୯୦୦୦ ଟଙ୍କା କମ୍‌ ମୂଲ୍ୟରେ କିଣିପାରିବେ ସାମସଙ୍ଗ ଗାଲାକ୍ସି ନୋଟ ୧୦ ଲାଇଟ୍‌

ନୂଆଦିଲ୍ଲୀ,୧୯।୬: ଦକ୍ଷିଣ କୋରିଆ ଟେକ୍ନୋଲୋଜି କମ୍ପାନୀ ସାମସଙ୍ଗ ଗାଲାକ୍ସି ନୋଟ ୧୦ ଲାଇଟ୍‌ ମୂଲ୍ୟ ହ୍ରାସ କରିଛି। ବର୍ତ୍ତମାନ ଗାଲାକ୍ସି ନୋଟ ୧୦ ଲାଇଟ୍‌କୁ ମୂଳ ମୂଲ୍ୟଠାରୁ ମାତ୍ର ୪,୦୦୦ ଟଙ୍କା କମ୍‌ରେ କିଣାଯାଇପାରିବ। ଏହା ବ୍ୟତୀତ ୫୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ମଧ୍ୟ ଉପଲବ୍ଧ ରହିଥିବା କମ୍ପାନୀ ଘୋଷଣା କରିଛି। ଏହି ଅଫର କେବଳ ସୀମିତ ସମୟ ପାଇଁ ଅଟେ। ୩୦ ଜୁନ ୨୦୨୦ ପର୍ଯ୍ୟନ୍ତ ଏହା ବୈଧ ରହିବ।

ମୋଟ ଉପରେ ଦେଖିବାକୁ ଗଲେ, ଗ୍ରାହକ ଗାଲାକ୍ସି ନୋଟ ୧୦ ଲାଇଟ ଉପରେ ୯,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ। ଭାରତରେ ଏହି ଫୋନ୍‌ ୩୮,୯୯୯ ଟଙ୍କାରେ ଲଞ୍ଚ ହୋଇଥିବାବେଳେ ଏହାର ସର୍ବୋଚ୍ଚ ମଡେଲ ୪,୦୯,୯୯୯ ଟଙ୍କା ଥିଲା।

ସାମସଙ୍ଗ କହିଛି ଯେ, ଗାଲାକ୍ସି ନୋଟ ୧୦ ଲାଇଟର ବେସ୍‌ ଭାରିଆଣ୍ଟ ବର୍ତ୍ତମାନ ୩୭,୯୯୯ ଟଙ୍କାରେ ଉପଲବ୍ଧ ଥିବାବେଳେ ୮ଜିବି ରାମ୍‌ ଭାରିଆଣ୍ଟ ବିଶିଷ୍ଟ ମଡେଲ ୩୯,୯୯୯ ଟଙ୍କାରେ ଉପଲବ୍ଧ ହେବ। ୫,୦୦୦ ଟଙ୍କାର ଅତିରିକ୍ତ କ୍ୟାସବ୍ୟାକ ପାଇବାକୁ ହେଲେ ଗ୍ରାହକଙ୍କର ସିଟିବ୍ୟାଙ୍କର ଏକ ଡେବିଟ କିମ୍ବା କ୍ରେଡିଟ କାର୍ଡ ଥିବା ଆବଶ୍ୟକ। କ୍ୟାସ୍‌ବ୍ୟାକ୍‌ ଏବଂ କମ୍ପାନୀ ଦ୍ୱାରା ଦିଆଯାଇଥିବା ରିହାତି ପରେ ଗ୍ରାହକମାନେ କେବଳ ୩୨,୯୯୯ ଟଙ୍କାରେ ଗାଲାକ୍ସି ନୋଟ ୧୦ ଲାଇଟ କିଣିପାରିବେ। ଫୋନ୍‌ର ୮ ଜିବି ଭ୍ୟାରିଏଣ୍ଟକୁ କ୍ୟାସ୍‌ବ୍ୟାକ ଏବଂ ରିହାତି ପରେ ୩୪,୯୯୯ ଟଙ୍କାରେ କିଣାଯାଇପାରିବ।

ଗାଲାକ୍ସି ନୋଟ ୧୦ ଲାଇଟର ବୈଶିଷ୍ଟ୍ୟ ବିଷୟରେ କହିବାକୁ ଗଲେ ଏହାର ୬.୭-ଇଞ୍ଚ ଫୁଲ ଏଚ୍‌ଡି ପ୍ଲସ ସୁପର ଆମୋଲେଡ୍‌ ଇନଫିନିଟି ଓ ପ୍ରଦର୍ଶନ ଅଛି। ଏହି ସ୍ମାର୍ଟଫୋନର ବ୍ୟାଟେରୀ ୪,୫୦୦ ଏମ୍‌ଏଏଚ୍‌ ଏବଂ ଏହାସହିତ ଫାଷ୍ଟ ଚାର୍ଜିଂ ସୁବିଧା ରହିଛି। ଏହାଛଡ଼ା ଏଥିରେ ଟ୍ରିପଲ ରିୟର କ୍ୟାମେରା ସେଟଅପ୍‌ ଦିଆଯାଇଛି। ଏଥିରେ ଡୁଆଲ ପିକ୍ସେଲ ଅପ୍ଟିକାଲ ଇମେଜ ଷ୍ଟାବିଲାଇଜେଶନ ଟେକ୍ନୋଲୋଜି ଦିଆଯାଇଛି। ଏହି ସ୍ମାର୍ଟଫୋନରେ ସେଲଫି ପାଇଁ ୩୨ ମେଗାପିକ୍ସେଲ କ୍ୟାମେରା ରହିଛି। ବ୍ଲୁଟୁଥ ସକ୍ଷମ ଏସ୍‌ ପେନ୍‌ ଦିଆଯାଇଛ। ଏହା ସହିତ, ଏୟାର କମାଣ୍ଡ ବୈଶିଷ୍ଟ୍ୟ ମଧ୍ୟ ଅଛି, ଯାହା ଅଧୀନରେ ଉପଭୋକ୍ତାମାନେ ଫଟୋ କ୍ଲିକ କରିପାରିବେ। ଏସ୍‌ ପେନ ସାହାଯ୍ୟରେ ଫଟୋ ଏବଂ ଭିଡିଓ ମଧ୍ୟ ଏଡିଟ୍‌ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri