ନକଲି ଡାକ୍ତରଙ୍କ ଚିକିତ୍ସାରେ ୨ ମୃତ୍ୟୁ ଅଭିଯୋଗ

ମହାକାଳପଡ଼ା,୪।୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଉପକୂଳ ଅଞ୍ଚଳରେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ସୁନୀତି ପଞ୍ଚାୟତ ଓ କେବୀ ଦାଣ୍ଡୁଆ ପଞ୍ଚାୟତ ସୀମା ମିଲନ ମୋଡ଼ ବଜାରରେ ବେଆଇନ କ୍ଲିନିକ୍‌ ଖୋଲାଯାଇଛି। ସେହି କ୍ଲିନିକ୍‌ରେ ସ୍ଥାନୀୟ ପଙ୍କପାଳ ଗ୍ରାମର ଜଣେ ଜ୍ୱରରେ ପୀଡ଼ିତ ରୋଗୀଙ୍କୁ ଚିକିତ୍ସା କରାଯାଉଥିଲା ସ୍ଥାନୀୟ ବେଣକନ୍ଧା ବଜାରର ଜଣେ ନକଲି ଡାକ୍ତର ତାଙ୍କର ଚିକିତ୍ସା କରୁଥିଲେ। ରୋଗୀଙ୍କୁ ନିମ୍ନମାନର ବଟିକା ଦେବା ସହ ଲଗାତାର ୪ ସାଲାଇନ ଦେବାରୁ ସେ ଗୁରୁତର ହୋଇ ପଡିଥିଲେ। ତୁରନ୍ତ ତାଙ୍କୁ ପରିବାର ଲୋକେ ଏକ ଗାଡ଼ିରେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ୨ଦିନ ପୂର୍ବରୁ ରାମନଗର ଅଞ୍ଚଳର ଅନ୍ୟ ଜଣେ ଜ୍ୱରାକ୍ରାନ୍ତ ରୋଗୀ ସ୍ଥାନୀୟ ପିତାପାଟ ଗଁାର ଜଣେ ଡାକ୍ତରଙ୍କ ପାଖରେ ସପ୍ତାହେ ଧରି ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।
ବିଶେଷକରି ବଙ୍ଗୀୟ ଅଧ୍ୟୁଷିତ ଅଞ୍ଚଳ ବତିଘର, ଖରିନାସି, ରାମନଗର, ପେଟ୍‌ଛେଲା, ବଉଳକଣି, ଜମ୍ବୁ ହାଟ, ସୁନୀତି, ବେଣାକନ୍ଧା ହାଟ, ତନ୍ତିଆପାଳ ହାଟ, ବାବର ହାଟ, କେଦାଣ୍ଡୁଆ ଆଦି ଅଞ୍ଚଳରେ ଏପରି ଡାକ୍ତରମାନେ ବେଆଇନ କ୍ଲିନିକ୍‌ ଖୋଲି ସାଧାରଣ ନିରୀହ ଲୋକଙ୍କୁ ଶୋଷଣ କରୁଛନ୍ତି। କୋଲକାତାର କେତେଜଣ ନକଲି ଡାକ୍ତର ଗଁାକୁ ଗଁା ବୁଲି ରୋଗୀଙ୍କୁ ଚିକିତ୍ସା ସହ ଔଷଧ ଦେଉଛନ୍ତି। ସ୍ଥାନୀୟ ଜନପ୍ରତିନିଧିମାନେ ଏ ସଂକ୍ରାନ୍ତରେ ପ୍ରଶାସନକୁ ଅବଗତ କରୁ ନ ଥିବା ଅଭିଯୋଗ ହୋଇଛି। ଏପରି କି ସ୍ଥାନୀୟ ଆର୍‌କେଡି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ବାବର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଜମ୍ବୁ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ଜ୍ୱର ରୋଗୀମାନେ ଚିକିତ୍ସା ପାଇଁ ନ ଆସି ନକଲି ଡାକ୍ତରଙ୍କ ଆଶ୍ରା ନେଉଥିବା ଦେଖିବାକୁ ମିଳିଛି। ଏ ନେଇ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ଅଧିକାରୀ ଡା. ଅନିତା ପଟ୍ଟନାୟକ କୁହନ୍ତି, ଉପାନ୍ତ ଅଞ୍ଚଳରେ ନକଲି ଡାକ୍ତରଙ୍କ ଚିକିତ୍ସା ସମ୍ପର୍କରେ ଅଭିଯୋଗ ମିଳିଛି। ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଏଚ୍‌ଏସଟିଡିଭି’ ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ, ୨୮ା୧: ଡିଆରଡିଓ ପକ୍ଷରୁ ଧାମରାସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ଶୁକ୍ରବାର ଏଚ୍‌ଏସଟିଡିଭି(ହାଇପର୍‌ସୋନିକ ଟେକ୍ନୋଲୋଜି ଡେମନଷ୍ଟ୍ରେଟର ଭେଇକିଲ) କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଛି। ସ୍ବଦେଶୀ ଜ୍ଞାନକୌଶଳରେ...

ଶେଷ ହେଉନି ସମ୍ପ୍ରସାରଣ

ଅନୁଗୋଳ ଅଫିସ, ୧୧।୧୨: କେନ୍ଦ୍ରାଞ୍ଚଳ ଦେଇ ପୂର୍ବରୁ ପଶ୍ଚିମ ଓଡ଼ିଶାକୁ ଯୋଡ଼ୁଥିବା ୫୫ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣରେ ଅହେତୁକ ବିଳମ୍ବ ହେଉଛି। ଜାତୀୟ ରାଜପଥ...

ଫ୍ଲାଏ ଆଶ୍‌ରୁ ଅସମ୍ଭାଳ ବାୟୁ ପ୍ରଦୂଷଣ

ଯାଜପୁର ଅଫିସ,୧୦ା୩: ରାଜ୍ୟରେ ୨୦୧୨-୧୩ଠାରୁ ୨୦୧୯-୨୦ ମଧ୍ୟରେ ବିଭିନ୍ନ କାରଖାନାର କୋଇଲା ଭିତ୍ତିକ ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ନିର୍ଗତ ୬,୭୬,୩୯,୪୬୨ ମେଟ୍ରିକ ଟନ(ଏମଟି) ଫ୍ଲାଏ ଆଶ୍‌...

ରୋଗଣା ମା’ଙ୍କୁ ଜାଳିଦେବା ଘଟଣା : ଅଭିଯୁକ୍ତ ପୁଅ କୋର୍ଟ ଚାଲାଣ

ବଲାଙ୍ଗୀର ଅଫିସ/ ପାଟଣାଗଡ/ ବେଲପଡା, ୮।୭ (ଡି.ଏନ୍‌.ଏ.) : ବଲାଙ୍ଗୀର ଜିଲା ବେଲପଡା ଥାନା ଅନ୍ତର୍ଗତ ରାଡବାହାଲ ଗାଁରେ ଶଯ୍ୟାଶାୟୀ ବୃଦ୍ଧା ମା’ଙ୍କ ଦେହରେ କିରୋସିନ...

ତୁଳୁ-ମାର୍କଣ୍ଡି ରାସ୍ତାରେ ପାଣି

ଗୋପାଳପୁର,୩୦ା୯-ଗତ କିଛିଦିନ ଧରି ଗଞ୍ଜାମ ଜିଲାରେ ହୋଇଥିବା ଲଗାଣ ବର୍ଷାରେ ଗ୍ରାମାଞ୍ଚଳର ରାସ୍ତାଘାଟ, ଚାଷଜମି ଏବେଯାଏ ଜଳମଗ୍ନ ହୋଇ ରହିଛି। ଫଳରେ ଲୋକେ ନାହିଁ ନ...

କମ୍ପାନୀ ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ: ରାସ୍ତା ଅବରୋଧ, ଚାପା ଉତ୍ତେଜନା

ବରଗଡ଼ ଅଫିସ,୨୦।୯: ବରଗଡ଼ ସହର ଉପକଣ୍ଠ ହଲଦୀପାଲି ଛକ ନିକଟରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ବେଦାନ୍ତ କମ୍ପାନୀର ଏକ ଗାଡି ଧକ୍କାରେ ଜଣେ...

ଖାଁ ଖାଁ କାକଟପୁର ମଙ୍ଗଳା ମନ୍ଦିର

କାକଟପୁର,୧୧।୪: କରୋନା(କୋଭିଡ୍‌ ୧୯) ଭୂତାଣୁ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ପୁରୀ ଜିଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ...

ଯୁବତୀଙ୍କ ଝୁଲନ୍ତା ମୃତଦେହ ଜବତ

ବଡ଼ବିଲ,୧୯ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ସାନ୍ତବାହାଳ ଗ୍ରାମର ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ହାୟାରପୁର ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଜବତ ହୋଇ ଶନିବାର ବ୍ୟବଚ୍ଛେଦ...

Advertisement
Archives

Model This Week