Posted inଖେଳ

୧୯୮୩ ବିଶ୍ବକପ୍‌ ହିରୋ ଯଶପାଲଙ୍କ ଜୀବନର ବଡ଼ ଦୁଃଖ

ନୂଆଦିଲ୍ଲୀ,୧୩।୭: ପୂର୍ବତନ ଭାରତୀୟ କ୍ରିକେଟର ତଥା ୧୯୮୩ ବିଶ୍ୱକପ୍‌ ଚାମ୍ପିୟନ ଦଳର ସଦସ୍ୟ ଯଶପାଲ ଶର୍ମାଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ୧୯୮୩ ବିଶ୍ବକପ୍‌ ଏହି ହିରୋଙ୍କ ଜୀବନରେ ଏକ ବଡ଼ ଦୁଃଖ ଥିଲା।

ଓଲ୍ଡ ଟ୍ରାଫର୍ଡଠାରେ ଖେଳାଯାଇଥିବା ୧୯୮୩ ବିଶ୍ୱକପ୍‌ର ପ୍ରଥମ ଲିଗ୍‌ ମ୍ୟାଚ୍‌ରେ ଭାରତ ୩୨ ରନ୍‌ରେ ଦୁଇ ଥର ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜକୁ ହରାଇଥିଲା। ସେହି ମ୍ୟାଚ୍‌ରେ ମାଇକେଲ ହୋଲ୍ଡିଂ, ମାଲକମ୍‌ ମାର୍ଶଲ, ଆଣ୍ଡି ରବଟର୍‌ସ ଓ ଜୋଏଲ ଗାର୍ନରଙ୍କ ଭଳି ଘାତକ ବୋଲରଙ୍କ ସାମ୍ନାରେ ୧୨୦ ବଲରେ ୮୯ରନ୍‌ର ଇନିଂସ ଖେଳିଥିଲେ ଯଶପାଲ। ତାଙ୍କ ପାଇଁ ଏହା ଥିଲା ଅନ୍ତର୍ଜାତୀୟ କ୍ୟାରିୟରର ବ୍ୟକ୍ତିଗତ ଶ୍ରେଷ୍ଠ ଇନିଂସ। ସେହି ମ୍ୟାଚ୍‌ର ସିଧାପ୍ରସାରଣ କିମ୍ବା ହାଇଲାଇଟ୍ସ ମଧ୍ୟ ରେକର୍ଡ କରି ନ ଥିଲା ବିବିସି।

ଏ ସମ୍ପର୍କରେ ଯଶପାଲ ଏକ ସାକ୍ଷାତ୍‌କାରେ କହିଥିଲେ, ସେହି ମ୍ୟାଚ୍‌ର ଫୁଟେଜ ପାଇଁ ମୁଁ ବିବିସି ସଦସ୍ୟଙ୍କୁ ବହୁବାର ଯୋଗାଯୋଗ କରିଥିଲି। ଏପରି କି ଯଦି କେହି ସେହି ମ୍ୟାଚ୍‌ର ଫୁଟେଜ ଦିଅନ୍ତି, ମୁଁ ୫ ହଜାର ପାଉଣ୍ଡ୍ସ (୫ଲକ୍ଷରୁ ଊର୍ଦ୍ଧରୁ ଟଙ୍କା) ଦେବାକୁ ପ୍ରସ୍ତୁତ। ସେହି ମ୍ୟାଚ୍‌ରେ ରୋଜର ବିନି ମୋତେ ଖୁବ୍‌ ସହାୟତା କରିଥିଲେ। ମୋ ମତରେ ଦଳୀୟ ସ୍କୋର ୨୫୦ ପାଖାପାଖି ଥିବାବେଳେ ମୁଁ ଆଉଟ୍‌ ହୋଇଥିଲି। ବୋଲରମାନେ ମଧ୍ୟ ଭଲ ବୋଲିଂ କରିଥିଲେ। ଆମେ ମ୍ୟାଚ୍‌ରେ ବିଜୟୀ ହୋଇଥିଲୁ। ମ୍ୟାଚ୍‌ ପାଇଁ ମୋତେ ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା। ସେହି ପୁରସ୍କାର ମୋ ପାଇଁ ଖୁବ୍‌ ସ୍ବତନ୍ତ୍ର।

୧୯୭୮ରୁ ୮୫ ମସିହା ମଧ୍ୟରେ ଖେଳିଥିବା ଏହି ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ଅନ୍ତର୍ଜାତୀୟ କ୍ୟାରିୟରରେ ୩୭ ଟେଷ୍ଟରେ ୩୪ରୁ କମ୍‌ ହାରରେ ୨ ଶତକ ସହ ୧,୬୦୬ ରନ୍‌ କରିଥିଲେ। ସେହିଭଳି ୪୨ ଦିନିକିଆରେ ମାତ୍ର ୨୮ ଆଭରେଜରେ ୮୮୩ ରନ୍‌ କରିଥିଲେ ଯଶପାଲ। ତାଙ୍କର ରେକର୍ଡ ସେତେଟା ଭଲ ନ ଥିଲେ ମଧ୍ୟ ୧୯୮୦ ଦଶକରେ ସେ ଜଣେ ମହାନ ବ୍ୟାଟ୍ସମ୍ୟାନ ଭାବେ ପରିଗଣିତ ହେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମହାପ୍ରଭୁ ଜଗନ୍ନାଥ’ ଚଳଚ୍ଚିତ୍ର ଉପରେ ଅଙ୍କୁଶ ଲଗାଇଲେ କୋର୍ଟ, ଅନ୍ୟାଦେଶ ପର୍ଯ୍ୟନ୍ତ…

କଟକ,୧୫l୭(ପ୍ରଭୁକଲ୍ୟାଣ ପାଲ): ଆନିମେଟେଡ୍ ଚଳଚ୍ଚିତ୍ର (ମହାପ୍ରଭୁ ଜଗନ୍ନାଥ) ମୁକ୍ତିଲାଭ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ। ଅନ୍ୟାଦେଶ ପର୍ଯ୍ୟନ୍ତ ଚଳଚ୍ଚିତ୍ର ପ୍ରଦର୍ଶନ ନ କରିବାକୁ ହାଇକୋର୍ଟଙ୍କ…

ଚାଷୀ ପ୍ରତିନିଧି-ଅଧିକାରୀଙ୍କ ଦ୍ୱିପାକ୍ଷିକ ବୈଠକ, ପ୍ରତଶ୍ରୁତି ମିଳିବା ପରେ…

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ଅଧିକ ଧାନ ଉପତ୍ାଦନ ପାଇଁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ମାତ୍ର ଏଠାରେ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଯାଇଛି। ରବିଧାନ ବିକ୍ରିବଟାରେ…

ଇଂଲଣ୍ଡରେ ବଡ଼ ବିବାଦରେ ଛନ୍ଦି ହେଲେ ବିରାଟ କୋହଲି, ବଡିଗାର୍ଡ କଲେ ଏଭଳି କାଣ୍ଡ

ନୂଆଦିଲ୍ଲୀ,୧୫ା୭: ଇଂଲଣ୍ଡ ବିପକ୍ଷ ODI ସିରିଜ୍ ସମୟରେ ବିରାଟ କୋହଲି ଏକ ବଡ଼ ବିବାଦରେ ଫସିଯାଇଛନ୍ତି । ତାଙ୍କ ଅଙ୍ଗରକ୍ଷୀ ଇଂଲଣ୍ଡରେ ଭାରତୀୟ ସାମ୍ବାଦିକଙ୍କ ପ୍ରତି ଖୋଲାଖୋଲି…

ବୋମାମାଡ଼ କରି ହତ୍ୟା ଉଦ୍ୟମ: ମାଷ୍ଟରମାଇଣ୍ଡଙ୍କ ସମେତ ୩ ଗଲେ ଜେଲ୍‌, ଅଭିଯୁକ୍ତଙ୍କ ନାଁରେ ରହିଛି କେସ୍‌ର ଲମ୍ବା ତାଲିକା

ଦିଗପହଣ୍ଡି,୧୫ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ୍‌.ଶିବ ରେଡ୍ଡୀଙ୍କ ଘର ଉପରକୁ ବୋମାମାଡ଼ କରି ତାଙ୍କୁ ଏବଂ ତାଙ୍କ…

କଂସାମାରି ରାସ୍ତାକଡରେ ଜୁଆ ଖେଳ ବେଳେ ପୋଲିସର ଚଢଉ, ଜବତ ହେଲା…

ଦିଗପହଣ୍ଡି,୧୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗାଁ ରାସ୍ତାକଡରେ ଜୁଆ ଖେଳ ଚାଲିଥିବା ବେଳେ ଚଢାଉ କଲା ପୋଲିସ । ବୁଧବାର ଅପରାହ୍ନ…

ନିର୍ମାଣ ହୋଇପାରିନି ଭୋଜନ ଗୃହ, ଖୋଲା ଆକାଶ ତଳେ ମଧ୍ୟାହ୍ନଭୋଜନ ଖାଉଛନ୍ତି ଛାତ୍ରୀଛାତ୍ର

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ପାଠ ପଢ଼, ଦେଶ ଗଢ଼। ବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ବିଭିନ୍ନ ସଭା, ସମିତିରେ ସରକାରୀ କଳର ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଧାୟକ, ଏମ୍‌ପି, ମନ୍ତ୍ରୀ…

ରୁଷିଆରୁ ତେଲ କ୍ରୟ ଉପରେ ଆମେରିକାର ବଡ଼ ନିଷ୍ପତ୍ତି, ଭାରତ ଦେବ…

ଓ୍ବାଶିଂଟନ,୧୫।୭: ରୁଷିଆରୁ ତୈଳ କ୍ରୟ କରୁଥିବା ଦେଶମାନଙ୍କ ଉପରେ ୫୦୦ପ୍ରତିଶତ ଶୁଳ୍କ ଲାଗୁ କରିବାର ପ୍ରସ୍ତାବ ମଧ୍ୟରେ, ଭାରତ ଏବଂ ଚାଇନା ପାଇଁ ଏକ ଆଶ୍ବସ୍ତିକର ଖବର…

ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରୁଛନ୍ତି ଫିଲିପ୍‌, ବାପାଙ୍କୁ ଆସିଲା ଏମିତି କଲ୍‌…

ଗୁଡ଼ାରି,୧୫ା୭(ପ୍ରମୋଦ ପତି): ଦାଦନ ଖଟିବାକୁ କେରଳ ରାଜ୍ୟକୁ ଯାଇ ସେଠାରେ ମୃତ୍ୟୁ ବରଣ କରିଛନ୍ତି ଗୁଡ଼ାରି ବ୍ଲକର ଏମ୍‌କେ ରାଇ ପଞ୍ଚାୟତ ଅନ୍ତର୍ଗତ ମକାଗୁଡ଼ା ଗ୍ରାମର ଅବିବାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri