୨.୨୬ ଲକ୍ଷ ପଦବୀ ଖାଲି

ଭୁବନେଶ୍ୱର, ୩୦।୭(ବ୍ୟୁରୋ): ଓଡ଼ିଶାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ୨ ଲକ୍ଷ ୨୬ ହଜାର ପଦବୀ ଖାଲି ପଡ଼ିଛି। ବିକାଶର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ବେକାର ଯୁବତୀଯୁବକଙ୍କୁ ଚାକିରି ଦେବାରେ ବିଫଳ ହୋଇଛନ୍ତି। ପଦବୀ ପୂରଣ ବଦଳରେ ଠିକା ଏବଂ ଆଉଟ୍‌ସୋର୍ସ ନିଯୁକ୍ତିରେ କାମ ଚାଲିଛି। ବେକାରଙ୍କୁ ଚାକିରି ମିଳୁ ନ ଥିବାରୁ ଅପରାଧ ଓ ଦୁର୍ନୀତି ବଢୁଛି। ଦାଦନ ଶ୍ରମିକଙ୍କଠାରୁ କମ୍‌ ମଜୁରିରେ ଖଟୁଛନ୍ତି ଶିକ୍ଷିତ ବେକାର। ଆଉଟ୍‌ସୋର୍ସ ସଂସ୍ଥା ସେମାନଙ୍କଠାରୁ ଟଙ୍କା ଆଦାୟ କରୁଛି। ଏସବୁ ପ୍ରସଙ୍ଗ ଉଠାଇ ଶୁକ୍ରବାର ବିଧାନସଭାରେ ସରକାରଙ୍କୁ ସଣ୍ଢୁଆଶି ଆକ୍ରମଣ କରିଛନ୍ତି ବିରୋଧୀ ଭାଜପା ଓ କଂଗ୍ରେସ।
‘ଠିକା ନିଯୁକ୍ତିରେ ଚାଲିଛି ଓଡ଼ିଶା ସରକାର’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆରମ୍ଭ କରି ଭାଜପା ସଭ୍ୟ ମୋହନ ମାଝି କହିଲେ, ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟି ଟଙ୍କାର ବଜେଟ କରିଛନ୍ତି। ୨୦୨୧-୨୨ ସୁଦ୍ଧା ଗୃହ ବିଭାଗରେ ୨୬,୭୯୮, ରାଜସ୍ବ ବିଭାଗରେ ୧୨,୭୬୧, ଗଣଶିକ୍ଷା ବିଭାଗରେ ୬୧,୮୬୭, ସ୍ବାସ୍ଥ୍ୟ ବିଭାଗରେ ୩୬,୦୪୫, ଜଳସମ୍ପଦ ବିଭାଗରେ ୮,୭୩୫, କୃଷି ବିଭାଗରେ ୯,୬୮୦, ଉଚ୍ଚଶିକ୍ଷା ବିଭାଗରେ ୧୧,୫୨୨, ଜଙ୍ଗଲ ଓ ପରିବେଶ ବିଭାଗରେ ୫,୮୧୪ ଏଭଳି ମୋଟ୍‌ ୪୩ ବିଭାଗରେ ୨ ଲକ୍ଷ ୨୬ ହଜାର ୫୫୯ ପଦବୀ ଖାଲିପଡ଼ିଛି। ଏଥିସହ ଅନୁଦାନପ୍ରାପ୍ତ ସଂସ୍ଥାଗୁଡ଼ିକରେ ୧୯,୧୦୦ ପଦବୀ ଖାଲି ରହିଛି। ୨୦୨୧ରେ ୨୨.୫% ପଦବୀ ଖାଲିଥିବା ବେଳେ ୨୦୨୨ରେ ଏହା ୨୫%କୁ ବୃଦ୍ଧି ପାଇଛି। ସରକାର ଚଞ୍ଚକତା କରି ଠିକା ନିଯୁକ୍ତି ଦେଉଛନ୍ତି। ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉଛି। ବିଭିନ୍ନ କର୍ମ ନିୟୋଜନ କାର୍ଯ୍ୟାଳୟରେ ପଞ୍ଜୀକୃତ ବେକାରଙ୍କ ମଧ୍ୟରୁ ୧%ଙ୍କୁ ମଧ୍ୟ ଚାକିରି ମିଳୁନାହିଁ। ସରକାର ବିଭାଗ ଚଳାଇବା ଲାଗି ଠିକା ଓ ଆଉଟ୍‌ସୋର୍ସିଂ ବ୍ୟବସ୍ଥା ଉପରେ ନିର୍ଭର କରିଛନ୍ତି। ବେକାରଙ୍କୁ ପ୍ରତାରଣା କରାଯାଇଛି ବୋଲି ସେ ଅଭିଯୋଗ କରିଥିଲେ। ଭାଜପା ସଭ୍ୟ ନାଉରୀ ନାୟକ କହିଥିଲେ, ବିଭିନ୍ନ ବିଭାଗରେ କାର୍ଯ୍ୟରତ ଶିକ୍ଷିତ ବେକାରଙ୍କଠାରୁ ଠିକାସଂସ୍ଥା ଟଙ୍କା ଆଦାୟ କରୁଛି। ୩ବର୍ଷ ପରେ ଆଉ ଏକ ସଂସ୍ଥା ଆସିବା ପରେ ସେମାନଙ୍କ ଭବିଷ୍ୟତ ଅନ୍ଧକାରକୁ ଚାଲିଯାଉଛି। ଭାଜପା ସଭ୍ୟ ସନାତନ ବିଜୁଳି, କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା ମଧ୍ୟ ଠିକା ଏବଂ ଆଉଟ୍‌ସୋର୍ସ ନିଯୁକ୍ତିକୁ କଡ଼ା ବିରୋଧ କରିଥିଲେ। ଏହିସବୁ ନିଯୁକ୍ତିକୁ ବନ୍ଦ କରି ସ୍ଥାୟୀ ନିଯୁକ୍ତି ଦେବା ଲାଗି ଦାବି କରିଥିଲେ।
ମୁଲତବୀ ପ୍ରସ୍ତାବକୁ ବିରୋଧ କରି ବିଜେଡି ସଭ୍ୟ ଭୂପିନ୍ଦର ସିଂ, ରମେଶ ବେହେରା ଓ ରମେଶ ଚନ୍ଦ୍ର ସାଏ ସରକାର ବିଭିନ୍ନ ବିଭାଗରେ ଦେଉଥିବା ନିଯୁକ୍ତି ଓ ଆତ୍ମନିଯୁକ୍ତି ବିଷୟରେ ସୂଚନା ଦେଇଥିଲେ। ମୁଲତବୀ ଆଲୋଚନା ଶେଷରେ ମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖି ତତ୍କାଳୀନ ସରକାରଙ୍କ ପକ୍ଷରୁ ସରକାରୀ କାର୍ଯ୍ୟାଳୟରେ ମୂଳ ପଦବୀ ପୂରଣ ନ କରିବାକୁ ୧୯୯୯ ଜୁଲାଇ ୧୬ରେ ଏକ ସ୍ମାରକପତ୍ର (ସଂଖ୍ୟା- ୩୧୨୭୧) ପ୍ରକାଶ କରାଯାଇଥିଲା। ପରବର୍ତ୍ତୀ ସମୟରେ ୨୦୦୧ ମାର୍ଚ୍ଚ ୧୪ରେ ମୂଳ ପଦବୀର ୫୦% ଉଚ୍ଛେଦ କରିବା ସହ ଅନ୍ୟାନ୍ୟ ବ୍ୟୟ ବନ୍ଦ କରିବାକୁ ପଦକ୍ଷେପ ନେଇଥିଲେ। ତେଣୁ ସରକାର ‘ଖ’ ବର୍ଗର ପଦବୀ ନିମନ୍ତେ ଓଡ଼ିଶା ‘ଖ’ ବର୍ଗ (ଚୁକ୍ତିଭିତ୍ତିକ ନିଯୁକ୍ତି) ନିୟମାବଳୀ-୨୦୧୩ ପ୍ରଣୟନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଚୁକ୍ତିଭିତ୍ତିକ ନିଯୁକ୍ତି ଉକ୍ତ ନିୟମାବଳୀ ଅନୁଯାୟୀ ହେଉଛି। ୨୦୧୬-୧୭ରୁ ୨୦୨୨-୨୩ ମଧ୍ୟରେ ଓଡ଼ିଶା ପବ୍ଲିକ୍‌ ସର୍ଭିସ୍‌ କମିଶନ ଦ୍ୱାରା ୧୦,୨୨୬ ପ୍ରାର୍ଥୀଙ୍କୁ ଚୟନ କରାଯାଇ ବିଭିନ୍ନ ବିଭାଗକୁ ସୁପାରିସ କରାଯାଇଛି। ଠିକା ନିଯୁକ୍ତିରେ ଓଡ଼ିଶା ଚାଲିଥିବା କଥା ସମ୍ପୂର୍ଣ୍ଣ ନିରାଧାର ବୋଲି ମନ୍ତ୍ରୀ କହିଥିଲେ। ପରେ ବିରୋଧୀଙ୍କ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବକୁ ଅଗ୍ରାହ୍ୟ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?