ଗୋଟିଏ ଜୁଇରେ ୧୦ କୋଭିଡ୍‌ ମୃତଦେହ ସତ୍କାର ଘଟଣା ହାଇକୋର୍ଟରେ ମାମଲା

କଟକ ଅଫିସ,୨୨।୬: ବଲାଙ୍ଗୀରରେ ଗୋଟିଏ ଜୁଇରେ ୧୦ କୋଭିଡ୍‌ ସଂକ୍ରମିତଙ୍କ ମୃତଦେହ ସତ୍କାର ଏବଂ ବାରିପଦା କୋଭିଡ୍‌ ହସ୍ପିଟାଲରେ ଅବ୍ୟବସ୍ଥା ଘଟଣାକୁ ନେଇ ସୋମବାର ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଏଥିରେ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ସଚିବ, ବାରିପଦା ଓ ବଲାଙ୍ଗୀର ଜିଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀ କାଳୀ ମିଶ୍ର ଏହି ମାମଲା ଦାଏର କରିଛନ୍ତି।
ସେ ତାଙ୍କ ଆବେଦନରେ ଉଲ୍ଲେଖ କରିଛନ୍ତି, କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର କୋଭିଡ୍‌ ହସ୍ପିଟାଲ ଖୋଲିଛନ୍ତି। କିନ୍ତୁ କେତେକ ହସ୍ପିଟାଲରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହେଉଛି। ବାରିପଦା କୋଭିଡ୍‌ ହସ୍ପିଟାଲରେ ରୋଗୀ ତଳେ ଗଡୁଛନ୍ତି। ଏପରି କି ପାଇଖାନା ନିକଟରେ ଶୋଉଛନ୍ତି।
ହାଇକୋର୍ଟରେ ମାମଲା…
ରୋଗୀମାନେ ବଞ୍ଚିଥିବାବେଳେ ଅବ୍ୟବସ୍ଥାର ଶିକାର ହେଉଛନ୍ତି। ସେହିପରି ଚିକିତ୍ସାଧୀନ ଅବସ୍ଥାରେ ଯେଉଁମାନଙ୍କ ମୃତ୍ୟୁ ଘଟୁଛି, ସେମାନଙ୍କ ମୃତଦେହକୁ ଅସମ୍ମାନ କରାଯାଉଛି। ବଲାଙ୍ଗୀରରେ ଗୋଟିଏ ଜୁଇରେ ୧୦ ମୃତଦେହ ସତ୍କାର କରାଯାଇଛି। ତେଣୁ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏହି ଘଟଣାର ତଦନ୍ତ କରାଯାଇ ହସ୍ପିଟାଲ ଓ ଦୋଷୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କୋଭିଡ୍‌ ହସ୍ପିଟାଲରେ ସିସିଟିଭି ଲଗାଇବା ପାଇଁ ନିବେଦନ କରାଯାଇଛି। ସେହିପରି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀକୁ ଠିକ୍‌ଭାବେ କାର୍ଯ୍ୟକାରୀ ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ମିଶ୍ର ନିବେଦନ କରିଛନ୍ତି। ଆଇନଜୀବୀ ବିଭୁତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମପାଣି ଘାଟିରେ ପୁଣି ଓଲଟିଲା ଟ୍ରକ

କୋକସରା,୧୦।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଘାଟିରେ ପୁଣି ଏକ ଦୁର୍ଘଟଣା ଘଟିଛି। ଗତ ଗୁରୁବାର ଏକ ପେଟ୍ରୋଲ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ...

ତାରା ତାରିଣୀ ପାହାଡ଼ରେ ବସ- ହାଇୱା ମୁହାଁମୁହିଁ  , ୭ ଜଣ ଭକ୍ତଙ୍କ ସମେତ ଡ୍ରାଇଭର ଆହତ 

ପୁରୁଷୋତ୍ତମପୁର, ୧୦/୪(ଡିଏନ୍ଏ): ଗଞ୍ଜାମ ଜିଲ୍ଲା ର ପ୍ରସିଦ୍ଧ ଇଷ୍ଟ ଦେବି ମା ତାରା ତାରିଣୀଙ୍କ ପାହାଡ ରାସ୍ତାରେ ଅଘଟଣ ଘଟିଛି। ପର୍ଯ୍ୟଟକଙ୍କ ଲାଗି ପ୍ରଶାସନ ପକ୍ଷରୁ...

ମା’ ହିଙ୍ଗୁଳାଙ୍କ ବାର୍ଷିକ ପୂଜାରେ ଶ୍ରଦ୍ଧାଳୁଙ୍କ ଭିଡ଼

ବଡ଼ସାହି,୧୨ା୨(ସ୍ବ.ପ୍ର)- ଉତ୍ତର ଓଡ଼ିଶାର ପ୍ରସିଦ୍ଧ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ସୁହାଗପୁରା-ଚାନ୍ଦଡିହା ରାସ୍ତା ମଧ୍ୟଭାଗ ଶାଳ ଜଙ୍ଗଲ ପରିସରରେ ମା’ ହିଙ୍ଗୁଳାଙ୍କ ବାର୍ଷିକ ପୂଜା ଶନିବାର...

ଜିଲା ଚିକିତ୍ସାଳୟରୁ ୪ ଦଲାଲ ଗିରଫ

ଭଦ୍ରକ ଅଫିସ, ୨୭।୯- ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ‘ମୋ ସରକାର’ ଯୋଜନା ମାଧ୍ୟମରେ ରୋଗୀଙ୍କୁ...

୧୦୦ ଅଭିଯୋଗ ଶୁଣିଲେ ଜିଲାପାଳ

ବାଲିଅନ୍ତା,୧୧ା୧୧(ଡି.ଏନ୍‌.ଏ.): ବାଲିଅନ୍ତା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୋମବାର ଖୋର୍ଦ୍ଧା ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ସୀତାଂଶୁ କୁମାର ରାଉତ...

ଭରା ନଈ ପାର ହେଲେ ପ୍ରସୂତି

କେନ୍ଦୁଝର,୧୭ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଦୁର୍ଗମ ତାଳପଦା ପଞ୍ଚାୟତ ଅନ୍ତର୍ଗତ ତାଳପଦା ମୁଣ୍ଡା ସାହିର ଜଣେ ପ୍ରସୂତିଙ୍କୁ ସମାକୋଇ ନଦୀରେ ପାର କରାଇଛନ୍ତି ତେଲକୋଇ...

୪୦ ଡିଗ୍ରୀ ଟପିଲା ୬ ସହର

ଭୁବନେଶ୍ୱର,୧୮।୫(ବ୍ୟୁରୋ): ଗତ କିଛିଦିନ ଧରି ଲଗାତର ଝଡ଼ବର୍ଷା ହେବା ଯୋଗୁ ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ କମ୍‌ ରହିଥିଲା। ସୋମବାରଠାରୁ ଏହାର ପ୍ରକୋପ ପୁଣି ବୃଦ୍ଧି ପାଇଛି।...

ବୈତରଣୀ ପାର୍ଶ୍ୱରୁ ଭଙ୍ଗାଗଲା ଉଠାଦୋକାନ

ଚାନ୍ଦବାଲି,୧୯।୩(ଡି.ଏନ.ଏ.)-ବୈତରଣୀ ନଦୀ କୂଳରେ ପଥର ବିଛା କାମ ପାଇଁ ଚାନ୍ଦବାଲି ସହର ନିକଟ ନଦୀ କୂଳରୁ ଉଠାଦୋକାନଗୁଡ଼ିକୁ ଗୁରୁବାର ଉଚ୍ଛେଦ କରାଯାଇଛି। ପୋଲିସ ଉପସ୍ଥିତିରେ ମେଶିନ...

Advertisement
Archives

Model This Week