Posted inଜାତୀୟ

୮ ବର୍ଷରେ ୭୫୦ ବାଘଙ୍କ ଯାଇଛି ଜୀବନ: ମଧ୍ୟପ୍ରଦେଶରେ ସର୍ବାଧିକ

ନୂଆଦିଲ୍ଲୀ, ୪।୬: ଜଙ୍ଗଲର ରାଜା ବାଘର ସୁରକ୍ଷା ନେଇ ଏବେ ପ୍ରଶ୍ନ ଉଠିଛି। ନିଜ ଜଙ୍ଗଲରେ ମଧ୍ୟ ବାଘ ସୁରକ୍ଷିତ ନୁହଁନ୍ତି। ଗତ ୮ ବର୍ଷ ମଧ୍ୟରେ ଦେଶରେ ୭୫୦ ବାଘଙ୍କ ଜୀବନ ଯାଇଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଛି। ଜାତୀୟ ବାଘ ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ)ଙ୍କଠାରୁ ୨୦୧୦ଠାରୁ ୨୦୨୦ ପର୍ଯ୍ୟନ୍ତ ଦେଶରେ ବାଘଙ୍କ ସ୍ଥିତି ସମ୍ପର୍କରେ ରିପୋର୍ଟ ସୂଚନା ଅଧିକାର ଆଇନ ଅନୁସାରେ ଲୋଡ଼ା ଯାଇଥିଲା। ତେବେ ଏନ୍‌ଟିସିଏ ପକ୍ଷରୁ ୨୦୧୨ଠାରୁ ୨୦୧୯ ପର୍ଯ୍ୟନ୍ତ ରିପୋର୍ଟ ଉପଲବ୍ଧ ଥିବା ଦର୍ଶାଯାଇଥିଲା। ମୃତ୍ୟୁ ଘଟିଥିବା ବାଘଙ୍କ ମଧ୍ୟରୁ ୩୬୯ଙ୍କ ଅଙ୍ଗପ୍ରତ୍ୟଙ୍ଗ ପାଇଁ ହତ୍ୟା କରାଯାଇଛି। ଜୀବନ ପ୍ରାକୃତିକ କାରଣ ଯୋଗୁ ଯାଇଥିବାବେଳେ ୧୬୮ ବାଘଙ୍କୁ ଅଙ୍ଗପ୍ରତ୍ୟଙ୍ଗ ପାଇଁ ହତ୍ୟା କରାଯାଇଛି। ସେହିପରି ୭୦ ବାଘଙ୍କ ମୃତ୍ୟୁର ତଦନ୍ତ ଜାରି ରହିଛି। ଅପରପକ୍ଷରେ ୪୨ ବାଘଙ୍କ ମୃତ୍ୟୁ ପରସ୍ପର ମଧ୍ୟରେ ଲଢ଼େଇ ଅବା ଦୁର୍ଘଟଣା ଯୋଗୁ ଘଟିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ମଧ୍ୟପ୍ରଦେଶରେ ସର୍ବାଧିକ ୧୭୩ ବାଘଙ୍କ ମୃତ୍ୟୁ ଘଟିଥିବାବେଳେ ମହାରାଷ୍ଟ୍ରରେ ୧୨୫ ବାଘଙ୍କ ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶରେ ୯୪ ବାଘଙ୍କର ପ୍ରାକୃତିକ ଭାବେ ମୃତ୍ୟୁ ଘଟିଥିବାବେଳେ ଅଙ୍ଗପ୍ରତ୍ୟଙ୍ଗ ପାଇଁ ୩୮ ବାଘଙ୍କୁ ହତ୍ୟା କରାଯାଇଥିବା ଏଥିରେ ଉଲ୍ଲେଖ ରହିଛି। ସେହିପରି କର୍ନାଟକରେ ୧୧୧, ଉତ୍ତରାଖଣ୍ଡରେ ୮୮, ତାମିଲନାଡୁରେ ୫୪, ଆସାମରେ ୫୪, କେରଳରେ ୩୫, ଉତ୍ତରପ୍ରଦେଶରେ ୩୫, ରାଜସ୍ଥାନରେ ୧୭, ବିହାରରେ ୧୧, ପଶ୍ଚିମବଙ୍ଗରେ ୧୧ ଏବଂ ଛତିଶଗଡ଼ରେ ୧୦ ବାଘଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଡିସେମ୍ବରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଗତ ୪ ବର୍ଷ ମଧ୍ୟରେ ଦେଶରେ ବାଘ ସଂଖ୍ୟା ୭୫୦ ବୃଦ୍ଧି ପାଇ ୨,୨୨୬ରୁ ୨,୯୭୬ରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ପୋଷ୍ଟ ଡିଲିଟ କରିବି ନାହିଁ’… ଦୃଢ଼ ଭାବରେ ଠିଆ ହେଲେ ଭାଜପା ଏମପିଙ୍କ ଝିଅ; ହଇଚଇ ସୃଷ୍ଟି କରିଥିଲା ଏହି ପୋଷ୍ଟ, ଏବେ ଇନଷ୍ଟାଗ୍ରାମ ଆକାଉଣ୍ଟ ନିଷ୍କ୍ରିୟ!

ନୂଆଦିଲ୍ଲୀ,୨୭।୭: NEET ପେପର୍‌ ଲିକ ପ୍ରସଙ୍ଗରେ ଛାତ୍ରମାନଙ୍କ ଦୀର୍ଘ ସମୟ ଧରି ଆନ୍ଦୋଳନ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶେଷରେ ଚାପରେ ଆସି ଇସ୍ତଫା…

‘ମୋତେ ଫୋନ କରନାହିଁ…’ – ତାଙ୍କ ପରିବାରକୁ ଏମିତି କାହିଁକି କହିଥିଲେ ଅଭିଜିତ ଦୀପକେ? ବଡ଼ କାରଣ କହିଲେ ବାପା

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ରଙ୍କ ବିଶାଳ ପ୍ରତିବାଦ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇସ୍ତଫା ଦେଇଥିଲେ। ପ୍ରହ୍ଲାଦ ଜୋଷୀ ବର୍ତ୍ତମାନ ଏହି…

ପରଲୋକରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ

ବରଗଡ଼,୨୭ା୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ ଆଉ ନାହାନ୍ତି। ରବିବାର ବିଳମ୍ବିତ ରାତିରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଛି।…

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri