‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା ଥିବା ସ୍ଥାନଗୁଡ଼ିକରେ ଏନ୍‌ଏସ୍‌ସି କର୍ମଚାରୀ ଓ ଜନପ୍ରତିନିଧିମାନେ ଝାଡ଼ୁ ଧରି ସଫେଇର ପ୍ରଚାର କରି ସରକାର, ଜିଲାପାଳ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କଠାରୁ ବାହାବା ନେଉଥିବା ବେଳେ ସାହିଗୁଡ଼ିକରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ନେଇ ଏବେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

‘ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ’ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଥିଲେ। ହେଲେ ଯେଉଁ ଲକ୍ଷ୍ୟ ନେଇ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ, ତାହାକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ଏନ୍‌ଏସ୍‌ସି କର୍ମଚାରୀମାନେ କେବଳ ଲୋକଦେଖାଣିଆ ଭାବେ ଝାଡ଼ୁ ମାରି ଚାଲିଯାଉଛନ୍ତି। ଏହାକୁ ନେଇ ସ୍ଥାନୀୟ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନ୍‌ଏସ୍‌ସି ପ୍ରଶାସନ ଓ ଜନପ୍ରତିନିଧିମାନେ ଏଭଳି ଫଟୋସେସନ୍‌ ନକରି ପ୍ରକୃତ ସମସ୍ୟାସଙ୍କୁଳ ସ୍ଥାନକୁ ଯାଇ ସଫେଇ କଲେ ସେମାନଙ୍କ ପାରିବାପଣିଆ ଜଣାପଡ଼ିବ ବୋଲି ସାଧାରଣରେ କଟାକ୍ଷ କରାଯାଇଛି।

ୱାର୍ଡ ନଂ-୯ ସୁନାରିତୋଟା ସାହିରେ ଦୁଇ ବର୍ଷ ତଳେ ଜନସାଧାରଣଙ୍କ ଯାତାୟାତର ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ପ୍ରାୟ ୧୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ପେଭର  ରାସ୍ତା ଓ ଡ୍ରେନ୍‌ ଏବେ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ନିୟମିତ ସଫେଇ ଓ ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତାଟି ଗଛଲତା ଓ ଜଙ୍ଗଲରେ ଭରିଗଲାଣି। ଏଠାରେ ବିଷଧର ସାପ ଚଳପ୍ରଚଳ କରୁଥିବା ବେଳେ ଷ୍ଟ୍ରିଟ୍ ଲାଇଟ୍‌ ଅଭାବରୁ ରାତିରେ ଯାତାୟାତ ବିପଦପୂର୍ଣ୍ଣ ହୋଇପଡ଼ିଛି।

ଏହି ସମସ୍ୟା ନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ଏନ୍‌ଏସ୍‌ସି ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି କର୍ଣ୍ଣପାତ କରାଯାଉ ନଥିବା ଅଭିଯୋଗ ହୋଇଛି। ସରକାରୀ ଅର୍ଥରେ ନିର୍ମିତ ରାସ୍ତାର ଏଭଳି ଦୁରବସ୍ଥା ସରକାରୀ ସମ୍ପତ୍ତିର ରକ୍ଷଣାବେକ୍ଷଣ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସ୍ୱଚ୍ଛତା ନେଇ ସଚେତନତାର ବାର୍ତ୍ତା ଦେବା ପୂର୍ବରୁ ସହରର ପରିମଳ ଓ ସରକାରୀ ସମ୍ପତ୍ତିର ସୁରକ୍ଷାକୁ ଏନ୍‌ଏସ୍‌ସି ପ୍ରଶାସନ ପ୍ରାଥମିକତା ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ଓ ଜନସାଧାରଣ ମତପ୍ରକାଶ କରିଛନ୍ତି। ଏଥିପ୍ରତି ଜିଲାପାଳ, ଜିଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ଅଧିକାରୀ ଏବଂ ନଗର ଉନ୍ନୟନ ବିଭାଗୀୟ ମନ୍ତ୍ରୀ ଓ ସଚିବ ତୁରନ୍ତ ଦୃଷ୍ଟିଦେଇ ରାସ୍ତାର ସଫେଇ ଏବଂ ରକ୍ଷଣାବେକ୍ଷଣ ପାଇଁ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଜ୍ଞାନେଶ କୁମାରଙ୍କ ବିରୋଧରେ ଅଭିଜିତ ଦୀପକେଙ୍କର ବଡ ଘୋଷଣା, ‘ଆମେ ଜନ୍ତର ମନ୍ତ୍ରରେ ବସିବୁ ଏବଂ …’

ନୂଆଦିଲ୍ଲୀ,୧।୨୬: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାର ଏବଂ SIR କୁ ନେଇ ଚାଲିଥିବା ବିବାଦ ମଧ୍ୟରେ, Cockroach Janata Party (CJP) ଶୁକ୍ରବାର ମୁମ୍ବାଇରେ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

ପାଇଲଟ ସ୍ମିତଙ୍କୁ ମିଳିବ ବିଶିଷ୍ଟ ଗୁଜରାଟ ଗରିମା ସମ୍ମାନ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗାନ୍ଧିନଗର,୧।୧୦: ଗୁଜରାଟ ସରକାର ସାହସୀ ପାଇଲଟ ସ୍ମିତ ମଚ୍ଛାରଙ୍କ ପାଇଁ ରାଜ୍ୟ ପୁରସ୍କାର ଘୋଷଣା କରିଛନ୍ତି। ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ସୋମନାଥ ମନ୍ଦିରରେ ବିଶେଷ ପ୍ରାର୍ଥନା…

୧୦୦ ବର୍ଷ ପରେ ନବରାତ୍ରିରେ ଗଜକେସରୀ ଯୋଗ: ସିଂହ, ମକର ସମେତ ଏହି ୭ ରାଶିଙ୍କର ଚାଲିବ ଗୋଲଡେନ୍‌ ଟାଇମ, ପ୍ରବଳ ଧନ ଯୋଗ ସହ…

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ଶାରଦୀୟ ନବରାତ୍ରିକୁ ମା’ ଦୁର୍ଗାଙ୍କ ଆରାଧନାର ଅନ୍ୟତମ ପ୍ରମୁଖ ପର୍ବ ଭାବେ ଗ୍ରହଣ କରାଯାଏ। ଏହି ୯ ଦିନ ଧରି ଭକ୍ତମାନେ ମା’…

ଭାରତ ନା ପାକିସ୍ତାନ କିଏ ଜିତିବ ସ୍ବର୍ଣ୍ଣ ପଦକ? 2026 ଏସୀୟ କ୍ରୀଡାର ଫାଇନାଲରେ ମୁହାଁମୁହିଁ ହେବେ ଏମାନେ, ବୁଝନ୍ତୁ ଗଣିତ

ନୂଆଦିଲ୍ଲୀ,୧।୧୦: ୨୦୨୬ ଏସୀୟ କ୍ରୀଡ଼ାର ଫାଇନାଲ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି। କ୍ରିକେଟ ପଡ଼ିଆରେ ପୁଣିଥରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?