କୌଳିକ ବୃତ୍ତି ବଞ୍ଚାଇ ରଖିବାକୁ ମିଳୁନି ପ୍ରୋତ୍ସାହନ: ଦୁର୍ଦ୍ଦିନରେ କୁମ୍ଭକାର ପରିବାର

(ରାମକୃଷ୍ଣ ସାହୁ) କନିଷି,୩୦ା୫(ଡି.ଏନ.ଏ.)- ବର୍ତ୍ତମାନ ସମୟରେ ମାଟିପାତ୍ରର ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ ହେବାକୁ ବସିଲାଣି। ଏହାର ସ୍ଥାନ ନେଇଛି ଷ୍ଟିଲ ଓ ପ୍ଲାଷ୍ଟିକ ବାସନକୁଶନ। ଏଭଳି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ କେତେକ କୁମ୍ଭକାର ପରିବାର ନିଜ କୌଳିକ ବୃତ୍ତିକୁ ଛାଡ଼ି ପାରୁନାହାନ୍ତି। ହେଲେ ସେମାନଙ୍କର ଅସୁବିଧା କେହି ବୁଝୁନାହାନ୍ତି। ସରକାର କି ପ୍ରଶାସନ ତରଫରୁ କୌଣସି ସହାୟତା ମିଳୁନାହିଁ। ଏଭଳି ଦୁର୍ଦ୍ଦିନର ସାମନା କରି ନ ପାରି କେତେଜଣ ନିଜ ପରିବାର ପ୍ରତିପୋଷଣ ପାଇଁ ପିଲାମାନଙ୍କୁ ଧରି ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଚାଲି ଯାଉଛନ୍ତି ତ ଆଉ କେତେକେ ପନିପରିବା ଧରି ଗାଁକୁ ଗାଁ ବୁଲି ବିକ୍ରି କରୁଛନ୍ତି। ନ ହେଲେ ଅନ୍ୟ କିଛି କାମଧନ୍ଦା କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ଅନ୍ୟପକ୍ଷରେ ଖରାଦିନ ଆସିଲେ ଥଣ୍ଡା ପାଣି ପାଇଁ ଖୋଜା ପଡ଼ିଥାଏ ମାଟି ହାଣ୍ଡି, ମାଠିଆ ଓ କଳସୀ। ସେହିପରି ପୂଜା, ବିବାହ, ବ୍ରତ ଏବଂ ଶୁଦ୍ଧିକ୍ରିୟା ଆଦିରେ ମଧ୍ୟ ଏସବୁ ମାଟି ଜିନିଷ ଦରକାର ପଡ଼ୁଥିବା ବେଳେ ତାହା ଏବେ ମିଳିବା କଷ୍ଟକର ହୋଇପଡ଼ିଛି।
ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକର ଚାନ୍ଦପୁର, ଚିକରଡ଼ା ଓ କୁକୁଡ଼ାଖଣ୍ଡି ବ୍ଲକର ଲାଠୀ ଗ୍ରାମରେ ବହୁ କୁମ୍ଭକାର ସେମାନଙ୍କ କୌଳିକ ବୃତ୍ତିକୁ ଛାଡ଼ି ପାରିନାହାନ୍ତି। ମାତ୍ର ପ୍ରୋତ୍ସାହନ ମିଳୁ ନ ଥିବା ଯୋଗୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏମାନେ ମାଟିହାଣ୍ଡି, ମାଠିଆ, କୁଣ୍ଡ, ଫୁଲକୁଣ୍ଡ, ସରା, କଳସ, ଦୀପ ଆଦି ପ୍ରସ୍ତୁତ କରି ପରିବାର ଚଳାଉଛନ୍ତି। ମାଟି ହାଣ୍ଡି କିମ୍ବା ମାଠିଆ ତିଆରି କଲେ ଯେତିକି ପରିଶ୍ରମ ହେଉଛି ତାହାକୁ ବିକ୍ରି କଲେ ତା’ ତୁଳନାରେ ପ୍ରାପ୍ୟ ମିଳୁନାହିଁ। ମାଠିଆର ଦାମ ଯେତିକି ତା’ଠାରୁ କମ ଦରରେ ବଜାରରେ ଅନ୍ୟାନ୍ୟ ପାତ୍ର ମିଳିପାରୁଛି। ମାଟି ପାତ୍ର ନିର୍ମାଣ କରିବା ପରେ ସ୍ଥାନୀୟ ଅଞ୍ଚଳରେ ତାହାକୁ ବିକ୍ରି କରିବା ପାଇଁ କୌଣସି ସୁବିଧା ନାହିଁ। ତେଣୁ କୁମ୍ଭକାରମାନେ ଅଟୋରେ ବଜାରକୁ ସେମାନଙ୍କ ସାମଗ୍ରୀ ନେବା ବେଳେ ଅନେକ ଜିନିଷ ଭାଙ୍ଗି ନଷ୍ଟ ହୋଇଯାଉଛି। ଫଳରେ ସେମାନେ ବହୁ କ୍ଷତିରେ ପଡ଼ୁଛନ୍ତି। କୁମ୍ଭକାର ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ସରକାରୀ ସହାୟତା ମିଳୁନାହିଁ ବୋଲି ଚିକରଡ଼ା ଗ୍ରାମର ହରିବନ୍ଧୁ ବେହେରା ଦୁଃଖର ସହ ପ୍ରକାଶ କରିଥିଲେ। ଆମେ ଏଠାରେ ୪୦୦ରୁ ଊର୍ଦ୍ଧ୍ୱ ଲୋକ କାମ କରୁଛୁ। ସରକାରଙ୍କ ତରଫରୁ କୌଣସି ଭତ୍ତା ମିଳୁ ନାହିଁ କି ସାହାଯ୍ୟ ମିଳୁନାହିଁ। କିପରି ପରିବାର ଚଳାଇବୁ ବୋଲି ସେ କହିଛନ୍ତି। ସେହିପରି ଗ୍ରାମର ମୁଖ୍ୟ ତଥା ସାମାଜିକ କର୍ମୀ କୈଳାସ ଚନ୍ଦ୍ର ମହାନ୍ତି କହିଛନ୍ତି, ଦୀର୍ଘ ବର୍ଷ ବର୍ଷ ଧରି ଗ୍ରାମରେ ଏହି ବୃତ୍ତିରେ ନିୟୋଜିତ ଲୋକେ ଦୁଃଖ କଷ୍ଟରେ ପରିବାର ପ୍ରତିପୋଷଣ କରୁଛନ୍ତି। କିନ୍ତୁ ସେମାନଙ୍କୁ ବ୍ୟାଙ୍କ ଋଣ କି ସରକାରୀ ସହାୟତା ମିଳୁନାହିଁ। ଏଥିପ୍ରତି ସରକାରଙ୍କ ନଜର ପଡ଼ୁନାହିଁ। ବ୍ୟବସାୟ ମାନ୍ଦା ଯୋଗୁଁ ଅନେକ ପରିବାରର ଯୁବକମାନେ ଦାଦନ ଖଟିବାକୁ ଚାଲି ଯାଉଥିବା ସେ ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri