Posted inଜାତୀୟ

ଲିଙ୍ଗ ବଦଳାଇ ଛାତ୍ରୀଙ୍କୁ ବାହାହେଲେ ଶିକ୍ଷୟିତ୍ରୀ

ଜୟପୁର, ୯ା୧୧: ନିଜ ପ୍ରେମିକାଙ୍କୁ ଜୀବନସାଥୀ କରିବା ପାଇଁ ରାଜସ୍ଥାନର ଜଣେ ଶିକ୍ଷୟିତ୍ରୀ ନେଇଛନ୍ତି ଏକ ଭିନ୍ନ ଢଙ୍ଗର ନିଷ୍ପତ୍ତି। ପିଇଟି (ଫିଜିକାଲ ଏଜୁକେଶନ୍‌ ଟିଚର୍‌) ମୀରା ନିଜ ଲିଙ୍ଗ ପରିବର୍ତ୍ତନ କରି ପ୍ରେମିକା କଳ୍ପନାଙ୍କୁ ଜୀବନସାଥୀ ଭାବେ ଆପଣାଇଛନ୍ତି। ଏବେ ଆରଭ କୁନ୍ତଲ ନାମରେ ପରିଚିତି। ମୀରାଙ୍କ ମତରେ ପ୍ରେମରେ ପଡ଼ିଥିବା ମଣିଷ ପକ୍ଷେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ।
ରାଜସ୍ଥାନ ଭରତପୁର ସ୍କୁଲରେ ପିଇଟି ଭାବେ କାର୍ଯ୍ୟ କରୁଥିବା ମୀରା ଓ ସେହି ସ୍କୁଲର ଛାତ୍ରୀ କଳ୍ପନାଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ବିଦ୍ୟାଳୟ ଖେଳପଡ଼ିଆରୁ। କଳ୍ପନା କବାଡ଼ି ଖେଳରେ ନିପୁଣ ହୋଇଥିବାବେଳେ ଶାରୀରିକ ଶିକ୍ଷା ତାଙ୍କୁ ନିହାତି ଭାବେ ଆବଶ୍ୟକ ପଡ଼ୁଥିଲା। ସେଥିପାଇଁ ସେ ମୀରାଙ୍କ ସହ ଅଧିକ ସମୟ ବିତାଉଥିଲେ। ଦିନ ବିତିବା ସାଙ୍ଗଙ୍କୁ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ପରବର୍ତ୍ତୀ ସମୟରେ ସେମାନେ ବାହା ହେବାପାଇଁ ନିଷ୍ପତ୍ତି ନେଲେ। କଳ୍ପନା କବାଡ଼ିରେ ନିଜ କ୍ୟାରିୟର୍‌କୁ ଆଗକୁ ନେବା ପାଇଁ ଯୋଜନା କରୁଥିବାବେଳେ ଆସନ୍ତା ଜାନୁୟାରୀରେ ଦୁବାଇରେ ହେବାକୁ ଥିବା ଇଣ୍ଟରନ୍ୟାଶନାଲ କବାଡ଼ି ଟୁର୍ନାମେଣ୍ଟରେ ସେ ଅଂଶଗ୍ରହଣ କରିବେ।
ଝିଅ ହୋଇ ଜନ୍ମ ହୋଇଥିବା ମୀରାଙ୍କର ବ୍ୟବହାର ଓ ହାବଭାବ ସବୁ ପୁଅ ପିଲାଙ୍କ ପରି। ସେ କେବେହେଲେ ଜଣେ ଝିଅ ହୋଇ ରହିବାକୁ ଚାହୁଁ ନ ଥିଲେ। ଲିଙ୍ଗ ପରିବର୍ତ୍ତନ ଚିନ୍ତା ବହୁବାର ତାଙ୍କ ମନରେ ଆସିଥିଲେ ମଧ୍ୟ ଏ ନେଇ ସେ ସାହସ ବାନ୍ଧି ପାରୁ ନ ଥିଲେ। କିନ୍ତୁ ଯେତେବେଳେ କଳ୍ପନା ତାଙ୍କ ଜୀବନକୁ ଆସିଲେ ସେତେବେଳେ ସେ ଏହି ଜଟିଳ ସର୍ଜରି କରିବା ପାଇଁ ନିଷ୍ପତ୍ତି ନେଲେ। ମୀରା ନିଜର ପ୍ରଥମ ସର୍ଜରି ୨୦୧୯ ଡିସେମ୍ବରରେ କରିଥିଲେ। ସର୍ଜରି ପାଇଁ ସେ କଳ୍ପନାଙ୍କ ପରାମର୍ଶ ଲୋଡ଼ିଥିବା ପ୍ରକାଶ କରିଛନ୍ତି। ମୀର ସମ୍ପୂର୍ଣ୍ଣ ଭାବେ ଆରଭ ପାଲଟିବା ପରେ ଗତ ରବିବାର ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହକୁ ନେଇ କଳ୍ପନା କୁହନ୍ତି, ମୀରା ଲିଙ୍ଗ ପରିବର୍ତ୍ତନ କରି ଆରଭ ହୋଇ ନ ଥିଲେ ମଧ୍ୟ ସେ ତାଙ୍କୁ ବିବାହ କରିଥାନ୍ତେ। ଉଭୟଙ୍କ ବିବାହରେ ସେମାନଙ୍କ ପରିବାର ବେଶ୍‌ ଖୁସି ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri