ଆଖି ବୁଜିଲା ଗୁଳିବିଦ୍ଧ ହାତୀ

ଭୁବନେଶ୍ୱର, (ବ୍ୟୁରୋ)/ନରସିଂହପୁର, ୩୦।୭ (ସ୍ବ.ପ୍ର.): ହାତୀ ମୃତ୍ୟୁକୁ ନେଇ ଯେଉଁଠି ଏସ୍‌ଆଇଟି ତଦନ୍ତ ଚାଲିଥିଲା, ସେଇଠି ହୋଇଥିଲା ହାତୀ ଶିକାର। ଶିକାରୀଙ୍କ ଗୁଳିରେ ଛଟପଟ ହେଉଥିଲା ଦନ୍ତା। କଟକ ଜିଲା ଆଠଗଡ଼ ବନଖଣ୍ଡ ଅଧୀନ ନରସିଂହପୁର ପଶ୍ଚିମ ରେଞ୍ଜ୍‌ ବାରାସିଙ୍ଗା ଜଙ୍ଗଲରେ ଚିକିତ୍ସିତ ହେଉଥିବା ଉକ୍ତ ଗୁଳିବିଦ୍ଧ ଦନ୍ତା ଶେଷରେ ଶୁକ୍ରବାର ଆଖି ବୁଜିଛି। ଅବହେଳା ପରେ ଲୋକଦେଖାଣିଆ ଚିକିତ୍ସା କରୁଥିବା ବନ ବିଭାଗ ଏବେ ତୀବ୍ର ସମାଲୋଚନାର ଶିକାର ହୋଇଛି। ଉକ୍ତ ହାତୀ ଦେହରେ ପଶିଥିଲା ୫ ଗୁଳି। ଦେହସାରା କ୍ଷତ ଜଳଜଳ ହୋଇ ଦିଶୁଥିଲା। ୭ଦିନ ଧରି ରଣସିଂହପୁର ଜଙ୍ଗଲରେ ବୁଲିଥିବା ସ୍ଥାନୀୟ ଗ୍ରାମବାସୀ ବନ ବିଭାଗକୁ ଜଣାଇଥିଲେ। ହେଲେ ପ୍ରତ୍ୟକ୍ଷଦର୍ଶୀଙ୍କ କଥା ବନ ବିଭାଗର ଦକ୍ଷ ଅଧିକାରୀମାନେ କିନ୍ତୁ ମାନିବାକୁ ନାରାଜ ଥିଲେ। ହାତୀ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରୁ ଖଣ୍ଡିଆ ହୋଇଥିବା ନିଜେ ବନ୍ୟପ୍ରାଣୀ ପିସିସିଏପ୍‌ ସଫେଇ ଦେଇଥିଲେ। ଏପରିକି ତୁରନ୍ତ ଚିକିତ୍ସାର ଆବଶ୍ୟକତା ରହିଥିଲେ ମଧ୍ୟ ଧରାଯାଇ ପାରି ନ ଥିଲା। ୩ଦିନ ଧରି ଟ୍ରାଙ୍କୁଲାଇଜ୍‌ ସଫଳ ହେଉ ନ ଥିବା ମଧ୍ୟ କୁହାଗଲା। ଫଳରେ କ୍ଷତ ଘା’ ହୋଇ ସଂକ୍ରମଣ ହୋଇଯାଇଥିଲା। ଅସୁସ୍ଥ ହେବା ପରେ ହାତୀଟି ଗୁରୁବାର ବାରାସିଂଙ୍ଗା ବିଟ୍‌ରେ ତଳେ ପଡ଼ିଥିବାବେଳେ ବନ ବିଭାଗ ଠାବ କରିଥିଲା। ଏହାପରେ ତାକୁ ଟ୍ରାଙ୍କୁଲାଇଜ୍‌ କରାଯାଇ ଚିକିତ୍ସା ଚାଲିଥିଲା। ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ କହିଥିଲେ, ହାତୀକୁ ୧୦ରୁ ଊର୍ଦ୍ଧ୍ୱ ଗୁଳି ବାଜିଛି। କାରଣ ହାତୀ ଶରୀରର ଯେଉଁ ସ୍ଥାନରେ ମେଟାଲ ଡିଟେକ୍ଟର ଲଗାଯାଉଥିଲା ତାହା ପଜିଟିଭ୍‌ ସାଇନ୍‌ ଦେଉଥିଲା। ତେଣୁ ହାତୀ ଶରୀରରେ ଏକାଧିକ ଗୁଳି ଥିବା ସ୍ପଷ୍ଟ ହୋଇଥିଲା। କ୍ଷତ ସ୍ଥାନରେ ଘା’ ହୋଇଯାଇଥିବାବେଳେ ପୋକ ବାହାରୁଥିଲେ। ହାତୀଟି ଅଳ୍ପଦିନ ବଞ୍ଚତ୍ବ ବୋଲି ଡାକ୍ତରମାନେ କହୁଥିଲେ। ତାହା ହିଁ ହେଲା। ଚିକିତ୍ସା କରିବାର ଦିନକ ପରେ ଦନ୍ତା ହାତୀଟିର ମୃତ୍ୟୁ ଘଟିଛି। ହାତୀକୁ ଗତ ଦୁଇଦିନ ଧରି ସାଲାଇନ ଯୋଗେ ଖାଦ୍ୟ ଦିଆଯାଇଥିଲା। କିନ୍ତୁ ହାତୀର ଶରୀର ସମ୍ପୂର୍ଣ୍ଣ ସଂକ୍ରମିତ ହୋଇଯାଇଥିବାରୁ ତାକୁ ବଞ୍ଚାଇବା କଷ୍ଟକର ହୋଇପଡ଼ିଥିଲା ବୋଲି ପ୍ରାଣୀଧନ ଚିକିତ୍ସକ ବିଜୟ କୁମାର ସେନାପତି କହିଥିଲେ। ହାତୀକୁ ବିଳମ୍ବରେ ଠାବ କରାଯାଇ ଚିକିତ୍ସା କରାଯାଇଥିବାରୁ ତାକୁ ବଞ୍ଚାଇ ହେଲାନାହିଁ ବୋଲି ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି। ହାତୀର ବ୍ୟବଚ୍ଛେଦ କରାଯାଇ ସେଠାରେ ତାକୁ ପୋତି ଦିଆଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ଘଟଣାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଠଗଡ଼ ଡିଏଫ୍‌ଓଙ୍କୁ ତୁରନ୍ତ କାର୍ଯ୍ୟରୁ ବହିଷ୍କାର ଓ ଗିରଫ ଦାବି କରୁଛନ୍ତି। ଦୁଇମାସ ଭିତରେ ସେହି ଗୋଟିଏ ବନଖଣ୍ଡରେ ୪ଟି ହାତୀ କଙ୍କାଳ ମାଟି ତଳୁ ମିଳିଥିବାବେଳେ ଗୋଟିଏ ଗୁଳିବିଦ୍ଧ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା। ଆଠଗଡ଼ ବନଖଣ୍ଡରେ ଏ ସ୍ଥିତି ପାଇଁ ରାଜ୍ୟ ବନ ବିଭାଗ ସାରା ଦେଶରେ ବଦନାମ ମୁଣ୍ଡାଇଥିଲା। ଏହି ଘଟଣାର ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ପିସିସିଏଫ୍‌(ବନ୍ୟପ୍ରାଣୀ)ଙ୍କୁ ଚିଠି କରାଯାଇଥିଲା। ଏହାପରେ ରାଜ୍ୟ ବନ ବିଭାଗ ତତ୍ପରତା ଦେଖାଇଥିଲା। ଏହି ଘଟଣାର ତଦନ୍ତ ପାଇଁ ଗତ ଜୁନ୍‌ ୧୬ରେ ସ୍ପତନ୍ତ୍ର ତଦନ୍ତାକରୀ ଟିମ୍‌(ଏସ୍‌ଆଇଟି) ଗଠନ କରିଥିଲେ। ମାସକ ଭିତରେ ତଦନ୍ତ କରି ରିପୋର୍ଟ ଦେବା ପାଇଁ ଏସ୍‌ଆଇଟିକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ମାସେ ବିତି ଯାଇଥିଲେ ମଧ୍ୟ ଏସ୍‌ଆଇଟି ତଦନ୍ତ କରି ରିପୋର୍ଟ ଦେଇପାରିଲା ନାହିଁ। ଏସ୍‌ଆଇଟି ଆଉ ମାସେ ସମୟ ମାଗିଥିବା ପିସିସିଏଫ୍‌(ବନ୍ୟପ୍ରାଣୀ) ଶଶୀ ପଲ୍‌ କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ହାତୀ ଶିକାରକୁ ନେଇ ଏସ୍‌ଆଇଟି ତଦନ୍ତ କରୁଥିବାବେଳେ ସେହି ଅଞ୍ଚଳରେ ପୁଣି ଏକ ଗୁଳିବିଦ୍ଧ ଦନ୍ତା ହାତୀର ମୃତ୍ୟୁ ଘଟିବା ନିଶ୍ଚିତ ଉଦ୍‌ବେଗର ବିଷୟ। ଏହି ଘଟଣା ଆଠଗଡ଼ ବନଖଣ୍ଡରେ ହାତୀ ଶିକାରୀଙ୍କ ଗଡ଼ ପାଲଟିଥିବା ପ୍ରମାଣିତ ହୋଇଛି। ତେଣୁ ଏସ୍‌ଆଇଟି ତଦନ୍ତ ଏକ ଭେଳିକି ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହୁଛନ୍ତି। ଏହି ଘଟଣାରେ ଆଠଗଡ଼ ବନଖଣ୍ଡକୁ ତଦନ୍ତ ପରିସରଭୁକ୍ତ ଆଣି ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିବା ସହିତ ଗିରଫ କରିବା ପାଇଁ ଦାବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?