ସୁବର୍ଣ୍ଣ ଲୋକ ମହୋତ୍ସବ ଉଦ୍‌ଘାଟିତ: ଲୋକନୃତ୍ୟ ଗୀତରେ ଦୁଲୁକିଲା ମଞ୍ଚ

ସୋନପୁର, ୮।୧(ନି.ପ୍ର.): ସାଂସ୍କୃତିକ ଶୋଭାଯାତ୍ରା ଓ ଲୋକନୃତ୍ୟର ତାଳେ ତାଳେ ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୦ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି । ପୂର୍ବାହ୍ନରେ ଲୋକ ବାଦ୍ୟ ଓ ଲୋକ ନୃତ୍ୟରେ ସହରର ରାସ୍ତା ଦୁଲୁକି ଉଠିଥିଲା। ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ହଜାରହଜାର କଳାକାରଙ୍କ ନୃତ୍ୟ ଓ ବାଦ୍ୟରେ ମଶାଲ ଶୋଭାଯାତ୍ରା ତଥା ସାଂସ୍କୃତିକ ଶୋଭାଯାତ୍ରା ବେଶ ଆକର୍ଷଣୀୟ ହୋଇଥିଲା। ପ୍ରଶାସନିକ ଅଧିକାରୀଙ୍କ ସମେତ ବହୁ ଜନସାଧାରଣ ଓ ସଂସ୍କୃତିପ୍ରେମୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପ୍ରଥମ ସନ୍ଧ୍ୟାରେ ଓଡିଶୀ, ବିହୁ, ଛଉ, ଭାଙ୍ଗରା, ଯୋଡିଶଙ୍ଖ ନୃତ୍ୟ, ଢୋଲ, ନିଶାନ ଓ ବଂଶୀ ସ୍ବରର ତାଳେ ତାଳେ ସୋନପୁର ଗାନ୍ଧୀ ପଡିଆର ଫକୀର ମୋହନ ପଟ୍ଟନାୟକ ମୁକ୍ତ ମଞ୍ଚରେ କଳାକାରମାନେ ଲୋକନୃତ୍ୟ, ଲୋକ ସଙ୍ଗୀତ ପରିବେଷଣ କରିଥିଲେ। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ମୁଗ୍ଧ କରିଥିଲା। ନୃତ୍ୟ ଓ ବାଦ୍ୟର ମହା ସଙ୍ଗମରେ ପ୍ରକମ୍ପିତ ହୋଇ ଉଠିଥିଲା ମଞ୍ଚ। ଭୁବନେଶ୍ୱରର ଭିନ୍ନକ୍ଷମ ନୃତ୍ୟଶିଳ୍ପୀ ଗୁରୁ ନିତ୍ୟାନନ୍ଦ ଦାସଙ୍କ ଓଡିଶୀ ନୃତ୍ୟ, କାଶ୍ମୀର କଳାକାରଙ୍କ କଶ୍ମୀରୀ ନୃତ୍ୟ, ଉତ୍ତର ପ୍ରଦେଶର ମଥୁରା ଡ୍ୟାନ୍ସ ଗ୍ରୁପ, ଭବାନୀପଟଣାର ନୃତ୍ୟଙ୍ଗନା ଅନୁଷ୍ଠାନର ସମ୍ବଲପୁରୀ ନୃତ୍ୟ, ଆସାମର ବିହୁ ନୃତ୍ୟ, ପଞ୍ଜାବ ଭାଙ୍ଗରା ନୃତ୍ୟ, ପଶ୍ଚିମବଙ୍ଗର ପୁରୁଲିଆ ଛଉ ଓ ଗଞ୍ଜାମର ରଣପା ଓ ଯୋଡି ଶଙ୍ଖ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ନୃତ୍ୟର ଛନ୍ଦ ରସରେ ଝୁମିଥିଲେ ଦର୍ଶକ ।
ରାଜ୍ୟ ଅର୍ଥ ଓ ଅବକାରୀ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ସୁବର୍ଣ୍ଣପୁର ଜିଲାର କଳା, ସାହିତ୍ୟ ଓ ସଂସ୍କୃତି ଦେଶ ବିଦେଶରେ ପ୍ରସିଦ୍ଧ ବୋଲି କହିବା ସହିତ ସ୍ଥାନ ଟିକୁ ବର୍ଣ୍ଣିଳ ସଂସ୍କୃତିର ନାଭି କେନ୍ଦ୍ର ବୋଲି ଅଭିହିତ କରିଥିଲେ। ସୁବର୍ଣ୍ଣପୁରକୁ ରାଜ୍ୟର ଏକ ସୁନ୍ଦର ସହର କରିବା ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିବା ସହ ପଞ୍ଚରଥ ମନ୍ଦିରକୁ ନୂଆ ରୂପ ଦିଆଯିବ ବୋଲି କହିଥିଲେ । ସମ୍ମାନିତ ଅତିଥିଭାବେ ରାଜ୍ୟ ଯୋଜନା ଓ ସଂଯୋଜନା ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗଦେଇ ଲୁପ୍ତପ୍ରାୟ କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବାରେ ଲୋକ ମହୋତ୍ସବ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଅନ୍ୟପକ୍ଷେ ନୂତନ ଜିଲା ହେବା ପରେ ସୁବର୍ଣ୍ଣପୁର ବହୁ ପ୍ରଗତି କରିଛି ବୋଲି କହିଥିଲେ। ଜିଲାପାଳ ତଥା ଜିଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ମୋନିଷା ବାନାର୍ଜୀ ସଭାରେ ଅଧ୍ୟକ୍ଷତା କରି ସମସ୍ତଙ୍କୁ ସ୍ବାଗତ କରିବା ସହ ଜିଲାର ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ର ବିଶେଷ ଅତିଥି ଭାବେ ଯୋଗଦାନ କରି ମାଟିର ମହକ ଓ କଳା ସମ୍ପର୍କରେ ଆଲୋକପାତ କରିଥିଲେ । ଏସ୍‌ପି ଦେବୀପ୍ରସାଦ ଦାଶ ତାଙ୍କ ବକ୍ତବ୍ୟରେ ଏହି ଜିଲାର କଳା ଓ ସିଂସ୍କୃତି ମହାନ ବୋଲି କହିଥିଲେ। ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା ଅନ୍ୟତମ ସମ୍ମାନିତ ଅତିଥିଭାବେ ଯୋଗଦାନ କରି ଏହି ଉତ୍ସବ ଜିଲାର କଳା, ସଂସ୍କୃତି, ଐତିହ୍ୟ ଓ ବିକାଶ ଧାରାର ବାର୍ତ୍ତାବହ ବୋଲି ମତପ୍ରକାଶ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

ବଞ୍ଜାରୀ ଘାଟିରେ ପୁଣି ଓଲଟିଲା ଏଲ୍‌ପିଜି ଗ୍ୟାସ୍‌ ଟ୍ୟାଙ୍କର

ଲାଞ୍ଜିଗଡ଼, ୨୮ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ନର୍ଲା ଥାନା ଅନ୍ତର୍ଗତ ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ-ଛତିକୁଡ଼ା ରାସ୍ତାର ବଞ୍ଜାରୀ…

ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକ ନିଖୋଜ

କୋକସରା,୨୮ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ) କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ ଭାଲିଆଯୋର ଗ୍ରାମର ଜୟସିଂ ଧଙ୍ଗଡାମାଝୀ (୪୫) ପେଟପାଟଣା ପାଇଁ…

ଗଞ୍ଜେଇ ମାମଲାରେ ଯୁବକଙ୍କୁ ମୋହନାରୁ ଗିରଫ କଲା ତାମିଲନାଡୁ ପୋଲିସ

ମୋହନା, ୨୮।୮ (ମନ୍ମଥ ମିଶ୍ର): ତାମିଲନାଡୁରେ ଗଞ୍ଜେଇ ଜବତ ଘଟଣାର ତଦନ୍ତ କରି ଓଡ଼ିଶାର ଗଜପତି ଜିଲାରେ ପହଞ୍ଚିଛି ତାମିଲନାଡୁ ପୋଲିସ। ଗଞ୍ଜେଇ ଚାଲାଣ ମାମଲାରେ ମୋହନା…

ଅଙ୍ଗନୱାଡ଼ି କର୍ମୀଙ୍କ ଅନଶନ ପ୍ରତ୍ୟାହୃତ

ଗୁଣପୁର, ୨୮/୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ୍‌ର ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିସ୍ ୱାର୍କର୍ସ ଆସୋସିଏଶନ୍ ପକ୍ଷରୁ ଦୀର୍ଘଦିନର ବିଭିନ୍ନ ଦାବି ନେଇ ପ୍ରଶାସନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri