ଶାଶୁଘର ସମ୍ମୁଖରେ ଧାରଣାଦେଲେ ବୋହୂ

ସାଲେପୁର,୨୯।୧୧(ଡି.ଏନ୍‌.ଏ.): ଜଣେ ବୋହୂ ଶାଶୁଘର ସମ୍ମୁଖରେ ଧାରଣାରେ ବସିବା ଓ ସମ୍ପୃକ୍ତ ବୋହୂକୁ ସମର୍ଥନ କରି ଉକ୍ତ ଗ୍ରାମର ଏସ୍‌ଏଚ୍‌ଜି ମହିଳା ଧାରଣାରେ ବସିବା ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶ ଯେ, ସାଲେପୁର ଥାନା ଅନ୍ତର୍ଗତ ବାଲିସାହି ଗ୍ରାମର ସନାତନ ମହାରଣାଙ୍କ ପୁଅ ସୁସେନ୍‌ ମହାରଣା ୨୦୨୦ ଜୁଲାଇ ୧୩ରେ ଢ଼େଙ୍କାନାଳ ଥାନା ଅନ୍ତର୍ଗତ ରାଧାକୃଷ୍ଣ ବଜାରର ସତ୍ୟନାରାୟଣ ମହାରଣାଙ୍କ ଝିଅ ସସ୍ମିତା ମହାରଣାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହର ୩ମାସ ପର୍ଯ୍ୟନ୍ତ ସସ୍ମିତା ଶ୍ୱଶୁର ଘରେ ରହିଥିବାବେଳେ ୩ମାସ ପରେ ଶ୍ୱଶୁର ଓ ସ୍ବାମୀ କୌଶଳ କ୍ରମେ ସସ୍ମିତାକୁ ତାଙ୍କ ବାପଘରକୁ ପଠାଇ ଦେଇ ଆଉ ଘରକୁ ଆଣିନଥିଲେ। ସସ୍ମିତା ବାରମ୍ବାର ଶ୍ୱଶୁର ଘରକୁ ଆସିଥିଲେ ମଧ୍ୟ ଶ୍ୱଶୁର ଘର ଲୋକେ ତାଙ୍କୁ ଘରେ ପୂରାଇ ନ ଦେବା ସହ ତାଲା ପକାଇଦେଇଥିଲେ। କୌଣସି ଉପାୟ ନପାଇ ସସ୍ମିତା ସ୍ତ୍ରୀର ମର୍ଯ୍ୟାଦା ଦାବି କରି ସୋମବାର ଶ୍ୱଶୁର ଘର ସମ୍ମୁଖରେ ଧାରଣା ଦେଇଛନ୍ତି। ସସ୍ମିତାଙ୍କୁ ସମର୍ଥନ କରି ଉକ୍ତ ଗ୍ରାମର ବହୁ ମହିଳା ଏହି ଧାରଣାରେ ସାମିଲ ହେବା ସହ ତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଧାରଣା ଜାହିରହିବ ବୋଲି କହିଛନ୍ତି। ଅପରପକ୍ଷରେ ଶ୍ୱଶୁର ଘର ପରିବାର ସଦସ୍ୟ ଘରେ ତାଲା ପକାଇ କେଉଁଆଡ଼େ ପଳାଇଛନ୍ତି। ଆଇନଶୃଙ୍ଖଳାକୁ ଆଖିଆଗରେ ରଖି ସାଲେପୁର ପୋଲିସ ପକ୍ଷରୁ ନବବଧୂକୁ ବୁଝାଶୁଝା କରାଯାଉଥିଲେ ମଧ୍ୟ ନବବଧୂ ନିଜ ଜିଦ୍‌ରେ ଅଟଳ ରହିବା ସହ ନ ଖାଇ ନ ପିଇ ଧାରଣାରେ ବସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁକ୍ତ୨ ପରୀକ୍ଷା କେନ୍ଦ୍ର ନିର୍ଣ୍ଣୟରେ ନିୟମ ଉଲ୍ଲଂଘନ

ବାରିପଦା ଅଫିସ,୨୪।୫ ମୟୂରଭଞ୍ଜ ଜିଲା ବାରିପଦା ସହରରେ ଥିବା ଏକ ଘରୋଇ କଲେଜର ପରୀକ୍ଷା କେନ୍ଦ୍ର ନିର୍ଣ୍ଣୟକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।...

ସଙ୍କଟରେ ବହୁରୂପିଆଙ୍କ ପାରମ୍ପରିକ କଳା

କେନ୍ଦୁଝର,୨୩ ।୧୧ (ସ୍ବ.ପ୍ର.) ଏକଦା ଗାଁ ଗଣ୍ଡାଠାରୁ ଆରମ୍ଭ କରି ସହରାଞ୍ଚଳରେ ବହୁରୂପିଆଙ୍କ ଚାହିଦା ବହୁ ଅଧିକ ଥିଲା। ବିଭିନ୍ନ ପାରମ୍ପରିକ ବେଶରେ ସଜ୍ଜିତ ହୋଇ...

ସରକାରୀ ଗୋଚର ଜମିରେ ବେଆଇନ ଗୃହ ଉଚ୍ଛେଦ

ମହାକାଳପଡ଼ା,୩।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ବିଜୟନଗର ଗ୍ରାମ ଶାସନପଡ଼ାରେ ସରକାରୀ ଗୋଚର ଜମିରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଗୃହକୁ ଉଚ୍ଛେଦ କରିବା...

ଆଶାକର୍ମୀଙ୍କ ପ୍ରତିବାଦ

ସୋରଡ଼ା,୪ା୧୨(ଡି.ଏନ୍‌.ଏ.): ରାଜ୍ୟ ଆଶାକର୍ମୀ ସଂଘ ନିଷ୍ପତ୍ତି କ୍ରମେ ୭ ଦଫା ଦାବି ପୂରଣ ପାଇଁ ସ୍ଥାନୀୟ ଶାଖା ତରଫରୁ ବଡ଼କାଳୀ ମନ୍ଦିରଠାରୁ ମଧ୍ୟାହ୍ନରେ ଏକ ପ୍ରତିବାଦ...

୫ ଦଫା ଦାବିରେ ଆଶା ସାଥୀ ସଂଘର ବିକ୍ଷୋଭ

ରାୟଗଡ଼ା ଅଫିସ ,୨୭।୨: ଭାରତୀୟ ମଜଦୁର ଦ୍ୱାରା ପରିଚାଳିତ ରାଜ୍ୟ ଆଶା ସାଥୀ ସଂଘ ନିର୍ଦ୍ଦେଶକ୍ରମେ ୫ ଦଫା ଦାବି ନେଇ ରାୟଗଡ଼ା ଜିଲା ଶାଖା...

ରେଡ୍‌ ଜୋନ୍‌ରେ ଗଡ଼ିବନି ବସ୍‌: ଚିନ୍ତାରେ ମାଲିକ, ଆର୍ଥିକ ସହାୟତା ଦାବି

ଭଦ୍ରକ ଅଫିସ,୧୩।୫: ପ୍ରାୟ ଦୁଇ ମାସ୍‌ ହେବ ବସ ଚଳାଚଳ ବନ୍ଦ ରହିଛି। ଏ ନେଇ ବସ୍‌ ମାଲିକମାନେ ଚିନ୍ତାରେ ପଡିଯାଇଛନ୍ତି । ପ୍ରାୟ ଜିଲାରେ...

ମହିଳାଙ୍କ ଲାଗି ଅଧ୍ୟକ୍ଷ ସମେତ ୧୪ ଆସନ

ଢେଙ୍କାନାଳ ଅଫିସ୍‌, ୯।୧: ଆପତ୍ତି ଅଭିଯୋଗ ଶୁଣାଣି ପରେ ଢେଙ୍କାନାଳ ଜିଲା ଜିଲା ପରିଷଦ ଆସନ ପାଇଁ ପ୍ରକାଶ ପାଇଛି ଚୂଡ଼ାନ୍ତ ସଂରକ୍ଷଣ ତାଲିକା। ଅଧ୍ୟକ୍ଷ...

୧୦୦ କି.ମି. ଚାଲିଲେ ୫ ଯୁବକ

ପିପିଲି,୧୮ା୪(ଡି.ଏନ.ଏ): ଚାଲିବାକୁ ବଳ ପାଉନାହିଁ। ତଥାପି କଷ୍ଟେମଷ୍ଟେ ପାଦ ପକାଇବାକୁ ପଡ଼ୁଛି। ଭୋକ ବାଟ କଢାଇ ନେଉଛି। ଢେଙ୍କାନାଳରୁ ପିପିଲି ପାଖାପାଖି ୧୦୦ କିମି ଚାଲି...

Advertisement
Archives

Model This Week