Posted inଫୁରସତ

୪୫ କୋଟିରେ ଆମେରିକାକୁ ଏହି ରାଜ୍ୟ ବିକିଥିଲା ଋଷ୍‌

ମସ୍କୋ: ଉତ୍ତର ଆମେରିକା ମାଳଦ୍ୱୀପର ଉତ୍ତର-ପଶ୍ଚିମରେ ଅବସ୍ଥିତ ବିଶ୍ୱ ମାନଚିତ୍ରରେ ରହିଛି ‘ଆଲାସ୍କା’ ରାଜ୍ୟ। ଯାହାକି ଋଷ୍‌ର ନିକଟରେ ରହିଛି। ଆଲାସ୍କା ହେଉଛି ଆମେରିକାର ୫୦ ରାଜ୍ୟ ମଧ୍ୟରୁ ୪୯ ତମ ରାଜ୍ୟ। ଆଲାସ୍କା ଆମେରିକାର ଏକ ଅଂଶ ନୁହେଁ । ଏହା ପୂର୍ବରୁ ଋଷ୍‌ର ଥିଲା। ଋଷ୍‌ ଏହାକୁ ଆମେରିକାକୁ ବିକି ଦେଇଥିଲା। ୧୮୬୭ ମାର୍ଚ୍ଚ ୩୦ରେ ଆଲାସ୍କା ଋଷ୍‌ ସାମ୍ରାଜ୍ୟରୁ ଅଲଗା ହୋଇଯାଇଥିଲା। ଏହାର ପ୍ରତିବଦଳରେ ରୁଷ୍‌ଙ୍କ ରାଜା ଆମେରିକା ଠାରୁ ୪୫ କୋଟି ୪୧ ଲକ୍ଷ ଟଙ୍କା ନେଇଥିଲେ। ବରଫାବୃତ୍ତ ଅଞ୍ଚଳ ଏବଂ ଋଷ୍‌ଠାରୁ ଏହା ଦୂରରେ ହୋଇଥିବାରୁ ଆଲସ୍କାକୁ ଋଷ୍‌ ବିକି ଦେଇଥିଲା ବୋଲି କୁହାଯାଏ। ୧୯୫୯ ମସିହାରେ ଆମେରିକା ଆଲାସ୍କାକୁ ଏହାର ୪୯ ତମ ରାଜ୍ୟ ଭାବରେ ଘୋଷଣା କଲା। ଆମେରିକାର ଦଖଲ ହେତୁ ଜାପାନ ସେନା ମଧ୍ୟ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆଲାସ୍କା ଉପରେ ଆକ୍ରମଣ କରିଥିଲା। କାନାଡା ଆଲାସ୍କାର ପୂର୍ବରେ ରହିଛି। ଉତ୍ତରରେ ଆଣ୍ଟାର୍କଟିକା ମହାସାଗର, ଦକ୍ଷିଣ ପଶ୍ଚିମରେ ପ୍ରଶାନ୍ତ ମହାସାଗର ଏବଂ ପଶ୍ଚିମରେ ଋଷ୍‌ ଅବସ୍ଥିତ। ଆଲାସ୍କାରେ ଋଷ୍‌ ସାମ୍ରାଜ୍ୟର ସମୟରୁ ଏହି ରାଜ୍ୟର ନାମ ବ୍ୟବହୃତ ହୋଇଆସୁଥିଲା। ଆମେରିକା ଏହାକୁ କିଣିବା ପରେ ମଧ୍ୟ ଏହାର ନାମ ପରିବର୍ତ୍ତନ କରି ନ ଥିଲା। ଆଲାସ୍କା ହେଉଛି ମଧ୍ୟପ୍ରଦେଶ ବା ମହାନ ଭୂମି। ଆଲାସ୍କାରେ ଅବସ୍ଥିତ, ଜୋନାସ ଆଇସ୍‌ ଫିଲ୍ଡ ବିଶ୍ୱର ସପ୍ତମ ବୃହତ୍ତମ ବରଫ କ୍ଷେତ୍ର ଭାବରେ ପରିଗଣିତ। ୧୫୦୦ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଏହି ଅଞ୍ଚଳରେ ବର୍ଷକୁ ୧୦୦ ଫୁଟ ଉଚ୍ଚରେ ବରଫ ପଡ଼ିଥାଏ। ଗ୍ରୀଷ୍ମ ଋତୁରେ ଏହି ବରଫ ତରଳିଥାଏ। ଖାଲି ଏତିକି ନୁହେଁ, ଆଲାସ୍କାରେ ପ୍ରତିବର୍ଷ ୫୦୦୦ ଥର ଭୂକମ୍ପ ହୋଇଥାଏ। ଫଳରେ ବାଧ୍ୟ ହୋଇ ଋଷ୍‌ ଏହାକୁ ଆମେରିକାକୁ ବିକି ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri