୭ଶହ ହେକ୍ଟର ଧାନ ଫସଲ କ୍ଷତିଗ୍ରସ୍ତ

ପୁରୀ ଅଫିସ/ କୋଣାର୍କ (ଡି.ଏନ୍‌.ଏ),୨୧।୫: ପୁରୀ ଜିଲାରେ ସାମୁଦ୍ରିକ ବାତ୍ୟା ଅମ୍ଫନର ପ୍ରଭାବ ପଡ଼ିଛି। ବଡ଼ଧରଣର କ୍ଷୟକ୍ଷତି ହୋଇ ନ ଥିଲେ ମଧ୍ୟ ଉପକୂଳବର୍ତ୍ତୀ ଅଞ୍ଚଳର ଅନେକ ଜାଗାରେ ଗଛ ଏବଂ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଛି। କେତେକ କଚ୍ଚାଘର ବି କ୍ଷତି ହୋଇଛି। ବିଶେଷକରି ଅସ୍ତରଙ୍ଗ, କାକଟପୁର, କୋଣାର୍କ, ଗୋପ, ନିମାପଡ଼ା ଏବଂ ପୁରୀ ସଦର ବ୍ଲକରେ କ୍ଷୟକ୍ଷତି ଦେଖିବାକୁ ମିଳିଛି। କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ ବ୍ୟାପକ ପାନବରଜ ନଷ୍ଟ ହୋଇଥିବାବେଳେ କୋଣାର୍କ ଅଞ୍ଚଳରେ ବିଦ୍ୟୁତ୍‌ଖୁଣ୍ଟ ଭାଙ୍ଗିଥିବାରୁ ବିଦ୍ୟୁତ୍‌ ସରବରାହ ବ୍ୟାହତ ହୋଇଛି। ବାତ୍ୟା ସମୟରେ ସମୁଦ୍ର ଅଶାନ୍ତ ରହିବା ସହ ବେଳାଭୂମିର ବହୁ ଦୂରକୁ ଲହଡ଼ି ମାଡ଼ିଆସିଥିଲା।
ଅମ୍ଫନ ପ୍ରଭାବରୁ ମଙ୍ଗଳବାର ମଧ୍ୟାହ୍ନ ୧୨ଟାରେ ବର୍ଷା ଆରମ୍ଭ ହୋଇଥିଲା। ଅଳ୍ପ କିଛି ସମୟ ପରେ ଛାଡ଼ିିଯାଇ ପୁଣି ଅପରାହ୍ନ ୧ଟାରେ ଅସରାଏ ବର୍ଷା ହୋଇଥିଲା। ଅପରାହ୍ନ ୪ଟା ପରଠାରୁ ଝିପି ଝିପି ବର୍ଷା ଲାଗି ରହିଥିଲା। ସନ୍ଧ୍ୟା ପରଠୁ ଧୀରେ ଧୀରେ ପବନ ବଢିଥିଲା। ରାତିତମାମ୍‌ ବର୍ଷା ଓ ପବନ ହୋଇଥିଲା। ବୁଧବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ବର୍ଷା, ପବନ ଲାଗି ରହିଥିଲା। ଉପକୂଳବର୍ତ୍ତୀ ଅସ୍ତରଙ୍ଗ, କାକଟପୁର, ଗୋପ, କୋଣାର୍କ ଅଞ୍ଚଳରେ ଅମ୍ଫନ ପ୍ରଭାବ ଅଧିକ ରହିଥିଲା। କାକଟପୁର ଏବଂ ଅସ୍ତରଙ୍ଗରେ ବହୁ ପାନବରଜ ମାଟିରେ ମିଶିଛି। ବିଭିନ୍ନ ଅଞ୍ଚଳରେ ଗଛ ଓ କଚ୍ଚା ଘର ଭାଙ୍ଗିଛି। କୋଣାର୍କ-ଚନ୍ଦ୍ରଭାଗା ରୋଡ୍‌ରେ ଗଛ ଭାଙ୍ଗିପଡ଼ିବା ସହ ୩ଟି ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ିି ପଡ଼ିିଛି। କୋଣାର୍କ ଏନ୍‌ଏସିର କେତେକ ୱାର୍ଡରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଛି। ଫଳରେ କୋଣାର୍କ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଛି। ନିମାପଡ଼ା, ବ୍ରହ୍ମଗିରି, ଗୋପ ଅଞ୍ଚଳର ଅଳ୍ପ କିଛି ଜାଗାରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିବା ସହ ତାର ଛିଣ୍ଡିଥିଲା। ବିଭାଗ ପକ୍ଷରୁ ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ଠିକ୍‌ କରାଯାଇଛି। ଜିଲାର ବିଭିନ୍ନ ବ୍ଲକରେ ରବି ଧାନ କ୍ଷତିଗ୍ରସ୍ତ ହୋଇଛି। ଅଧିକାଂଶ ଜମିରେ ପାଚିଲା ଧାନ ପବନ ମାଡ଼ରେ ପଡ଼ିିରହିଥିବା ବେଳେ ଆଉ କେତେକ ଜମିରେ ପାଚିଲା ଧାନ ବର୍ଷାପାଣିରେ ବୁଡ଼ିିଯାଇଛି। ଦିନେ ଦୁଇଦିନ ମଧ୍ୟରେ ଜମିରୁ ପାଣି ନ ଛାଡ଼ିିଲେ ପାଚିଲା ଧାନ ଗଜା ହୋଇଯିବ ବୋଲି ଚାଷୀମାନେ ଆଶଙ୍କା କରିଛନ୍ତି। କାକଟପୁର ବ୍ଲକରେ ସର୍ବାଧିକ ୧୬୧ ମିଲିମିଟିର ଏବଂ ଅସ୍ତରଙ୍ଗ ବ୍ଲକରେ ୧୪୨ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବାତ୍ୟା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଉପକୂଳବର୍ତ୍ତୀ ତଥା ତଳିଆ ଅଞ୍ଚଳରୁ ପ୍ରାୟ ୯୦ ହଜାର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ନେବା ଲାଗି ଯୋଜନା ହୋଇଥିଲା। ସ୍ଥିତିକୁ ଦେଖି ଅସ୍ତରଙ୍ଗ, କାକଟପୁର, ପୁରୀ ପୌରାଞ୍ଚଳ, କୋଣାର୍କ ଏନଏସିର ତଳିଆ ଅଞ୍ଚଳର ୧୨ହଜାର ଲୋକଙ୍କୁ ୩୬୬ଟି ଆଶ୍ରୟସ୍ଥଳୀରେ ରଖାଯାଇଥିଲା। ପୁରୀ ପୌରାଞ୍ଚଳର ୯୦୦, ପୁରୀ ସଦର ବ୍ଲକର ପ୍ରାୟ ୨,୬୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ବୁଧବାର ବର୍ଷା, ପବନ କମିଯିବା ପରେ ଅନେକ ଲୋକ ନିଜ ଘରକୁ ଫେରିଛନ୍ତି। ଜିଲାପାଳ ବଲଓ୍ବନ୍ତ ସିଂ କହିଛନ୍ତି, ବାତ୍ୟାରେ କେହି ମୃତାହତ ହୋଇନାହାନ୍ତି। କୌଣସି ପ୍ରାଣୀଧନ ମଧ୍ୟ ମୃତାହତ ହୋଇଥିବା ସୂଚନା ମିଳିନାହିଁ। ୨୭ଜଣ ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। କାକଟପୁର, ଅସ୍ତରଙ୍ଗ ଓ କୋଣାର୍କର କେତେକ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା। ସେଠାରେ ଏନ୍‌ଡିଆର୍‌ଏଫ୍‌ ସହଯୋଗରେ ଗଛକାଟି ରାସ୍ତା ସଫା କରାଯାଇଛି। କେତେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡ଼ିବା ସହ ତାର ଛିଡ଼ିପଡ଼ିଛି। ନିମାପଡ଼ା ଡିଭିଜନର ଅସ୍ତରଙ୍ଗ, କାକଟପୁର ଅଞ୍ଚଳରେ ବିଦ୍ୟୁତ ବ୍ୟବସ୍ଥା ସ୍ବାଭାବିକ ହେବାକୁ ୨ଦିନ ଲାଗିବ। ପ୍ରାଥମିକ ଆକଳନ ଅନୁଯାୟୀ, ଜିଲାର ୭୦୦ ହେକ୍ଟର ଜମିରେ ରବିଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି। ସେହିପରି ୨୦ ହେକ୍ଟର ଅଣଧାନ ଏବଂ ୧୮୦ ହେକ୍ଟର ଉଦ୍ୟାନ କୃଷି ନଷ୍ଟ ହୋଇଛି। ଖୁବ୍‌ଶୀଘ୍ର ରିପୋର୍ଟ ପ୍ରସ୍ତୁତ କରାଯାଇ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

ରାଜ୍ୟରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ରାଜ୍ୟର ପ୍ରଥମ ପର୍ଯ୍ୟାୟ (ସମଗ୍ର ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ମେ’ ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ...

ସାମାନ୍ୟ ବଚସାରୁ ୧୬ଥର ଛୁରି ଭୁସି ହତ୍ୟା

କେନ୍ଦ୍ରାପଡ଼ା,୧୯ା୪(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଟାଉନ ବଳରାମପୁର ହନୁମାନ ମନ୍ଦିର ନିକଟରେ ଗୁରୁବାର ଅପରାହ୍ନରେ ସାମାନ୍ୟ ବଚସାରୁ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ...

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri