କେନ୍ଦୁଝର ମେଡିକାଲ କଲେଜରେ ୧୦୦ ସିଟ୍‌କୁ ଅନୁମତି

କେନ୍ଦୁଝର,୨୪।୮(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର ସହର ନିକଟ କବିତାଠାରେ ନୂତନ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିବା ବେଳେ ଚଳିତ ବର୍ଷଠାରୁ ୧୦୦ଜଣ ଛାତ୍ରୀଛାତ୍ରଙ୍କ ନାମ ଲେଖିବା ନେଇ ଅନୁମତି ମିଳିିଛି। ୨୦୨୨-୨୩ ଆର୍ଥିକ ବର୍ଷରୁ ଏଠାରେ ପିଲା ପାଠ ପଢ଼ିବେ। ଏଥିପାଇଁ ଜାତୀୟ ମେଡିକାଲ କମିଶନ ଅନୁମତି ଦେଇଛନ୍ତି। ଚିଠି (ନଂ.୦୩୨୧୧୭/ ୨୩।୮।୨୨)ରେ କମିଶନ କଲେଜର ଡିନ୍‌ ଓ
ଅଧ୍ୟକ୍ଷଙ୍କୁ ଚିଠି କରି ଗାଇଡ ଲାଇନ ଅନୁଯାୟୀ
ସୁବ୍ୟବସ୍ଥା କରିବାକୁ କହିଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ଏହି କଲେଜ ପାଇଁ ଡାକ୍ତର, ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର, ଟ୍ୟୁଟର ଆଦି ନିଯୁକ୍ତ ହୋଇସାରିଛନ୍ତି। ଏହି କଲେଜ ବାରିପଦା ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ବିଶ୍ୱବିଦ୍ୟାଳୟ ଅଧୀନରେ ପରିଚାଳିତ ହେବ। ନ୍ୟାଶନାଲ ମେଡିକାଲ କାଉନସିଲ ଆଇନ ୨୦୧୯ ଅନୁଯାୟୀ ଏହି କଲେଜ ଚାଲିବାକୁ ଅନୁମତି ମିଳିଛି। କମିଶନ ତଥା ୟୁଜି ଏକ୍ସପର୍ଟ ଗ୍ରୁପ ପୂର୍ବରୁ ଏହି କଲେଜ ପରିଦର୍ଶନ କରି ଆଇନ ଅନୁଯାୟୀ ଏଠାରେ ଭିତ୍ତିଭୂମି ଓ ଆବଶ୍ୟକ ସୁବିଧା ଅନୁଧ୍ୟାନ କରିଥିବା ବେଳେ ସେହି ରିପୋର୍ଟ ଆଧାରରେ ଏଭଳି ଅନୁମତି ମିଳିିଛି। ତେବେ ଚିକିତ୍ସା ବ୍ୟବସ୍ଥା ଜିଲା ମୁଖ୍ୟ ଡାକ୍ତରଖାନାରେ ଚାଲିବ ଏବଂ ପରବର୍ତ୍ତୀ ସମୟରେ କଲେଜ ପରିସରକୁ ସ୍ଥାନାନ୍ତର ହେବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ମେଡିକାଲ, ସିସିସିର ଅଗ୍ନି ନିରାପତ୍ତା ଯାଞ୍ଚ ନିର୍ଦ୍ଦେଶ

କଟକ ଅଫିସ,୭ା୮: ଗୁଜରାଟ୍‌ର ଅହମ୍ମଦାବାଦ୍‌ସ୍ଥିତ କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୮ଜଣଙ୍କ ଜୀବନ ଯାଇଥିବାବେଳେ ପ୍ରାୟ ୫୦ଜଣ ଆହତ ହୋଇଛନ୍ତି। ଫଳରେ କୋଭିଡ୍‌ ହସ୍ପିଟାଲଗୁଡ଼ିକର ଅଗ୍ନି...

ବ୍ରହ୍ମପୁର ସହରରେ ରହିଛି ୭ ବ୍ଲାକ୍‌ସ୍ପଟ୍‌

ବ୍ରହ୍ମପୁର ଅଫିସ,୬ା୮: ବ୍ରହ୍ମପୁର ସହର ଓ ସନ୍ନିକଟ ଦେଇ ଯାଇଥିବା ଜାତୀୟ ରାଜପଥ-୧୬ ଏବେ ଦୁର୍ଘଟଣାପ୍ରବଣ ହୋଇପଡ଼ିଛି। ସଡ଼କ ଦୁର୍ଘଟଣା ରୋକିବା ପାଇଁ ଅନେକ ଯୋଜନା...

ଗୀତା ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଅଭିଯୁକ୍ତ ଗିରଫ, ବଳାତ୍କାର ପରେ କରାଯାଇଛି ହତ୍ୟା

ସମ୍ବଲପୁର,୮ା୭(ବ୍ୟୁରୋ)-ସମ୍ବଲପୁର ଜିଲା ଠେଲକୋଲି ଥାନା ବୁଧିଆପାଲି ଗ୍ରାମସ୍ଥ ଏକ ବୁଦା ନିକଟରୁ ଝାରସୁଗୁଡା ଜିଲା ପ୍ରତ୍ରାପାଲି ଗ୍ରାମର ଗୀତା ମୁଣ୍ଡା(୨୮)ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସୋମବାର...

ଆଜି ନୂଆ ଏସ୍‌ସିବି କ୍ୟାମ୍ପସ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

କଟକ ଅଫିସ୍‌, ୫ା୩: ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍‌ସିବି) ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ନୂଆ ରୂପ ପାଇବ। ଏଥିପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାୟ...

ଭିଜିଲାନ୍ସ ଜାଲରେ କୋଟିପତି କିରାଣି: ଏକକାଳୀନ ୫ ସ୍ଥାନରେ ଚଢ଼ାଉ

ଜଳେଶ୍ୱର,୨୫।୭(ଡି.ଏନ.ଏ.)- ବାଲେଶ୍ୱର ଜିଲା ଜଳେଶ୍ୱର ସହର ନୂଆବଜାର ସ୍ଥିତ ଜଳେଶ୍ୱର ମହିଳା ମହାବିଦ୍ୟାଳୟର ମୁଖ୍ୟ କିରାଣି ତରଣୀ କୁମାର ଭୂୟଁା ଓରଫ୍‌ ମଣ୍ଟୁଙ୍କ ବାସ ଭବନ...

ବାରୁଣୀ ମେଳା ଆରମ୍ଭ, ବୁଡ ପକାଇଲେ ଶ୍ରଦ୍ଧାଳୁ

କେନ୍ଦୁଝର,୩୧।୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ଗୋନାସିକାଠାରେ ବାରୁଣୀ ମେଳା ଗୁରୁବାର ଆରମ୍ଭ ହୋଇଛି। ଏହି ଅବସରରେ ଶତାଧିକ ଭକ୍ତ ଦେବକୁଣ୍ଡରେ ବୁଡ ପକାଇ ବ୍ରହ୍ମେଶ୍ୱର ମହେଶଙ୍କ...

ଭଦ୍ରକ ଏସ୍‌ପିଙ୍କ ଗାଡିକୁ ଧକ୍କା ଦେଲା ଟ୍ରକ୍‌

ଭଦ୍ରକ ଅଫିସ, ୫।୧: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଭଦ୍ରକ ଏସ୍‌ପି ଚରଣ ସିଂ ମୀନା। ଏସ୍‌ପିଙ୍କ କାରକୁ ଭଣ୍ଡାରିପୋଖରୀ ଛକ ନିକଟରେ ଏକ ଟ୍ରକ ଧକ୍କା...

ଉଚ୍ଛେଦ ପ୍ରତିବାଦରେ ଧାରଣା

ଆସିକା,୧୪।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ଏନ୍‌ଏସି ପକ୍ଷରୁ ଗୁରୁବାର ସହରାଞ୍ଚଳରୁ ଜବରଦଖଲ ଉଚ୍ଛେଦ ହୋଇଥିଲା। ଆସିକା କଳିଙ୍ଗାରୋଡ୍‌ ପାର୍ଶ୍ୱସ୍ଥ ଟେଲିଫାନ୍‌ ଭବନ ସମ୍ମୁଖରେ ଥିବା କେତେକ...

Advertisement
Archives

Model This Week