ସରକାରୀ ଯୋଜନାରୁ ବଞ୍ଚିତ ୧୯୪ ହାଇସ୍କୁଲ, ୬ ଦଫା ଦାବିରେ ୧୬ରେ ଭୁବନେଶ୍ୱରରେ ଆନ୍ଦୋଳନ 

ଭଞ୍ଜନଗର,୧୦।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଓଡିଶା ସ୍କୁଲ କଲେଜ ଓ କର୍ମଚାରୀ ସମନୟ ସମିତି ରବିବାର ସ୍ଥାନୀୟ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ସଭା ଗୃହଠାରେ ଓଷ୍ଟା ତରଫରୁ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସଭାପତି ଦିଲୀପ କୁମାର ସ୍ବାଇଁ ଏଥିରେ ସଭାପତିତ୍ୱ କରିଥିଲେ।
ପ୍ରତିବର୍ଷ ଅଗଷ୍ଟ ମାସ ୧୬ ତାରିଖକୁ ସଙ୍ଘ ଦାବି ଦିବସ ଭାବେ ପାଳନ କରୁଛି।  ଚଳିତ ବର୍ଷ ସଙ୍ଘ ଭୁବନେଶ୍ୱରରେ ଏହି ଦିବସ ପାଳନ କରିବା ସହ ୬ ଦଫା ଦାବି ନେଇ ଆନ୍ଦୋଳନ କରିବ। ଦାବୀ ଗୁଡ଼ିକ ହେଲା ରାଜ୍ୟର ୧୯୪ ବର୍ଗର ସମସ୍ତ ହାଇସ୍କୁଲକୁ ଅନୁଦାନ ଦେବା। ଏଥିସହ ଅନ୍ୟାନ୍ୟ ସରକାରୀ ସୁବିଧା ଦେବା। ଉକ୍ତ ବିଦ୍ୟାଳୟଗୁଡ଼ିକ ୨୫ ବର୍ଷରୁ ଊଦ୍ଧର୍‌ବ ହେବ ପ୍ରତିଷ୍ଠା ହେଲାଣି। କିନ୍ତୁ ଆଜି ପର୍ଯ୍ୟନ୍ତ ଉକ୍ତ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ସରକାରଙ୍କ ସମସ୍ତ ସୁବିଧାରୁ ବଞ୍ଚିତ ହେଉଛନ୍ତି। କର୍ମଚାରୀଙ୍କୁ ସରକାର ଦରମା ମଧ୍ୟ ଦେଉନାହାନ୍ତି। ସରକାରଙ୍କ ଏହିଭଳି ଶିକ୍ଷାନୀତି ବିରୁଦ୍ଧରେ ଆନ୍ଦୋଳନ ହେବ। ସମାନ କାମକୁ ସମାନ ଦରମା ଦେବା, ପେନସନ ବ୍ୟବସ୍ଥା ଲାଗୁ କରିବା, ଅବସର ସମୟ ୬୨ ବର୍ଷ କରିବା, ଚାକିରୀ ସର୍ତାବଳୀ ଲାଗୁ କରିବା ଦାବି ନେଇ ଆନ୍ଦୋଳନ ହେବ। ଜିଲା ସଭାପତି ସନ୍ତୋଷ ଜେନା ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାହା କହିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ  ସମ୍ପାଦକ ବିଜୟ କୁମାର ବେହେରା, ଅବସରପ୍ରାପ୍ତ ଅଧକ୍ଷ କୃତିବାସ ବିଶ୍ୱାଳ, ବ୍ରହ୍ମ କୁମାରୀ ସନ୍ତୋଷିନୀ ଭଉଣୀ,ଆଲୋଓଷ୍ଟl ଜିଲା ସଭାପତି କୃଷ୍ଟ ଚନ୍ଦ୍ର ଦାସ, ସମ୍ପାଦକ ରାଜେଶ କୁମାର ପ୍ରଧାନ, ଅଶୋକ କୁମାର ସ୍ବାଇଁ, ସୁଜାତା ଦାସ, ଦୁର୍ଗାମାଧବ ଦାସ, ତ୍ରିନାଥ ବେହେରା, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଭାପତି ବିଭୂତି ଭୂଷଣ ଜେନା, ବିଷ୍ଣୁ ନାରାୟଣ ପଣ୍ଡା ଓ ବାବୁଲା ବିଷୋୟୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।
ମୋନାଲିସା ସାବତ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ସୁବାସ ଚନ୍ଦ୍ର ତାରିଣୀ, ଲଷ୍ମୀଧର ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ଲେଙ୍କା, ଅମର ବିଳାସ ବେହେରା ଓ ବାସନ୍ତୀ ପାଣିଗ୍ରାହୀଙ୍କୁ ଜିଲ୍ଳା ସଂଘ ତରଫରୁ ଏହି ଅବସରରେ ସମ୍ବର୍ଦ୍ଧନା ଦିଆଯାଇଥିଲା l ଆସନ୍ତା ଅଗଷ୍ଟ ୧୬ ଦାବି ଦିବସରେ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଶିକ୍ଷକ ଭୁବନେଶ୍ୱର ଶିକ୍ଷକ ସଂଘ ଧାରଣାରେ ଯୋଗଦେବା ପାଇଁ ନିଷ୍ପତ୍ତି ହୋଇଥିଲା । ଏହି ଅବସରରେ ପ୍ରଜାପିତା ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ଓଁ ଶାନ୍ତି ଭଉଣୀ ମାନେ ସମସ୍ତ ଭାଇ ମାନଙ୍କୁ ରାଖୀ ବନ୍ଧନ କରିଥିଲେ । ସଭାରେ ଜିଲାର ବିଭିନ୍ନ ଅଞ୍ଚଳରୁ ବହୁ ଶିକ୍ଷକ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ସମ୍ପାଦକ ଗୌରୀ ନନ୍ଦନ ହୋତା ଧନ୍ୟବାଦ ପ୍ରଦାନ କରିଥିଲେ ।

Enter your email to get our daily news in your inbox.

All Right Reserved By Dharitri.Com

U-15ରେ ଓଡ଼ିଶା ପାଇଁ ଖେଳିବେ ଗୁଡ଼ାରି ଝିଅ ଆୟୁଷା

ଗୁଡ଼ାରି,୧୬ା୯(ପ୍ରମୋଦ କୁମାର ପତି): ୧୫ ବର୍ଷରୁ କମ୍‌ କ୍ରିକେଟ୍‌ରେ ଓଡ଼ିଶା ପାଇଁ ଖେଳିବାର ସୁଯୋଗ ପାଇଛନ୍ତି ରାୟଗଡ଼ା ଜିଲା ଗୁଡ଼ାରି ଝିଅ ଆୟୁଷା ମିଶ୍ର। ଏ ନେଇ…

ଶଙ୍ଖ ନଦୀରେ ଅଘଟଣ: ଗାଧୋଇବାବେଳେ ବୁଡ଼ିଗଲେ ୩ ନାବାଳିକା

କୁଆଁରମୁଣ୍ଡା, ୧୬।୯ (ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଅଞ୍ଚଳରେ ବୁଧବାର ସକାଳେ ଏକ ହୃଦୟବିଦାରକ ଘଟଣା ଘଟିଛି। ଶଙ୍ଖ ନଦୀରେ ଗାଧୋଉଥିବାବେଳେ ବୁଡ଼ିଯାଇ…

ବିଜୁ ପଟ୍ଟନାୟକ ମାର୍ଗରେ ନିଆରା ଗଣେଶ ପୂଜା: ରାଧାକୃଷ୍ଣ ବେଶରେ ପୂଜା ପାଉଛନ୍ତି ଗଜାନନ

ଗଞ୍ଜାମ, ୧୬/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଥିବାବେଳେ ବିଜୁ ପଟ୍ଟନାୟକ ମାର୍ଗରେ ଆୟୋଜିତ ଗଣେଶ ପୂଜା…

ଶ୍ରୀମନ୍ଦିରରେ ଛୁଆଁ ମହାସ୍ନାନ ନୀତି: ରତ୍ନସିଂହାସନ ଉପରେ ଛୁଇଁ ଦେଲେ…

ପୁରୀ,୧୬।୯(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିରରେ ବୁଧବାର ଶ୍ରୀବିଗ୍ରହଙ୍କ ‘ଛୁଆଁ ମହାସ୍ନାନ’ ନୀତି ଅନୁଷ୍ଠିତ ହୋଇଛି। ଏହି କାରଣରୁ ଶ୍ରୀଜିଉଙ୍କ ନୀତିକାନ୍ତିରେ ବିଳମ୍ବ ଦେଖିବାକୁ ମିଳିଛି। ମହାସ୍ନାନ ନୀତି…

ଦକ୍ଷିଣୀ ଷୌଣ୍ଡିକ ସମାଜ ସାହୁ ପରିବାରର ସାମୂହିକ ନୂଆଁଖାଇ: ସମାଜକୁ ଦେଲେ ଏକତାର ବାର୍ତ୍ତା

କେସିଙ୍ଗା,୧୬।୯(ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ‘ନୂଆଁଖାଇ’ ଅବସରରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମର ଦକ୍ଷିଣୀ ଷୌଣ୍ଡିକ ସମାଜର ସାହୁ ପରିବାର ପକ୍ଷରୁ ଭବ୍ୟ…

ପ୍ରଶାସନକୁ ହସ୍ତାନ୍ତର ହୋଇନାହିଁ ଅଙ୍ଗନୱାଡ଼ି କେନ୍ଦ୍ର: ବିପଦସଙ୍କୁଳ ସ୍କୁଲ ବାରଣ୍ଡାରେ ବସୁଛନ୍ତି ଶିଶୁ

ଲାଞ୍ଜିଗଡ଼,୧୬ା୯(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ଠାରେ ୨୦୧୫ରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ହେବାର ୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରଶାସନକୁ…

ଅବହେଳିତ କଳାହାଣ୍ଡିର ଲୋକନୃତ୍ୟ ‘ଘୁମୁରା’: ପ୍ରଶିକ୍ଷଣ କେନ୍ଦ୍ରରେ ଝୁଲୁଛି ତାଲା

ଭବାନୀପାଟଣା, ୧୬ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡିର ଲୋକନୃତ୍ୟ ଘୁମୁରାକୁ ଆହୁରି ସମୃଦ୍ଧ କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ…

ସେକ୍ସ ରାକେଟ ଠାବ: ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ଘରେ ଚାଲିଥିଲା…

ଅନୁଗୋଳ,୧୬ା୯ (ଜ୍ୟୋତିରଞ୍ଜନ ସାହୁ):ଘର ଆଗରେ ନେମପ୍ଲେଟ ଲାଗିଛି। ଅବସରପ୍ରାପ୍ତ ପୋଲିସ କର୍ମଚାରୀ ବୋଲି ସେଥିରେ ଉଲ୍ଲେଖ ରହିଛି। ହେଲେ ଉକ୍ତ ଘରେ ଦେହ ବ୍ୟବସାୟ ଚାଲିଥିବା ଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?