ଭୁବନେଶ୍ୱର, ୩୧ା୧୨ (ବ୍ୟୁରୋ): ଖବରଦାତା, ସ୍ତମ୍ଭକାର ଏବଂ ‘ଓଡ଼ିଶା ସାହିତ୍ୟ ଏକାଡ଼େମୀ’ ପୁରସ୍କାରପ୍ରାପ୍ତ ସାହିତି୍ୟକ ବସନ୍ତ ଦାସଙ୍କ ଅଶୀ ବର୍ଷ ଜନ୍ମଦିନ ଉପଲକ୍ଷେ ‘ଅଶୀରେ ବସନ୍ତ ଉତ୍ସବ’ ଆୟୋଜନ ହେଉଛି। ଜାନୁୟାରୀ ୮ରେ ସ୍ଥାନୀୟ ଇଡ୍କଲ ଅଡିଟୋରିୟମରେ ହେବାକୁ ଥିବା ଏହି ଉତ୍ସବକୁ ଉଦ୍ଘାଟନ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କୁ ଅନୁରୋଧ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ମୁଖ୍ୟଅତିଥି, ଓଡ଼ିଶା ସୂଚନା ଓ ଲୋକସମ୍ପର୍କ ଏବଂ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମ୍ମାନିତ ଅତିଥିଭାବେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ‘ଅଶୀରେ ବସନ୍ତ’ ଶୀର୍ଷକ ଏକ ପୁସ୍ତକ ଲୋକାର୍ପିତ ହେବ ବୋଲି ସୋମବାର ଏକ ଖବରଦାତା ସମ୍ମିଳନୀରେ ଉତ୍ସବ କମିଟିର ଆବାହକ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଜଣାଇଛନ୍ତି।
ଉଲ୍ଲେଖଯୋଗ୍ୟ, ୧୯୬୫ରେ ସାହିତି୍ୟକ ଦାସ ନିଜର ଖବରଦାତା ଜୀବନ ଆରମ୍ଭ କରିଥିଲେ। ସେ ଓଡ଼ିଆ, ବଙ୍ଗଳା ଓ ଇଂଲିଶ୍ ଖବରକାଗଜର ପ୍ରତିନିଧିତ୍ୱ କରି ୧୯୯୬ରେ ‘ଅମୃତ ବଜାର ପତ୍ରିକା’ ଗ୍ରୁପ୍ର ଓଡ଼ିଶା ବ୍ୟୁରୋ ଚିଫ୍ଭାବେ ଅବସର ଗ୍ରହଣ କରିଥିଲେ। ଏହି ସମୟ ମଧ୍ୟରେ ଓଡ଼ିଆ ଓ ଇଂଲିଶ୍ ଭାଷାରେ ସେ ରଚନା କରିଥିବା ଷୋଳଖଣ୍ଡ ପୁସ୍ତକ ମଧ୍ୟରେ ‘ଓଡ଼ିଶା ରାଜନୀତିର ଗୋପନ କଥା’ ଏବଂ ‘ଫୁଟ୍ ପ୍ରିଣ୍ଟସ ଅଫ୍ ଇଭେଣ୍ଟଫୁଲ୍ ଡେଜ୍: ୧୮୦୩-୨୦୦୩’କୁ ଓଡ଼ିଶା ରାଜନୀତିର ଚଳନ୍ତି ଇତିହାସ ଭାବରେ ବିଚାର କରାଯାଏ। ସାହିତି୍ୟକ ଦାସ ବିଶ୍ୱର କୋଡ଼ିଏଟି ରାଷ୍ଟ୍ର ଭ୍ରମଣ କରି ସେହି ଅନୁଭୂତି ଆଧାରରେ ଲେଖିଥିବା ଭ୍ରମଣ କାହାଣୀ ପୁସ୍ତକ ‘ଯେ ଦେଶ ଯାଇ ସେ ଫଳ ଖାଇ’ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛି। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ମିଡିଆ ଏକାଡେମୀ’ ପକ୍ଷରୁ ଖବରଦାତା ବୃତ୍ତିରେ ନବାଗତଙ୍କୁ ବିଭିନ୍ନ ତଥ୍ୟ ଓ ତାଲିମ୍ ଯୋଗାଇବା ସହ ପ୍ରତିବର୍ଷ ରାଜ୍ୟର ଜଣେ ଲବ୍ଧପ୍ରତିଷ୍ଠ ସାମ୍ବାଦିକଙ୍କୁ ମିଡିଆ ଏକାଡେମୀ ସମ୍ମାନ ପ୍ରଦାନ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଉଛି।
ଶୌଚ ହେବାକୁ ଯାଇ ନଦୀରେ ଖସିଗଲା କ୍ରିଷ୍ଣାରାଣୀଙ୍କ ଗୋଡ଼, ଭାଇ ଥାନାରେ ଅଭିଯୋଗ କରି…
ଧାମନଗର,୨୭ା୯(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀର ଗ୍ରାମ (ଭୋଇ ସାହି)ର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣା ଜେନା (୨୧) ରବିବାର ସକାଳେ…
ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ସ୍ଲୁଇସ୍ ଗେଟ୍: ମୋଟ ୨୬ଟି ଗେଟ୍ରେ ବନ୍ୟାଜଳ ନିଷ୍କାସନ ଜାରି
ସମ୍ବଲପୁର, ୨୭/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ପୁଣି ବଢ଼ିବାରୁ ରୁଲ୍କର୍ଭର ଉତ୍ତମ ପରିଚାଳନା ସ୍ୱରୂପ ରବିବାର ପର୍ଯ୍ୟାୟକ୍ରମେ ଆଉ ୬ଟି ସ୍ଲୁଇସ୍…
ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ନାବାଳକ, ଲୁହରେ ଭିଜୁଛି ଗାଁ
ଡେରାବିଶ,୨୭ା୯(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ବିଲିଆ ଗ୍ରାମରେ ରବିବାର ସକାଳେ ଏକ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଘଟଣା ଘଟିଯାଇଛି। ଗ୍ରାମର…
ନାବାଳକଙ୍କୁ ହତ୍ୟା କରି ଦୁଇ କୋଠା ମଝିରେ ଫିଙ୍ଗିଦେଲେ ଦୁର୍ବୃତ୍ତ
ସମ୍ବଲପୁର,୨୭ା୯(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଢିପାପଡ଼ା ଅଞ୍ଚଳରେ ରବିବାର ସକାଳେ ଏକ ନାବାଳିକଙ୍କ ମୃତଦେହକୁ ଠାବ କରିଛି ପୋଲିସ। ଉଦ୍ଧାର ମୃତଦେହଟି ଓ୍ବାନ୍ ଆର୍ କଲୋନୀର…
ଯାଜପୁରରୁ ଭାସି ଆସି ପଟ୍ଟାମୁଣ୍ଡାଇରୁ ଉଦ୍ଧାର ହେଲେ ବୃଦ୍ଧା, ପ୍ରବଳ ସ୍ରୋତ ସତ୍ତ୍ୱେ…
ପଟ୍ଟାମୁଣ୍ଡାଇ,୨୭ା୯(କଳ୍ପତରୁ ନାୟକ): କଥାରେ ଅଛି ରଖେ ହରି ତ ମାରେ କିଏ। ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ଜଣେ ୮୦ ବର୍ଷୀୟା ବୃଦ୍ଧା। ନଦୀର ପ୍ରଖର ସ୍ରୋତରେ…
ମାଛ ଧରିବାକୁ ଯାଇ ନାଳରେ ବୁଡ଼ିଗଲେ ବୃଦ୍ଧ, ମୃତଦେହ ଉଦ୍ଧାର କରି…
ବାରିପଦା,୨୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମାଛ ଧରିବାକୁ ଯାଇ ନାଳର ଗଭୀର ପାଣିରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ…
ପଡ଼ିଆରେ କ୍ରିକେଟ୍ ଖେଳୁଥିଲେ ଏଆର୍ଆଇ, ହଠାତ୍ ଛାତିରେ ହେଲା ଯନ୍ତ୍ରଣା, ଆଉ ତା’ ପରେ…
ଗୁଣପୁର,୨୭ା୯(ସଙ୍କେତ ପାତ୍ର): ରାୟଗଡ଼ାରେ କ୍ରିକେଟ ଖେଳୁଥିବା ସମୟରେ ହଠାତ୍ ଛାତି ଯନ୍ତ୍ରଣା ହେବା ପରେ ଅଚେତ ହୋଇପଡ଼ି ଗୁଣପୁରରେ କାର୍ଯ୍ୟରତ ଏଆର୍ଆଇ ପି. ରାଜେଶଙ୍କ ଅକାଳ ବିୟୋଗ…
ଧରିତ୍ରୀ ପ୍ରଭାବ: ୪ ଦିନ ପରେ ଖୋଲିଲା ଗାଜଲବାଡ଼ି ଘାଟି ରାସ୍ତା, ତଥାପି ଜାରି ରହିଛି ଭାରୀଯାନ ଚଳାଚଳ କଟକଣା
ଦାରିଙ୍ଗବାଡ଼ି,୨୭ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାରୁ ୪ ଦିନ ପରେ ସିଲ୍କୁ ହଟାଇଛି ଗଞ୍ଜାମ ଜିଲା ପ୍ରଶାସନ। ଫଳରେ…

