୧୧ ବନ୍ଧୁକ, ୫୧ ଗୁଳି ଜବତ: ୪ ଗିରଫ

କଟକ ଅଫିସ,୧୭ା୬: ଓଡ଼ିଶା ପାଲଟିଛି ଚୋରା ବନ୍ଧୁକର ଭଣ୍ଡାର। ଗ୍ୟାଙ୍ଗ୍‌ଷ୍ଟର ଧଳସାମନ୍ତ ଭ୍ରାତାଙ୍କ ଆପରାଧିକ ସାମ୍ରାଜ୍ୟର ଖୋଳତାଡ କରୁକରୁ କମିଶନରେଟ୍‌ ପୋଲିସକୁ ମିଳିଳାଣି ବିପୁଳ ପରିମାଣର ବନ୍ଧୁକ ଓ ଗୁଳି। ଅନୁଗୋଳ ଜିଲା ତାଳଚେରର ଟୁକୁନା ସ୍ବାଇଁ ଧରାପଡିବା ପରେ ଧଳସାମନ୍ତ ଭ୍ରାତାଙ୍କ ଚୋରା ବନ୍ଧୁକ କାରବାରର ଗୁମର ଖୋଲିବାରେ ଲାଗିଛି। କଟକ ଡିସିପି ପ୍ରତୀକ୍‌ ସିଂଙ୍କ ନେତୃତ୍ୱରେ କମିଶନରେଟ୍‌ ପୋଲିସ ଚଢାଉ କରି ୧୧ଟି ଚୋରା ବନ୍ଧୁକ, ୧୧ ମାଗାଜିନ୍‌ ଓ ୫୧ ଗୁଳି ଜବତ କରିଛି। ଏହି ଘଟଣାରେ ଟୁକୁନାଙ୍କ ସମେତ କଟକ ଶଙ୍କରପୁର ଢିଅସାହିର ସନ୍ତୋଷ ରାଉତ, ଶଙ୍କରପୁର ବାରିକ ସାହିର ଜ୍ୟୋତି ରଞ୍ଜନ ବାରିକ ଓ ନୂଆସାହିର ପ୍ରଶାନ୍ତ ରାଉତଙ୍କୁ ଗିରଫ କରାଯାଇଛି।
କଟକ ଡିସିପିଙ୍କ କାର୍ଯ୍ୟାଳୟରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ବେଆଇନ ବନ୍ଧୁକ କାରବାର ଅଭିଯୋଗରେ ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସାମନ୍ତଙ୍କୁ ପୋଲିସ ଗିରଫ କରିଥିଲା। ଏଥିସହ ସେମାନଙ୍କ ନିକଟରୁ ବହୁ ବନ୍ଧୁକ, ଗୁଳି ଜବତ ହୋଇଥିଲା। ପରବର୍ତ୍ତୀ ସମୟରେ ଧଳସାମନ୍ତଙ୍କ ଘର ଓ ତାଙ୍କ ସହଯୋଗୀଙ୍କ ନିକଟରୁ ୧୬ ବନ୍ଧୁକ, ୧୦୯୫ ଗୁଳି ଜବତ କରାଯିବା ସହ ଏଥିରେ ସମ୍ପୃକ୍ତ ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏହାପରେ ୭ ବନ୍ଧୁକ, ୩୫ ଗୁଳି ଜବତ କରାଯିବା ସହ ୧୨ ଜଣଙ୍କୁ ଗିରଫ କରାଯାଇଥିଲା। ତେବେ ଏମାନେ ଗିରଫ ହେବା ପରେ ଟୁକୁନା ବନ୍ଧୁକ ଯୋଗାଉଥିବା ନେଇ ତଦନ୍ତବେଳେ ପୋଲିସ ଜାଣିବାକୁ ପାଇଥିଲା। ଡିସିପିଙ୍କ ନେତୃତ୍ୱରେ ଗଠନ ହୋଇଥିବା ସ୍ବତନ୍ତ୍ର ଟିମ୍‌ ଟୁକୁନାଙ୍କୁ ଗତ ୩୦ ତାରିଖରେ ତାଳଚେରରୁ ଗିରଫ କରିଥିଲା। ସ୍ଥାନୀୟ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଇ ୮ ଦିନ ରିମାଣ୍ଡରେ ଆଣିଥିଲା। ତାଙ୍କୁ ପଚରାଉଚରା କରିବାବେଳେ ସେ ବିହାର ମୁଙ୍ଗେର ଅଞ୍ଚଳରୁ ବନ୍ଧୁକ ଆଣି ବ୍ୟବସାୟ କରୁଥିବା ପୋଲିସ ନିକଟରେ ସ୍ବୀକାର କରିଥିଲେ। ଏଥିସହ ସେ ତାଳଚେରର ଏକ କଲ୍‌ଭର୍ଟ ନିକଟରେ ମାଟି ଖୋଳି ୮ ବନ୍ଧୁକ ଓ ୩୮ ଗୁଳି ଲୁଚାଇ ରଖିଥିଲେ ବୋଲି ପୋଲିସକୁ କହିଥିଲେ। ପରେ ପୋଲିସ ଉକ୍ତ ସ୍ଥାନରୁ ବନ୍ଧୁକ, ଗୁଳି ଜବତ କରିଥିଲା। ଏଥିସହ ସନ୍ତୋଷ, ଜ୍ୟୋତି ଓ ପ୍ରଶାନ୍ତଙ୍କୁ ସେ ୩ ବନ୍ଧୁକ, ୧୩ ଗୁଳି ଆପରାଧିକ କାର୍ଯ୍ୟକଳାପ ପାଇଁ ଦେଇଥିବା ପୋଲିସ ଜାଣିବାକୁ ପାଇଥିଲା। ଟୁକୁନାଙ୍କ ନାମରେ ବିଭିନ୍ନ ଥାନାରେ ୧୮ ମାମଲା ରହିଥିବାବେଳେ ସନ୍ତୋଷଙ୍କ ନାମରେ ୫, ଜ୍ୟୋତିଙ୍କ ନାମରେ ୬, ପ୍ରଶାନ୍ତଙ୍କ ନାମରେ ୯ଟି ମାମଲା ରହିଛି। ତେବେ ଗତ ୩ ମାସ ମଧ୍ୟରେ କଟକ କମିଶନରେଟ ପୋଲିସ ୪୩ ଚୋରା ବନ୍ଧୁକ ଓ ୨୨୫ ଗୁଳି ଜବତ କରିଥିବା କମିଶନର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ଘର ଘର ବୁଲି କ୍ଷୀର ବିକୁଥିଲେ ନିତେଶ: ଏବେ ୬୪ ବର୍ଷର ଇତିହାସ ବଦଳାଇଦେଲେ ନିତେଶ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ କୁସ୍ତି ପାଇଁ ଆସିଛି ଐତିହାସିକ ସଫଳତା। ଗ୍ରୀକୋ-ରୋମାନ କୁସ୍ତିର ୯୭+ କିଲୋଗ୍ରାମ ବର୍ଗରେ ଭାରତର ନିତେଶ ସିୱାଚ ରୌପ୍ୟ ପଦକ…

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସିଆନ ଗେମ୍ସରେ ଭାରତ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ୍, ନିରପେକ୍ଷ ରହିବା….

ମସ୍କୋ,୨।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ମୋଦିଙ୍କୁ ବିଶ୍ୱର ସେହି ନେତାମାନଙ୍କ ମଧ୍ୟରେ ପୁଟିନ୍‌ ସାମିଲ କରିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?