ବଦଳିବ ଗ୍ରାମୀଣ ଚେହେରା, ଆଦର୍ଶ ଗ୍ରାମ ଯୋଜନାରେ ଗଞ୍ଜାମ ଜିଲାର ୧୮୧ ଗାଁ

ଛତ୍ରପୁର,୮।୭(ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ବିଭାଗ ମନ୍ତ୍ରଣାଳୟର ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଗତ ୯ ଟି ଆର୍ଥିକ ବର୍ଷର ଗଞ୍ଜାମ ଜିଲାର ୧୮୧ଟି ଗ୍ରାମକୁ ଚୟନ କରାଯାଇଛି । ୪୦ ପ୍ରତିଶତରୁ ଅଧିକ ଅନୁସୂଚିତ ଜାତି ବର୍ଗର ଜନସଂଖ୍ୟା ଥିବା ଏସମସ୍ତ ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ପରିଣତ କରିବାକୁ ଭିତ୍ତିଭୂମିର ବିକାଶ ହେବ । ଏଥିପାଇଁ ପ୍ରତି ଗାଁ ପିଛା ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ୨୦ ଲକ୍ଷ ଲେଖାଁଏ ଅନୁଦାନ ଖର୍ଚ୍ଚ କରିବା ପାଇଁ ଲକ୍ଷ୍ୟ ରହିଛି । ଗ୍ରାମ ଗୁଡିକରେ ପାନୀୟଜଳ, ଡ୍ରେନେଜ୍ ଓ ସୋକ୍‌ପିଟ୍‌, ସୌରଚାଳିତ ଷ୍ଟ୍ରିଟ୍ ଲାଇଟ୍‌, ସିସି/ଫେବର ରୋଡ୍‌, ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକର ଶୌଚାଳୟ ଓ କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା ଲାଗି ଏହି ଅନୁଦାନ ଖର୍ଚ୍ଚ ହେବ ।
ଏହି କ୍ରମରେ ୨୦୧୮-୧୯ ଆର୍ଥିକ ବର୍ଷରେ ୧୪ ଟି ଗାଁ, ୨୦୧୯-୨୦ରେ ୨୭ଟି ଗାଁ, ୨୦୨୦-୨୧ରେ ୩୫ଟି ୨୦୨୧-୨୨ରେ ୪୬ ଟି ଗାଁ, ୨୦୨୨-୨୩ରେ ୪୨ ଗାଁ ଏବଂ ୨୦୨୫-୨୬ରେ ୧୭ ଗାଁକୁ ଚୟନ କରାଯାଇଛି । ଏହାମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୦୨୮-୧୯ରେ ଚୟନ ହୋଇଥିବା ୧୪ ଟି ଗାଁର ଭିତ୍ତିଭୂମି ବିକାଶ କରାଯାଇ ‘ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ’ ଭାବେ ଘୋଷଣା କରାଯାଇଛି । ସେଗୁଡିକ ହେଲା, ବେଗୁନିଆପଡା ବ୍ଲକ୍ କେ.ବରିଡା ପଂଚାୟତର ବାଉରୀନୂଆପଲ୍ଲୀ, ଛତ୍ରପୁର ବ୍ଲକ୍ ସୁନ୍ଦରପୁର ପଂଚାୟତର ପାଇତାରି, ଚିକିଟି ବ୍ଲକ କତୁରୁ ଓ ସୁନାପୁର, ଜଗନ୍ନାଥପ୍ରସାଦ ବ୍ଲକ୍ କାଦୁଅ ପଂଚାୟତର ସିଙ୍ଗିପୁର, ଖଲ୍ଲିକୋଟ ବ୍ଲକ କନକା ପଂଚାୟତର ସାମଳାନାସି, ଡିମିରିଆ ପଂଚାୟତର ବାବଲା, ଦାନପୁର ପଂଚାୟତର କରଝହଁର, କୁମଣ୍ଡ ପଂଚାୟତର ବଡରାମପଲ୍ଲୀ, କେଶପୁର ପଂଚାୟତର କୁମାରପୁର, କୁକୁଡାଖଣ୍ଡି ବ୍ଲକ୍ ମହୁଡା ପଂଚାୟତର କୁମାରପୁର, ସିହଳ ପଂଚାୟତର ଜୁଗୁଡି, ବାଲିପଡା ପଂଚାୟତର ଟିକରପଡା ଓ ଅନ୍ତେଇ ପଂଚାୟତର ଅନ୍ତେଇ ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟର ୧୩୭ ଟି ଗାଁକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବେ ଘୋଷଣା କରାଯାଇଛି । ଏହାସହ ବାକି ୧୩ଟି ଗାଁକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଘୋଷଣା ପାଇଁ ଗଞ୍ଜାମ ଜିଲା ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି । ଅନ୍ୟପଟେ ଦ୍ୱିତୀୟ ପର୍ଯ୍ୟାୟର ୨୦୨୫-୨୬ ଆର୍ଥିକ ବର୍ଷର ଚୟନ ହୋଇଥିବା ୧୭ ଗାଁର ଭିତିଭୂମି ବିକାଶ ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନକୁ ଖର୍ଚ୍ଚ କରିବା ପାଇଁ ଖସଡା ପ୍ରସ୍ତୁତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲାପାଳ ଭି.କୀର୍ତିଭାସନ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୨୦୨୫-୨୬ ଆର୍ଥି ବର୍ଷରେ ଚୟନ ହୋଇଥିବା ୧୭ ଟି ଗାଁକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଭିତିଭୂମି ବିକାଶ ଲାଗି ମଞ୍ଜୁର କରାଯାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନ ଖର୍ଚ୍ଚ ପାଇଁ ବିଭିନ୍ନ ଲାଇନ୍ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଛି । ଏହି ବୈଠକରେ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଜିଲା ମଙ୍ଗଳ ଅଧିକାରୀ ଦେବରଞ୍ଜନ ଦାଶଙ୍କ ସମେତ ସମସ୍ତ ଲାଇନ୍ ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ । ଦ୍ୱିତୀୟ ପର୍ଯ୍ୟାୟର ୨୦୨୫-୨୬ ଆର୍ଥିବ ବର୍ଷରେ ଚୟନ ହୋଇଥିବା ୧୭ଟି ଗାଁ ଗୁଡିକ ହେଲା, ଭଞ୍ଜନଗର ବ୍ଲକ୍ ଦଦରାଲୁଣ୍ଡା ପଂଚାୟତର ଦୁର୍ଗାପ୍ରସାଦ ଓ ସୁଜାଗଡ ପଂଚାୟତର ବିରିପଦର, ବୁଗୁଡା ବ୍ଲକ୍ ତାକରଡା ପଂଚାୟତର ଡେଙ୍ଗାବାଡି, ଖୋଲାଖୋଲି ପଂଚାୟତର ବୁରୁଝୋଳ, ବିରିଛିପୁର କରାଡାବାଡି ପଂଚାୟତର ଟଭାପଲ୍ଲୀ, ଧରାକୋଟ ବ୍ଲକ୍ ସିଙ୍ଗିପୁର ପଂଚାୟତର କୋଇଠଡା, ଗଞ୍ଜାମ ବ୍ଲକ୍ ପୋଇରାଶି ପଂଚାୟତର ତାରେଣିପଲ୍ଲୀ, ପାଲଙ୍ଗ ପଂଚାୟତର ପାଲଙ୍ଗ, ହିଞ୍ଜିଳି ବ୍ଲକ୍ ଦୁର୍ବନ୍ଧ ପଂଚାୟତର ମହନପଲ୍ଲୀ, ଜଗନ୍ନାଥପ୍ରସାଦ ବ୍ଲକ୍ କାଦୁଅ ପଂଚାୟତର ଜୋଡାବନ୍ଧ,ପାତ୍ରପୁର ବ୍ଲକ୍ ତୁରୁବୁଡି ପଂଚାୟତର ଜଗନ୍ନାଥପୁର, ପୋଲସରା ବ୍ଲକ୍ ବଡପାନକଳାବାଡି ପଂଚାୟତର ଚଣ୍ଡିରାମଚନ୍ଦ୍ରପୁର, ପୁରୁଷୋତମପୁର ବ୍ଲକ୍ ଟଙ୍କଛାଇ ପଂଚାୟତର ଗୁଣ୍ଡୁରିବାଡି, ବଡବରଗାଁ ପଂଚାୟତର ତେନ୍ତୁଳିଆ, ଶେରଗଡ ବ୍ଲକ୍ କୃଷ୍ଣଚାଇ ପଂଚାୟତ କଂଚାଖଣ୍ଡି, ଗୋବିନ୍ଦପୁର ପଂଚାୟତର ବଳିଆରସିଂଗପୁର ଓ ସୋରଡା ବ୍ଲକ୍ ଭଗବାନପୁର ପଂଚାୟତର ମଣିକତି ଏଭଳି ଗାଁ ଭିତିଭୂମି ବିକାଶ ପାଇଁ ଚିହ୍ନଟ ହୋଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ପାଟ୍ରୋଲିଂ ବେଳେ କାର୍‌ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍‌-ଖଣ୍ଡା ଜବତ…

ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?