ସଫଳତାର ଗୁରୁମନ୍ତ୍ର ଦେଲେ ଗରିମା

ଭୁବନେଶ୍ୱର,୨୪।୭: ଦେଶର ପ୍ରମୁଖ ତଥା ପ୍ରିମିୟର ସଭିଲ ସର୍ଭିସ କୋଚିଂ ସେଣ୍ଟର ବାଜିରାଓ ଆଇଏଏସ୍‌ ଏକାଡେମୀର ଓଡ଼ିଶା ଶାଖା ପକ୍ଷରୁ ରବିବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସଭିଲି ସର୍ଭିସ ପରୀକ୍ଷାରେ କିଭଳି କୃତକାର୍ଯ୍ୟ ହେବେ ଏବଂ ସଫଳତାର ମୂଳମନ୍ତ୍ର ବିଷୟରେ ଆଶାୟୀ ଛାତ୍ରୀଛାତ୍ରଙ୍କୁ ପ୍ରେରଣା ଦେବା ଲକ୍ଷ୍ୟରେ ‘ଟକ୍‌ ଟୁ ଆଇଏଏସ୍‌ ଟପ୍ପର-୨୦୨୨’ ନାମକ ଏକ ଆଲୋଚନା ଚକ୍ରର ଆୟୋଜନ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଲୋକ ସଭା ଆୟୋଗ (ୟୁପିଏସ୍‌ସି)-୨୦୨୨ରେ ସର୍ବଭାରତୀୟ ସ୍ତରରେ ୨ୟ ସ୍ଥାନ ଅଧିକାର କରିଥିବା ଗରିମା ଲୋହିଆ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଶାର ସିଭିଲ ସର୍ଭିସ ଆଶାୟୀ ଛାତ୍ରୀଛାତ୍ରମାନଙ୍କୁ ସଫଳତାର ଗୁରୁମନ୍ତ୍ର ଦେବା ସହ ସଭିଲି ସର୍ଭିସ ପରୀକ୍ଷା ପ୍ରସ୍ତୁତିର ବିଭିନ୍ନ କୌଶଳ ଓ ମାନଦଣ୍ଡ ସମ୍ପର୍କରେ ସେ ବିସ୍ତୃତ ଭାବେ ଆଲୋକପାତ କରାଇଥିଲେ।

ଏହି ପରିପ୍ରେକ୍ଷୀରେ ଗରିମାଙ୍କୁ ବାଜିରାଓ ଆଇଏଏସ୍‌ ଏକାଡେମୀର ପ୍ରତିଷ୍ଠାତା ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସମ୍ବର୍ଦ୍ଧିତ କରି ସେ କହିଥିଲେ, ସଫଳତା ପାଇଁ ପାଠପୁସ୍ତକର ଭୂମିକା ଓ ପରିଶ୍ରମ ସହ ଉପଯୁକ୍ତ ମାର୍ଗଦର୍ଶନ, ଅନୁଭବୀ ପରାମର୍ଶଦାତା ଓ ପ୍ରଯୁଜ୍ୟ ଷ୍ଟଡି ମ୍ୟାଟେରିଆଲ ଏବଂ ଲୋକାଭିମୁଖୀ ଦୃଷ୍ଟିକୋଣ ସଫଳତାର ଦ୍ୱାର ଉନ୍ମୁକ୍ତ କରିଥାଏ। ବାଜିରାଓ ଆଇଏଏସ ଏକାଡେମୀ ଓଡ଼ିଶାମାଟିରୁ ଆଗାମୀ ଦିନରେ ଅଧିକରୁ ଅଧିକ ସିଭିଲ ସର୍ଭାଣ୍ଟ ସୃଷ୍ଟି କରିବା ନିମନ୍ତେ ପ୍ରୟାସ ଜାରି ରଖିବ। ଅନ୍ୟମାନଙ୍କ ମଧ୍ୟରେ ବାଜିରାଓ ଆଇଏଏସ ଏକାଡେମୀର ସିଇଓ ଶୁଭ୍ରାଂଶୁ ଶେଖର ଓଝା, ନିର୍ଦ୍ଦେଶିକା ଜ୍ୟୋତିକୁମାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉକ୍ତ ଆଲୋଚନାଚକ୍ରରେ ଶତାଧିକ ଆଶାୟୀ ଛାତ୍ରୀଛାତ୍ର ଗରିମାଙ୍କ ସହ ଭାବବିନିମୟ ସହ ସଫଳତାର ଗୁରୁମନ୍ତ୍ର ବିଷୟରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପରଜା ବଡପଡ଼ା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ…

କଟକରେ ଲଜ୍ଜା: କଥା ହେବା ବାହାନାରେ ନାବାଳିକାଙ୍କୁ ହୋଟେଲକୁ ଡାକି ନେଇ ଗଣବଳାତ୍କାର କଲେ ସହପାଠୀ

କଟକ, ୧୩।୮(ପ୍ରଭୁ କଲ୍ୟାଣ ପାଲ୍‌): କଟକରେ ଲଜ୍ଜା। ନାବାଳିକାଙ୍କୁ ହୋଟେଲକୁ ନେଇ ଗଣବଳାତ୍କାର ଅଭିଯୋଗ। ବାଦାମବାଡ଼ି ଥାନା ଅଂଚଳରେ ଘଟିଛି ଏହି ସଙ୍ଗୀନ ଘଟଣା। ଜଣେ ନାବାଳିକାଙ୍କୁ…

ରାଶନ ନେଉଥିବା ଲୋକଙ୍କ ପାଇଁ ଜରୁରୀ ଖବର: ଏଣିକି ଖାତାକୁ ଆସିବ ଟଙ୍କା, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୩।୮: ଚଣ୍ଡୀଗଡ଼ ଏବଂ ଦାଦ୍ରା ଓ ନଗର ହାବେଳି ଏବେ ଏପରି ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ ହୋଇଛି, ଯେଉଁଠାରେ ୧୪ ଅଗଷ୍ଟ ୨୦୨୬ରୁ ସରକାର ଡିଜିଟାଲ ରୁପି…

ନାଁରେ ଆସିଲା ସାଂଘାତିକ ଅଭିଯୋଗ, ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି,୧୩।୮(ଗିରିଧାରୀ ପରିଛା): ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଗଜପତି ଜିଲାର ଗୁରାଣ୍ଡି ସିଏଚ୍‌ସିର ପୂର୍ବତନ ଭାରପ୍ରାପ୍ତ ମେଡିକାଲ ଅଧିକାରୀ ଡାକ୍ତର ପତିତପାବନ ବାରିକଙ୍କୁ ସରକାରୀ…

ଏଗ୍ରିଷ୍ଟାକ୍‌ ଆଇଡିି ଉଚ୍ଛେଦ ଦାବି ତେଜିଲା: ଏକାଠି ହେଲେ ପାକ୍ସ ସଭାପତି ସଂଘ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣ ପ୍ରକିୟାକୁ ଦିନକୁ ଦିନ ଅଧିକ ଜଟିଳ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି…

ସ୍ତ୍ରୀଙ୍କ ମୋବାଇଲରେ ଏମିତି ଚାଟ୍‌ ଦେଖି ସ୍ବାମୀଙ୍କ ପାଦ ତଳୁ ଖସିଗଲା ମାଟି, ସିଧା ପହଞ୍ଚିଲେ ଥାନାରେ…

ନୂଆଦିଲ୍ଲୀ,୧୩।୮: ତେଲଙ୍ଗାନାର ମହବୁବାବାଦ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ତାଙ୍କର କଥିତ ପ୍ରେମିକଙ୍କ ବିରୋଧରେ…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri