୭ ବର୍ଷ ପଛୁଆ ଦେଶ: ଏବେ ବି ଏଠାରେ ଚାଲିଛି ୨୦୧୨ ମସିହା

ଆଦିସ୍‌ ଆବା,୨।୩: ଏବେ ପୃଥିବୀ ସାରା ୨୦୨୦ ମସିହା ଚାଲିଛି। ତେବେ ଏପରି ଏକ ଦେଶ ରହିଛି ଯେଉଁଠି ଏବେ ବି ୨୦୧୨ ମସିହା ଚାଲିଛି। ଏହି ଦେଶ ପୃଥିବୀଠାରୁ ୭ ବର୍ଷ ୩ ମାସ ପଛୁଆ ରହିଛି। ଏପରି ଅଜବ ନିୟମ ଏବଂ ସମୟ ସୀମାରେ ପରିଚାଳିତ ହେଉଥିବା ଏହି ଦେଶଟି ହେଉଛି ଆଫ୍ରିକାର ଇଥୋପିଆ। ଏଠାରେ ବର୍ଷକ ୧୨ ମାସ ନହୋଇ ୧୩ ମାସ ହୋଇଥାଏ। ଏହା ସହିତ ୧୨ ମାସ ଏଠାରେ ୩୦ ଦିନିଆ ହୋଇଥାଏ। କିନ୍ତୁ ୧୩ ମାସଟି କେବଳ ୫ ଅବା ୬ ଦିନ ହୋଇଥାଏ। ଶେଷ ମାସଟିକୁ ସ୍ଥାନୀୟ ଭାଷାରେ ପାଗ୍ୟୁମେ କୁହାଯାଇଥାଏ। ତେଣୁ ପୃଥିବୀର କ୍ୟାଲେଣ୍ଡର ତୁଳନାରେ ଇଥୋପିଆର କ୍ୟାଲେଣ୍ଡର ସମ୍ପୂର୍ଣ୍ଣ ଅଲଗା ହୋଇ ରହିଛି। ଏଠାରେ ଲୋକେ ନୂଆବର୍ଷ ଜାନୁୟାରୀ ୧ ପରିବର୍ତ୍ତେ ସେପ୍ଟେମ୍ବର ୧୧ରେ ପାଳନ କରିଥାନ୍ତି। ଏଠାରେ ଜର୍ଜିଆନ୍‌ କ୍ୟାଲେଣ୍ଡର ୧୫୮୨ରେ ପ୍ରଚଳନ ହୋଇଥିଲା। ଏହା ପୂର୍ବରୁ ଏଠାରେ ଜୁଲିୟନ୍‌ କ୍ୟାଲେଣ୍ଡର ବ୍ୟବହାର କରାଯାଉଥିଲା। ଇଥୋପିଆର ନିଜର ସ୍ବତନ୍ତ୍ର ଲିପି ରହିଛି। ଏହାକୁ ଗିଇଜ୍‌ ଲିପି କୁହାଯାଏ। ଅପରପକ୍ଷରେ ଅନ୍ୟ ଆଫ୍ରିକା ଦେଶଗୁଡ଼ିକରେ ସାଧାରଣତଃ ରୋମାନ ଲିପିର ପ୍ରଚଳନ ହୋଇଥାଏ। ସୂଚନାଯୋଗ୍ୟ, ବିଷୁବ ରେଖାର ନିକଟବର୍ତ୍ତୀ ଏହି ଦେଶରେ ବର୍ଷ ସାରା ତାପମାତ୍ରା ହାରାହାରି ୪୧ ଡିଗ୍ରୀ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିଙ୍କ ସଫଳତା

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଗୁଣପୁରର ଶୁଭମ୍ ଦାସଙ୍କ ଯୋଡ଼ି ଚମ୍ପିୟାନ…

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri