୭ ବର୍ଷରେ ୭୦୮ ଶିଶୁ ନିଖୋଜ

ଅନୁଗୋଳ ଅଫିସ, ୨୦।୨- ଭାରତକୁ ଶିଶୁ ଚାଲାଣମୁକ୍ତ ଦେଶ ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ନୋବେଲ ବିଜେତା କୈଳାସ ସତ୍ୟାର୍ଥୀ ଶିଶୁ ଫାଉଣ୍ଡେଶନ, ଲୋକ ସମୂହ ସାଂସ୍କୃତିକ କେନ୍ଦ୍ର ଓ ଅନୁଗୋଳ ଜାତିର ମିଳିତ ସହଯୋଗରେ ବୁଧବାର ପୂର୍ବାହ୍ନରେ ଜିଲା ପରିଷଦ ସମ୍ମିଳନୀ ଗୃହରେ ଏକ ଦିନିକିଆ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଢେଙ୍କାନାଳ ଏମ୍‌ପି ମହେଶ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କର୍ମଶାଳାକୁ ଉଦ୍‌ଘାଟନ କରିବା ସହ ଏହି କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ସମାଜରେ ନାରୀ ଶକ୍ତି ଜାଗ୍ରତ ପ୍ରହରୀ ଭାବେ ଶିଶୁ ଚାଲାଣ ପ୍ରଥା ବିରୋଧରେ ସ୍ବର ଉତ୍ତୋଳନ କରିବା ଆବଶ୍ୟକ। ଏଥିସହ ଚାଲାଣକାରୀମାନଙ୍କୁ ଚିହ୍ନଟ କରି ଦଣ୍ଡବିଧାନ କରିବାକୁ ସେ ଏହି ଆହ୍ବାନ ଦେଇଥିଲେ।
ଦ୍ୱିତୀୟ ପର୍ଯ୍ୟାୟରେ ଜିଲାପାଳ ମନୋଜ କୁମାର ମହାନ୍ତି ଯୋଗଦେଇ ଶିଶୁ ଚାଲାଣ ଓ ସେମାନଙ୍କୁ ବିଭିନ୍ନ ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ କରିବା ଆମ ସମାଜର ଏକ ମୁଖ୍ୟ ସମସ୍ୟା। ଏହାର ଠିକ୍‌ ମୁକାବିଲା ପାଇଁ ସମ୍ମିଳିତ ଭାବେ ଉଦ୍ୟମ କରିବା ସହ ଯେଉଁମାନେ ଶିଶୁମାନଙ୍କୁ ଏଭଳି କାର୍ଯ୍ୟରେ ନିୟୋଜିତ କରୁଛନ୍ତି, ସେମାନଙ୍କ ପ୍ରତି କଠୋର ଦଣ୍ଡବିଧାନ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ରେଳ ଷ୍ଟେଶନ ଓ ବସ୍‌ଷ୍ଟାଣ୍ଡଗୁଡ଼ିକରେ ଦଳଗତ ଭାବେ ଯାତ୍ରା କରୁଥିବା ନାବାଳକ ଓ ନାବାଳିକାଙ୍କ ଉପରେ ସତର୍କ ଦୃଷ୍ଟି ରଖିବା, ସନ୍ଦେହ ହେଲେ ସେମାନଙ୍କୁ ପୋଲିସ କିମ୍ବା ଶ୍ରମ ବିଭାଗ ଦୃଷ୍ଟିକୁ ଆଣିବାକୁ ଜିଲାପାଳ ଉପସ୍ଥିତ ସାମାଜିକ କର୍ମୀ ଓ ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କୁ ଆହ୍ବାନ ଦେଇଥିଲେ। ପ୍ରାରମ୍ଭରେ ଜାତିର ସମ୍ପାଦିକା ଅନୁପମା ରାଉତ କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଶିଶୁ ଚାଲାଣମୁକ୍ତ ଅଭିଯାନର ଜିଲା ପ୍ରତିନିଧି ବିନାୟକ ସ୍ବାଇଁ ଯୋଗଦେଇ କହିଥିଲେ ଯେ, ଶିଶୁ ଚାଲାଣ ୨୦୧୮-୧୯ରେ ଭାରତରେ ୧୮ ପ୍ରତିଶତ ବୃଦ୍ଧି ପାଇଛି। ବର୍ଷକୁ ୪୦ ଲକ୍ଷ ଶିଶୁ ଦେଶରୁ ଚାଲାଣ ହେଉଛନ୍ତି। ଅନୁଗୋଳ ଜିଲାର ଆଣ୍ଟି ଟ୍ରାଫିକ ୟୁନିଟ୍‌ ଦ୍ୱାରା ଏକ ସର୍ବେକ୍ଷଣ କରାଯାଇ ପାଲଲହଡ଼ା ବ୍ଲକକୁ ୟୁନିଟ୍‌ ଭାବେ ଧରାଯାଇଥିଲା। ଏହି ତଥ୍ୟ ଆଧାରରେ ୪ଟି ଗ୍ରାମରୁ ୧୯୯ ଜଣ ବାହାରକୁ ଦାଦନ ଖଟିବାକୁ ଯାଇଛନ୍ତି ବୋଲି ଜଣାପଡ଼ିଛି। ଅନୁଗୋଳ ଜିଲାରେ ୨୦୧୩ରୁ ୨୦୨୦ ମଧ୍ୟରେ ୧୮୫୪ ଜଣ ଶିଶୁ ନିଖୋଜ ହୋଇଥିବାବେଳେ ୧୧୪୬ ଜଣଙ୍କୁ ଉଦ୍ଧାର କରାଯାଇଛି ବୋଲି ଜାତିର ସମ୍ପାଦିକା ପାୱାର ପଏଣ୍ଟ ଜରିଆରେ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ତଥ୍ୟ ଅନୁଯାୟୀ ଜିଲାରେ ଏବେ ବି ୭୦୮ ଜଣ ଶିଶୁ ନିଖୋଜ ଥିବା ସୂଚନା ମିଳିଛି। ଅନ୍ୟମାନଙ୍କ ମଧ୍ୟରେ ଶ୍ରମ ନିରୀକ୍ଷକ ଦେବପ୍ରସାଦ ମହାନ୍ତି ଯୋଗଦେଇ ଶିଶୁ ଶ୍ରମିକ ନିରୋଧ ଆଇନ ଓ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରା ଶିଶୁ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଆଇନ ସମ୍ପର୍କରେ ଆଲୋକପାତ କରିଥିଲେ। ଅନିତା ମାଟିଆରୀ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ। ଜିଲା ପଞ୍ଚାୟତ ଅଧିକାରୀ ଗୁରୁଭା ସିଂ, ଅନୁଗୋଳ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ମମତା ପ୍ରଧାନ, ଜିଲା ଯୋଜନା କମିଟି ଉପାଧ୍ୟକ୍ଷା ମଞ୍ଜୁଲତା ସାହୁ, ବିଶ୍ୱ ଯୁବ କେନ୍ଦ୍ରର ମନୋଜ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଶ୍ରଦ୍ଧାଞ୍ଜଳି ସାହୁ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେକିଂ ପାଇଁ ଯାଇ ମାଲ୍ୟଗିରି ପାହାଡ଼ରେ ଫସିଯାଇଥିଲେ ୩ ଯୁବକ, ୨୫ ଫୁଟ ଘାଇରୁ….

ପାଳଲହଡା,୯ା୭(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡା ମାଲ୍ୟଗିରି ପାହାଡକୁ ଟ୍ରେକିଂ କରିବାକୁ ଯାଇ ଫସି ରହିଥିବା ୩ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri