ଜେଲରୁ ୧୮ଶହ କଏଦୀ ଫେରାର

ଆବୁଜା, ୭ା୪: ନାଇଜେରିଆର ଦକ୍ଷିଣପୂର୍ବ ଅଞ୍ଚଳରେ ସୋମବାର ରାତିରେ ପୋଲିସ, ସେନା ବିଲ୍ଡିଂ ସହ ଏକ ଜେଲ୍‌କୁ ବନ୍ଧୁକଧାରୀମାନେ ଟାର୍ଗେଟ କରିଛନ୍ତି। ଏହାର ସୁଯୋଗ ନେଇ ଜେଲରେ ଥିବା ପ୍ରାୟ ୧୮ ଶହ କଏଦୀ ଫେରାର ହୋଇଯାଇଛନ୍ତି। ରାତି ପ୍ରାୟ ୨ଟାରେ ଇମୋ ପ୍ରଦେଶର ଓଓ୍ବେରି ସହରରେ ଏହି ଆକ୍ରମଣ ହୋଇଥିଲା। ପୋଲିସ ଓ ସେନା ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ଦିଆଯାଇଥିଲା। ପ୍ରାୟ ୨ ଘଣ୍ଟା ଧରି ବନ୍ଧୁକଧାରୀ ଆକ୍ରମଣ ଜାରି ରଖିଥିଲେ। ଫଳରେ ସେନା ବିଲ୍ଡିଂ, ପୋଲିସ ଓ ସରକାରୀ କାର୍ଯ୍ୟାଳୟ ସମେତ ଏକ ଜେଲ୍‌ କ୍ଷତିଗ୍ରସ୍ତ ହୋଇଛି। ଫେରାର କଏଦୀଙ୍କୁ ଗିରଫ କରିବାକୁ ଉଦ୍ୟମ ଜାରି ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ୨ ସପ୍ତାହ ତଳେ ଦକ୍ଷିଣପୂର୍ବ ନାଇଜେରିଆରେ ୪ ଥାନା, ମିଲିଟାରୀ ଚେକ୍‌ ପଏଣ୍ଟ ଉପରେ ଆକ୍ରମଣ ସହ କଏଦୀଙ୍କୁ ନିଆଯାଉଥିବା ଗାଡ଼ିଗୁଡ଼ିକୁ ନଷ୍ଟ କରିଦିଆଯାଇଥିଲା। ୧୨ରୁ ଊର୍ଦ୍ଧ୍ୱ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଏବଂ ପାକିସ୍ତାନ ମଧ୍ୟ ଅଧିକ ମ୍ୟାଚ୍‌ ଆୟୋଜନ ହେଉ: ମେହମୁଦ୍‌ କ୍ୟୁରେସି

ଇସଲମାବାଦ୍‌, ୧୯।୬: ବିଶ୍ୱକପରେ ଭାରତଠାରୁ ପରାସ୍ତ ହେବା ପରେ ପାକିସ୍ତାନରେ ହଡକମ୍ପ ସୃଷ୍ଟି ହୋଇଛି। ଏନେଇ ପ୍ରତିକ୍ରିୟା ଦେଇଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ...

ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଡୋରିୟନ୍‌: ୨୪୧ କିଲୋମିଟର ବେଗରେ ବହିବ ପବନ

ଓ୍ବାଶିଂଟନ,୧।୯: ସାମୁଦ୍ରିକ ଝଡ଼ ଡୋରିୟନ ମାଡ଼ି ଆସୁଛି। ଏହା ଆମେରିକାର ଫ୍ଲୋରିଡ଼ାରେ ତାଣ୍ଡବ ରଚିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।...

୧୦୦ ଦେଶର ମିଳିତ ବିବୃତ୍ତି , ଆଫଗାନିସ୍ତାନରେ ଏୟାରଲିଫ୍ଟ ରହିବ ଜାରି…

ଓ୍ବାଶିଂଟନ/କାବୁଲ,୩୦।୮: ଆଫଗାନିସ୍ତାନରୁ ଏୟାରଲିଫ୍ଟ ନେଇ ଆମେରିକା ସମେତ ୧୦୦ଟି ଦେଶ ପକ୍ଷରୁ ମିଳିତ ବିବୃତ୍ତି ଜାରି କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଲୋକଙ୍କ ସୁରକ୍ଷିତ...

ୟୁକ୍ରେନ୍‌ ଯୁଦ୍ଧ ଆମେରିକା ମହତ୍ତ୍ୱାକାଂକ୍ଷାର ଫଳ: ଲାଭ୍ରୋଭ୍‌

ମସ୍କୋ, ୨୦ା୪: ବିଶ୍ୱକୁ ଶାସନ କରିବା ଏବଂ ନିଜ ଅଧୀନରେ ରଖିବାକୁ ଆମେରିକା ଓ ପାଶ୍ଚାତ୍ୟ ଦେଶର ମହତ୍ତ୍ୱାକାଂକ୍ଷା ହିଁ ୟୁକ୍ରେନ୍‌ ଯୁଦ୍ଧର ମୂଳ କାରଣ...

ଏବେବି ପରାଜୟ ସ୍ୱୀକାର କରିବାକୁ ପ୍ରସ୍ତୁତ ନାହାଁନ୍ତି ଟ୍ରମ୍ପ

ୱାଶିଂଟନ,୮ ।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ସରିଥିବା ବେଳେ ଏଥିରେ ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଜୋ ବାଇଡେନ ବିଜୟ ଲାଭ କରି ରାଷ୍ଟ୍ରପତି ପଦରେ ବସିବାକୁ...

ରାଗରେ ନିଆଁବାଣ ପୁଟିନ: କହିଲେ,ମୁଁ ତାଙ୍କୁ ବର୍ବାଦ କରିଦେବି

ମସ୍କୋ,୨୯।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୩୪ ଦିନ ହେବ ଜାରି ରହିଛି। ଉଭୟ ଦେଶର ପ୍ରତିନିଧୀମାନେ ଗୋଟିଏ ପରେ ଗୋଟିଏ ବୈଠକ ପାଇଁ...

ଆମେରିକା କଲରାଡୋ ଜଙ୍ଗଲରେ ନିଆଁ: ଉଜୁଡିଗଲା ଶହ ଶହ ଘର

ଦେନଭର,୧ ।୧: ଆମେରିକା କଲରାଡୋ ରାଜ୍ୟର ଦେନଭର ଜଙ୍ଗଲରେ ନିଆଁ ଲାଗି ପାଖାପାଖି ୫୮୦ ଘର, ଗୋଟିଏ ହୋଟେଲ ଓ ଏକ ଶପିଂ ମଲ ଜଳି...

ବ୍ରିଟେନରେ ୬ ମାସ ପର୍ଯ୍ୟନ୍ତ ବଢିପାରେ ଲକ୍‌ଡାଉନ୍‌ ଅବଧି

ଲଣ୍ଡନ,୩୦।୩: ବ୍ରିଟେନରେ କରୋନା ସଂକ୍ରମଣ ଥମିବାର ନାଁ ନେଉନି। ଏଠାରେ ଗୋଟିଏ ଦିନରେ ଶହ ଶହ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଥିବା ବେବେ ଗୋଟିଏ ଦିନରେ...

Advertisement
Archives

Model This Week