ପ୍ରଶାସନର ସହାୟତା ଲୋଡ଼ିଲେ ୨ ଭଉଣୀ

ନୂଆପଡ଼ା ଅଫିସ/ଖଡ଼ିଆଳ, ୨୧।୧୧(ଡି.ଏନ.ଏ.):ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରିଷିଗାଁରେ ସୁମିତ୍ରା ଦଳ ନାମକ ମହିଳାଙ୍କୁ ହତ୍ୟା କରିବା ଅଭିଯୋଗରେ ତାଙ୍କ ସ୍ବାମୀ ଚିତମନ ଦଳ, ଶ୍ୱଶୁର ଦ୍ରୋଣ ଓ ଶାଶୁ ପୁନେଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ବାପା ଓ ଜେଜେମା’ଜେଜେବାପା ଜେଲ ଯିବା ପରେ ଏବେ ଅସହାୟ ହୋଇ ପଡିଛନ୍ତି ଚିତମନଙ୍କ ଦୁଇ ଝିଅ ଲକ୍ଷ୍ମୀ ଓ ଅଷ୍ଟମୀ। ସାନ ଭଉଣୀ ଅଷ୍ଟମୀ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ଘର ସବୁ ଦାୟିତ୍ୱ ବଡ଼ ଭଉଣୀ ଲକ୍ଷ୍ମୀଙ୍କ ଉପରେ। ଘରେ ଯାହାକିଛି ଥିଲା କେଶ ଲଢ଼ି ସରିଯାଇଛି। ଏବେ ଖାଇବାକୁ ଚାଉଳ ମୁଠେ ମଧ୍ୟ ନାହିଁ। ଲକ୍ଷ୍ମୀ ମୂଳ ଲାଗି ପେଟକୁ ଦାନା ଯୋଗାଡ଼ କରୁଥିବା ବେଳେ ଏବେ ତାହା ମଧ୍ୟ ବନ୍ଦ ହୋଇଛି। ଫଳରେ ସବୁଦିନ ଖାଇବାକୁ ମିଳୁନାହିଁ ବୋଲି ଉଭୟେ କହିଛନ୍ତି। ମାସେ ତଳେ ଅଷ୍ଟମୀଙ୍କ ପେଟ ରୋଗ ବାହାରିଥିଲା। ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଦେଖାଇ ଔଷଧ ଖାଇଲେ ମଧ୍ୟ କମିନାହିଁ। ଏବେ ପେଟ ବଢିବାକୁ ଲାଗୁଛି। ଟଙ୍କା ନ ଥିବାରୁ ଅଧିକ ଚିକିତ୍ସା କରି ହେଉନାହିଁ। ସ୍ମାର୍ଟ କାର୍ଡ ଥିଲେ ମଧ୍ୟ କାମକୁ ଆସୁନି। ସାନ ଭଉଣୀର ଦେଖାରେଖା କରିବା ପାଇଁ ଲକ୍ଷ୍ମୀ କୌଣସି କାମକୁ ଯାଇପାରୁନି, ଫଳରେ ଅଭାବରେ ରହିବାକୁ ବାଧ୍ୟ ହେଉଛନ୍ତି। ଏ ନେଇ ଖଡ଼ିଆଳ ଡାକ୍ତରଖାନାର ଇନଚାର୍ଜ ରଞ୍ଜିତ ରାଉତଙ୍କୁ ପଚାରିବାରୁ ଏକ ଡାକ୍ତରୀ ଦଳ ପଠାଇ ତଦନ୍ତ କରିବେ ଓ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦେବେ ବୋଲି କହିଛନ୍ତି। ତାଙ୍କର ପଡି କାର୍ଡ ଥିଲେ ମଧ୍ୟ ୩ ମାସ ହେଲା ଚାଉଳ ପାଇ ନ ଥିବା ଅଭିଯୋଗ କରିଛନ୍ତି। ମାଟି ଘର ଭାଙ୍ଗିବାକୁ ବସିଲାଣି। କାନ୍ଥରୁ ମାଟି ଖସି ପଡୁଛି। ଏବେ ତାଙ୍କ ପାଇଁ ଆହା ସାହା କେହି ନାହାନ୍ତି। ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଥିବା ବେଳେ ପ୍ରାପ୍ୟ ଖାଦ୍ୟ ଯୋଗାଇ ଦେବାକୁ ସ୍ଥାନୀୟ ସରପଞ୍ଚ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri