୨ ଏଏନ୍‌ଏମ୍‌ଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର, ୧୬।୧୨(ବ୍ୟୁରୋ): ଭୁବନେଶ୍ୱର ଲୋୟର ପିଏମ୍‌ଜି ଧାରଣା ସ୍ଥଳରେ ଆମରଣ ଅନଶନରେ ବସିଥିବା ବେଳେ ମଙ୍ଗଳବାର ବାଲେଶ୍ୱର ଓ ଜଗତ୍‌ସିଂହପୁରର ୨ ସିସିଏଚ୍‌ ନିଯୁକ୍ତିପ୍ରାପ୍ତ ଏଏନ୍‌ଏମ୍‌ ସ୍ବାସ୍ଥ୍ୟ କର୍ମୀ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଦେହରେ କିରୋସିନ ଢାଳି ନିଆଁ ଲଗାଇବାକୁ ଯାଉଥିବାବେଳେ ଧାରଣାରତ ଅନ୍ୟ ଏଏନ୍‌ଏମ୍‌ ସ୍ବାସ୍ଥ୍ୟକର୍ମୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ। ଏହାପରେ ସେଠାରେ ଉପସ୍ଥିତ ଥିବା ପୋଲିସ ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସରକାର ସେମାନଙ୍କ ଦାବିପ୍ରତି କର୍ଣ୍ଣପାତ କରୁ ନ ଥିବାରୁ ଆତ୍ମାହୁତି ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା ସେମାନେ କ୍ଷୋଭର ସହ କହିଛନ୍ତି।
ଛଟେଇ ପ୍ରତିବାଦରେ ତାଙ୍କ ସହ ଶତାଧିକ ଏଏନ୍‌ଏମ୍‌ ସ୍ବାସ୍ଥ୍ୟକର୍ମୀ ୧୯ଦିନ ହେବ ଧାରଣାରେ ବସିଛନ୍ତି। ଗତ ୭ଦିନ ହେବ ଆମରଣ ଅନଶନରେ ରହିଛନ୍ତି। ଇତି ମଧ୍ୟରେ ୨୩ଜଣ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇସାରିଲେଣି। ମହାମାରୀ କରୋନା ସହିତ ମହାଲଢେଇ ପାଇଁ ଏମାନଙ୍କୁ ଯୋଦ୍ଧା ସଜେଇ ଠିକା ନିଯୁକ୍ତି ଦିଆଯାଇଥିଲା। କୋଭିଡ୍‌ କେୟାର ହୋମ୍‌ (ସିସିଏଚ୍‌)ରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଓ ଦେଖାଶୁଣା ପାଇଁ ରାଜ୍ୟ ସରକାର ଏଏନ୍‌ଏମ୍‌ ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ୯୦ ଦିନିଆ ଚୁକ୍ତିଭିତ୍ତିକ ନିଯୁକ୍ତି ଦେଇଥିଲେ। କିନ୍ତୁ ଏମାନଙ୍କୁ ଛଟେଇ କରି ଦିଆଯାଇଥିବାରୁ ସ୍ଥାୟୀ ନିଯୁକ୍ତି ଓ ଦରମା ଦାବିରେ ଏହି ଏଏନ୍‌ଏମ୍‌ କର୍ମୀ ଏବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏତେଦିନ ଧରି ରାଜରାସ୍ତାରେ ବସିଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କେହି ଆଲୋଚନା କରିବା ପାଇଁ ଯାଇ ନାହାନ୍ତି। ମଙ୍ଗଳବାର ପୂର୍ବତନ ଏମ୍‌ପି ପ୍ରଦୀପ ମାଝି ଧାରଣାସ୍ଥଳରେ ପହଞ୍ଚତ୍ ସେମାନଙ୍କ ସହ ବହୁ ସମୟ ଧରି ଆଲୋଚନା କରିଥିଲେ।

 

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରଦୀପ୍ତ ନାୟକ

ସ୍ବାସ୍ଥ୍ୟକର୍ମୀଙ୍କ ଆନ୍ଦୋଳନକୁ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, କରୋନା ମହାମାରୀବେଳେ ଯେଉଁ ନର୍ସିଂ ସ୍ବାସ୍ଥ୍ୟକର୍ମୀମାନେ ନିଜ ଜୀବନକୁ ବାଜି ଲଗାଇ କରୋନା ରୋଗୀଙ୍କ ସେବା କରୁଥିଲେ, ସେମାନେ ଏବେ ରାଜରାସ୍ତାରେ ବସିଛନ୍ତି। ସରକାର ସେମାନଙ୍କ ଦାବି ଶୁଣୁ ନାହାନ୍ତି। ଏବେ ବି କରୋନା ମହାମାରୀରୁ ବିଶ୍ୱ ମୁକ୍ତ ହୋଇନାହିଁ। ଏ ପରିସ୍ଥିତିରେ ରାଜରାସ୍ତାରେ ସ୍ବାସ୍ଥ୍ୟକର୍ମୀମାନେ ବସିବା ଚିନ୍ତାଜନକ ବୋଲି ସେ ଉଲ୍ଲେଖ କରିଛନ୍ତି। ସେହିପରି ଆଗକୁ ଲୋକଙ୍କୁ ଟିକା ଦିଆଯିବ। ସେତେବେଳେ ଏହି ସ୍ବାସ୍ଥ୍ୟକର୍ମୀମାନେ କାମରେ ଲାଗିବେ। ସରକାରୀ ହସ୍ପିଟାଲଗୁଡ଼ିକରେ ପ୍ରାୟ ଅଧା ନର୍ସିଂ ପଦବୀ ଖାଲି ପଡ଼ିଛି। ସରକାର ତୁରନ୍ତ ସେହି ପଦବୀକୁ ପୂରଣ କରନ୍ତୁ। ଏକ୍ଷେତ୍ରର କରୋନା ମୁକାବିଲାରେ ଯୋଦ୍ଧାହୋଇ ଓଡ଼ିଶାବାସୀଙ୍କ ଜୀବନ ରକ୍ଷା କରିଥିବା ଏହି ସ୍ବାସ୍ଥ୍ୟକର୍ମୀଙ୍କୁ ଅଗ୍ରାଧିକାର ଦିଆଯାଉ। ୧୦ବର୍ଷ ହେଲାଣି ଏଏନ୍‌ଏମ୍‌ ପଦବୀରେ ନୂଆ ନିଯୁକ୍ତି ହୋଇନାହିଁ। ସେଥିପାଇଁ ସର୍ବାଧିକ ବୟସ ସୀମାକୁ ୩୨ ବଦଳରେ ୪୨ ବର୍ଷ କରାଯାଉ। ଇଣ୍ଡିଆନ ପବ୍ଲିକ ହେଲ୍‌ଥ ଷ୍ଟାଣ୍ଡାର୍ଡ ୨୦୧୨ ଓ ଜାତୀୟ ସ୍ବାସ୍ଥ୍ୟ ମିଶନ ୨୦୧୩ ଅନୁଯାୟୀ ଆବଶ୍ୟକ ମୁତାବକ ସ୍ବାସ୍ଥ୍ୟକର୍ମୀ ଓ ନର୍ସିଂ ପଦବୀ ପୂରଣ କରାଯାଉ ବୋଲି ପ୍ରଦୀପ୍ତ ନାୟକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ଆସୁଛି ପୁଣି ବନ୍ୟା: ପ୍ରଭାବିତ ହେବ ଏହି ୫ ଜିଲା

ଭୁବନେଶ୍ୱର,୨୮।୯(ରବିନାରାୟଣ ଜେନା): ଚଳିତବର୍ଷ ରାଜ୍ୟରେ ଗୋଟିଏ ପରେ ଗୋଟିଏ ବନ୍ୟା ଲୋକଙ୍କ ମେରୁଦଣ୍ଡ ଦୋହଲାଇ ଦେଲାଣି। ଜୁନ୍‌ରୁ ସେପ୍ଟେମ୍ବର ୨୫ ମଧ୍ୟରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିବା…

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?