୫ ରାଜ୍ୟରେ ଚାଲିଛି ଓଡ଼ିଆ ପାଠପଢ଼ା : ଅନ୍ୟ ରାଜ୍ୟର ଓଡ଼ିଆ ପିଲାଙ୍କ ପାଇଁ ହୋଇପାରୁନି ବ୍ୟବସ୍ଥା

ଭୁବନେଶ୍ୱର,୧୯।୮(ବ୍ୟୁରୋ) : ଓଡ଼ିଶାର ବହୁ ଲୋକ ଯାଇ ବାହାର ରାଜ୍ୟରେ ବସବାସ କରୁଛନ୍ତି। ଦେଶର ୨୮ଟି ରାଜ୍ୟ ମଧ୍ୟରୁ ମାତ୍ର ୫ଟି ରାଜ୍ୟରେ ରହୁଥିବା ଓଡ଼ିଆ ପରିବାରର ପିଲାମାନେ ନିଜ ମାତୃଭାଷାରେ ପାଠ ପଢିପାରୁଛନ୍ତି। ଅନ୍ୟ ରାଜ୍ୟଗୁଡିକରେ ସରକାର ଏଭଳି ବ୍ୟବସ୍ଥା କରିପାରିନାହାନ୍ତି। ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଗୁଜରାଟରେ ଓଡ଼ିଆ ପିଲାମାନେ ନିଜ ମାତୃଭାଷା ପଢିପାରୁଛନ୍ତି। ସେଠାକାର ବିଦ୍ୟାଳୟଗୁଡିକରେ ଓଡ଼ିଆ ଶିକ୍ଷକଙ୍କୁ ମଧ୍ୟ ନିଯୁକ୍ତି ମିଳିଛି। ଜଣେ ସରକାରୀ ଅଧିକାରୀଙ୍କ କହିବାନୁଯାୟୀ, ଉତ୍କଳ ସମ୍ମିଳନୀ ଜରିଆରେ ହିଁ ଏହିସବୁ ରାଜ୍ୟରେ ଓଡ଼ିଆ ଶିକ୍ଷକ ନିଯୁକ୍ତି ଦିଆଯାଉଛି। କେବଳ ଝାଡ଼ଖଣ୍ଡରେ ସେଠାକାର ସରକାର ଓଡ଼ିଆ ଶିକ୍ଷକ ନିଯୁକ୍ତ କରୁଛନ୍ତି। ତେବେ ଅନ୍ୟ ରାଜ୍ୟଗୁଡିକରେ ରହୁଥିବା ଓଡ଼ିଆ ପିଲାଙ୍କ ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ମାଗଣାରେ ବହି ପ୍ରଦାନ କରାଯାଉଥିବା ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ମାତ୍ର ଆହୁରି ଅନେକ ରାଜ୍ୟରେ ବହୁ ଓଡ଼ିଆ ଲୋକ ବସବାସ କରୁଥିଲେ ହେଁ ସେମାନଙ୍କ ପିଲାମାନେ ଓଡ଼ିଆ ପଢିବାରୁ ବଞ୍ଚିତ ହେଉଛନ୍ତି। ରାଜ୍ୟ ସରକାର ଏ କ୍ଷେତ୍ରରେ କୌଣସି ପଦକ୍ଷେପ ନ ନେବା ଯୋଗୁ ବାଧ୍ୟ ହୋଇ ସେମାନେ ସ୍ଥାନୀୟ ଭାଷାକୁ ଆପଣାଉଥିବା ଜଣାପଡିଛି। ନିକଟରେ ରାଜ୍ୟ ସରକାର ସୁରଟରେ ୧୨ଟି ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଏବଂ ଯୁକ୍ତ ୨ କଲେଜ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ମାତ୍ର ଆହୁରି ଅନେକ ରାଜ୍ୟ ରହିଛି ଯେଉଁଠାରେ ବହୁତ ଓଡିଆ ରହୁଥିଲେ ସୁଦ୍ଧା ଓଡ଼ିଶା ସରକାର ସେଠାକାର ଓଡ଼ିଶା ପିଲାଙ୍କ ପାଇଁ ଓଡ଼ିଆ ଭାଷା ପଢିବାର କୌଣସି ବ୍ୟବସ୍ଥା କରିନାହାନ୍ତି। ଦିଲ୍ଲୀ ଏନ୍‌ସିଆର୍‌ରେ ପ୍ରାୟ ୧୪ଲକ୍ଷ ପାଖାପାଖି ଓଡିଆ ପରିବାର ରହୁଥିବା ସୂଚନା ମିଳିଛି। ହେଲେ ସେହି ପରିବାରର ପିଲାଙ୍କୁ ଓଡିଆ ଶିକ୍ଷା ଦେବା ସକାଶେ ଓଡ଼ିଶା ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଆସ ଶିଖିବା ଆମରି ଭାଷା ନାମରେ ଏକ କାର୍ଯ୍ୟକ୍ରମ କରି ଏକ ସଙ୍ଗଠନ ପକ୍ଷରୁ ଓଡିଆ ଶିକ୍ଷା ପ୍ରଦାନ କରାଯାଉଛି। କିନ୍ତୁ ଦିଲ୍ଲୀ ସରକାରଙ୍କ ନିକଟରେ ଦାବି ଜଣାଇ ସେଠାକାର ସମସ୍ତ ସ୍କୁଲରେ ଓଡ଼ିଆ ଭାଷା ରଖିବା ପାଇଁ କୌଣସି ବ୍ୟବସ୍ଥା ନ ଥିବା ଜଣାପଡିଛି। ମାତ୍ର ଅନ୍ୟ ରାଜ୍ୟର ସରକାର ଦିଲ୍ଲୀରେ ନିଜ ନିଜର ସ୍କୁଲ ଖୋଲିଛନ୍ତି। କେରଳ, ପଶ୍ଚିମବଙ୍ଗ, ପଞ୍ଜାବ ଏବଂ ଗୁଜରାଟ ଭଳି ରାଜ୍ୟର ସରକାରଙ୍କ ପକ୍ଷରୁ ଦିଲ୍ଲୀରେ ସ୍କୁଲ ପ୍ରତିଷ୍ଠା କରାଯାଇଛି। ସେହି ସ୍କୁଲଗୁଡିକ ଇଂରାଜୀ ମିଡିୟମ ହୋଇଥିଲେ ମଧ୍ୟ ନିଜ ଭାଷା ପଢିବା ବାଧ୍ୟତାମୂଳକ କରାଯାଇଛି। ଆସ ଶିଖିବା ଆମରି ଭାଷା କାର୍ଯ୍ୟକ୍ରମର ଆବାହକ ଦେବେନ୍ଦ୍ର ରାଉତ କହିଛନ୍ତି, ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଆମ ସଙ୍ଗଠନ ପକ୍ଷରୁ ପ୍ରତ୍ୟେକ ରବିବାର ୨ ଘଣ୍ଟା ଲେଖା ଓଡ଼ିଆ ପାଠପଢ଼ା ଯାଉଛି। ଏହି ବ୍ୟବସ୍ଥାକୁ ଦୂରନିରନ୍ତର ଶିକ୍ଷା ଦେବା ସକାଶେ ଦୀର୍ଘଦିନ ହେବ ରାଜ୍ୟ ସରକାରଙ୍କୁ ଆମେ ଦାବି କରିଆସୁଛୁ। ହେଲେ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ୨୦୧୨ ମସିହାରୁ ଏହି ଦାବି କରିଆସୁଥିଲେ ସୁଦ୍ଧା ସରକାର କେବଳ ଥରେ ବହି ପଠାଇଦେଇ ଚୁପ୍‌ ବସିପଡିଛନ୍ତି। ଏବେ ଓଡିଆ ବହି ମଧ୍ୟ ଆଉ ଦେଉନାହାନ୍ତି। ଅନ୍ୟ ରାଜ୍ୟର ସରକାରଙ୍କ ତରଫରୁ ଏଠାରେ ସ୍କୁଲ ଖୋଲାଯାଇ ସେମାନଙ୍କ ପିଲାଙ୍କୁ ନିଜ ଭାଷାରେ ପଢିବାକୁ ସୁଯୋଗ ଦିଆଯାଉଛି। ହେଲେ ଓଡିଆ ପିଲାମାନେ ବର୍ତ୍ତମାନ ବାଧ୍ୟ ହୋଇ ଦିଲ୍ଲୀକୁ ନିଜର ମାତୃଭାଷା କରିବା ପାଇଁ ବାଧ୍ୟ ହେଉଛନ୍ତି।
ସରକାରଙ୍କ ବ୍ୟବସ୍ଥା ଅନୁଯାୟୀ ବାହାର ରାଜ୍ୟରେ ରହୁଥିବା ଓଡ଼ିଆ ଲୋକଙ୍କ ପିଲାମାନେ ଯଦି ଓଡ଼ିଆ ପାଠପଢ଼ି ନ ଥିବେ ସେମାନେ ଏଠାରେ ଚାକିରି କରିପାରିବେ ନାହିଁ। ସେଥିପାଇଁ ସରକାରଙ୍କ ତରଫରୁ ଏକ ବ୍ୟବସ୍ଥା ରହିଛି। ବର୍ଷକୁ ଦୁଇ ଥର ଓଡ଼ିଆରେ ଏକ ପରୀକ୍ଷା ସରକାରଙ୍କ ପକ୍ଷରୁ କରାଯାଉଛି। ଏହି ପରୀକ୍ଷାରେ ଯଦି ଛାତ୍ରୀଛାତ୍ର ପାସ୍‌ କରନ୍ତି ତେବେ ସେମାନେ ଓଡ଼ିଶାରେ ଚାକିରି କରିପାରିବେ। ମାତ୍ର ବହୁ ପିଲା ଏହି ସମୟ ମଧ୍ୟରେ ଆସି ପରୀକ୍ଷା ଦେବାରେ ବିଫଳ ହେଉଥିବା ଅଭିଯୋଗ ହେଉଛି। ଏହାକୁ ନେଇ ମଧ୍ୟ ବହୁ ପିଲା ଅଭିଯୋଗ କରିଛନ୍ତି। ତେବେ ଏନେଇ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ଦିଲ୍ଲୀଠାରେ ଏକ ସେଣ୍ଟର କରାଯିବ। ଓଡ଼ିଆ ଭାଷାରେ ପରୀକ୍ଷା ଦେବା ପାଇଁ ସେଠାରୁ ପିଲାଙ୍କୁ ଓଡ଼ିଶା ଆସିବାକୁ ପଡୁଛି। ସେମାନେ ଆଗକୁ ସେଠାରେ ଖୋଲାଯିବାକୁ ଥିବା ସେଣ୍ଟରରେ କିପରି ପରୀକ୍ଷା ଦେବେ ସେନେଇ ବ୍ୟବସ୍ଥା କରାଯାଉଛି। ୫ଟି ରାଜ୍ୟରେ ଓଡ଼ିଆ ପାଠପଢା ଚାଲିଥିବା ବେଳେ ଅନ୍ୟ ରାଜ୍ୟରେ ସରକାରଙ୍କ ତରଫରୁ ବହି ପ୍ରଦାନ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ୧୦ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଘୋଷଣା

ନୂଆଦିଲ୍ଲୀ,୨୨।୯: ଉତ୍ତର ପ୍ରଦେଶରୁ ୧୦ଟି ଏବଂ ଉତ୍ତରାଖଣ୍ଡରୁ ଗୋଟିଏ – ଏହିପରି ମୋଟ ୧୧ଟି ରାଜ୍ୟ ସଭା ଆସନ ପାଇଁ ଅକ୍ଟୋବର ୧୬ରେ ନିର୍ବାଚନ ଅନୁଷ୍ଠିତ ହେବ।…

ଓୱାଇସିଙ୍କ ବୟାନକୁ ନେଇ ହଇଚଇ, କହିଲେ ରାତିରେ ଶୋଇବା ପୂର୍ବରୁ ପତ୍ନୀଙ୍କୁ….

ନୂଆଦିଲ୍ଲୀ,୨୨।୯: ରାଜନୈତିକ ପ୍ରସଙ୍ଗରେ ନିଜ ମତ ରଖୁଥିବା AIMIM ମୁଖ୍ୟ ତଥା ହାଇଦ୍ରାବାଦ ଲୋକସଭା ଏମପି ଅସଦୁଦ୍ଦିନ ଓୱାଇସିଙ୍କ ଏକ କାର୍ଯ୍ୟକ୍ରମରେ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି…

ଛାତ୍ରୀଛାତ୍ରଙ୍କୁ ଜଳଖିଆ ପରଷିଲେ, ନିଜେ ବି ଖାଇଲେ ସିଏମ ବିଜୟ; ଭିଡିଓ ଭାଇରାଲ

ଚେନ୍ନାଇ,୨୨।୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ମଙ୍ଗଳବାର (ସେପ୍ଟେମ୍ବର ୨୨) ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ଜଳଖିଆ ଯୋଜନାର ସମ୍ପ୍ରସାରଣ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ…

ମନ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ କରିନେଲେ ଅପହରଣ: ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ

ଇସଲାମାବାଦ/ପେଶାୱାର,୨୨।୯: ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ପାକିସ୍ତାନରେ ଏବେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ନିଜ ଦେଶର ନିର୍ବାଚିତ ଜନପ୍ରତିନିଧି ଏବଂ ମନ୍ତ୍ରୀମାନେ ମଧ୍ୟ ଏବେ ସୁରକ୍ଷିତ…

ବୁଢ଼ା ବୟସରେ ପ୍ରେମ, ପରେ ପ୍ରେମିକଙ୍କୁ ହତ୍ୟା କରି ଜାଳିଦେଲେ ୭୦ ବର୍ଷୀୟା! DNA ଟେଷ୍ଟ ଖୋଲିଲା ରହସ୍ୟ

ମୁମ୍ବାଇ,୨୨।୯: ମହାରାଷ୍ଟ୍ରର ସୋଲାପୁର ଜିଲାପଣ୍ଢରପୁରରୁ ଏକ ଚାଞ୍ଚଲ୍ୟକର ହତ୍ୟା ଘଟଣା ସାମ୍ନାକୁ ଆସିଛି। ୭୦ ବର୍ଷ ବୟସରେ ପ୍ରେମ ସମ୍ପର୍କକୁ ନେଇ ନିଜ ପ୍ରେମିକଙ୍କୁ ହତ୍ୟା କରିବା…

୩୮୦ କୋଟିର ଗଡ଼ବଡ଼ ଅଭିଯୋଗ ଆଣିଲା CJP , ତଦନ୍ତ ଦାବି: ଓଡ଼ିଶା ସରକାର ଛାନିଆ!

ଭୁବନେଶ୍ୱର,୨୨।୯: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଓ ଛପା-ବଣ୍ଟନକୁ ନେଇ ବିବାଦ ମଧ୍ୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କକରୋଚ ଜନତା ପାର୍ଟି (CJP)। ଦଳର ସହ-ସଂଯୋଜକ…

ଭୋ ଭୋ ହୋଇ କାନ୍ଦିଲେ ଭାଜପା ମନ୍ତ୍ରୀ: ବିଜୟ ସତ୍ତ୍ୱେ…

ଅଲୱର,୨୨।୯: ରାଜସ୍ଥାନର ଅଲୱର ନଗର ନିଗମରେ ଭାଜପାର ବିଜୟ ପରେ ଭାବବିହ୍ବଳ ହୋଇପଡ଼ିଛନ୍ତି ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ସଞ୍ଜୟ ଶର୍ମା। ଅଲୱର ନଗର ନିଗମର ଦାୟିତ୍ୱ ତାଙ୍କୁ…

କମାଲ୍‌ କଲେ ୧୩ ବର୍ଷୀୟା ବାଳିକା: ଏସିଆନ ଗେମ୍ସରେ ୨ ସ୍ବର୍ଣ୍ଣ ସହ ମହାରେକର୍ଡ

ନୂଆଦିଲ୍ଲୀ,୨୨।୯: ଯେଉଁ ବୟସରେ ଅଧିକାଂଶ ପିଲା ପାଠପଢ଼ା ଓ ଖେଳର ମୌଳିକ ଅଭ୍ୟାସରେ ବ୍ୟସ୍ତ ରହନ୍ତି, ସେହି ବୟସରେ ଚାଇନାର ୧୩ ବର୍ଷୀୟା ସନ୍ତରଣକାରୀ ୟୁ ଜିଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?