୮ ମାସ ହେଲା ଯନ୍ତ୍ରଣାରେ ପୁଅର ଜୀବନ: ଆର୍ଥିକ ସହାୟତା ପାଇଁ ମା’ଙ୍କ ନିବେଦନ

ଛେଣ୍ଡିପଦା,୧୨ା୧୦(ସ୍ବ.ପ୍ର.) – ବ୍ରେନ ଷ୍ଟ୍ରୋକ, ପରେ ଗଳା ପାରାଲିସିସ୍‌। ମେଡିକାଲ ଦୌଡି ଦୌଡି ଲକ୍ଷାଧିକ ଟଙ୍କା ଖର୍ଚ୍ଚ ପରେ ବି ସୁସ୍ଥ ହୋଇପାରିଲେନି। ଶେଷରେ ଅର୍ଥାଭାବରୁ ଅଧିକ ଚିକିତ୍ସା ନ ପାଇ ଘରକୁ ଫେରିଆସିଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଛେଣ୍ଡିପଦା ଖଜୁରିଆସାହିର ରାଜୁ ବେହେରା(୨୮)। ଏବେ ଡାକ୍ତର ଲେଖିଥିବା ଔଷଧ କିଣିବା ପାଇଁ ତାଙ୍କ ପରିବାର ନିକଟରେ ଅର୍ଥ ନାହିଁ। ଫଳରେ ଯନ୍ତ୍ରଣାମୟ ଜୀବନ ନେଇ ରାଜୁ ଘରେ ପଡ଼ି ରହିଥିବା ବେଳେ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ତାଙ୍କ ମା’ ବାପା।
ପୂର୍ଣ୍ଣଚନ୍ଦ୍ର ବେହେରା ଓ ନୁନୁ ବେହେରାଙ୍କ ପୁଅ ରାଜୁ ପ୍ରାୟ ୮ ମାସ ପୂର୍ବେ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ଛେଣ୍ଡିପଦା, ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବ୍ରେନ ଷ୍ଟ୍ରୋକ ଯୋଗୁ ତାଙ୍କ ଗଳାରେ ପାରାଲିସିସ୍‌ ହୋଇଥିବା ଜଣାପଡିବା ପରେ ପରିବାର ଲୋକଙ୍କ ଚିନ୍ତା ବଢ଼ିଯାଇଥିଲା। ସେମାନେ କଟକ ମେଡିକାଲରୁ ରାଜୁଙ୍କୁ ନେଇ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ କିଛି ଦିନର ଚିକିତ୍ସାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଗଲା। ଏମିତି କି ଜମିବାଡି ବିକି, ଧାର ଉଦ୍ଧାର କରି ପ୍ରାୟ ୭ରୁ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ମା’ ନୁନୁ କୁହନ୍ତି। ଏହାପରେ ଅଧିକ ଚିକିତ୍ସା ପାଇଁ ସମ୍ବଳ ନ ଥିବାରୁ ପୁଅକୁ ଘରକୁ ନେଇ ପଳାଇ ଆସିଥିଲେ। ଦୀର୍ଘ ଦିନ ପର୍ଯ୍ୟନ୍ତ ଚିକିତ୍ସା କରା ନ ଗଲେ ରାଜୁଙ୍କ ପୂରା ଶରୀର ପାରାଲିସିସ୍‌ ହୋଇଯିବାର ଆଶଙ୍କା ଥିବା ଡାକ୍ତର କହିଥିବା ନୁନୁ କୁହନ୍ତି। ରୋଜଗାରର ପନ୍ଥା ନ ଥିବାବେଳେ ଦୈନିକ ଔଷଧ ଖର୍ଚ୍ଚ ବାବଦ ୫ଶହରୁ ୭ଶହ ଟଙ୍କା ଦରକାର ହେଉଥିବାରୁ ତାହା କିଣିବା ଏବେ କଷ୍ଟକର ହୋଇପଡିଛି। ଏଥିପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହେବା ପରେ ଚିକିତ୍ସା ବାବଦକୁ ୧୦ ହଜାର ଟଙ୍କା ସହାୟତା ମିଳିଥିଲା। ହେଲେ ତାହା ସମୁଦ୍ରକୁ ଶଙ୍ଖେ ଭଳି ହୋଇଥିବାରୁ ସରକାର ତାଙ୍କ ପୁଅକୁ ଭଲ କରିବାକୁ ଅଧିକ ସହାୟତା ଯୋଗାଇଦେବାକୁ ନୁନୁ ନେହୁରା ହୋଇଛନ୍ତି।
ଏ ସମ୍ପର୍କରେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ମହାମିଳନ ମୁର୍ମୁ କୁହନ୍ତି, ରାଜୁଙ୍କ ମୁଣ୍ଡରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇପାରୁନାହିଁ। ଏଥିଯୋଗୁ ସମ୍ପୂର୍ଣ୍ଣ ଶରୀର ପାରାଲିସିସ ହୋଇଯିବା ସମ୍ଭାବନା ରହିଛି। ଏଥିପାଇଁ ଦୀର୍ଘଦିନ ଧରି ଚିକିତ୍ସାରେ ରହିବା ଜରୁରୀ। ହେଲେ ସେ ସୁବିଧା ସ୍ବାସ୍ଥ୍ୟକେନ୍ଦ୍ରରେ ନାହିଁ। ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏ ନେଇ ଜଣାଇବାକୁ ସେ ପରାମର୍ଶ ଦେଇଛନ୍ତି। ବିଡିଓ ସୁନୀଲ କେରକେଟା କୁହନ୍ତି, ବ୍ଲକ ପ୍ରଶାସନ ପକ୍ଷରୁ ଯେତିକି ସହଯୋଗ କରାଯିବା କଥା ତାହା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାହ୍ମଣୀରେ ଭାସିଗଲେ ୩ ସାଙ୍ଗ

ତାଳଚେର,୮।୬; ଅନୁଗୋଳ ଜିଲା ତାଳଚେର ବ୍ରାହ୍ମଣୀ ନଦୀରେ ସୋମବାର ଏକ ଅଘଟଣ ଘଟିଛି। ୩ଜଣ ସାଙ୍ଗ ଗାଧୋଇବା ବେଳେ ଭାସିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୃତ ଅବସ୍ଥାରେ…

ବିଲକୁ ଯାଇଥିଲେ ୨ ଭାଇ, ହଠାତ୍‌ ମାରିଲା ଘଡ଼ଘଡ଼ି: ଆଉ ତା’ପରେ…

ବଇଣ୍ଡା, ୨।୬(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋର ନଗର ବ୍ଲକ ହଣ୍ଡପା ଥାନା ପାପସରା ଗ୍ରାମର ଜଟିଆ ରୁଗୁଡ଼ି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ…

ବିଳମ୍ବିତ ରାତିରେ ବାଇକ ସହ ଜିଅନ୍ତା ଜଳିଗଲେ ଯୁବକ, କାରଣ ଜାଣିଲେ….

ପାଲଲହଡ଼ା,୨୯।୫(ଦିବ୍ୟଜ୍ୟୋତି ଦାଶ): ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।  ବାଇକ ଦୁର୍ଘଟଣାରେ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେହିପରି ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଖମାର…

ନାତୁଣୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜେଜେଙ୍କ ଜୀବନ

ଅନୁଗୋଳ,୧୨।୫: ଅନୁଗୋଳ ଜିଲା ଆଠମଲ୍ଳିକ ବ୍ଲକ ପାଇକ ସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନାତୁଣୀଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍‌ ଆଘାତରେ ଜେଜେଙ୍କ ମୃତ୍ୟୁ ଘଟିଛି।…

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

ରୋଗୀସେବା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ତଳଚେର,୮।୫(ମନୋଜ ନନ୍ଦ): ଅନୁଗୋଳ ଜିଲା ତଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଆଗରୁ କ୍ରିୟାନୁଷ୍ଠାନ…

ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଅଘଟଣ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଅନୁଗୋଳ,୫।୫(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ…

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ମହିଳା, ଦଳିଦେଲା ଦନ୍ତା

ମାଧପୁର,୪।୫(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଂଚାୟତ ଅଧୀନ ମାଧପୁର ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri