Posted inଫୁରସତ

୪୫ କୋଟିରେ ଆମେରିକାକୁ ଏହି ରାଜ୍ୟ ବିକିଥିଲା ଋଷ୍‌

ମସ୍କୋ: ଉତ୍ତର ଆମେରିକା ମାଳଦ୍ୱୀପର ଉତ୍ତର-ପଶ୍ଚିମରେ ଅବସ୍ଥିତ ବିଶ୍ୱ ମାନଚିତ୍ରରେ ରହିଛି ‘ଆଲାସ୍କା’ ରାଜ୍ୟ। ଯାହାକି ଋଷ୍‌ର ନିକଟରେ ରହିଛି। ଆଲାସ୍କା ହେଉଛି ଆମେରିକାର ୫୦ ରାଜ୍ୟ ମଧ୍ୟରୁ ୪୯ ତମ ରାଜ୍ୟ। ଆଲାସ୍କା ଆମେରିକାର ଏକ ଅଂଶ ନୁହେଁ । ଏହା ପୂର୍ବରୁ ଋଷ୍‌ର ଥିଲା। ଋଷ୍‌ ଏହାକୁ ଆମେରିକାକୁ ବିକି ଦେଇଥିଲା। ୧୮୬୭ ମାର୍ଚ୍ଚ ୩୦ରେ ଆଲାସ୍କା ଋଷ୍‌ ସାମ୍ରାଜ୍ୟରୁ ଅଲଗା ହୋଇଯାଇଥିଲା। ଏହାର ପ୍ରତିବଦଳରେ ରୁଷ୍‌ଙ୍କ ରାଜା ଆମେରିକା ଠାରୁ ୪୫ କୋଟି ୪୧ ଲକ୍ଷ ଟଙ୍କା ନେଇଥିଲେ। ବରଫାବୃତ୍ତ ଅଞ୍ଚଳ ଏବଂ ଋଷ୍‌ଠାରୁ ଏହା ଦୂରରେ ହୋଇଥିବାରୁ ଆଲସ୍କାକୁ ଋଷ୍‌ ବିକି ଦେଇଥିଲା ବୋଲି କୁହାଯାଏ। ୧୯୫୯ ମସିହାରେ ଆମେରିକା ଆଲାସ୍କାକୁ ଏହାର ୪୯ ତମ ରାଜ୍ୟ ଭାବରେ ଘୋଷଣା କଲା। ଆମେରିକାର ଦଖଲ ହେତୁ ଜାପାନ ସେନା ମଧ୍ୟ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆଲାସ୍କା ଉପରେ ଆକ୍ରମଣ କରିଥିଲା। କାନାଡା ଆଲାସ୍କାର ପୂର୍ବରେ ରହିଛି। ଉତ୍ତରରେ ଆଣ୍ଟାର୍କଟିକା ମହାସାଗର, ଦକ୍ଷିଣ ପଶ୍ଚିମରେ ପ୍ରଶାନ୍ତ ମହାସାଗର ଏବଂ ପଶ୍ଚିମରେ ଋଷ୍‌ ଅବସ୍ଥିତ। ଆଲାସ୍କାରେ ଋଷ୍‌ ସାମ୍ରାଜ୍ୟର ସମୟରୁ ଏହି ରାଜ୍ୟର ନାମ ବ୍ୟବହୃତ ହୋଇଆସୁଥିଲା। ଆମେରିକା ଏହାକୁ କିଣିବା ପରେ ମଧ୍ୟ ଏହାର ନାମ ପରିବର୍ତ୍ତନ କରି ନ ଥିଲା। ଆଲାସ୍କା ହେଉଛି ମଧ୍ୟପ୍ରଦେଶ ବା ମହାନ ଭୂମି। ଆଲାସ୍କାରେ ଅବସ୍ଥିତ, ଜୋନାସ ଆଇସ୍‌ ଫିଲ୍ଡ ବିଶ୍ୱର ସପ୍ତମ ବୃହତ୍ତମ ବରଫ କ୍ଷେତ୍ର ଭାବରେ ପରିଗଣିତ। ୧୫୦୦ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଏହି ଅଞ୍ଚଳରେ ବର୍ଷକୁ ୧୦୦ ଫୁଟ ଉଚ୍ଚରେ ବରଫ ପଡ଼ିଥାଏ। ଗ୍ରୀଷ୍ମ ଋତୁରେ ଏହି ବରଫ ତରଳିଥାଏ। ଖାଲି ଏତିକି ନୁହେଁ, ଆଲାସ୍କାରେ ପ୍ରତିବର୍ଷ ୫୦୦୦ ଥର ଭୂକମ୍ପ ହୋଇଥାଏ। ଫଳରେ ବାଧ୍ୟ ହୋଇ ଋଷ୍‌ ଏହାକୁ ଆମେରିକାକୁ ବିକି ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?