Posted inଖେଳ

୧୯୮୩ ବିଶ୍ବକପ୍‌ ହିରୋ ଯଶପାଲଙ୍କ ଜୀବନର ବଡ଼ ଦୁଃଖ

ନୂଆଦିଲ୍ଲୀ,୧୩।୭: ପୂର୍ବତନ ଭାରତୀୟ କ୍ରିକେଟର ତଥା ୧୯୮୩ ବିଶ୍ୱକପ୍‌ ଚାମ୍ପିୟନ ଦଳର ସଦସ୍ୟ ଯଶପାଲ ଶର୍ମାଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ୧୯୮୩ ବିଶ୍ବକପ୍‌ ଏହି ହିରୋଙ୍କ ଜୀବନରେ ଏକ ବଡ଼ ଦୁଃଖ ଥିଲା।

ଓଲ୍ଡ ଟ୍ରାଫର୍ଡଠାରେ ଖେଳାଯାଇଥିବା ୧୯୮୩ ବିଶ୍ୱକପ୍‌ର ପ୍ରଥମ ଲିଗ୍‌ ମ୍ୟାଚ୍‌ରେ ଭାରତ ୩୨ ରନ୍‌ରେ ଦୁଇ ଥର ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜକୁ ହରାଇଥିଲା। ସେହି ମ୍ୟାଚ୍‌ରେ ମାଇକେଲ ହୋଲ୍ଡିଂ, ମାଲକମ୍‌ ମାର୍ଶଲ, ଆଣ୍ଡି ରବଟର୍‌ସ ଓ ଜୋଏଲ ଗାର୍ନରଙ୍କ ଭଳି ଘାତକ ବୋଲରଙ୍କ ସାମ୍ନାରେ ୧୨୦ ବଲରେ ୮୯ରନ୍‌ର ଇନିଂସ ଖେଳିଥିଲେ ଯଶପାଲ। ତାଙ୍କ ପାଇଁ ଏହା ଥିଲା ଅନ୍ତର୍ଜାତୀୟ କ୍ୟାରିୟରର ବ୍ୟକ୍ତିଗତ ଶ୍ରେଷ୍ଠ ଇନିଂସ। ସେହି ମ୍ୟାଚ୍‌ର ସିଧାପ୍ରସାରଣ କିମ୍ବା ହାଇଲାଇଟ୍ସ ମଧ୍ୟ ରେକର୍ଡ କରି ନ ଥିଲା ବିବିସି।

ଏ ସମ୍ପର୍କରେ ଯଶପାଲ ଏକ ସାକ୍ଷାତ୍‌କାରେ କହିଥିଲେ, ସେହି ମ୍ୟାଚ୍‌ର ଫୁଟେଜ ପାଇଁ ମୁଁ ବିବିସି ସଦସ୍ୟଙ୍କୁ ବହୁବାର ଯୋଗାଯୋଗ କରିଥିଲି। ଏପରି କି ଯଦି କେହି ସେହି ମ୍ୟାଚ୍‌ର ଫୁଟେଜ ଦିଅନ୍ତି, ମୁଁ ୫ ହଜାର ପାଉଣ୍ଡ୍ସ (୫ଲକ୍ଷରୁ ଊର୍ଦ୍ଧରୁ ଟଙ୍କା) ଦେବାକୁ ପ୍ରସ୍ତୁତ। ସେହି ମ୍ୟାଚ୍‌ରେ ରୋଜର ବିନି ମୋତେ ଖୁବ୍‌ ସହାୟତା କରିଥିଲେ। ମୋ ମତରେ ଦଳୀୟ ସ୍କୋର ୨୫୦ ପାଖାପାଖି ଥିବାବେଳେ ମୁଁ ଆଉଟ୍‌ ହୋଇଥିଲି। ବୋଲରମାନେ ମଧ୍ୟ ଭଲ ବୋଲିଂ କରିଥିଲେ। ଆମେ ମ୍ୟାଚ୍‌ରେ ବିଜୟୀ ହୋଇଥିଲୁ। ମ୍ୟାଚ୍‌ ପାଇଁ ମୋତେ ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା। ସେହି ପୁରସ୍କାର ମୋ ପାଇଁ ଖୁବ୍‌ ସ୍ବତନ୍ତ୍ର।

୧୯୭୮ରୁ ୮୫ ମସିହା ମଧ୍ୟରେ ଖେଳିଥିବା ଏହି ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ଅନ୍ତର୍ଜାତୀୟ କ୍ୟାରିୟରରେ ୩୭ ଟେଷ୍ଟରେ ୩୪ରୁ କମ୍‌ ହାରରେ ୨ ଶତକ ସହ ୧,୬୦୬ ରନ୍‌ କରିଥିଲେ। ସେହିଭଳି ୪୨ ଦିନିକିଆରେ ମାତ୍ର ୨୮ ଆଭରେଜରେ ୮୮୩ ରନ୍‌ କରିଥିଲେ ଯଶପାଲ। ତାଙ୍କର ରେକର୍ଡ ସେତେଟା ଭଲ ନ ଥିଲେ ମଧ୍ୟ ୧୯୮୦ ଦଶକରେ ସେ ଜଣେ ମହାନ ବ୍ୟାଟ୍ସମ୍ୟାନ ଭାବେ ପରିଗଣିତ ହେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌: ଫାଙ୍କା ଷ୍ଟାଡିୟମରେ କ୍ରିକେଟର କ୍ୱାଲିଟି ପ୍ରଭାବିତ ହେବନି: ଲକ୍ଷ୍ମଣ

ଦୁବାଇ,୨୫।୮(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ ହେବାକୁ ଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଫାଙ୍କା ଷ୍ଟାଡିୟମରେ...

ଅନ୍ତର୍ଜାତୀୟ ସ୍ତରରେ ପୁଣି ଓଡ଼ିଶାକୁ ଗୌରବାନ୍ବିତ କଲେ ପ୍ରମୋଦ

ନୂଆଦିଲ୍ଲୀ, ୪ା୪- ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାକୁ ଗୌରବାନ୍ବିତ କରିଛନ୍ତି। ଦୁବାଇଠାରେ ଚାଲିଥିବା ଫାଜା ଦୁବାଇ ପାରା...

ଆଝାର ଓ ଆବିଦଙ୍କ ଶତକ

ହରାରେ, ୮ା୫-ସ୍ଥାନୀୟ ହରାରେ ସ୍ପୋଟର୍‌ସ କ୍ଲବରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଜିମ୍ବାଓ୍ବେ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ପାକିସ୍ତାନର ଆବିଦ ଅଲି(୧୧୮ ନଟ୍‌ଆଉଟ) ଓ ଆଝାର...

କରୋନା ପ୍ରଭାବ: ଟୋକିଓ ଅଲିମ୍ପିକ୍ସ ଆଶାଠାରୁ ଆଶଙ୍କା ବେଶୀ

ନୂଆଦିଲ୍ଲୀ,୨୨।୩- କରୋନା ଭାଇରସ ସଂକ୍ରମଣ ୨୦୨୦ ଟୋକିଓ ଅଲିମ୍ପିକ୍ସ ଉପରେ ପ୍ରଭାବ ପକାଇବା ସମ୍ଭାବନା ଦେଖା ଦେଇଛି। ଆୟୋଜକଙ୍କ ପକ୍ଷରୁ ଯଦିଓ ଏହାକୁ ଠିକ୍‌ ସମୟରେ...

୧୨୫ରେ ଅଟକିଲା ଅଷ୍ଟ୍ରେଲିଆ

ଦୁବାଇ,୩୦।୧୦: ଟି-୨୦ ବିଶ୍ବକପ ଶନିବାର ଅନୁଷ୍ଠିତ ମ୍ୟାଚରେ ଇଂଲଣ୍ଡ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରିବାକୁ ଆସି ଅଷ୍ଟ୍ରେଲିଆ୨୦ ଓଭରରେ ୧୨୫ ରନ୍‌...

ବାଂଲାଦେଶ ନିୟନ୍ତ୍ରଣରେ ପ୍ରଥମ ଟେଷ୍ଟ

ଚଟୋଗ୍ରାମ,୬।୨(ଏପି): ମେହିଦୀ ହାସନ ମିରାଜଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ବାଂଲାଦେଶ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚକୁ ନିୟନ୍ତ୍ରଣରେ ରଖିଛି। ପ୍ରଥମ ଇନିଂସରେ ୧୦୩...

ନେମାର ଆହତ

ରିଓ ଡି ଜେନେରିଓ, ୨୯ା୫- ବ୍ରାଜିଲ ଷ୍ଟାର ଖେଳାଳି ଜୁନିୟର ନେମାର ଆହତ ହୋଇଛନ୍ତି। କୋପା ଆମେରିକା ଟୁର୍ନାମେଣ୍ଟ ଲାଗି ବ୍ରାଜିଲ ଦଳର ପ୍ରଥମ ଅଭ୍ୟାସ...

ଚେନ୍ନାଇ ଟେଷ୍ଟରେ ବିଶାଳ ବିଜୟ ପରେ ଧୋନୀଙ୍କ ରେକର୍ଡର ସମକକ୍ଷ ହେଲେ କୋହଲି

ଚେନ୍ନାଇ,୧୬।୨: ଭାରତୀୟ ଅଧିନାୟକ ଭାବେ ନୂତନ ଉପଲବ୍ଧି ହାସଲ କରିଛନ୍ତି ବିରାଟ କୋହଲି। ଚେନ୍ନାଇରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ୩୧୭ରନ୍‌ ବ୍ୟବଧାନରେ ଜିତିଛି ଟିମ୍‌ ଇଣ୍ଡିଆ।...

Advertisement
Archives

Model This Week