ଶ୍ରଦ୍ଧାଞ୍ଜଳିଙ୍କ ଆକାଉଣ୍ଟରେ ୧୦ ଲକ୍ଷ କାରବାର

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ରହସ୍ୟମୟୀ ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗଙ୍କ ବେଆଇନ ଆର୍ଥିକ କାରବାର ଦିଗରେ ଅଧିକ ତଦନ୍ତ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଆର୍ଥିକ କାରବାର ଓ କଳା ସାମ୍ରାଜ୍ୟର ଗୋପନ ପେଡ଼ି ଖୋଲୁଥିବା ଇଡିକୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ବଡ଼ବଡ଼ିଆଙ୍କୁ ମାୟାଜାଲରେ ଫସାଇବା ପାଇଁ ବ୍ୟବହାର ହେଉଥିବା ଶ୍ରଦ୍ଧାଞ୍ଜଳିଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୦ ଲକ୍ଷ ଟଙ୍କାର କାରବାର ନେଇ ଇଡି ପ୍ରମାଣ ପାଇଛି। ଗତ ଏକ ବର୍ଷ ମଧ୍ୟରେ ଶ୍ରଦ୍ଧାଞ୍ଜଳିଙ୍କ ଆକାଉଣ୍ଟରେ ବିଭିନ୍ନ ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କା ଜମା ହୋଇଛି। ଏହି ଟଙ୍କା କିଏ ଜମା କରିଛି, କାହିଁକି ଜମା ହୋଇଛି, ହନିଟ୍ରାପ ମାମଲାରେ ଏହି ଟଙ୍କା ଜମା ହୋଇଛି କି ଏଭଳି ବିଭିନ୍ନ ଦିଗକୁ ନେଇ ଇଡି ତଦନ୍ତକୁ ଜୋରଦାର କରିଛି। ଶ୍ରଦ୍ଧାଞ୍ଜଳିଙ୍କୁ ୨ଥର ଇଡି ଜେରା କରି ବହୁ ତଥ୍ୟ ହାସଲ କରିଛି। ଅନ୍ୟପଟେ ଜେଲରେ ଦିନ କାଟୁଥିବା ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ ଚାନ୍ଦ ଆସନ୍ତା ୩୦ ତାରିଖରେ କୋର୍ଟରେ ହାଜର ହେବେ। ଏହାପରେ ଉଭୟଙ୍କୁ ଇଡି ରିମାଣ୍ଡରେ ଆଣିବ। ସେହିପରି ନାଗ-ଚାନ୍ଦ ଦମ୍ପତିଙ୍କୁ ରିମାଣ୍ଡରେ ଆଣିବା ପରେ ଶ୍ରଦ୍ଧାଞ୍ଜଳିଙ୍କୁ ପୁଣି ଥରେ ଡାକି ମୁହାଁମୁହିଁ ଜେରା କରିବାକୁ ଇଡି ଯୋଜନା କରିଛି। ଏପରିକି ଶ୍ରଦ୍ଧାଞ୍ଜଳି ଓ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଡକାଇ ନାଗ-ଚାନ୍ଦ ଦମ୍ପତିଙ୍କ ସହ ଇଡି ଚତୁଃମୁଖୀ ଜେରା କରିପାରେ ବୋଲି ସୂଚନା ମିଳିଛି। ଅପରପକ୍ଷରେ ଅର୍ଚ୍ଚନାଙ୍କ ସାମ୍ରାଜ୍ୟର ପ୍ରତ୍ୟକ୍ଷଦର୍ଶୀ କୁହାଯାଉଥିବା ତାଙ୍କ ଡ୍ରାଇଭର ଚନ୍ଦନଙ୍କୁ ଗତ ଶୁକ୍ରବାର ଇଡି ଜେରା କରିଥିଲା। ତାଙ୍କ ପାଖରୁ ଆଉ କିଛି ତଥ୍ୟ ଜାଣିବାକୁ ଚନ୍ଦନଙ୍କୁ ପୁଣି ସୋମବାର ଦ୍ୱିତୀୟ ଥର ପାଇଁ ଜେରା କରିଛି। ପୂର୍ବାହ୍ନରେ ଚନ୍ଦନ ନୟାପଲ୍ଲୀସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟରେ ହାଜର ହେବା ପରେ ତାଙ୍କୁ ଇଡି ଅଧିକାରୀମାନେ ପଚରାଉଚରା କରିଛନ୍ତି। ଅର୍ଚ୍ଚନା କୁଆଡ଼େ ଯାଉଥିଲେ, କାହା ସହ ମିଶୁଥିଲେ, ସତ୍ୟବିହାରସ୍ଥିତ ଆଲିସାନ୍‌ ଘରକୁ କେଉଁମାନେ ଆସୁଥିଲେ, ଆଦି ସଂକ୍ରାନ୍ତରେ ଚନ୍ଦନଙ୍କଠାରୁ ଇଡି ତଥ୍ୟ ହାସଲ କରିଛି। ତେବେ ନାଗ-ଚାନ୍ଦ ଦମ୍ପତି ରିମାଣ୍ଡରେ ଆସିବା ପରେ ତାଙ୍କ ତଥ୍ୟ ଆଧାରରେ ବହୁ ବଡ଼ବଡ଼ିଆ ଜେରା ହୋଇପାରନ୍ତି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ସଡ଼କ ଦୁର୍ଘଟଣା ହ୍ରାସ କରିବ ଆଇଇଏମ୍‌ଏସ୍‌

ଭୁବନେଶ୍ୱର,୨୯ା୩(ଅନିଲ ଦାସ):ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତାଜନକ ରହିଛି। ଏହାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ନୂତନ ନିର୍ମାଣାଧୀନ ରାସ୍ତା, ଏନ୍‌ଏଚ୍‌ ସମେତ ପୂର୍ତ୍ତ...

ପୋଲିସ କବ୍‌ଜାରେ ୫ ଜଣିଆ ଡକାୟତି ଗ୍ୟାଙ୍ଗ

ଭୁବନେଶ୍ୱର (ସତ୍ୟଜିତ୍‌ ରାଉତ)/ଜଟଣୀ(ରବୀନ୍ଦ୍ରନାଥ ମହାକୁଡ଼),୨୯।୩:କମିଶନରେଟ୍‌ ପୋଲିସ ହାତରେ ଧରାପଡିଛନ୍ତି ୫ ଜଣିଆ ଡକାୟତି ଗ୍ୟାଙ୍ଗ। ବୁଧବାର ବିଳମ୍ବିତ ରାତିରେ ଡକାୟତି ଯୋଜନା ବେଳେ ଜଟଣୀ ପୋଲିସ...

ପାଣି ନାହିଁ, ମାଠିଆ ମେଲା

ଭୁବନେଶ୍ୱର,୨୯।୩ (ବନ୍ଦନା ସେଠୀ): ରାଜ୍ୟରେ ଏବେ ପାରଦ ଉପରମୁହାଁ ରହିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଧୀରେ ଧୀରେ ତାତି ଅସମ୍ଭାଳ ହେଉଛି। ଟାଇଁ ଟାଇଁ ଖରାକୁ ଗରମ...

ସୌମ୍ୟଙ୍କ ବାସଭବନରେ ପ୍ରଣବ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୨୯।୩ (ଅନିଲ ଦାସ):୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ବାତାବରଣ ସେତିକି ଉଷ୍ମ ହେବାରେ ଲାଗିଛି। ଦଳ ବଦଳଠାରୁ ଆରମ୍ଭ କରି ପାର୍ଟି ଭିତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri