୬ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଅନୁମୋଦନ

ଭୁବନେଶ୍ୱର,୨୧ା୪(ବ୍ୟୁରୋ): କରୋନା ମୁକାବିଲା କରୁଥିବା ରାଜ୍ୟ ସରକାର ସୋମବାର ୯୧୦୦.୨୯ କୋଟି ଟଙ୍କାର ପୁଞ୍ଜିିନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତିି। ଏଥିଯୋଗୁ ରାଜ୍ୟରେ ୬ ହଜାର ୫୨୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୨ ତମ ଉଚ୍ଚ କ୍ଷମତା ସମ୍ପନ୍ନ କର୍ତ୍ତୃପକ୍ଷ (ଏଚ୍‌ଏଲସିଏ) ୮୮୫୦.୧୯ କୋଟି ଟଙ୍କାର ଦୁଇଟି ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛି। ଏଥିରେ ୫ ହଜାର ୨୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ରୁଙ୍ଗ୍‌ଟା ମାଇନ୍ସ ଏବଂ ଏମ୍‌/ଏସ୍‌ ଧୁନ୍‌ସେରୀ ଭେଞ୍ଚର୍ସ ଉକ୍ତ ଦୁଇଟି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଧୁନ୍‌ସେରୀ ପାରାଦୀପରେ ୧୦୧୩.୨୯ କୋଟି ଟଙ୍କାର ବାର୍ଷିକ ୬୦ ହଜାର ମେଟ୍ରିକ୍‌ଟନ୍‌ର ମାଲେଇକ ଆନ୍‌ହାଇଡ୍ରାଇଡ୍‌ ଉପତ୍ାଦନ ପ୍ଲାଣ୍ଟ ପ୍ରତିଷ୍ଠା କରିବ। ସେଥିରେ ପ୍ରାୟ ୩୫୯ ଜଣଙ୍କୁ ନିଯୁକ୍ତି ମିଳିବ। ଏହାଛଡା ରୁଙ୍ଗ୍‌ଟା ମାଇନ୍ସ ଢେଙ୍କାନାଳ ଜିଲା ଝାରବନ୍ଧରେ ବାର୍ଷିକ -୦.୯ରୁ ୨.୮୫ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଇଣ୍ଟିଗ୍ରେଟେଡ ଷ୍ଟିଲ ପ୍ଲାଣ୍ଟ, ୩୮୫ ମେଗାୱାଟ୍‌ ବିଶିଷ୍ଟ କ୍ୟାପ୍‌ଟିଭ ପାୱାର ପ୍ଲାଣ୍ଟ ଏବଂ ୧.୬୯ ନିୟୁତ ଟନ୍‌ର ସିମେଣ୍ଟ କାରଖାନା ସ୍ଥାପନ କରିବ। ଏଥିରେ ମୋଟ ୭୮୩୬.୯୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହ ୪୯୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳି ପାରିବ। ଏଥିସହିତ କୋଭିଡ୍‌-୧୯ ସଂକ୍ରମଣର ଘଡି ସନ୍ଧି ମୁହୂର୍ତ୍ତରେ ରାଜ୍ୟରେ ପୁଞ୍ଜିନିବେଶ ପ୍ରକ୍ରିିୟାକୁ ତ୍ୱରାନ୍ବିତ କରିବା ଲାଗି ମୁଖ୍ୟମନ୍ତ୍ରୀ ଏକ ଆନ୍ତଃ ମନ୍ତ୍ରୀସ୍ତରୀୟ କିମିଟି ଗଠନ କରିଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ସୁଶାନ୍ତ ସିଂ, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଶିଳ୍ପ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି।
ଏହାଛଡା ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୯୧ ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ) ୨୫୧.୦୯ କୋଟି ଟଙ୍କାର ୪ ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛି। ମେଟାଲ ଡାଉନ୍‌ଷ୍ଟ୍ରିମ, ଟେକ୍ସଟାଇଲ ଆଣ୍ଡ ଆପାରେଲ, ଲଜିଷ୍ଟିକ ଆଣ୍ଡ ଇନ୍‌ଫ୍ରାଷ୍ଟ୍ରକ୍‌ଚର କ୍ଷେତ୍ରରେ ଉକ୍ତ ପୁଞ୍ଜି ବିନିଯୋଗ ହେବ। ଓଡିଶାରେ ଚାଇନା କ୍ରୀଡା ଜୋତା ତିଆରି କମ୍ପାନୀ ପୁଞ୍ଜିନିବେଶ କରିବା ନେଇ ଆଗ୍ରହ ଦେଖାଇଛି। ଉକ୍ତ ୪ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୧୨୭୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳି ପାରିବ। ଏମ୍‌/ଏସ୍‌ ନିରେନ କୁମାର ଆନନ୍ଦ ରାଜ୍ୟରେ ୬୨.୪୪ କୋଟି ଟଙ୍କାର ୧ ନିୟୁତ ଜୋତା ଉପତ୍ାଦନ କ୍ଷମତା ବିଶିଷ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରିବ। ଏଥିରେ ୬୨୦ ଜଣଙ୍କୁ ନିଯକ୍ତି ମିଳିପାରିବ। ସେହିପରି କାସ୍‌ଭି ଇଣ୍ଟରନ୍ୟାଶନାଲ ୫୫.୨୩ କୋଟି ଟଙ୍କାର ୧.୨ ନିୟୁତ ଟନ୍‌ ବିଶିଷ୍ଟ ବେନିଫିକେଶନ ପ୍ଲାଣ୍ଟ ଏବଂ ୦.୬ ନିୟତ ଟନ୍‌ ବିଶିଷ୍ଟ ଆଇରନ୍‌ ଓର ପ୍ଲାଣ୍ଟ ସ୍ଥାପନ କରିବ। ଏଥିରେ ୫୦ ଜଣଙ୍କୁ ନିଯୁକ୍ତି ମିଳିପାରିବ । ପୁରୋଷ୍ଟିଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ମେଟାଲ ଡାଉନ୍‌ଷ୍ଟ୍ରିମ୍‌ ସେକ୍ଟରରେ ୫୩.୪୨ କୋଟି ଏବଂ ଓଡିଶା କ୍ୟାରିୟର୍ସ ଆଣ୍ଡ ଟ୍ରେଡ୍‌ ୫୦ କୋଟି ଟଙ୍କା ବ୍ୟୟରେ ଲଜିଷ୍ଟିକ୍‌ ପାର୍କ ନିର୍ମାଣ କରିବ। ଏହି ଦୁଇଟି ପ୍ରକଳ୍ପରେ ୪୦୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳି ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri