Posted inଫୁରସତ

ଶୌଚାଳୟ ନ ଥିବାରୁ ମାସକରେ ଶାଶୁଘର ଛାଡ଼ିଲେ ୧୬ ବୋହୁ

ଲକ୍ଷ୍ନୌ, ୧୬।୭- ସ୍ବଚ୍ଛ ଭାରତ ମିଶନ ଆଧାରରେ ଗ୍ରାମ ଓ ସହର ସବୁଠାରେ ଶୌଚାଳୟ ନିର୍ମାଣ ହୋଇଥିବା ଉତ୍ତର ପ୍ରଦେଶ ସରକାର ଦାବି କରୁଛନ୍ତି। କିନ୍ତୁ ବାସ୍ତବତା ଏହା ବାହାରେ। ଯାହାର ସଦ୍ୟତମ ଉଦାହରଣ ଉତ୍ତର ପ୍ରଦେଶ କୁଶୀନଗର ଜିଲାରେ ଦେଖିବାକୁ ମିଳିଛି। ସ୍ଥାନୀୟ ପଦରୌନା ବ୍ଲକର ଜଗଦୀପୁର ଗ୍ରାମରେ ଗତ ଏକ ମାସ ମଧ୍ୟରେ ୧୬ ଜଣ ବୋହୁ ଶୌଚାଳୟ ନ ଥିବା ଅଭିଯୋଗ କରି ସେମାନଙ୍କ ଶାଶୁଘର ଛାଡ଼ି ବାପଘରକୁ ପଳାଇଛନ୍ତି। ଏଥିସହ ଶୌଚାଳୟ ନିର୍ମାଣ ନ ହେବା ପର୍ଯ୍ୟନ୍ତ ଆଉ ଶାଶୁଘରେ ପାଦଦେବେ ନାହିଁ ବୋଲି ରୋକଠୋକ୍‌ କହିଛନ୍ତି। ଏହି ମହିଳାମାନଙ୍କୁ ବର୍ଷା ଦିନେ ମଳତ୍ୟାଗ କରିବା ପାଇଁ ବାହାରକୁ ଯିବାକୁ ପଡ଼ୁଥିଲା। ପ୍ରଥମେ ଶାଶୁଘର ଲୋକଙ୍କୁ ଏହି ସମସ୍ୟା କଥା ମହିଳାମାନେ ଜଣାଇଥିଲେ। କିନ୍ତୁ କୌଣସି ସମାଧାନ ନ ହେବାରୁ ସେମାନେ ନିଜ ନିଜ ବାପଘରକୁ ପଳାଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଜିଲା ପଞ୍ଚାୟତରାଜ ଅଧିକାରୀ ଗ୍ରାମରେ ପହଞ୍ଚତ୍ଥିଲେ। ସେ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରି ଶୌଚାଳୟ କାହିଁକି ନିର୍ମାଣ ହୋଇନାହିଁ ତାହାର ଅନୁସନ୍ଧାନ ଆରମ୍ଭ କରିଛନ୍ତି। ବୋହୁମାନଙ୍କ ଏହି ନିଷ୍ପତ୍ତିରେ କେବଳ ପରିବାର ନୁହେଁ ପୁରା ଗ୍ରାମବାସୀ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଗ୍ରାମବାସୀମାନେ ବହୁ ବୁଝାଇବା ପରେ ମଧ୍ୟ ସେମାନେ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରି ନ ଥିଲେ ଏବଂ ଶାଶୁଘର ଛାଡ଼ି ପଳାଇଥିଲେ। ବିବାହ ପୂର୍ବରୁ ମଧ୍ୟ ମହିଳାମାନେ ସର୍ତ୍ତ ରଖିଥିଲେ ଶୌଚାଳୟ ନିର୍ମାଣ ହେଲାପରେ ସେମାନେ ସେଠାକୁ ଯିବେ। ଏହାପରେ ଶାଶୁଘର ପକ୍ଷରୁ ମଧ୍ୟ ଶୀଘ୍ର ଶୌଚାଳୟ ନିର୍ମାଣ ନେଇ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଯାହାକୁ ପରେ ପୂରଣ କରା ନ ଯିବାରୁ ବୋହୁମାନେ ଶାଶୁଘର ଛାଡ଼ି ପଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଇଣ୍ଡିଆନ ଆଇଡଲ’ର ଟପ୍‌-୬ରେ ଜ୍ୟୋତିର୍ମୟୀ: ପ୍ରଶଂସା କଲେ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୭ (ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଜାତୀୟସ୍ତରର ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୬’ରେ ଦମ୍‌ଦାର ପରଫର୍ମାନ୍ସ ମାଧ୍ୟମରେ ଟପ୍‌-୬ରେ ସ୍ଥାନ ହାସଲ କରିଛନ୍ତି।…

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri