ଆଖି ବୁଜିଲା ଗୁଳିବିଦ୍ଧ ହାତୀ

ଭୁବନେଶ୍ୱର, (ବ୍ୟୁରୋ)/ନରସିଂହପୁର, ୩୦।୭ (ସ୍ବ.ପ୍ର.): ହାତୀ ମୃତ୍ୟୁକୁ ନେଇ ଯେଉଁଠି ଏସ୍‌ଆଇଟି ତଦନ୍ତ ଚାଲିଥିଲା, ସେଇଠି ହୋଇଥିଲା ହାତୀ ଶିକାର। ଶିକାରୀଙ୍କ ଗୁଳିରେ ଛଟପଟ ହେଉଥିଲା ଦନ୍ତା। କଟକ ଜିଲା ଆଠଗଡ଼ ବନଖଣ୍ଡ ଅଧୀନ ନରସିଂହପୁର ପଶ୍ଚିମ ରେଞ୍ଜ୍‌ ବାରାସିଙ୍ଗା ଜଙ୍ଗଲରେ ଚିକିତ୍ସିତ ହେଉଥିବା ଉକ୍ତ ଗୁଳିବିଦ୍ଧ ଦନ୍ତା ଶେଷରେ ଶୁକ୍ରବାର ଆଖି ବୁଜିଛି। ଅବହେଳା ପରେ ଲୋକଦେଖାଣିଆ ଚିକିତ୍ସା କରୁଥିବା ବନ ବିଭାଗ ଏବେ ତୀବ୍ର ସମାଲୋଚନାର ଶିକାର ହୋଇଛି। ଉକ୍ତ ହାତୀ ଦେହରେ ପଶିଥିଲା ୫ ଗୁଳି। ଦେହସାରା କ୍ଷତ ଜଳଜଳ ହୋଇ ଦିଶୁଥିଲା। ୭ଦିନ ଧରି ରଣସିଂହପୁର ଜଙ୍ଗଲରେ ବୁଲିଥିବା ସ୍ଥାନୀୟ ଗ୍ରାମବାସୀ ବନ ବିଭାଗକୁ ଜଣାଇଥିଲେ। ହେଲେ ପ୍ରତ୍ୟକ୍ଷଦର୍ଶୀଙ୍କ କଥା ବନ ବିଭାଗର ଦକ୍ଷ ଅଧିକାରୀମାନେ କିନ୍ତୁ ମାନିବାକୁ ନାରାଜ ଥିଲେ। ହାତୀ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରୁ ଖଣ୍ଡିଆ ହୋଇଥିବା ନିଜେ ବନ୍ୟପ୍ରାଣୀ ପିସିସିଏପ୍‌ ସଫେଇ ଦେଇଥିଲେ। ଏପରିକି ତୁରନ୍ତ ଚିକିତ୍ସାର ଆବଶ୍ୟକତା ରହିଥିଲେ ମଧ୍ୟ ଧରାଯାଇ ପାରି ନ ଥିଲା। ୩ଦିନ ଧରି ଟ୍ରାଙ୍କୁଲାଇଜ୍‌ ସଫଳ ହେଉ ନ ଥିବା ମଧ୍ୟ କୁହାଗଲା। ଫଳରେ କ୍ଷତ ଘା’ ହୋଇ ସଂକ୍ରମଣ ହୋଇଯାଇଥିଲା। ଅସୁସ୍ଥ ହେବା ପରେ ହାତୀଟି ଗୁରୁବାର ବାରାସିଂଙ୍ଗା ବିଟ୍‌ରେ ତଳେ ପଡ଼ିଥିବାବେଳେ ବନ ବିଭାଗ ଠାବ କରିଥିଲା। ଏହାପରେ ତାକୁ ଟ୍ରାଙ୍କୁଲାଇଜ୍‌ କରାଯାଇ ଚିକିତ୍ସା ଚାଲିଥିଲା। ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ କହିଥିଲେ, ହାତୀକୁ ୧୦ରୁ ଊର୍ଦ୍ଧ୍ୱ ଗୁଳି ବାଜିଛି। କାରଣ ହାତୀ ଶରୀରର ଯେଉଁ ସ୍ଥାନରେ ମେଟାଲ ଡିଟେକ୍ଟର ଲଗାଯାଉଥିଲା ତାହା ପଜିଟିଭ୍‌ ସାଇନ୍‌ ଦେଉଥିଲା। ତେଣୁ ହାତୀ ଶରୀରରେ ଏକାଧିକ ଗୁଳି ଥିବା ସ୍ପଷ୍ଟ ହୋଇଥିଲା। କ୍ଷତ ସ୍ଥାନରେ ଘା’ ହୋଇଯାଇଥିବାବେଳେ ପୋକ ବାହାରୁଥିଲେ। ହାତୀଟି ଅଳ୍ପଦିନ ବଞ୍ଚତ୍ବ ବୋଲି ଡାକ୍ତରମାନେ କହୁଥିଲେ। ତାହା ହିଁ ହେଲା। ଚିକିତ୍ସା କରିବାର ଦିନକ ପରେ ଦନ୍ତା ହାତୀଟିର ମୃତ୍ୟୁ ଘଟିଛି। ହାତୀକୁ ଗତ ଦୁଇଦିନ ଧରି ସାଲାଇନ ଯୋଗେ ଖାଦ୍ୟ ଦିଆଯାଇଥିଲା। କିନ୍ତୁ ହାତୀର ଶରୀର ସମ୍ପୂର୍ଣ୍ଣ ସଂକ୍ରମିତ ହୋଇଯାଇଥିବାରୁ ତାକୁ ବଞ୍ଚାଇବା କଷ୍ଟକର ହୋଇପଡ଼ିଥିଲା ବୋଲି ପ୍ରାଣୀଧନ ଚିକିତ୍ସକ ବିଜୟ କୁମାର ସେନାପତି କହିଥିଲେ। ହାତୀକୁ ବିଳମ୍ବରେ ଠାବ କରାଯାଇ ଚିକିତ୍ସା କରାଯାଇଥିବାରୁ ତାକୁ ବଞ୍ଚାଇ ହେଲାନାହିଁ ବୋଲି ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି। ହାତୀର ବ୍ୟବଚ୍ଛେଦ କରାଯାଇ ସେଠାରେ ତାକୁ ପୋତି ଦିଆଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ଘଟଣାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଠଗଡ଼ ଡିଏଫ୍‌ଓଙ୍କୁ ତୁରନ୍ତ କାର୍ଯ୍ୟରୁ ବହିଷ୍କାର ଓ ଗିରଫ ଦାବି କରୁଛନ୍ତି। ଦୁଇମାସ ଭିତରେ ସେହି ଗୋଟିଏ ବନଖଣ୍ଡରେ ୪ଟି ହାତୀ କଙ୍କାଳ ମାଟି ତଳୁ ମିଳିଥିବାବେଳେ ଗୋଟିଏ ଗୁଳିବିଦ୍ଧ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା। ଆଠଗଡ଼ ବନଖଣ୍ଡରେ ଏ ସ୍ଥିତି ପାଇଁ ରାଜ୍ୟ ବନ ବିଭାଗ ସାରା ଦେଶରେ ବଦନାମ ମୁଣ୍ଡାଇଥିଲା। ଏହି ଘଟଣାର ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ପିସିସିଏଫ୍‌(ବନ୍ୟପ୍ରାଣୀ)ଙ୍କୁ ଚିଠି କରାଯାଇଥିଲା। ଏହାପରେ ରାଜ୍ୟ ବନ ବିଭାଗ ତତ୍ପରତା ଦେଖାଇଥିଲା। ଏହି ଘଟଣାର ତଦନ୍ତ ପାଇଁ ଗତ ଜୁନ୍‌ ୧୬ରେ ସ୍ପତନ୍ତ୍ର ତଦନ୍ତାକରୀ ଟିମ୍‌(ଏସ୍‌ଆଇଟି) ଗଠନ କରିଥିଲେ। ମାସକ ଭିତରେ ତଦନ୍ତ କରି ରିପୋର୍ଟ ଦେବା ପାଇଁ ଏସ୍‌ଆଇଟିକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ମାସେ ବିତି ଯାଇଥିଲେ ମଧ୍ୟ ଏସ୍‌ଆଇଟି ତଦନ୍ତ କରି ରିପୋର୍ଟ ଦେଇପାରିଲା ନାହିଁ। ଏସ୍‌ଆଇଟି ଆଉ ମାସେ ସମୟ ମାଗିଥିବା ପିସିସିଏଫ୍‌(ବନ୍ୟପ୍ରାଣୀ) ଶଶୀ ପଲ୍‌ କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ହାତୀ ଶିକାରକୁ ନେଇ ଏସ୍‌ଆଇଟି ତଦନ୍ତ କରୁଥିବାବେଳେ ସେହି ଅଞ୍ଚଳରେ ପୁଣି ଏକ ଗୁଳିବିଦ୍ଧ ଦନ୍ତା ହାତୀର ମୃତ୍ୟୁ ଘଟିବା ନିଶ୍ଚିତ ଉଦ୍‌ବେଗର ବିଷୟ। ଏହି ଘଟଣା ଆଠଗଡ଼ ବନଖଣ୍ଡରେ ହାତୀ ଶିକାରୀଙ୍କ ଗଡ଼ ପାଲଟିଥିବା ପ୍ରମାଣିତ ହୋଇଛି। ତେଣୁ ଏସ୍‌ଆଇଟି ତଦନ୍ତ ଏକ ଭେଳିକି ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହୁଛନ୍ତି। ଏହି ଘଟଣାରେ ଆଠଗଡ଼ ବନଖଣ୍ଡକୁ ତଦନ୍ତ ପରିସରଭୁକ୍ତ ଆଣି ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିବା ସହିତ ଗିରଫ କରିବା ପାଇଁ ଦାବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଭକ୍ତରେ ହେବ ସ୍ନାନ ଯାତ୍ରା

ପୁରୀ ଅଫିସ,୧୨ା୬: ଚଳିତମାସ ୨୪ ତାରିଖରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ତେବେ କରୋନା କଟକଣା ଭିତରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ...

ରାଜ୍ୟରୁ ୨୬୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର,୧୪।୯(ବ୍ୟୁରୋ): ରାଜ୍ୟରୁ ଗତ ୨୪ ଘଣ୍ଟାରେ ୨୬୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୫୨ କ୍ବାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୧୦୮ ଜଣ ସ୍ଥାନୀୟ ସଂକ୍ରମିତ...

ହାତୀ ନେଲା ବୃଦ୍ଧଙ୍କ ଜୀବନ

ପାଇକମାଳ,୨୫।୧୦(ଡି.ଏନ୍‌.ଏ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅଧୀନ ରସମୁଣ୍ଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।...

ଏଡିଜି ପାହ୍ୟାକୁ ପଦୋନ୍ନତି ପାଇଲେ ଅରୁଣ ବୋଥ୍ରା

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ବରିଷ୍ଠ ପୋଲିସ ଅଧିକାରୀ ଅରୁଣ ବୋଥ୍ରା ଏଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ଏଥିସହିତ ୮ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ୨୦୨୧ ଜାନୁୟାରୀ ୧ରୁ ପଦୋନ୍ନତି...

ପଛୁଆ, ଏସ୍‌ସି/ଏସ୍‌ଟି ପିଲା ସାମ୍ବିଧାନିକ ଅଧିକାରରୁ ବଞ୍ଚିତ

ଭୁବନେଶ୍ବର,୧୯ା୯(ବ୍ୟୁରୋ):ରାଜ୍ୟରେ ଉଚ୍ଚଶିକ୍ଷାରେ ଆସନ ସଂରକ୍ଷଣ ବିଷୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରବିବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଚିଠି ଲେଖିଛନ୍ତି। ସେ ତାଙ୍କ ଚିଠିରେ...

ରାକେଶଙ୍କୁ ଏନ୍‌ଏସ୍‌ଏସ୍‌ ପୁରସ୍କାର

ରୂପ୍‌ସା, ୧୨।୭(ଡି.ଏନ.ଏ.): ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପ୍‌ସା ନୀଳମଣି ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍‌(ଜାତୀୟ ସେବା ଯୋଜନା) ସ୍ବେଚ୍ଛାସେବୀ ରାକେଶ କୁମାର ବାରିକଙ୍କୁ ୨୦୧୮-୧୯ ଶିକ୍ଷାବର୍ଷ ପାଇଁ...

ତାଲିକାରେ ରହିଲେ, ଆସିବେନି ବହୁ ନେତା

ଭୁବନେଶ୍ୱର,୨୮ା୫(ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆସନ୍ତା ୩୧ରେ ଭୋଟ ଗ୍ରହଣ ହେବ। ତେବେ ଉପନିର୍ବାଚନରେ ଭଲ ପ୍ରଦର୍ଶନ କରି ବିଜୟ ମୁକୁଟ ପିନ୍ଧିବା ସକାଶେ ରାଜ୍ୟର...

ଅଯୋଧ୍ୟାରେ ରାମମନ୍ଦିର ପାଇଁ ଭୂମି ପୂଜା : କୋଣାର୍କରୁ ଗଲା ଜଳ, ମାଟି

କୋଣାର୍କ,୨୬।୭(ଡି.ଏନ.ଏ.) : ଅଯୋଧ୍ୟାରେ ଅଗଷ୍ଟ ୫ରେ ରାମମନ୍ଦିର ନିର୍ମାଣ ଆରମ୍ଭ ହେବ। ଏହାର ଭୂମି ପୂଜା ପାଇଁ କୋଣାର୍କରୁ ପବିତ୍ର ତୀର୍ଥ ଜଳ ଓ ମାଟି...

Advertisement
Archives

Model This Week