୩ କମ୍ପାନୀର ୨.୫୨ କୋଟି ଅଚଳ

ଭୁବନେଶ୍ୱର,୩୧।୭ (ବ୍ୟୁରୋ): ଗ୍ରାହକଙ୍କୁ ଆପ୍‌ ଦ୍ୱାରା ଲୋନ୍‌ ଦେଇ ପରବର୍ତ୍ତୀ ସମୟରେ ମାନସିକ ନିର୍ଯାତନା ଦେବା ସହ ଅଧିକ ଟଙ୍କା ଆଦାୟ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)। ଏହି ମାମଲାରେ (ନଂ.୯/୨୦୨୨)ରେ ମାଷ୍ଟରମାଇଣ୍ଡ ଥିବା ଚାଇନା ନାଗରିକ ଲିୟୁ ଇ’ଙ୍କ ବିରୋଧରେ ପୂର୍ବରୁ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରାଯାଇଥିବାବେଳେ ଏବେ ଇଓଡବ୍ଲ୍ୟୁ ତାଙ୍କର ୩ଟି ସେଲ୍‌ କମ୍ପାନୀର ଆକାଉଣ୍ଟରୁ ୨.୫୨ କୋଟି ଟଙ୍କା ଅଚଳ (ଫ୍ରିଜ୍‌) କରିଛି। ଏନେଇ ଇଓଡବ୍ଲ୍ୟୁ ପକ୍ଷରୁ ଶନିବାର ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଟଙ୍କା ଫ୍ରିଜ୍‌ କରାଯାଇଥିବା ସେଲ୍‌ କମ୍ପାନୀଗୁଡ଼ିକ ହେଲା ଝାଡ଼ଖଣ୍ଡ ଜାମ୍‌ସେଦ୍‌ପୁରସ୍ଥିତ ବିଟିଡବ୍ଲ୍ୟୁଓ କନ୍‌ସଲ୍‌ଟିଂ ପ୍ରାଇଭେଟ ଲିମିଟେଡ୍‌, ପୁଣେସ୍ଥିତ ଜିୟାଲିଙ୍ଗ୍‌ ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌ ଓ ବେଙ୍ଗାଲୁରୁସ୍ଥିତ ଓମ୍‌ଲେଟ୍‌ ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌। ଏହି ମାମଲାରେ ପୂର୍ବରୁ ଲିୟୁଙ୍କ ୫ ସହଯୋଗୀ ଇଓଡବ୍ଲ୍ୟୁ ଦ୍ୱାରା ଗିରଫ ହୋଇ ଜେଲରେ ଅଛନ୍ତି। ସେହିପରି ପୂର୍ବରୁ ସେଲ୍‌ କମ୍ପାନୀ ‘ମହାଗ୍ରାମ ପେମେଣ୍ଟ୍‌ସ ପ୍ରାଇଭେଟ ଲିମିଟେଡ’ର ୪ଟି ଆକାଉଣ୍ଟରୁ ୬ କୋଟି ୫୭ ଲକ୍ଷ ୩୪ ହଜାର ୮୨୯ ଟଙ୍କା ମଧ୍ୟ ଫ୍ରିଜ୍‌ କରିଛି ଇଓଡବ୍ଲ୍ୟୁ। ଫ୍ରିଜ୍‌ କରାଯାଇଥିବା ସେଲ୍‌ କମ୍ପାନୀର ନିର୍ଦ୍ଦେଶକମାନଙ୍କୁ ଇଓଡବ୍ଲ୍ୟୁ ଧରିବାକୁ ଚେଷ୍ଟା ଜାରି ରଖିଛି। ଏଥିସହ ମାଷ୍ଟରମାଇଣ୍ଡ୍‌ ଲିୟୁ ଇଙ୍କୁ ମଧ୍ୟ ଗିରଫ କରିବାକୁ ଖୋଜା ଚାଲିଛି। ତାଙ୍କ ଉପରେ ନଜର ରଖିବାକୁ ଲ’ ଏନ୍‌ଫୋର୍ସମେଣ୍ଟ ଏଜେନ୍ସି ଓ ପୋଲିସକୁ ମଧ୍ୟ କୁହାଯାଇଛି।
ସୂଚନାଯୋଗ୍ୟ, ୨୦୧୯ରେ ଭାରତରେ ବେଆଇନ ଲୋନ ଆପ୍‌ କାରବାର ଆରମ୍ଭ କରିଥିଲେ ମାଷ୍ଟରମାଇଣ୍ଡ୍‌ ଲିୟୁ ଇ। ସହଯୋଗୀଙ୍କ ଦ୍ୱାରା ଲିୟୁ ସାଧାରଣ ଲୋକଙ୍କୁ ପ୍ରବର୍ତ୍ତାଇ ସେମାନଙ୍କ ନାମରେ ସିମ୍‌ କାର୍ଡ ସହ ବ୍ୟାଙ୍କ ଆକାଉଣ୍ଟ ଖୋଲୁଥିଲେ। ଏଥିସହ ଉକ୍ତ ଲୋକଙ୍କୁ କମ୍ପାନୀର ନିର୍ଦ୍ଦେଶକ ଓ କର୍ମଚାରୀ ଦାୟିତ୍ୱ ଦେଉଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଓ କମ୍ପାନୀକୁ ଲିୟୁ ହିଁ ପରିଚାଳନା କରୁଥିଲେ। କୋକୋ ଓ ଜୋଜୋ ଆପ୍‌ ସମେତ ଏକାଧିକ ଲୋନ୍‌ ଆପ୍‌ ମାଧ୍ୟମରେ ଠକେଇ ପାଇଁ ଜାଲ ବିଛାଉଥିଲେ। ଯେଉଁ ଗ୍ରାହକଙ୍କ ଆକାଉଣ୍ଟରେ ଠକେଇ ଟଙ୍କା କାରବାର ହେଉଥିଲା, ସେମାନଙ୍କୁ ୩ରୁ ୧୦ ହଜାର ଟଙ୍କା ଦେଇ ବହୁଗୁଣା ଟଙ୍କା ନିଜେ ନେଉଥିଲେ। ଟଙ୍କା ନ ଦେଲେ କର୍ମଚାରୀଙ୍କ ଦ୍ୱାରା ଗାଳି, ଧମକ ଓ ନିର୍ଯାତନା ଦିଆଯାଉଥିଲା। ତଦନ୍ତ ବାଟବଣା କରିବାକୁ ଗ୍ରାହକଙ୍କଠାରୁ ମାଷ୍ଟରମାଇଣ୍ଡ୍‌ ଲିୟୁ ବିଭିନ୍ନ ମାଧ୍ୟମ ଦେଇ ଟଙ୍କା ନେଇଥାନ୍ତି। ୧୦୦ରୁ ଊର୍ଦ୍ଧ୍ୱ ଅଭିଯୋଗ ହେବା ପରେ ଇଓଡବ୍ଲ୍ୟୁ ଏପ୍ରିଲ୍‌ ୨୧ରେ ଏକ ମାମଲା (ନଂ.୯/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ମେ’ ୨୦ରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ।

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri