ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୪।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୯୬ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୦ ହଜାର ଉପରେ ରହିଛି। ଏହା ୧୦,୬୪୯ ରହିଛି। ଗୋଟିଏ ଦିନ ତଳେ ଏହା ୮,୫୮୬ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା କମି ୩୬ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୪୮ ଥିଲା।

ଏହି ସମୟରେ ସକ୍ରିୟ ମାମଲା ୯୬ ହଜାର ୪୪୨ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୯୬ ହଜାର ୫୦୬ ଥିଲା। ସେହିପରି ୨୪ ଘଣ୍ଟାରେ ୧୦ ହଜାର ୬୭୭ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୯ ହଜାର ୬୮୦ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୭ ହଜାର ୪୫୨ ଛୁଇଁଛି।

ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୩ ଲକ୍ଷ ୬୮ ହଜାର ୧୯୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୩୭ ଲକ୍ଷ ୪୪ ହଜାର ୩୦୧ ଜଣ ସୁସ୍ଥ ହୋଇ ସାରିଛନ୍ତି। ମହାରାଷ୍ଟ୍ର, କର୍ନାଟକରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୨୯ା୩(ପି.ଟି.): କରୋନା ଭୂତାଣୁ ଭାରତରେ ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟକୁ ଆସିଥିବା ଆଶଙ୍କା କରାଯାଉଥିବାବେଳେ ଆଗାମୀ ଦିନରେ ସୃଷ୍ଟି ହେବାକୁ ଯାଉଛି ବଡ଼ ଚ୍ୟାଲେଞ୍ଜ। ଏହାର ମୁକାବିଲା ପାଇଁ...

ଇଡିରେ ହାଜର ହେବା ପୂର୍ବରୁ ଶିବସେନା କର୍ମୀଙ୍କୁ ସଞ୍ଜୟଙ୍କ ଅପିଲ

ମୁମ୍ବାଇ,୧ ।୭: ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୈତିକ ଝଡ଼ ଶିବସେନା ନେତା ଏକନାଥ ସିନ୍ଧେଙ୍କ ଶପଥ ଗ୍ରହଣ ପରେ ଏକ ପ୍ରକାର ଶାନ୍ତ ପଡିଯାଇଛି । ହେଲେ...

ଅଯୋଧ୍ୟା ଶୁଣାଣିକୁ ସ୍ବାଗତ ଜଣାଇଲେ ମୋହନ ଭାଗବତ

ନୂଆଦିଲ୍ଲୀ,୯।୧୧: ଅଯୋଧ୍ୟା ଜମି ବିବାଦକୁ ନେଇ ସୁପ୍ରିମକୋର୍ଟ ପକ୍ଷରୁ ଶନିବାର ଐତିହାସିକ ରାୟ ପ୍ରକାଶ ପାଇଛି। ଏବେ ଏହାକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ...

ରାଜ୍ୟରୁ ପୁଣି ୬୪ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୦।୮(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନି। ମଙ୍ଗଳବାର କରୋନା ଆଉ ୬୪ ଜଣଙ୍କ ଜୀବନ ନେଇଛି।...

ଆସାମ ସ୍କୁଲରେ ବିସ୍ଫୋରଣ: ସୀମାରେ ପୁଣି ଉତ୍ତେଜନା

ଗୁଆହାଟି,୧୪ ।୮: ଆସାମର ଏକ ସ୍କୁଲରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ବିସ୍ଫୋରଣ ଫଳରେ ଆସାମ-ମିଜୋରାମ ସୀମାରେ ପୁଣିଥରେ ଉତ୍ତେଜନା ଦେଖାଦେଇଛି । ଆମାସ-ମିଜୋରାମ ସୀମାରେ...

ଦେଶରେ ୧ କୋଟି ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୯ ।୧୨: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନି । ଶନିବାର ସକାଳ ସୁଦ୍ଧା ଗତ ୨୪ ଘଣ୍ଟାରେ ୨୫,୧୫୩ ନୂଆ ସଂକ୍ରମିତଙ୍କୁ ଚିହ୍ନଟ...

୨ ଡାକ୍ତରଙ୍କୁ ଆକ୍ରମଣ ଉଦ୍ୟମ ଅଭିଯୋଗ

ବରୀ,୨୭ା୪(ସ୍ବ.ପ୍ର.): ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର(ସିଏଚ୍‌ସି)ର ୨ଜଣ ଡାକ୍ତରଙ୍କୁ ସୋମବାର ପୂର୍ବାହ୍ନରେ ଜଣେ ବ୍ୟକ୍ତି ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରିବା ସହିତ ଆକ୍ରମଣ ଉଦ୍ୟମ କରିଥିବା ବରୀ...

ରାଜନୈତିକ ଫାଇଦା ପାଇଁ ନିଜକୁ ପଛୁଆ ବର୍ଗରେ ସାମିଲ କରିଛନ୍ତି ମୋଦି: ମାୟାବତୀ

ଲକ୍ଷ୍ନୌ,୨୮।୪: ଅଦର୍‌ ବ୍ୟାକ୍‌ଓ୍ବାର୍ଡ କ୍ଲାସ(ଓବିସି)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜକୁ ସାମିଲ କରିବା ପରେ ଏବେ ଏହାକୁ ନେଇ ଉଠିଛି ଝଡ଼। ତେବେ ରାଜନୈତିକ ଫାଇଦା...

Advertisement
Archives

Model This Week