୮ ଓ୍ବେଷ୍ଟହାମ୍‌ ଖେଳାଳିଙ୍କ ନିକଟରେ କରୋନା ଲକ୍ଷଣ

ଲଣ୍ଡନ,୨୮ା୩ (ଏଏଫ୍‌ପି): କରୋନା ଭାଇରସ୍‌ ଲକ୍ଷଣ ଦେଖାଦେବାରୁ ଓ୍ବେଷ୍ଟହାମ୍‌ର ୮ଖେଳାଳି ପୃଥକ୍‌ ବାସରେ ରହିଛନ୍ତି। ଫୁଟ୍‌ବଲ କ୍ଲବର ଭାଇସ୍‌ ଚେୟାରଓମ୍ୟାନ କାରେନ ବ୍ରାଡି ସୂଚନା ଦେଇଛନ୍ତି। ମହାମାରୀର ଶିକାର ହେବାରେ ଓ୍ବେଷ୍ଟହାମ୍‌ ହେଉଛି ସଦ୍ୟତମ ପ୍ରିମିୟର ଲିଗ୍‌ କ୍ଲବ। ଆର୍ସେନାଲ ମ୍ୟାନେଜର ମିକେଲ ଆର୍ଟେଟା, ଚେଲ୍‌ସି ଓ୍ବିଙ୍ଗର କାଲମ ହଡ୍‌ସନ ଓଡୋଇ ଉଭୟେ ବର୍ତ୍ତମାନ ସୁସ୍ଥ ହୋଇ ଫେରିଥିବାବେଳେ ଭାଇରସ ପାଇଁ ହୋଇଥିବା ଟେଷ୍ଟରେ ଲିସେଷ୍ଟର କ୍ଲବର ବହୁ ଖେଳାଳିଙ୍କ ପଜିଟିଭ ଆସିଛି। ବ୍ରାଡି କହିଛନ୍ତି ତାଙ୍କ ଖେଳାଳିଙ୍କ ନିକଟରେ ସାମାନ୍ୟ ଲକ୍ଷଣ ଦେଖା ଦେଇଛି। ସେମାନେ ଖୁବ୍‌ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଶା। ଓ୍ବେଷ୍ଟହାମ୍‌ ଖେଳାଳିମାନେ ବର୍ତ୍ତମାନ ନିଜ ଘରେ ରହି ଟ୍ରେନିଂ ନେଉଛନ୍ତି। ବ୍ରିଟେନ୍‌ରେ ଏପ୍ରିଲ ୧୩ରେ ଲକ୍‌ଡାଉନ୍‌ ଉଠିଲେ କ୍ଲବ ନିଜ ପଡ଼ିଆରେ ଏହାର ନିୟମିତ ଅଭ୍ୟାସ ସେସନ ଆରମ୍ଭ କରିବ। ବର୍ତ୍ତମାନ ପରିସ୍ଥିତିରେ ପ୍ରିମିୟର ଲିଗ୍‌ ସିଜନକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ସସ୍‌ପେଣ୍ଡ ରଖାଯାଇଛି। ଘରୋଇ ସିଜନ ଆରମ୍ଭ ନେଇ ବ୍ରାଡି ଆଶାବାଦୀ ଏପରିକି ମ୍ୟାଚଗୁଡ଼ିକ ଯଦି ରୁଦ୍ଧଦ୍ୱାରରେ ଖେଳାଯାଏ ତେବେ ଜୁଲାଇ ପର୍ଯ୍ୟନ୍ତ ଚାଲିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

ଟି -୨୦ ବିଶ୍ୱକପ ଚୟନ ଖବରକୁ ଖଣ୍ଡନ ରୋହିତ ଶର୍ମା, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ମିଡିଆ ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଯେଉଁଥିରେ ଦାବି କରାଯାଉଥିଲା ଯେ, ଟି -୨୦ ବିଶ୍ୱକପ ଚୟନକୁ...

ମୁମ୍ବାଇ ଇଣ୍ଡିଆନ୍ସ ସହ ଗୁଜରାଟ ଟାଇଟାନ୍ସକୁ ବି ଡୁବେଇଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ପୂର୍ବତନ କ୍ରିକେଟର୍‌ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ,୧୮।୪: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଗୁଜରାଟ ଟାଇଟାନ୍ସ ଆଇପିଏଲ ୨୦୨୨ ଜିତିଥିଲା। ଏହା ପରେ, ଗୁଜରାଟ ଆଇପିଏଲ ୨୦୨୩ରେ ରନର୍‌ ଅପ୍‌ ହୋଇଥିଲା। କିନ୍ତୁ ଏହି...

କୋହଲିଙ୍କଠାରୁ ପ୍ରେରଣା ପାଇ ୟୁପିଏସ୍‌ସିରେ ତୃତୀୟ ସ୍ଥାନ ହାସଲ କଲେ ଅନନ୍ୟା: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୪: ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଦୁନିଆର ଅନ୍ୟତମ ଲୋକପ୍ରିୟ ଆଥଲେଟ ଅଟନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ୮୦୦ ମିଲିୟନରୁ ଅଧିକ ଫଲୋଅର୍ସ...

ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଅହମଦାବାଦ,୧୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇ ତୃତୀୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ ବ୍ୟାଟିଂ କରି ଟାଇଟନ୍ସ...

ପଲଟୁରାମ ଗମ୍ଭୀର! ନିଜ କଥାରୁ ନିଜେ ଓହରି ଟ୍ରୋଲ ହେଉଛନ୍ତି କ୍ରିକେଟର…

ନୂଆଦିଲ୍ଲୀ,୧୭।୪: ସର୍ବଦା ନିଜର ବୟାନକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ୍‌ ହୋଇଥାନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର। ଏବେ ପୁଣି ସେ ଥରେ ନିଜର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri