୧୧୫ କୋଟିର ଜିଏସ୍‌ଟି ଠକେଇ

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ଜାଲ୍‌ କମ୍ପାନୀ, ଜାଲ୍‌ ପଦବୀ, ଜାଲ୍‌ ବିଲ୍‌ ମାଧ୍ୟମରେ ଚାଲିଥିଲା ବହୁ କୋଟି ଟଙ୍କାର ଜିଏସ୍‌ଟି ଠକେଇ। ରାଜ୍ୟ ଜିଏସ୍‌ଟି ବିଭାଗର ଏନ୍‌ଫୋର୍ସମେଣ୍ଟ ଓ୍ବିଙ୍ଗ୍‌ ଗୁରୁବାର ଏହି ବଡ଼ଧରଣର ଠକେଇ ର଼୍ୟାକେଟକୁ ଧରିବା ସହ ସମ୍ପୃକ୍ତ ଦୁଇ ମାଷ୍ଟରମାଇଣ୍ଡ୍‌ଙ୍କୁ ଗିରଫ କରିଛି। ସେମାନେ ହେଲେ ରାଉରକେଲାସ୍ଥିତ ସ୍ମାର୍ଟଏଜିସ୍‌ ଟ୍ରେଡ୍‌ ଭେଞ୍ଚର ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ସୁଜୟ ମଇତ୍ର ଓ ତିରୁପତି ଟ୍ରେଡର୍ସର ମାନେଜିଂ ପାର୍ଟନର ତଥା ଶତଗୁରୁ ମେଟାଲ୍ସ ଆଣ୍ଡ୍‌ ପାଓ୍ବାର ପ୍ରାଇଭେଟ୍‌ ଲିମିଟେଡ୍‌ର ଅଧିକୃତ ପ୍ରତିନିଧି ଗୁରୁଦିତ ଡାଙ୍ଗ। ଏନ୍‌ଫୋର୍ସମେଣ୍ଟ ଟିମ୍‌ ଗୁରୁଦିତଙ୍କୁ ରାଉରକେଲାରୁ ଓ ସୁଜୟଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି। ବାସ୍ତବରେ ଅଭିଯୁକ୍ତ ଦ୍ୱୟ କୌଣସି କମ୍ପାନୀ କିମ୍ବା କାରବାର କରି ନ ଥିଲେ। ଜାଲ୍‌ କାଗଜପତ୍ରରେ ୧୬ଟି କମ୍ପାନୀ ଚାଲିଥିବା ଦେଖାଇ ୬୪୧କୋଟି ଟଙ୍କାର ଜାଲ୍‌ ବିଲ୍‌ ମାଧ୍ୟମରେ ୧୧୫.୧୦ କୋଟି ଟଙ୍କାର ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ୍‌(ଆଇଟିସି) ହାତେଇଥିଲେ। ପରବର୍ତ୍ତୀ ସମୟରେ ସେସବୁ ଆଇଟିସିକୁ ରାଜ୍ୟ ଓ ବାହାରର ଅସାଧୁ ବ୍ୟବସାୟୀଙ୍କୁ ପ୍ରଦାନ କରି ସେମାନଙ୍କ ନିକଟରୁ କୋଟି କୋଟି ଟଙ୍କା ପାଉଥିଲେ। ଏହି ଠକେଇ ଦ୍ୱାରା ସରକାର ବିପୁଳ ରାଜସ୍ବ ହରାଇଥିଲେ। ଏହି ର଼୍ୟାକେଟରେ ରାଜ୍ୟ ବାହାର ବ୍ୟବସାୟୀଙ୍କ ସମ୍ପୃକ୍ତି ଥିବାରୁ ସେମାନଙ୍କୁ ଧରିବା ପାଇଁ ଅଧିକ ତଦନ୍ତ କରାଯାଉଛି ବୋଲି ଜିଏସ୍‌ଟି କମିଶନର ସୁଶୀଲ ଲୋହାନୀ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତ ଦ୍ୱୟଙ୍କୁ ରାଉରକେଲା କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ଅଭିଯୁକ୍ତ ଦ୍ୱୟ କେତେଜଣ ସହଯୋଗୀଙ୍କ ସହ ମିଶି ଠକେଇ ଯୋଜନା କରିଥିଲେ। ବିଭିନ୍ନ କମ୍ପାନୀରେ ଚାକିରି ଦେବାକୁ କହି ପାଣିକୋଇଲି, ରାସଗୋବିନ୍ଦପୁର, ବରଗଡ଼, ପୁରୀ ଓ ବାଲେଶ୍ୱର ଅଞ୍ଚଳର ଲୋକଙ୍କଠାରୁ ପରିଚୟପତ୍ର ଓ ବ୍ୟାଙ୍କ ତଥ୍ୟ ହାସଲ କରିଥିଲେ। ସେମାନେ ସମସ୍ତେ ମୁଖ୍ୟତଃ ପାଣି ପାଇପ୍‌ ମିସ୍ତ୍ରି, ଡ୍ରାଇଭର, ଗ୍ୟାସ୍‌ ଯୋଗାଉଥିବା ଲୋକ ଓ ବେକାର ଯୁବକ ଥିଲେ। ସମସ୍ତ କାଗଜପତ୍ର ହାତେଇବା ପରେ ସେମାନଙ୍କ ନାମରେ ୧୬ରୁ ଊର୍ଦ୍ଧ୍ୱ ଜାଲ୍‌ କମ୍ପାନୀ ଖୋଲିଥିଲେ। ଏସବୁ କମ୍ପାନୀରେ ଷ୍ଟିଲ୍‌ ଓ ଲୁହା ସାମଗ୍ରୀ କାରବାର ହେଉଥିବା ଦର୍ଶାଯାଉଥିଲା। ଏପରିକି କମ୍ପାନୀ ଚାଲୁଥିବା ଘରଭଡ଼ା ଚୁକ୍ତି ମଧ୍ୟ ଜାଲ୍‌ ଥିଲା। ୨୦୧୮ରେ ଚୁକ୍ତି ହୋଇଥିବା ଦର୍ଶାଯାଇଥିବାବେଳେ ଘର ମାଲିକଙ୍କର ୨୦୦୭ରେ ମୃତ୍ୟୁ ହୋଇସାରିଥିଲା। ତେବେ ଗୁପ୍ତ ତଦନ୍ତରୁ ଏଭଳି ଠକେଇ ସୂଚନା ପାଇବା ପରେ ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଓ୍ବିଙ୍ଗ୍‌ ଏମାନଙ୍କ ଉପରେ ନଜର ରଖିବା ସହ ଚଢ଼ାଉ ଯୋଜନା କରିଥିଲା। ଅଭିଯୁକ୍ତ ସୁଜୟ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବାବେଳେ ଗୁରୁବାର ଭୁବନେଶ୍ୱର କେଶୁରା ଅଞ୍ଚଳରେ ଏକ ଭଡ଼ାଘରେ ଥିବା ଜଣାପଡିବା ପରେ ଏନ୍‌ଫୋର୍ସମେଣ୍ଟ ଓ୍ବିଙ୍ଗ୍‌ ଚଢାଉ କରିଥିଲା। ତାଙ୍କ ବୟାନ ଆଧାରରେ ଅନ୍ୟ ଏକ ଟିମ୍‌ ରାଉରକେଲା ଯାଇ ଗୁରୁଦିତଙ୍କୁ ଧରିଥିଲା। ତେବେ ଅଧିକ ତଦନ୍ତ ପରେ ବହୁ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ଶତଗୁରୁ ମେଟାଲ୍ସ ଆଣ୍ଡ୍‌ ପାଓ୍ବାର ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀର ବିପୁଳ ପରିମାଣର ଚୋରା ମାଲ୍‌ ଏହି ଜାଲ୍‌ ବିଲ୍‌ ମାଧ୍ୟମରେ ବିକ୍ରି କରାଯାଇଛି। ଅଭିଯୁକ୍ତମାନେ ବାଇକ୍‌, କାର, ଅଟୋର ବିଲ୍‌ ଦେଖାଇ କୋଟି କୋଟି ଟଙ୍କାର ମାଲ୍‌ ପରିବହନ ହୋଇଥିବା ଜାଲ୍‌ କାଗଜପତ୍ରରେ ଦର୍ଶାଇଥିବା ତଦନ୍ତବେଳେ ଜଣାପଡିଛି। ସୂଚନାଯୋଗ୍ୟ, ରାଜ୍ୟ ଏନଫୋର୍ସମେଣ୍ଟ ଓ୍ବିଙ୍ଗ ଜିଏସ୍‌ଟି ଠକେଇ ଅଭିଯୋଗରେ ଏପର୍ଯ୍ୟନ୍ତ ୨୫୪୦୦ଜଣ ବ୍ୟବସାୟୀଙ୍କ ପଞ୍ଜୀକରଣ ରଦ୍ଦ କରିଥିବାବେଳେ ୨୦ଜଣଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକଙ୍କୁ ବଡ଼ ସଫଳତା, ମୂଷା ମସ୍ତିଷ୍କରେ ଲାବ୍‌-ନିର୍ମିତ ମାନବ କୋଷିକା ପ୍ରତିରୋପଣ

ନୂଆଦିଲ୍ଲୀ,୧୮।୯ (ପି.ଟି.): ପ୍ରୟୋଗଶାଳାରେ ପ୍ରସ୍ତୁତ ମାନବ ମସ୍ତିଷ୍କର ନରମ କୋଷିକାକୁ ମୂଷା ମସ୍ତିଷ୍କରେ ସଫଳତାର ସହ ପ୍ରତିରୋପଣ କରାଯାଇପାରିଛି। ପ୍ରତିରୋପଣ ପରେ ଏହି ମାନବ କୋଷିକାଗୁଡ଼ିକ ମୂଷା…

ବିପଦସଙ୍କୁଳ ଶ୍ରେଣୀଗୃହରେ ଚାଲିଛି ଐତିହ୍ୟପୂର୍ଣ୍ଣ ଶିକ୍ଷାନୁଷ୍ଠାନ

ସାକ୍ଷୀଗୋପାଳ,୧୮।୯(ପ୍ରଶାନ୍ତ କୁମାର ବାରିକ): ଯେଉଁଠି ଦିନେ ଶିକ୍ଷା ସହ ଶ୍ରମ, ଶୃଙ୍ଖଳା, ସେବା, ସ୍ବାବଲମ୍ବନ ଓ ଦେଶପ୍ରେମର ମନ୍ତ୍ର ଫୁଙ୍କି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ‘ମଣିଷ…

କମିବ ଧାନ ଅମଳ, ବଢ଼ିପାରେ ଚାଉଳ ଦର! ଏବର୍ଷ ୬.୫% ଉତ୍ପାଦନ ହ୍ରାସ ଆଶଙ୍କା

ମୁମ୍ବାଇ,୧୮।୯(ରଏଟର୍ସ): ରାଇସ୍‌ ଏକ୍ସପୋର୍ଟର୍ସ ଆସୋସିଏଶନ (ଚାଉଳ ରପ୍ତାନିକାରୀ ସଂଘ)ର ସଭାପତି ବି.ଭି. କୃଷ୍ଣା ରାଓଙ୍କ ସୂଚନା ଅନୁଯାୟୀ, କମ୍‌ ବର୍ଷା ଯୋଗୁ ଅମଳ ହ୍ରାସ ପାଇବ। ଆକଳନ…

ଚନ୍ଦ୍ରପୃଷ୍ଠରେ ବିଶାଳକାୟ ନୂତନ ଗର୍ତ୍ତ ଚିହ୍ନଟ, କୋଲୋସିୟମଠାରୁ ବି ବଡ଼

କେପ କାନାଭେରାଲ (ଫ୍ଲୋରିଡା),୧୮।୯: ଚନ୍ଦ୍ରପୃଷ୍ଠରେ ବିଶାଳକାୟ ନୂତନ ଗର୍ତ୍ତ ସୃଷ୍ଟି ହୋଇଥିବା ନାସାର ‘ଲୁନାର ରେକୋନିସାନ୍ସ ଅର୍ବିଟର’ (ଏଲ୍‌ଆର୍‌ଓ) ମହାକାଶଯାନ ଦ୍ୱାରା ଚିହ୍ନଟ ହୋଇଛି। ରୋମ୍‌ର ପ୍ରସିଦ୍ଧ…

ଘୂର୍ଣ୍ଣିବଳୟ ସକ୍ରିୟ: ୨୩ ଯାଏ ପ୍ରବଳ ବର୍ଷା, ସତର୍କ ଜାରି କରି ପାଣିପାଗ ବିଭାଗ କହିଲା…

ଭୁବନେଶ୍ୱର,୧୮ା୯: ଉତ୍ତର ଥାଇଲାଣ୍ଡ ଉପରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହି ଘୂର୍ଣ୍ଣିବଳୟ ୧୮ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଉପରେ…

ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ଉପନିର୍ବାଚନ ପୂର୍ବରୁ ଇସିଙ୍କ ପଦକ୍ଷେପ; ତୃଣମୂଳ କଂଗ୍ରେସର ନାମ, ଚିହ୍ନ ଉପରେ ରୋକ

ନୂଆଦିଲ୍ଲୀ,୧୮।୯(ପି.ଟି.): ପଶ୍ଚିମବଙ୍ଗର ଆଗାମୀ ବିଧାନସଭା ଉପନିର୍ବାଚନ ପୂର୍ବରୁ ‘ଅଲ୍‌ ଇଣ୍ଡିଆ ତୃଣମୂଳ କଂଗ୍ରେସ’ (ଏଆଇଟିସି)ରେ ସୃଷ୍ଟ ତୀବ୍ର ଗୋଷ୍ଠୀ କନ୍ଦଳକୁ ନେଇ ନିର୍ବାଚନ କମିଶନ (ଇସି) ଗୁରୁତ୍ୱପୂର୍ଣ୍ଣ…

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମା’ନାରାୟଣୀ ଠାକୁରାଣୀ ମନ୍ଦିର ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳା ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?