୨ ବହିଷ୍କୃତ ହେଲେଣି, ୧୪ ଜଣଙ୍କ ନାମରେ ମାମଲା

କବିସୂର୍ଯ୍ୟନଗର,୧୭ା୨: ଗଞ୍ଜାମ ଜିଲାରେ ନକଲି ଶିକ୍ଷକ ଧରପଗଡ଼ ଜୋରଦାର ଚାଲିଛି। କବିସୂର୍ଯ୍ୟନଗର ଏନ୍‌ଏସି ଓ ବ୍ଲକରେ ମଧ୍ୟ ଜାଲ ସାର୍ଟିଫିକେଟ ଦେଇ ଶତାଧିକ ଶିକ୍ଷକ ଶିକ୍ଷକତା କରୁଥିବା ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ପକ୍ଷରୁ ଅଭିଯୋଗ ହୋଇଥିଲା। ଜିଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଶିକ୍ଷକମାନଙ୍କ ଶିକ୍ଷାଗତ ଓ ତାଲିମ ପ୍ରମାଣପତ୍ର ଯାଞ୍ଚ ହୋଇଥିଲା। ତେବେ କବିସୂର୍ଯ୍ୟନଗର ଆଠଗଡ଼ପାଟଣା ଏକ୍ସବୋର୍ଡ ୟୁପି ସ୍କୁଲର କୁନି ବେହେରା ଓ କନ୍ଧଖଇଡ଼ାର ଲକ୍ଷ୍ମୀ ସେଠୀଙ୍କ ପ୍ରମାଣପତ୍ର ନକଲି ଜଣାପଡିବାରୁ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ଓ ୧୪ ଶିକ୍ଷକଙ୍କ ନାମରେ ମାମଲା ହୋଇଥିବା ବିଇଓ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ କନିଆରୀ ପଞ୍ଚାୟତରେ ବାହାର ଜିଲାରୁ ଆସି ଯୋଗ୍ୟତା ନଥାଇ ଜଣେ ପାଠ ପଢ଼ାଉଥିବା ଗ୍ରାମବାସୀ ବିଇଓଙ୍କ ନିକଟରେ ଅଭିଯୋଗ କରିିଥିଲେ। ଏହାର ତଦନ୍ତ କରାଯିବ ବୋଲି ବିଇଓ କହିଛନ୍ତି। କବିସୂର୍ଯ୍ୟନଗରର ବହୁ ସ୍କୁଲରେ ନକଲି ଶିକ୍ଷକ ଅଛନ୍ତି। ଏହାର ଖୋଳତାଡ଼ ଆରମ୍ଭ କରାଗଲେ ଶତାଧିକ ଧରାପଡ଼ିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ସାର୍ଟିଫିକେଟ ପ୍ରସ୍ତୁତକାରୀ, ସାଇବର ସେଣ୍ଟର, ମୁଖ୍ୟ ଦଲାଲ ଓ ମଧ୍ୟସ୍ଥିଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିକୁଲ୍ୟା ସହ ସଂଯୋଗୀକରଣ ହେଉ ମହାନଦୀ

ବ୍ରହ୍ମପୁର ଅଫିସ,୨୫।୪: ଗଞ୍ଜାମ ଜିଲାରେ ଜଳ ସଙ୍କଟର ସ୍ଥାୟୀ ସମାଧାନ ପାଇଁ ଦୀର୍ଘବର୍ଷର ଜନଦାବି ଋଷିକୂଲ୍ୟା ସହ ସଂଯୋଗୀକରଣ ହୋଇପାରୁନି ମହାନଦୀ। ରାଜ୍ୟ ସରକାର ବିଭିନ୍ନ ଯୋଜନାରେ...

ହୋଇନି ୩ ହଜାର ଗାଈ, ମଇଁଷିଙ୍କ ଟ୍ୟାଗିଂ

ବ୍ରହ୍ମପୁର ଅଫିସ,୧୯ା୯-ବ୍ରହ୍ମପୁର ସହରରେ ବୁଲା ଗୋରୁ, ମଇଁଷି ବିଶେଷ ଭାବେ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି। ସେମାନଙ୍କୁ ରାସ୍ତାରୁ ଉଠାଇବା ଦିଗରେ ବ୍ରହ୍ମପୁର ମହାନଗର ନିଗମ...

ପୋଖରୀରେ ବୁଡ଼ି ନାବାଳକ ମୃତ

ବ୍ରହ୍ମପୁର ଅଫିସ,୧୦ା୯-ଗୋଷାଣୀନୂଆଗଁା ଥାନା ଅନ୍ତର୍ଗତ ଚଞ୍ଚଡାପଡ଼ିଆ ସାହି ନିକଟ ଏକ ପୋଖରୀରେ ରବିବାର ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଦୁର୍ଘଟଣା ଘଟିଛି। ପୋଖରୀରେ ବୁଡ଼ି ଜଣେ...

ଅଟା ଗୋଦାମରେ ନିଆଁ ଲାଗିଲା

ଗଞ୍ଜାମ,୧୫।୧୦(ଡି.ଏନ.ଏ.): ଗଞ୍ଜାମ ବ୍ଲକ ପାଳିବନ୍ଧ ଗ୍ରାମର ଶଙ୍କର ପଣ୍ଡାଙ୍କ ଅଟା ଗୋଦାମରେ ଶୁକ୍ରବାର ନିଆଁ ଲାଗି ଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ଯାଇଛି।...

ସର୍ବଭାରତୀୟ ଅବସରପ୍ରାପ୍ତ ମହାସଂଘର ଧାରଣା

ଛତ୍ରପୁର,୧୦।୪(ଡି.ଏନ୍‌.ଏ.): ସର୍ବଭାରତୀୟ ଅବସରପ୍ରାପ୍ତ ମହାସଂଘର ନିଷ୍ପତ୍ତିକ୍ରମେ ଓଡ଼ିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚର ଆହ୍ବାନକ୍ରମେ ଦେଶର ସମସ୍ତ ଜିଲାରେ ଧାରଣା ଦିଆଯାଇଛି।...

ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍‌ ସରଞ୍ଜାମ ଚୋରି: କର୍ମଚାରୀ ସମ୍ପୃକ୍ତି ସନ୍ଦେହ

ବ୍ରହ୍ମପୁର ଅଫିସ,୧୪ା୧୦: ବୈଦ୍ୟନାଥପୁର ଥାନା ଅଧୀନ ଗଜପତିନଗର ୯ମ ଗଳିରେ ଥିବା ଏକ ଗୋଦାମରୁ ଲକ୍ଷାଧିକ ଟଙ୍କାର ସ୍ମାର୍ଟ ବିଦ୍ୟୁତ ମିଟର ପାଇଁ ଥିବା ବିଭିନ୍ନ...

ପରିମଳ ସଚେତନତା: ଝାଡୁ ଧରିଲେ ଜିଲାପାଳ

ଶେରଗଡ଼,୧୪।୮(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ରୁ ବୁଧବାର ସକାଳେ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଝାଡୁଧରି ପରିମଳ ସଚେତନତାର ଶୁଭାରମ୍ଭ କରିଛନ୍ତି। ସକାଳ ସାଢ଼େ ୬ଟାରେ...

ଦୁର୍ଗାପୂଜା ମଣ୍ଡପ ଛାତରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ମଦ ପିଇ ମୃତ୍ୟୁ ଘଟିଥିବା ଅଭିଯୋଗ

ହିଞ୍ଜିଳିକାଟୁ, ୮।୫ (ଡି.ଏନ.ଏ): ହିଞ୍ଜିଳିକାଟୁ ପୌରପରିଷଦ ବସଷ୍ଟାଣ୍ଡ ନିକଟରେ ବଣିକ ସଂଘ ଅଧୀନ ଦୁର୍ଗାପୂଜା ମଣ୍ଡପ ଛାତ ଉପରୁ ରବିବାର ରାତିରେ ଜଣେ ବ୍ୟକ୍ତିଙ୍କ ମୃତଦେହ...

Advertisement
Archives

Model This Week