ପ୍ରଶାସନର ସହାୟତା ଲୋଡ଼ିଲେ ୨ ଭଉଣୀ

ନୂଆପଡ଼ା ଅଫିସ/ଖଡ଼ିଆଳ, ୨୧।୧୧(ଡି.ଏନ.ଏ.):ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରିଷିଗାଁରେ ସୁମିତ୍ରା ଦଳ ନାମକ ମହିଳାଙ୍କୁ ହତ୍ୟା କରିବା ଅଭିଯୋଗରେ ତାଙ୍କ ସ୍ବାମୀ ଚିତମନ ଦଳ, ଶ୍ୱଶୁର ଦ୍ରୋଣ ଓ ଶାଶୁ ପୁନେଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ବାପା ଓ ଜେଜେମା’ଜେଜେବାପା ଜେଲ ଯିବା ପରେ ଏବେ ଅସହାୟ ହୋଇ ପଡିଛନ୍ତି ଚିତମନଙ୍କ ଦୁଇ ଝିଅ ଲକ୍ଷ୍ମୀ ଓ ଅଷ୍ଟମୀ। ସାନ ଭଉଣୀ ଅଷ୍ଟମୀ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ଘର ସବୁ ଦାୟିତ୍ୱ ବଡ଼ ଭଉଣୀ ଲକ୍ଷ୍ମୀଙ୍କ ଉପରେ। ଘରେ ଯାହାକିଛି ଥିଲା କେଶ ଲଢ଼ି ସରିଯାଇଛି। ଏବେ ଖାଇବାକୁ ଚାଉଳ ମୁଠେ ମଧ୍ୟ ନାହିଁ। ଲକ୍ଷ୍ମୀ ମୂଳ ଲାଗି ପେଟକୁ ଦାନା ଯୋଗାଡ଼ କରୁଥିବା ବେଳେ ଏବେ ତାହା ମଧ୍ୟ ବନ୍ଦ ହୋଇଛି। ଫଳରେ ସବୁଦିନ ଖାଇବାକୁ ମିଳୁନାହିଁ ବୋଲି ଉଭୟେ କହିଛନ୍ତି। ମାସେ ତଳେ ଅଷ୍ଟମୀଙ୍କ ପେଟ ରୋଗ ବାହାରିଥିଲା। ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଦେଖାଇ ଔଷଧ ଖାଇଲେ ମଧ୍ୟ କମିନାହିଁ। ଏବେ ପେଟ ବଢିବାକୁ ଲାଗୁଛି। ଟଙ୍କା ନ ଥିବାରୁ ଅଧିକ ଚିକିତ୍ସା କରି ହେଉନାହିଁ। ସ୍ମାର୍ଟ କାର୍ଡ ଥିଲେ ମଧ୍ୟ କାମକୁ ଆସୁନି। ସାନ ଭଉଣୀର ଦେଖାରେଖା କରିବା ପାଇଁ ଲକ୍ଷ୍ମୀ କୌଣସି କାମକୁ ଯାଇପାରୁନି, ଫଳରେ ଅଭାବରେ ରହିବାକୁ ବାଧ୍ୟ ହେଉଛନ୍ତି। ଏ ନେଇ ଖଡ଼ିଆଳ ଡାକ୍ତରଖାନାର ଇନଚାର୍ଜ ରଞ୍ଜିତ ରାଉତଙ୍କୁ ପଚାରିବାରୁ ଏକ ଡାକ୍ତରୀ ଦଳ ପଠାଇ ତଦନ୍ତ କରିବେ ଓ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦେବେ ବୋଲି କହିଛନ୍ତି। ତାଙ୍କର ପଡି କାର୍ଡ ଥିଲେ ମଧ୍ୟ ୩ ମାସ ହେଲା ଚାଉଳ ପାଇ ନ ଥିବା ଅଭିଯୋଗ କରିଛନ୍ତି। ମାଟି ଘର ଭାଙ୍ଗିବାକୁ ବସିଲାଣି। କାନ୍ଥରୁ ମାଟି ଖସି ପଡୁଛି। ଏବେ ତାଙ୍କ ପାଇଁ ଆହା ସାହା କେହି ନାହାନ୍ତି। ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଥିବା ବେଳେ ପ୍ରାପ୍ୟ ଖାଦ୍ୟ ଯୋଗାଇ ଦେବାକୁ ସ୍ଥାନୀୟ ସରପଞ୍ଚ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୧ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୧ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

ବକେୟା ଅର୍ଥ ନ ମିଳିବାରୁ ପ୍ଲାଣ୍ଟ ଉପରେ ଚଢ଼ି ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ, ହାଇଡ୍ରାମା ପରେ ପୋଲିସ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀସ୍ଥିତ ଆଇଆର୍‌ଆଇଏଲ କମ୍ପାନୀର ଡ୍ରେଜିଙ୍ଗ କାର୍ଯ୍ୟ ଚାଲିଥିବା ଅଞ୍ଚଳରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି। କାର୍ଯ୍ୟର ବକେୟା ଟଙ୍କା ନ ମିଳିବାରୁ…

ପାଠପଢ଼ା ବୟସରେ ହାତରେ ବନିଶୀ କଣ୍ଟା, ମାଛ ମାରି ପେଟ ପୋଷୁଛନ୍ତି ଜନଜାତି ପିଲା

ମହାକାଳପଡ଼ା,୨ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶବରପଡ଼ା, ଜଙ୍ଗଲଘେରି, ବାଘୁଆମେଦି, ଜମ୍ବୁ , ସୁନିତି ଅଠର ବାଙ୍କି ଓ ପାଣିଖିଆ…

ଚାଷୀଙ୍କ ମୁଁହରେ ଫେରିଲା ହସ, ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ଅଚଳ ଶୀତଳ ଭଣ୍ଡାର

ଗଞ୍ଜାମ,୨।୭(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ବୁରୁଡ଼ି ଠାରେ ୨୦୧୦ ମସିହାରେ ନିର୍ମିତ ଶୀତଳ ଭଣ୍ଡାର ଅଚଳ ଅବସ୍ଥାରେ ରହିଛି । ଉକ୍ତ ଶୀତଳ ଭଣ୍ଡାରଟି ଆରଏମସି…

ରେଳ ଷ୍ଟେସନରେ ଚାଞ୍ଚଲ୍ୟ! ମା’ କୋଳରେ ଶୋଇଥିବା ପୁଅକୁ ଅପହରଣ, ସିସିଟିଭିରେ…

ହାଇଦ୍ରାବାଦ,୨।୭: ଦେଶର ସବୁଠାରୁ ବ୍ୟସ୍ତବହୁଳ ରେଳ ଷ୍ଟେସନ ମଧ୍ୟରୁ ହାଇଦ୍ରାବାଦର ସିକନ୍ଦରାବାଦ ରେଳ ଷ୍ଟେସନ ଅନ୍ୟତମ । ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଅପହରଣ ଘଟଣା ସାମ୍ନାକୁ ଆସିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri