୭ଶହ ହେକ୍ଟର ଧାନ ଫସଲ କ୍ଷତିଗ୍ରସ୍ତ

ପୁରୀ ଅଫିସ/ କୋଣାର୍କ (ଡି.ଏନ୍‌.ଏ),୨୧।୫: ପୁରୀ ଜିଲାରେ ସାମୁଦ୍ରିକ ବାତ୍ୟା ଅମ୍ଫନର ପ୍ରଭାବ ପଡ଼ିଛି। ବଡ଼ଧରଣର କ୍ଷୟକ୍ଷତି ହୋଇ ନ ଥିଲେ ମଧ୍ୟ ଉପକୂଳବର୍ତ୍ତୀ ଅଞ୍ଚଳର ଅନେକ ଜାଗାରେ ଗଛ ଏବଂ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଛି। କେତେକ କଚ୍ଚାଘର ବି କ୍ଷତି ହୋଇଛି। ବିଶେଷକରି ଅସ୍ତରଙ୍ଗ, କାକଟପୁର, କୋଣାର୍କ, ଗୋପ, ନିମାପଡ଼ା ଏବଂ ପୁରୀ ସଦର ବ୍ଲକରେ କ୍ଷୟକ୍ଷତି ଦେଖିବାକୁ ମିଳିଛି। କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ ବ୍ୟାପକ ପାନବରଜ ନଷ୍ଟ ହୋଇଥିବାବେଳେ କୋଣାର୍କ ଅଞ୍ଚଳରେ ବିଦ୍ୟୁତ୍‌ଖୁଣ୍ଟ ଭାଙ୍ଗିଥିବାରୁ ବିଦ୍ୟୁତ୍‌ ସରବରାହ ବ୍ୟାହତ ହୋଇଛି। ବାତ୍ୟା ସମୟରେ ସମୁଦ୍ର ଅଶାନ୍ତ ରହିବା ସହ ବେଳାଭୂମିର ବହୁ ଦୂରକୁ ଲହଡ଼ି ମାଡ଼ିଆସିଥିଲା।
ଅମ୍ଫନ ପ୍ରଭାବରୁ ମଙ୍ଗଳବାର ମଧ୍ୟାହ୍ନ ୧୨ଟାରେ ବର୍ଷା ଆରମ୍ଭ ହୋଇଥିଲା। ଅଳ୍ପ କିଛି ସମୟ ପରେ ଛାଡ଼ିିଯାଇ ପୁଣି ଅପରାହ୍ନ ୧ଟାରେ ଅସରାଏ ବର୍ଷା ହୋଇଥିଲା। ଅପରାହ୍ନ ୪ଟା ପରଠାରୁ ଝିପି ଝିପି ବର୍ଷା ଲାଗି ରହିଥିଲା। ସନ୍ଧ୍ୟା ପରଠୁ ଧୀରେ ଧୀରେ ପବନ ବଢିଥିଲା। ରାତିତମାମ୍‌ ବର୍ଷା ଓ ପବନ ହୋଇଥିଲା। ବୁଧବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ବର୍ଷା, ପବନ ଲାଗି ରହିଥିଲା। ଉପକୂଳବର୍ତ୍ତୀ ଅସ୍ତରଙ୍ଗ, କାକଟପୁର, ଗୋପ, କୋଣାର୍କ ଅଞ୍ଚଳରେ ଅମ୍ଫନ ପ୍ରଭାବ ଅଧିକ ରହିଥିଲା। କାକଟପୁର ଏବଂ ଅସ୍ତରଙ୍ଗରେ ବହୁ ପାନବରଜ ମାଟିରେ ମିଶିଛି। ବିଭିନ୍ନ ଅଞ୍ଚଳରେ ଗଛ ଓ କଚ୍ଚା ଘର ଭାଙ୍ଗିଛି। କୋଣାର୍କ-ଚନ୍ଦ୍ରଭାଗା ରୋଡ୍‌ରେ ଗଛ ଭାଙ୍ଗିପଡ଼ିବା ସହ ୩ଟି ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ିି ପଡ଼ିିଛି। କୋଣାର୍କ ଏନ୍‌ଏସିର କେତେକ ୱାର୍ଡରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଛି। ଫଳରେ କୋଣାର୍କ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଛି। ନିମାପଡ଼ା, ବ୍ରହ୍ମଗିରି, ଗୋପ ଅଞ୍ଚଳର ଅଳ୍ପ କିଛି ଜାଗାରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିବା ସହ ତାର ଛିଣ୍ଡିଥିଲା। ବିଭାଗ ପକ୍ଷରୁ ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ଠିକ୍‌ କରାଯାଇଛି। ଜିଲାର ବିଭିନ୍ନ ବ୍ଲକରେ ରବି ଧାନ କ୍ଷତିଗ୍ରସ୍ତ ହୋଇଛି। ଅଧିକାଂଶ ଜମିରେ ପାଚିଲା ଧାନ ପବନ ମାଡ଼ରେ ପଡ଼ିିରହିଥିବା ବେଳେ ଆଉ କେତେକ ଜମିରେ ପାଚିଲା ଧାନ ବର୍ଷାପାଣିରେ ବୁଡ଼ିିଯାଇଛି। ଦିନେ ଦୁଇଦିନ ମଧ୍ୟରେ ଜମିରୁ ପାଣି ନ ଛାଡ଼ିିଲେ ପାଚିଲା ଧାନ ଗଜା ହୋଇଯିବ ବୋଲି ଚାଷୀମାନେ ଆଶଙ୍କା କରିଛନ୍ତି। କାକଟପୁର ବ୍ଲକରେ ସର୍ବାଧିକ ୧୬୧ ମିଲିମିଟିର ଏବଂ ଅସ୍ତରଙ୍ଗ ବ୍ଲକରେ ୧୪୨ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବାତ୍ୟା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଉପକୂଳବର୍ତ୍ତୀ ତଥା ତଳିଆ ଅଞ୍ଚଳରୁ ପ୍ରାୟ ୯୦ ହଜାର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ନେବା ଲାଗି ଯୋଜନା ହୋଇଥିଲା। ସ୍ଥିତିକୁ ଦେଖି ଅସ୍ତରଙ୍ଗ, କାକଟପୁର, ପୁରୀ ପୌରାଞ୍ଚଳ, କୋଣାର୍କ ଏନଏସିର ତଳିଆ ଅଞ୍ଚଳର ୧୨ହଜାର ଲୋକଙ୍କୁ ୩୬୬ଟି ଆଶ୍ରୟସ୍ଥଳୀରେ ରଖାଯାଇଥିଲା। ପୁରୀ ପୌରାଞ୍ଚଳର ୯୦୦, ପୁରୀ ସଦର ବ୍ଲକର ପ୍ରାୟ ୨,୬୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ବୁଧବାର ବର୍ଷା, ପବନ କମିଯିବା ପରେ ଅନେକ ଲୋକ ନିଜ ଘରକୁ ଫେରିଛନ୍ତି। ଜିଲାପାଳ ବଲଓ୍ବନ୍ତ ସିଂ କହିଛନ୍ତି, ବାତ୍ୟାରେ କେହି ମୃତାହତ ହୋଇନାହାନ୍ତି। କୌଣସି ପ୍ରାଣୀଧନ ମଧ୍ୟ ମୃତାହତ ହୋଇଥିବା ସୂଚନା ମିଳିନାହିଁ। ୨୭ଜଣ ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। କାକଟପୁର, ଅସ୍ତରଙ୍ଗ ଓ କୋଣାର୍କର କେତେକ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା। ସେଠାରେ ଏନ୍‌ଡିଆର୍‌ଏଫ୍‌ ସହଯୋଗରେ ଗଛକାଟି ରାସ୍ତା ସଫା କରାଯାଇଛି। କେତେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡ଼ିବା ସହ ତାର ଛିଡ଼ିପଡ଼ିଛି। ନିମାପଡ଼ା ଡିଭିଜନର ଅସ୍ତରଙ୍ଗ, କାକଟପୁର ଅଞ୍ଚଳରେ ବିଦ୍ୟୁତ ବ୍ୟବସ୍ଥା ସ୍ବାଭାବିକ ହେବାକୁ ୨ଦିନ ଲାଗିବ। ପ୍ରାଥମିକ ଆକଳନ ଅନୁଯାୟୀ, ଜିଲାର ୭୦୦ ହେକ୍ଟର ଜମିରେ ରବିଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି। ସେହିପରି ୨୦ ହେକ୍ଟର ଅଣଧାନ ଏବଂ ୧୮୦ ହେକ୍ଟର ଉଦ୍ୟାନ କୃଷି ନଷ୍ଟ ହୋଇଛି। ଖୁବ୍‌ଶୀଘ୍ର ରିପୋର୍ଟ ପ୍ରସ୍ତୁତ କରାଯାଇ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri