Posted inଖେଳ

ଓଡ଼ିଶାରୁ ଭାଗନେବେ ୧୮ ଆଥ୍‌ଲେଟ

ଭୁବନେଶ୍ୱର, ୨୪।୭ (ତପନ ସ୍ବାଇଁ): ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସ ଚାଇନାର ଚେଙ୍ଗଡୁଠାରେ ଚଳିତ ମାସ ୨୮ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଭାରତରୁ ମୋଟ ୩୨୫ ଜଣିଆ ପ୍ରତିନିଧି ଦଳ ଅଂଶଗ୍ରହଣ କରିବ। ଏହା ମଧ୍ୟରେ ଓଡ଼ିଶାର ୨୯ ଜଣ ସାମିଲ। ଓଡ଼ିଶା ପ୍ରତିନିଧି ଦଳ ମଧ୍ୟରେ ୧୮ ଖେଳାଳି ଓ ୧୧ ଅଫିସିଆଲ ରହିବେ। ଖେଳାଳିଙ୍କ ମଧ୍ୟରୁ ୧୪ ଜଣ କିଟ୍‌, ୩ ଜଣ ସମ୍ବଲପୁର ଓ ଜଣେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପ୍ରତିନିଧିତ୍ୱ କରିବେ। ଏମାନଙ୍କ ମଧ୍ୟରେ ୯ ମହିଳା ଓ ୯ ପୁରୁଷ ଖେଳାଳି ସାମିଲ। କିଟ୍‌ ଓ କିସ୍‌ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ଭାରତୀୟ ପ୍ରତିନିଧି ଦଳର ମୁଖ୍ୟ ନିଯୁକ୍ତ ହୋଇଛନ୍ତି।

ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ମୋଟ ୧୮ଟି ଗେମ୍‌ର ୨୬୯ଟି ଇଭେଣ୍ଟ ଅନୁଷ୍ଠିତ ହେବ। ଏଥିପାଇଁ ୪୯ଟି ଭେନ୍ୟୁକୁ ପ୍ରସ୍ତୁତ କରାଯାଇଛି। ଏହା ମଧ୍ୟରେ ଗୋଟିଏ ଉଦ୍‌ଘାଟନୀ ସମାରୋହ ଭେନ୍ୟୁ, ୨୭ଟି ପ୍ରତିଯୋଗିତା, ୧୮ଟି ଟ୍ରେନିଂ ଏବଂ ୩ଟି ବ୍ୟାକ୍‌ଅପ୍‌ ଭେନ୍ୟୁ ସାମିଲ। ଭାରତୀୟ ପ୍ରତିନିଧି ଦଳରେ ଯେଉଁ ୩୨୫ ସାମିଲ ରହିବେ ସେମାନଙ୍କ ମଧ୍ୟରେ ଅଛନ୍ତି ୨୬୫ ଆଥଲେଟ୍‌ ଏବଂ ୬୦ ଅଫିସିଆଲ ଓ କୋଚ୍‌। ପ୍ରତିଯୋଗିତାରେ ମୋଟ ୭୦ଟି ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରିବେ। ଭାରତୀୟ ଆଥଲେଟ୍‌ମାନେ ଆର୍ଚେରୀ, ଆଥଲେଟିକ୍ସ, ବ୍ୟାଡ୍‌ମିଣ୍ଟନ, ଫେନ୍‌ସିଂ, ଜୁଡୋ, ଶୁଟିଂ, ସୁଇମିଂ, ଟେବୁଲ ଟେନିସ, ଟାଏକୋଣ୍ଡୋ, ଟେନିସ, ଭଲିବଲ, ଉଷୁ ଆଦି ୧୨ଟି ଗେମ୍‌ରେ ଅଂଶଗ୍ରହଣ କରିବେ। ଆଥଲେଟିକ୍ସରେ ସର୍ବାଧିକ ୪୦ ଏବଂ ଟେନିସ ଓ ଉଷୁରେ ୪ ଜଣ ଲେଖାଏ ପ୍ରତିଯୋଗୀ ଭାଗ୍ୟ ପରୀକ୍ଷା କରିବେ।

ଓଡ଼ିଶାରୁ ପ୍ରତିନିଧିତ୍ୱ କରିବାକୁ ଯାଉଥିବା ଅଫିସିଆଲଙ୍କ ମଧ୍ୟରେ ଗଗନେନ୍ଦୁ ଭାରତୀୟ ପ୍ରତିନିଧି ଦଳର ମୁଖ୍ୟ ହୋଇଥିବାବେଳେ ଶୈଳେନ୍ଦ୍ର କୁମାର ଜେନା ଆଥଲେଟିକ୍ସ ମ୍ୟାନେଜର, କୈଳାସ ଚନ୍ଦ୍ର ଦାସ ଓ ସୁଶାନ୍ତ କୁମାର ଦାଶ ପ୍ରଶାସନିକ ଅଧିକାରୀ, ସନ୍ତୋଷ କୁମାର ଦାଶ ବ୍ୟାଡ୍‌ମିଣ୍ଟନ ସ୍ପୋଟର୍‌ସ ଅଫିସିଆଲ ଏବଂ ସଞ୍ଜୟ ଗଡ଼ନାୟକ କୋଚ୍‌ଭାବେ ଦାୟିତ୍ୱ ତୁଲାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଏଗ୍ରିଷ୍ଟାକ୍‌ ଆଇଡିି ଉଚ୍ଛେଦ ଦାବି ତେଜିଲା: ଏକାଠି ହେଲେ ପାକ୍ସ ସଭାପତି ସଂଘ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣ ପ୍ରକିୟାକୁ ଦିନକୁ ଦିନ ଅଧିକ ଜଟିଳ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

ଆସୁଛି ବଡ଼ ବର୍ଷା: ଅବପାତର ପରିଣତ ହେବ ଲଘୁଚାପ, ରେଡ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୩/୮:ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳର ଉତ୍ତର ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ସୃଷ୍ଟ ଲଘୁଚାପ ଅଧିକ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

LACରେ ତିକ୍ତତା ପରେ ଭାରତକୁ ନେଇ ବଡ଼ କଥା କହିଦେଲେ ଚାଇନା: ଏବେ ସବୁକିଛି…

ନୂଆଦିଲ୍ଲୀ,୧୩।୮: ଅରୁଣାଚଳ ପ୍ରଦେଶର ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟରେ ଭାରତ ଏବଂ ଚାଇନା ମଧ୍ୟରେ ସାମରିକ ଗତିରୋଧର ରିପୋର୍ଟ ହୋଇଛି। ଚାଇନା ପରିସ୍ଥିତିକୁ ହାଲୁକା ଭାବରେ…

ସ୍କୁଲରେ ଛାତ୍ରଙ୍କ ଅଙ୍ଗୁଳି ଛିଣ୍ଡାଇନେଲା କୁକୁର: କ୍ଷତିପୂରଣ ଦାବି

ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri