଇଛନ୍ତି। କିନ୍ତୁ ଏବେ କରୋନା ମହାମାରୀ ସମୟରେ ଟଙ୍କା ଫେରସ୍ତ କରିବା ପାଇଁ ବହୁ ଚାଷୀ ଅମଙ୍ଗ। ସେମାନେ କୁହନ୍ତି ଟଙ୍କା ମିଳିଛି, ଖର୍ଚ୍ଚ କରିସାରିଛୁ । କିନ୍ତୁ କରୋନା ସମୟରେ ଆମେ ଟଙ୍କା ଫେରାଇପାରିବୁ ନାହିଁ। ଏମିତି ଆଉ କେତେଜଣ ହିତାଧିକାରୀ କହିଛନ୍ତି ଯେ, ଆମେ ଆବେଦନ କରିଥିଲୁ କାଳିଆ ଯୋଜନାରେ ଗୋଟିଏ କିସ୍ତିରେ ୫ ହଜାର ଟଙ୍କା ବ୍ୟାଙ୍କ ଖାତାକୁ ଆସିଛି । କିନ୍ତୁ ଏବେ ଟଙ୍କା ଫେରାଇବା ପରିସ୍ଥିତିରେ ଆମେ ନାହୁଁ। କରୋନା ପାଇଁ ରୋଜଗାର ବନ୍ଦ, ଟଙ୍କା ଆଣିବୁ କେଉଁଠୁ ବୋଲି ଓଲଟା ପ୍ରଶ୍ନ କରିଛନ୍ତି। କାଳିଆ ଯୋଜନା ହିତାଧିକାରୀଙ୍କୁ ଟଙ୍କା ଦେବା ପୂର୍ବରୁ ଯୋଗ୍ୟ ଅଯୋଗ୍ୟ ବିଚାର କାହିଁକି କରାଗଲା ନାହିଁ ବୋଲି ଚାଷୀ ରମେଶ ନାୟକ କୁହନ୍ତି। ଯେଉଁମାନେ ସେତେବେଳେ ଯୋଗ୍ୟ କରିଥିଲେ ଆଉ ଏବେ ଅଯୋଗ୍ୟ କଲେ ସେମାନଙ୍କ ବିରୋଧରେ ପ୍ରଥମେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପଦ୍ମପୁର ଗାଁର ହରଗୋବିନ୍ଦ ନାୟକ ଓ ନଗେନ୍ଦ୍ର ଖୁଣ୍ଟିଆ କୁହନ୍ତି। ଜିଲା କୃଷି ଅଧିକାରୀ କିରଣ କୁମାର ପରିଡ଼ା କୁହନ୍ତି ଏହି ତାଲିକା ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥିରୀକୃତ କରାଯାଇଛି। ଏଣୁ ଚାଷୀମାନେ ପାଇଥିବା ଟଙ୍କା ଫେରସ୍ତ କରି କାଳିଆ ତାଲିକାରୁ ବାଦ୍‌ ପଡ଼ିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

ତିହିଡ଼ି,୨୪।୭(ସଞ୍ଜିତ ବଳ): ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବାକୁ ସରକାରୀସ୍ତରରେ ଉଦ୍ୟମ କରାଯାଉଛି। ମାତ୍ର ତିହିଡ଼ି ବ୍ଲକ୍‌ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଶ୍ୟାମସୁନ୍ଦରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ...

ଅସ୍ତିତ୍ୱ ହରାଇଲାଣି କାଡ଼ାନାଳ

ତିହିଡ଼ି,୨୩ା୭(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକର ବିଭିନ୍ନ ମୌଜାରେ ଥିବା କାଡ଼ାନାଳ ସବୁ ଅସ୍ତିତ୍ୱ ହରାଇଲାଣି। ଯାହାଦ୍ୱାରା ତଳମୁଣ୍ଡରେ ଥିବା ଚାଷଜମି ଜଳସେଚିତ ହୋଇପାରୁ...

କର୍ମଚାରୀ ଅଭାବରୁ ଝୁଲୁଛି ତାଲା

ଭଣ୍ଡାରିପୋଖରୀ,୧୭।୭(ରାଜେନ୍ଦ୍ର ଶତପଥୀ): ବୈତରଣୀ ନଦୀର ବନ୍ୟା ନିୟନ୍ତ୍ରଣରେ ସହଯୋଗିତା ପାଇଁ ଜଳସେଚନ ବିଭାଗର ଭୁବନେଶ୍ୱରସ୍ଥିତ ଜଳ ଘନତ୍ୱ ମାପ ବିଭାଜନର ପୁରାତନ ଆଖୁଆପଦା ସେକ୍ସନରେ କର୍ମଚାରୀ...

ଅଚାନକ୍‌ ଆହାର କେନ୍ଦ୍ରରେ ପହଞ୍ଚିଗଲେ ବିଧାୟକ, ପରେ….

ଭଦ୍ରକ, ୧୭।୭ (ସନାତନ ରାଉତ): ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ପୌରପାଳିକାର ବିଭିନ୍ନ ୱାର୍ଡ ଓ ବ୍ଲକର ବିଭିନ୍ନ ପଞ୍ଚାୟତ ଗସ୍ତ କରି ଲୋକଙ୍କ...

ବିଦ୍ୟାଳୟରେ ବିବାହ ଉତ୍ସବ ପାଇଁ ଅନୁମତି ଦେଇ ଅଡ଼ୁଆରେ ପ୍ରଧାନ ଶିକ୍ଷକ

ଭଣ୍ଡାରିପୋଖରୀ,୧୬ା୭(ରାଜେନ୍ଦ୍ର ଶତପଥୀ):ବିଦ୍ୟାଳୟ ପରିସରରେ ଏକ ବିବାହ ଉତ୍ସବକୁ ଅନୁମତି ଦେଇ ଅଡ଼ୁଆରେ ପଡ଼ିଛନ୍ତି ପ୍ରଧାନ ଶିକ୍ଷକ। ଏନେଇ ଅଭିଯୋଗ ପରେ ବ୍ଲକ ଶିକ୍ଷା ଅଧିକାରୀ ଘଟଣାର...

ଅନାବନା ଗଛରେ ପରିପୂର୍ଣ୍ଣ ବିଇଓଙ୍କ କାର୍ଯ୍ୟାଳୟ

ବାସୁଦେବପୁର,୧୩।୭(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଓ ପୌରପାଳିକା ଅଞ୍ଚଳରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ନିୟମିତ ଭାବେ ସଫେଇ କାର୍ଯ୍ୟ ହେଉ...

ଛାତ୍ରୀଙ୍କ ସାଇକେଲ ଚୋରି ବେଳେ ଧରିଲେ ଲୋକେ

ତିହିଡ଼ି,୬ା୭(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାର ସହ ବିଭିନ୍ନ ଅଞ୍ଚଳରୁ ସାଇକେଲ ଚୋରି କରୁଥିବା ଜଣେ ଯୁବକଙ୍କୁ ତିହିଡ଼ି ପୋଲିସ ଶନିବାର ଗିରଫ କରି...

ସ୍କୁଲ ଆସୁ ନାହାନ୍ତି ଶିକ୍ଷୟିତ୍ରୀ, ଶିକ୍ଷକ: ୪ଦିନ ହେଲା ଝୁଲୁଛି ତାଲା

ଭଦ୍ରକ,୬।୭: ଭଦ୍ରକ ଜିଲା ବାସୁଦେବପୁରସ୍ଥିତି ଦଧିବାମନପୁର ସ୍କୁଲରେ ୪ଦିନ ହେଲା ତାଲା ଝୁଲୁଛି। ଫଳରେ ଛାତ୍ରୀଛାତ୍ରଙ୍କ ପାଠ ପଢା ବନ୍ଦ ରହିଛି। ଏନେଇ ଅଭିଭାବକ ମହଳରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri