୨୦ ଟଙ୍କା ହିଁ ଥିଲା ମୋ ଜୀବନର ପ୍ରଥମ ରୋଜଗାର : ଲେଖକ ଚୌଧୁରୀ ବିଚିତ୍ରାନନ୍ଦ ପ୍ରହରାଜ

କଟକ ଜିଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଝାଡେଶ୍ୱରପୁର ଗ୍ରାମରେ ମୋର ଜନ୍ମ। ଗାଁ ହାଇସ୍କୁଲ୍‌ରୁ ୧୯୭୧ରେ ମାଟ୍ରିକ୍‌ ପାସ୍‌ କରିବା ପରେ କେନ୍ଦ୍ରାପଡ଼ା କଲେଜରେ ବିଜ୍ଞାନରେ ପ୍ରି-ୟୁନିର୍ଭସିଟି ପଢିଥିଲି। ତା’ପରେ ଭୂବନେଶ୍ୱରସ୍ଥିତ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ କୃଷି ମହାବିଦ୍ୟାଳୟରେ ସ୍ନାତକ ପଢିଲି। ତେବେ ସ୍ନାତକର ପ୍ରଥମ ବର୍ଷ ପଢୁଥିବାବେଳେ ଗୋଟେ ଛୋଟ ପିଲାକୁ ଟ୍ୟୁଶନ କରିବା ଆରମ୍ଭ କରିଥିଲି; ଯେଉଁଥିରୁ ମୋତେ ୨୦ ଟଙ୍କା ପାରିଶ୍ରମିକ ମିଳୁଥିଲା। ଏହି ୨୦ ଟଙ୍କା ହିଁ ଥିଲା ମୋ ଜୀବନର ପ୍ରଥମ ରୋଜଗାର; ଯାହାକି ଜଳଖିଆ ଖାଇବାରେ ଖର୍ଚ୍ଚ ହୋଇଯାଉଥିଲା। ସେହିପରି କୃଷି ସ୍ନାତକର ଶେଷବର୍ଷ ବେଳକୁ ଆଉଥରେ ରୋଜଗାରର ସୂଯୋଗ ପାଇଥିଲି। ସେତେବେଳେ କଲେଜର ଜଣେ ସାର୍‌ କ୍ଷୁଦ୍ର ନାମମାତ୍ର ଚାଷୀଙ୍କ ପାଇଁ କେତୋଟି ବ୍ଲକରେ ସର୍ଭେ କରୁଥିଲେ। ମୁଁ ବି ସେଥିରେ ସାମିଲ ହେଲି; ଆଉ ପାରିଶ୍ରମିକ ବାବଦରେ ୫୦୦ ଟଙ୍କା ମୋତେ ମିଳିଲା। ସେହି ଟଙ୍କା ବି ଖାଇବା, ପିଇବା ଓ ଚଳିବାରେ ଖର୍ଚ୍ଚ ହୋଇଯାଉଥିଲା। ୧୯୭୬ ମସିହାରେ ମୋ ପାଠପଢା ସରିଲା। ଆଉ ତା’ପରେ ଓଡ଼ିଶା ସରକାରଙ୍କ କୃଷି ବିଭାଗରେ କୃଷି ଓଭରସିୟର ଭାବେ ମୋତେ ଚାକିରି ମିଳିଲା। ପୋଷ୍ଟିଂ କୋରାପୁଟରେ ହୋଇଥିଲା। ଦରମା ମାସକୁ ୫୦୦ ଟଙ୍କା। କହିବାକୁ ଗଲେ ବିଧିବଦ୍ଧ ଭାବେ ଏହା ହିଁ ଥିଲା ମୋର ପ୍ରଥମ ସ୍ଥାୟୀ ରୋଜଗାର; ଯେଉଁଥିରୁ ୨୦୦ ଟଙ୍କା ବାପାଙ୍କ ପାଖକୁ ପଠାଇଥିଲି। ବାକି ଟଙ୍କାରେ ନିଜ ଚଳିବା ପାଇଁ ଗୋଟେ ବେଡ୍‌ସିଟ ଆଉ କିଛି ଷ୍ଟିଲ୍‌ ବାସନ କିଣିଥିଲି। ତା’ପରେ ବି ଆଉ କିଛି ଟଙ୍କା ବଳିଥିଲା, ଯେଉଁଥିରେ ମାସକଯାକ ମୁଁ ଚଳିଥିଲି। ତେବେ ଉକ୍ତ ପଦବୀରେ ମୁଁ ୧୯୮୬ ମସିହା ଯାଏଁ କାମ କଲି। ତା’ପରେ ୧୯୮୭ରେ ଭାରତୀୟ ସାଧାରଣ ବୀମା ନିଗମରେ ପ୍ରଶାସନିକ ଅଧିକାରୀ ଭାବେ ଯୋଗ ଦେଇ ୨୦୧୫ରେ ଚିଫ୍‌ ରିଜିଓନାଲ୍‌ ମ୍ୟାନେଜର ଭାବେ ଚାକିରୀରୁ ଅବସର ନେଇଥିଲି। ଏବେ ପରିଣତ ବୟସରେ ଉପନୀତ। କିନ୍ତୁ ଲେଖାଲେଖିରେ ସକ୍ରିୟ ରହିଛି। ଏଥିସହିତ ‘ଡାକ୍ତରଖାନା’, ‘ମ୍ୟାରେଜ୍‌ ବ୍ୟୁରୋ’, ‘ଅନ୍ୟ ଏକ ନିର୍ଭୟା’, ‘ଡେରୀ ନ ହୋଇଯାଉ’, ‘ ଉପାୟ ଅଛି’ ଟାଇଟଲ୍‌ ବିଶିଷ୍ଟ ୫ଟି ନାଟକ ରଚନା କରିସାରିଲିଣି। ଏହି ନାଟକଗୁଡ଼ିକ ଭୁବନେଶ୍ୱରର ବିଭିନ୍ନ ମଞ୍ଚରେ କଳାକାରଙ୍କ ଦ୍ୱାରା ପରିବେଷିତ ହୋଇସାରିଲାଣି। କିନ୍ତୁ ଅବଶୋଷ ଏହାକୁ ପୁସ୍ତକ ଆକାରରେ ଏଯାଏଁ ପ୍ରକାଶିତ କରିପାରିନି। ନାଟକ ବ୍ୟତୀତ ମୋର ଅନେକ ପ୍ରବନ୍ଧ ଓ କବିତା ବିଭିନ୍ନ ପତ୍ରିକା ଓ ଖବରକାଗଜରେ ପ୍ରକାଶିତ ହୋଇଛି। ବିଶେଷକରି କୃଷି ଭିତ୍ତିକ ବହୁ ପ୍ରବନ୍ଧ ‘ଧରିତ୍ରୀ’ ଖବରକାଗଜରେ ପ୍ରକାଶ ପାଇ ମୋତେ ଅନେକ ପାଠକୀୟ ପ୍ରଶଂସା ମିଳିଛି। ତେବେ ଜୀବନରେ ବହୁ ଯଶଖ୍ୟାତି ଆଉ ଧନ ଉପାର୍ଜନ କରିଥିଲେ ହେଁ ପ୍ରଥମ ରୋଜଗାରର ସ୍ମୃତି ମୋ ପାଇଁ ଚିରସ୍ମରଣୀୟ ହୋଇ ରହିଛି ଆଉ ରହିଥିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri