୧୧ ବନ୍ଧୁକ, ୫୧ ଗୁଳି ଜବତ: ୪ ଗିରଫ

କଟକ ଅଫିସ,୧୭ା୬: ଓଡ଼ିଶା ପାଲଟିଛି ଚୋରା ବନ୍ଧୁକର ଭଣ୍ଡାର। ଗ୍ୟାଙ୍ଗ୍‌ଷ୍ଟର ଧଳସାମନ୍ତ ଭ୍ରାତାଙ୍କ ଆପରାଧିକ ସାମ୍ରାଜ୍ୟର ଖୋଳତାଡ କରୁକରୁ କମିଶନରେଟ୍‌ ପୋଲିସକୁ ମିଳିଳାଣି ବିପୁଳ ପରିମାଣର ବନ୍ଧୁକ ଓ ଗୁଳି। ଅନୁଗୋଳ ଜିଲା ତାଳଚେରର ଟୁକୁନା ସ୍ବାଇଁ ଧରାପଡିବା ପରେ ଧଳସାମନ୍ତ ଭ୍ରାତାଙ୍କ ଚୋରା ବନ୍ଧୁକ କାରବାରର ଗୁମର ଖୋଲିବାରେ ଲାଗିଛି। କଟକ ଡିସିପି ପ୍ରତୀକ୍‌ ସିଂଙ୍କ ନେତୃତ୍ୱରେ କମିଶନରେଟ୍‌ ପୋଲିସ ଚଢାଉ କରି ୧୧ଟି ଚୋରା ବନ୍ଧୁକ, ୧୧ ମାଗାଜିନ୍‌ ଓ ୫୧ ଗୁଳି ଜବତ କରିଛି। ଏହି ଘଟଣାରେ ଟୁକୁନାଙ୍କ ସମେତ କଟକ ଶଙ୍କରପୁର ଢିଅସାହିର ସନ୍ତୋଷ ରାଉତ, ଶଙ୍କରପୁର ବାରିକ ସାହିର ଜ୍ୟୋତି ରଞ୍ଜନ ବାରିକ ଓ ନୂଆସାହିର ପ୍ରଶାନ୍ତ ରାଉତଙ୍କୁ ଗିରଫ କରାଯାଇଛି।
କଟକ ଡିସିପିଙ୍କ କାର୍ଯ୍ୟାଳୟରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ବେଆଇନ ବନ୍ଧୁକ କାରବାର ଅଭିଯୋଗରେ ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସାମନ୍ତଙ୍କୁ ପୋଲିସ ଗିରଫ କରିଥିଲା। ଏଥିସହ ସେମାନଙ୍କ ନିକଟରୁ ବହୁ ବନ୍ଧୁକ, ଗୁଳି ଜବତ ହୋଇଥିଲା। ପରବର୍ତ୍ତୀ ସମୟରେ ଧଳସାମନ୍ତଙ୍କ ଘର ଓ ତାଙ୍କ ସହଯୋଗୀଙ୍କ ନିକଟରୁ ୧୬ ବନ୍ଧୁକ, ୧୦୯୫ ଗୁଳି ଜବତ କରାଯିବା ସହ ଏଥିରେ ସମ୍ପୃକ୍ତ ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏହାପରେ ୭ ବନ୍ଧୁକ, ୩୫ ଗୁଳି ଜବତ କରାଯିବା ସହ ୧୨ ଜଣଙ୍କୁ ଗିରଫ କରାଯାଇଥିଲା। ତେବେ ଏମାନେ ଗିରଫ ହେବା ପରେ ଟୁକୁନା ବନ୍ଧୁକ ଯୋଗାଉଥିବା ନେଇ ତଦନ୍ତବେଳେ ପୋଲିସ ଜାଣିବାକୁ ପାଇଥିଲା। ଡିସିପିଙ୍କ ନେତୃତ୍ୱରେ ଗଠନ ହୋଇଥିବା ସ୍ବତନ୍ତ୍ର ଟିମ୍‌ ଟୁକୁନାଙ୍କୁ ଗତ ୩୦ ତାରିଖରେ ତାଳଚେରରୁ ଗିରଫ କରିଥିଲା। ସ୍ଥାନୀୟ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଇ ୮ ଦିନ ରିମାଣ୍ଡରେ ଆଣିଥିଲା। ତାଙ୍କୁ ପଚରାଉଚରା କରିବାବେଳେ ସେ ବିହାର ମୁଙ୍ଗେର ଅଞ୍ଚଳରୁ ବନ୍ଧୁକ ଆଣି ବ୍ୟବସାୟ କରୁଥିବା ପୋଲିସ ନିକଟରେ ସ୍ବୀକାର କରିଥିଲେ। ଏଥିସହ ସେ ତାଳଚେରର ଏକ କଲ୍‌ଭର୍ଟ ନିକଟରେ ମାଟି ଖୋଳି ୮ ବନ୍ଧୁକ ଓ ୩୮ ଗୁଳି ଲୁଚାଇ ରଖିଥିଲେ ବୋଲି ପୋଲିସକୁ କହିଥିଲେ। ପରେ ପୋଲିସ ଉକ୍ତ ସ୍ଥାନରୁ ବନ୍ଧୁକ, ଗୁଳି ଜବତ କରିଥିଲା। ଏଥିସହ ସନ୍ତୋଷ, ଜ୍ୟୋତି ଓ ପ୍ରଶାନ୍ତଙ୍କୁ ସେ ୩ ବନ୍ଧୁକ, ୧୩ ଗୁଳି ଆପରାଧିକ କାର୍ଯ୍ୟକଳାପ ପାଇଁ ଦେଇଥିବା ପୋଲିସ ଜାଣିବାକୁ ପାଇଥିଲା। ଟୁକୁନାଙ୍କ ନାମରେ ବିଭିନ୍ନ ଥାନାରେ ୧୮ ମାମଲା ରହିଥିବାବେଳେ ସନ୍ତୋଷଙ୍କ ନାମରେ ୫, ଜ୍ୟୋତିଙ୍କ ନାମରେ ୬, ପ୍ରଶାନ୍ତଙ୍କ ନାମରେ ୯ଟି ମାମଲା ରହିଛି। ତେବେ ଗତ ୩ ମାସ ମଧ୍ୟରେ କଟକ କମିଶନରେଟ ପୋଲିସ ୪୩ ଚୋରା ବନ୍ଧୁକ ଓ ୨୨୫ ଗୁଳି ଜବତ କରିଥିବା କମିଶନର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri