୧୧୫ କୋଟିର ଜିଏସ୍‌ଟି ଠକେଇ

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ଜାଲ୍‌ କମ୍ପାନୀ, ଜାଲ୍‌ ପଦବୀ, ଜାଲ୍‌ ବିଲ୍‌ ମାଧ୍ୟମରେ ଚାଲିଥିଲା ବହୁ କୋଟି ଟଙ୍କାର ଜିଏସ୍‌ଟି ଠକେଇ। ରାଜ୍ୟ ଜିଏସ୍‌ଟି ବିଭାଗର ଏନ୍‌ଫୋର୍ସମେଣ୍ଟ ଓ୍ବିଙ୍ଗ୍‌ ଗୁରୁବାର ଏହି ବଡ଼ଧରଣର ଠକେଇ ର଼୍ୟାକେଟକୁ ଧରିବା ସହ ସମ୍ପୃକ୍ତ ଦୁଇ ମାଷ୍ଟରମାଇଣ୍ଡ୍‌ଙ୍କୁ ଗିରଫ କରିଛି। ସେମାନେ ହେଲେ ରାଉରକେଲାସ୍ଥିତ ସ୍ମାର୍ଟଏଜିସ୍‌ ଟ୍ରେଡ୍‌ ଭେଞ୍ଚର ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ସୁଜୟ ମଇତ୍ର ଓ ତିରୁପତି ଟ୍ରେଡର୍ସର ମାନେଜିଂ ପାର୍ଟନର ତଥା ଶତଗୁରୁ ମେଟାଲ୍ସ ଆଣ୍ଡ୍‌ ପାଓ୍ବାର ପ୍ରାଇଭେଟ୍‌ ଲିମିଟେଡ୍‌ର ଅଧିକୃତ ପ୍ରତିନିଧି ଗୁରୁଦିତ ଡାଙ୍ଗ। ଏନ୍‌ଫୋର୍ସମେଣ୍ଟ ଟିମ୍‌ ଗୁରୁଦିତଙ୍କୁ ରାଉରକେଲାରୁ ଓ ସୁଜୟଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି। ବାସ୍ତବରେ ଅଭିଯୁକ୍ତ ଦ୍ୱୟ କୌଣସି କମ୍ପାନୀ କିମ୍ବା କାରବାର କରି ନ ଥିଲେ। ଜାଲ୍‌ କାଗଜପତ୍ରରେ ୧୬ଟି କମ୍ପାନୀ ଚାଲିଥିବା ଦେଖାଇ ୬୪୧କୋଟି ଟଙ୍କାର ଜାଲ୍‌ ବିଲ୍‌ ମାଧ୍ୟମରେ ୧୧୫.୧୦ କୋଟି ଟଙ୍କାର ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ୍‌(ଆଇଟିସି) ହାତେଇଥିଲେ। ପରବର୍ତ୍ତୀ ସମୟରେ ସେସବୁ ଆଇଟିସିକୁ ରାଜ୍ୟ ଓ ବାହାରର ଅସାଧୁ ବ୍ୟବସାୟୀଙ୍କୁ ପ୍ରଦାନ କରି ସେମାନଙ୍କ ନିକଟରୁ କୋଟି କୋଟି ଟଙ୍କା ପାଉଥିଲେ। ଏହି ଠକେଇ ଦ୍ୱାରା ସରକାର ବିପୁଳ ରାଜସ୍ବ ହରାଇଥିଲେ। ଏହି ର଼୍ୟାକେଟରେ ରାଜ୍ୟ ବାହାର ବ୍ୟବସାୟୀଙ୍କ ସମ୍ପୃକ୍ତି ଥିବାରୁ ସେମାନଙ୍କୁ ଧରିବା ପାଇଁ ଅଧିକ ତଦନ୍ତ କରାଯାଉଛି ବୋଲି ଜିଏସ୍‌ଟି କମିଶନର ସୁଶୀଲ ଲୋହାନୀ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତ ଦ୍ୱୟଙ୍କୁ ରାଉରକେଲା କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ଅଭିଯୁକ୍ତ ଦ୍ୱୟ କେତେଜଣ ସହଯୋଗୀଙ୍କ ସହ ମିଶି ଠକେଇ ଯୋଜନା କରିଥିଲେ। ବିଭିନ୍ନ କମ୍ପାନୀରେ ଚାକିରି ଦେବାକୁ କହି ପାଣିକୋଇଲି, ରାସଗୋବିନ୍ଦପୁର, ବରଗଡ଼, ପୁରୀ ଓ ବାଲେଶ୍ୱର ଅଞ୍ଚଳର ଲୋକଙ୍କଠାରୁ ପରିଚୟପତ୍ର ଓ ବ୍ୟାଙ୍କ ତଥ୍ୟ ହାସଲ କରିଥିଲେ। ସେମାନେ ସମସ୍ତେ ମୁଖ୍ୟତଃ ପାଣି ପାଇପ୍‌ ମିସ୍ତ୍ରି, ଡ୍ରାଇଭର, ଗ୍ୟାସ୍‌ ଯୋଗାଉଥିବା ଲୋକ ଓ ବେକାର ଯୁବକ ଥିଲେ। ସମସ୍ତ କାଗଜପତ୍ର ହାତେଇବା ପରେ ସେମାନଙ୍କ ନାମରେ ୧୬ରୁ ଊର୍ଦ୍ଧ୍ୱ ଜାଲ୍‌ କମ୍ପାନୀ ଖୋଲିଥିଲେ। ଏସବୁ କମ୍ପାନୀରେ ଷ୍ଟିଲ୍‌ ଓ ଲୁହା ସାମଗ୍ରୀ କାରବାର ହେଉଥିବା ଦର୍ଶାଯାଉଥିଲା। ଏପରିକି କମ୍ପାନୀ ଚାଲୁଥିବା ଘରଭଡ଼ା ଚୁକ୍ତି ମଧ୍ୟ ଜାଲ୍‌ ଥିଲା। ୨୦୧୮ରେ ଚୁକ୍ତି ହୋଇଥିବା ଦର୍ଶାଯାଇଥିବାବେଳେ ଘର ମାଲିକଙ୍କର ୨୦୦୭ରେ ମୃତ୍ୟୁ ହୋଇସାରିଥିଲା। ତେବେ ଗୁପ୍ତ ତଦନ୍ତରୁ ଏଭଳି ଠକେଇ ସୂଚନା ପାଇବା ପରେ ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଓ୍ବିଙ୍ଗ୍‌ ଏମାନଙ୍କ ଉପରେ ନଜର ରଖିବା ସହ ଚଢ଼ାଉ ଯୋଜନା କରିଥିଲା। ଅଭିଯୁକ୍ତ ସୁଜୟ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବାବେଳେ ଗୁରୁବାର ଭୁବନେଶ୍ୱର କେଶୁରା ଅଞ୍ଚଳରେ ଏକ ଭଡ଼ାଘରେ ଥିବା ଜଣାପଡିବା ପରେ ଏନ୍‌ଫୋର୍ସମେଣ୍ଟ ଓ୍ବିଙ୍ଗ୍‌ ଚଢାଉ କରିଥିଲା। ତାଙ୍କ ବୟାନ ଆଧାରରେ ଅନ୍ୟ ଏକ ଟିମ୍‌ ରାଉରକେଲା ଯାଇ ଗୁରୁଦିତଙ୍କୁ ଧରିଥିଲା। ତେବେ ଅଧିକ ତଦନ୍ତ ପରେ ବହୁ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ଶତଗୁରୁ ମେଟାଲ୍ସ ଆଣ୍ଡ୍‌ ପାଓ୍ବାର ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀର ବିପୁଳ ପରିମାଣର ଚୋରା ମାଲ୍‌ ଏହି ଜାଲ୍‌ ବିଲ୍‌ ମାଧ୍ୟମରେ ବିକ୍ରି କରାଯାଇଛି। ଅଭିଯୁକ୍ତମାନେ ବାଇକ୍‌, କାର, ଅଟୋର ବିଲ୍‌ ଦେଖାଇ କୋଟି କୋଟି ଟଙ୍କାର ମାଲ୍‌ ପରିବହନ ହୋଇଥିବା ଜାଲ୍‌ କାଗଜପତ୍ରରେ ଦର୍ଶାଇଥିବା ତଦନ୍ତବେଳେ ଜଣାପଡିଛି। ସୂଚନାଯୋଗ୍ୟ, ରାଜ୍ୟ ଏନଫୋର୍ସମେଣ୍ଟ ଓ୍ବିଙ୍ଗ ଜିଏସ୍‌ଟି ଠକେଇ ଅଭିଯୋଗରେ ଏପର୍ଯ୍ୟନ୍ତ ୨୫୪୦୦ଜଣ ବ୍ୟବସାୟୀଙ୍କ ପଞ୍ଜୀକରଣ ରଦ୍ଦ କରିଥିବାବେଳେ ୨୦ଜଣଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri