୫ ରାଜ୍ୟରେ ଚାଲିଛି ଓଡ଼ିଆ ପାଠପଢ଼ା : ଅନ୍ୟ ରାଜ୍ୟର ଓଡ଼ିଆ ପିଲାଙ୍କ ପାଇଁ ହୋଇପାରୁନି ବ୍ୟବସ୍ଥା

ଭୁବନେଶ୍ୱର,୧୯।୮(ବ୍ୟୁରୋ) : ଓଡ଼ିଶାର ବହୁ ଲୋକ ଯାଇ ବାହାର ରାଜ୍ୟରେ ବସବାସ କରୁଛନ୍ତି। ଦେଶର ୨୮ଟି ରାଜ୍ୟ ମଧ୍ୟରୁ ମାତ୍ର ୫ଟି ରାଜ୍ୟରେ ରହୁଥିବା ଓଡ଼ିଆ ପରିବାରର ପିଲାମାନେ ନିଜ ମାତୃଭାଷାରେ ପାଠ ପଢିପାରୁଛନ୍ତି। ଅନ୍ୟ ରାଜ୍ୟଗୁଡିକରେ ସରକାର ଏଭଳି ବ୍ୟବସ୍ଥା କରିପାରିନାହାନ୍ତି। ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଗୁଜରାଟରେ ଓଡ଼ିଆ ପିଲାମାନେ ନିଜ ମାତୃଭାଷା ପଢିପାରୁଛନ୍ତି। ସେଠାକାର ବିଦ୍ୟାଳୟଗୁଡିକରେ ଓଡ଼ିଆ ଶିକ୍ଷକଙ୍କୁ ମଧ୍ୟ ନିଯୁକ୍ତି ମିଳିଛି। ଜଣେ ସରକାରୀ ଅଧିକାରୀଙ୍କ କହିବାନୁଯାୟୀ, ଉତ୍କଳ ସମ୍ମିଳନୀ ଜରିଆରେ ହିଁ ଏହିସବୁ ରାଜ୍ୟରେ ଓଡ଼ିଆ ଶିକ୍ଷକ ନିଯୁକ୍ତି ଦିଆଯାଉଛି। କେବଳ ଝାଡ଼ଖଣ୍ଡରେ ସେଠାକାର ସରକାର ଓଡ଼ିଆ ଶିକ୍ଷକ ନିଯୁକ୍ତ କରୁଛନ୍ତି। ତେବେ ଅନ୍ୟ ରାଜ୍ୟଗୁଡିକରେ ରହୁଥିବା ଓଡ଼ିଆ ପିଲାଙ୍କ ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ମାଗଣାରେ ବହି ପ୍ରଦାନ କରାଯାଉଥିବା ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ମାତ୍ର ଆହୁରି ଅନେକ ରାଜ୍ୟରେ ବହୁ ଓଡ଼ିଆ ଲୋକ ବସବାସ କରୁଥିଲେ ହେଁ ସେମାନଙ୍କ ପିଲାମାନେ ଓଡ଼ିଆ ପଢିବାରୁ ବଞ୍ଚିତ ହେଉଛନ୍ତି। ରାଜ୍ୟ ସରକାର ଏ କ୍ଷେତ୍ରରେ କୌଣସି ପଦକ୍ଷେପ ନ ନେବା ଯୋଗୁ ବାଧ୍ୟ ହୋଇ ସେମାନେ ସ୍ଥାନୀୟ ଭାଷାକୁ ଆପଣାଉଥିବା ଜଣାପଡିଛି। ନିକଟରେ ରାଜ୍ୟ ସରକାର ସୁରଟରେ ୧୨ଟି ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଏବଂ ଯୁକ୍ତ ୨ କଲେଜ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ମାତ୍ର ଆହୁରି ଅନେକ ରାଜ୍ୟ ରହିଛି ଯେଉଁଠାରେ ବହୁତ ଓଡିଆ ରହୁଥିଲେ ସୁଦ୍ଧା ଓଡ଼ିଶା ସରକାର ସେଠାକାର ଓଡ଼ିଶା ପିଲାଙ୍କ ପାଇଁ ଓଡ଼ିଆ ଭାଷା ପଢିବାର କୌଣସି ବ୍ୟବସ୍ଥା କରିନାହାନ୍ତି। ଦିଲ୍ଲୀ ଏନ୍‌ସିଆର୍‌ରେ ପ୍ରାୟ ୧୪ଲକ୍ଷ ପାଖାପାଖି ଓଡିଆ ପରିବାର ରହୁଥିବା ସୂଚନା ମିଳିଛି। ହେଲେ ସେହି ପରିବାରର ପିଲାଙ୍କୁ ଓଡିଆ ଶିକ୍ଷା ଦେବା ସକାଶେ ଓଡ଼ିଶା ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଆସ ଶିଖିବା ଆମରି ଭାଷା ନାମରେ ଏକ କାର୍ଯ୍ୟକ୍ରମ କରି ଏକ ସଙ୍ଗଠନ ପକ୍ଷରୁ ଓଡିଆ ଶିକ୍ଷା ପ୍ରଦାନ କରାଯାଉଛି। କିନ୍ତୁ ଦିଲ୍ଲୀ ସରକାରଙ୍କ ନିକଟରେ ଦାବି ଜଣାଇ ସେଠାକାର ସମସ୍ତ ସ୍କୁଲରେ ଓଡ଼ିଆ ଭାଷା ରଖିବା ପାଇଁ କୌଣସି ବ୍ୟବସ୍ଥା ନ ଥିବା ଜଣାପଡିଛି। ମାତ୍ର ଅନ୍ୟ ରାଜ୍ୟର ସରକାର ଦିଲ୍ଲୀରେ ନିଜ ନିଜର ସ୍କୁଲ ଖୋଲିଛନ୍ତି। କେରଳ, ପଶ୍ଚିମବଙ୍ଗ, ପଞ୍ଜାବ ଏବଂ ଗୁଜରାଟ ଭଳି ରାଜ୍ୟର ସରକାରଙ୍କ ପକ୍ଷରୁ ଦିଲ୍ଲୀରେ ସ୍କୁଲ ପ୍ରତିଷ୍ଠା କରାଯାଇଛି। ସେହି ସ୍କୁଲଗୁଡିକ ଇଂରାଜୀ ମିଡିୟମ ହୋଇଥିଲେ ମଧ୍ୟ ନିଜ ଭାଷା ପଢିବା ବାଧ୍ୟତାମୂଳକ କରାଯାଇଛି। ଆସ ଶିଖିବା ଆମରି ଭାଷା କାର୍ଯ୍ୟକ୍ରମର ଆବାହକ ଦେବେନ୍ଦ୍ର ରାଉତ କହିଛନ୍ତି, ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଆମ ସଙ୍ଗଠନ ପକ୍ଷରୁ ପ୍ରତ୍ୟେକ ରବିବାର ୨ ଘଣ୍ଟା ଲେଖା ଓଡ଼ିଆ ପାଠପଢ଼ା ଯାଉଛି। ଏହି ବ୍ୟବସ୍ଥାକୁ ଦୂରନିରନ୍ତର ଶିକ୍ଷା ଦେବା ସକାଶେ ଦୀର୍ଘଦିନ ହେବ ରାଜ୍ୟ ସରକାରଙ୍କୁ ଆମେ ଦାବି କରିଆସୁଛୁ। ହେଲେ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ୨୦୧୨ ମସିହାରୁ ଏହି ଦାବି କରିଆସୁଥିଲେ ସୁଦ୍ଧା ସରକାର କେବଳ ଥରେ ବହି ପଠାଇଦେଇ ଚୁପ୍‌ ବସିପଡିଛନ୍ତି। ଏବେ ଓଡିଆ ବହି ମଧ୍ୟ ଆଉ ଦେଉନାହାନ୍ତି। ଅନ୍ୟ ରାଜ୍ୟର ସରକାରଙ୍କ ତରଫରୁ ଏଠାରେ ସ୍କୁଲ ଖୋଲାଯାଇ ସେମାନଙ୍କ ପିଲାଙ୍କୁ ନିଜ ଭାଷାରେ ପଢିବାକୁ ସୁଯୋଗ ଦିଆଯାଉଛି। ହେଲେ ଓଡିଆ ପିଲାମାନେ ବର୍ତ୍ତମାନ ବାଧ୍ୟ ହୋଇ ଦିଲ୍ଲୀକୁ ନିଜର ମାତୃଭାଷା କରିବା ପାଇଁ ବାଧ୍ୟ ହେଉଛନ୍ତି।
ସରକାରଙ୍କ ବ୍ୟବସ୍ଥା ଅନୁଯାୟୀ ବାହାର ରାଜ୍ୟରେ ରହୁଥିବା ଓଡ଼ିଆ ଲୋକଙ୍କ ପିଲାମାନେ ଯଦି ଓଡ଼ିଆ ପାଠପଢ଼ି ନ ଥିବେ ସେମାନେ ଏଠାରେ ଚାକିରି କରିପାରିବେ ନାହିଁ। ସେଥିପାଇଁ ସରକାରଙ୍କ ତରଫରୁ ଏକ ବ୍ୟବସ୍ଥା ରହିଛି। ବର୍ଷକୁ ଦୁଇ ଥର ଓଡ଼ିଆରେ ଏକ ପରୀକ୍ଷା ସରକାରଙ୍କ ପକ୍ଷରୁ କରାଯାଉଛି। ଏହି ପରୀକ୍ଷାରେ ଯଦି ଛାତ୍ରୀଛାତ୍ର ପାସ୍‌ କରନ୍ତି ତେବେ ସେମାନେ ଓଡ଼ିଶାରେ ଚାକିରି କରିପାରିବେ। ମାତ୍ର ବହୁ ପିଲା ଏହି ସମୟ ମଧ୍ୟରେ ଆସି ପରୀକ୍ଷା ଦେବାରେ ବିଫଳ ହେଉଥିବା ଅଭିଯୋଗ ହେଉଛି। ଏହାକୁ ନେଇ ମଧ୍ୟ ବହୁ ପିଲା ଅଭିଯୋଗ କରିଛନ୍ତି। ତେବେ ଏନେଇ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ଦିଲ୍ଲୀଠାରେ ଏକ ସେଣ୍ଟର କରାଯିବ। ଓଡ଼ିଆ ଭାଷାରେ ପରୀକ୍ଷା ଦେବା ପାଇଁ ସେଠାରୁ ପିଲାଙ୍କୁ ଓଡ଼ିଶା ଆସିବାକୁ ପଡୁଛି। ସେମାନେ ଆଗକୁ ସେଠାରେ ଖୋଲାଯିବାକୁ ଥିବା ସେଣ୍ଟରରେ କିପରି ପରୀକ୍ଷା ଦେବେ ସେନେଇ ବ୍ୟବସ୍ଥା କରାଯାଉଛି। ୫ଟି ରାଜ୍ୟରେ ଓଡ଼ିଆ ପାଠପଢା ଚାଲିଥିବା ବେଳେ ଅନ୍ୟ ରାଜ୍ୟରେ ସରକାରଙ୍କ ତରଫରୁ ବହି ପ୍ରଦାନ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri