ଗୃହପାଳିତ ପଶୁଙ୍କୁ ଧକ୍କା ଦେଲା ଘରୋଇ ବସ୍, ଜବତ କରି ଥାନାକୁ ନେଲା ପୋଲିସ

​କଲ୍ୟାଣସିଂହପୁର,୧୨ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତ ଖସିଗୁଡ଼ା ପୋଲ ଉପରେ ଏକ ଘରୋଇ ବସ ଧକ୍କାରେ ଦୁଇଟି ଛେଳିର ମୃତ୍ୟୁ ଘଟିଥିବା ବେଳେ ଦୁଇଟି ଗାଈ ଓ ଗୋଟିଏ ଛେଳି ଗୁରୁତର ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ‘ରାବଣିଆ’ ନାମକ ଏକ ଘରୋଇ ବସ ଆନ୍ଧ୍ରପ୍ରଦେଶର ପାର୍ବତୀପୁରରୁ ରାୟଗଡ଼ା ଦେଇ କଲ୍ୟାଣସିଂହପୁର ଆସୁଥିଲା। ସିରିପୁର ବିଦ୍ୟାଳୟ ନିକଟସ୍ଥ ପୋଲ ତଳୁ ପାଣି ପିଇ ଉପରକୁ ଆସୁଥିବା ଗାଈ ଓ ଛେଳିପାଲକୁ ବସଟି ସମ୍ମୁଖରୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ହିଁ ଦୁଇଟି ଛେଳିର ମୃତ୍ୟୁ ଘଟିଥିଲା। ଅନ୍ୟପଟେ ଗୋଟିଏ ଗାଈର ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଆଉ ଗୋଟିଏ ଗାଈ ଓ ଗୋଟିଏ ଛେଳି କ୍ଷତାକ୍ତ ହୋଇ ଗୁରୁତର ଅବସ୍ଥାରେ ରହିଛନ୍ତି। ଦୁର୍ଘଟଣାର ଶିକାର ହୋଇଥିବା ଗୋରୁ-ଛେଳିଗୁଡ଼ିକ ଭାତପୁରସି ଅଞ୍ଚଳର ବୋଲି ଜଣାପଡ଼ିଛି। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସଟିକୁ ଥାନାରେ ଅଟକ ରଖିଛି। ଏ ସମ୍ପର୍କରେ ଥାନା ଅଧିକାରୀ ଅଜିତ ପରିଡ଼ାଙ୍କୁ ପଚାରିବାରୁ, ଏନେଇ ଥାନାରେ କୌଣସି ଲିଖିତ ଏତଲା ଦିଆଯାଇ ନାହିଁ ଏବଂ ଗାଡ଼ି ମାଲିକ ଓ ଗୋରୁ-ଛେଳିଙ୍କ ମାଲିକଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିବା ସେ ପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

ପଡ଼ିଆରେ କ୍ରିକେଟ୍‌ ଖେଳୁଥିଲେ ଏଆର୍‌ଆଇ, ହଠାତ୍‌ ଛାତିରେ ହେଲା ଯନ୍ତ୍ରଣା, ଆଉ ତା’ ପରେ…

ଗୁଣପୁର,୨୭ା୯(ସଙ୍କେତ ପାତ୍ର): ରାୟଗଡ଼ାରେ କ୍ରିକେଟ ଖେଳୁଥିବା ସମୟରେ ହଠାତ୍‌ ଛାତି ଯନ୍ତ୍ରଣା ହେବା ପରେ ଅଚେତ ହୋଇପଡ଼ି ଗୁଣପୁରରେ କାର୍ଯ୍ୟରତ ଏଆର୍‌ଆଇ ପି. ରାଜେଶଙ୍କ ଅକାଳ ବିୟୋଗ…

ମାନସିକ ଭିନ୍ନକ୍ଷମ ଯୁବତୀ ୮ ମାସର ଗର୍ଭବତୀ, ପ୍ରଶାସନିକ ସହାୟତା ଦାବି

କଲ୍ୟାଣସିଂହପୁର, ୨୫।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ…

ରାୟଗଡ଼ା-କୋରାପୁଟ ରେଲଓ୍ୱେ ଟ୍ରାକ୍‌ରେ ଉପରେ ଖସିଲା ପଥର, ଅଟକିଲା ହୀରାଖଣ୍ଡ ଏକ୍ସପ୍ରେସ

​କଲ୍ୟାଣସିଂହପୁର,୨୫।୯(ଦୀପକ କୁମାର ପରିଡା): ରାୟଗଡ଼ା ଜିଲାରେ ଲଗାଣ ବର୍ଷା ଯୋଗୁଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । କେଉଟଗୁଡ଼ା ଓ ଶିଖରପାଇ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ଟନେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?