ବେଜିଂ,୮।୪: ଚାଇନାର ହୁବେଇ ପ୍ରଦେଶର ଉହାନ ସହରର ମାଂସ ବଜାରରୁ କରୋନା ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଥିଲା। ପରେ ସୁରକ୍ଷା ଦୃଷ୍ଟିରୁ ସହରକୁ ଲକ୍ଡାଉନ୍ କରାଯାଇଥିଲା। ଏବେ ପୃଥିବୀର ୯୦ରୁ ଅଧିକ ଦେଶରେ ଲୋକ ଲକ୍ଡାଉନ୍ ଯୋଗୁ ୪୨୦ କୋଟିରୁ ଅଧିକ ଲୋକ ଘରେ ବନ୍ଦ ଥିବାବେଳେ କରୋନାର ଏନ୍ତୁଡ଼ିଶାଳ ଉହାନ ସହର ପୁଣି ସ୍ବାଭାବିକ ହେବାରେ ଲାଗିଛି। ଏଠାରେ ଲୋକେ ଉତ୍ସବ ପାଳନ କରିବା ଆରମ୍ଭ କରିଛନ୍ତି। ୭୦ ଦିନରୁ ଅଧିକ ସମୟର ଲକ୍ଡାଉନ୍ ହଟିବା ପରେ ଲୋକେ ଖୁସି ମନାଇବା ଆରମ୍ଭ କରିଛନ୍ତି। ୟାଙ୍ଗତେଜ୍ ନଦୀର ଉଭୟ ପାର୍ଶ୍ୱରେ ଲାଇଟ୍ ଶୋର ଆୟୋଜନ କରାଯାଇଛି। ଲୋକେ ହାତରେ ଚାଇନା ଜାତୀୟପତାକା ଧରି ବୁଲୁଥିବାର ଦେଖିବାକୁ ମିଳୁଛି। ତେବେ ସରକାରଙ୍କ ପକ୍ଷରୁ ଲୋକଙ୍କ ସଚେତନତା ଅବଲମ୍ବନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସୂଚନାଯୋଗ୍ୟ, ଚାଇନାରେ ୮୨ ହଜାର ଲୋକ କରୋନା ସଂକ୍ରମିତ ହୋଇଥିଲେ। ସେଥିମଧ୍ୟରୁ ଉହାନର ୫୦ ହଜାର ଲୋକଥିଲେ। ଚାଇନାରେ କରୋନା ମୃତକଙ୍କ ସଂଖ୍ୟା ୩,୩୩୧ ଥିବାବେଳେ ସେଥିମଧ୍ୟରେ ଉହାନ ସହରର ୨୫୦୦ ଲୋକ ଥିଲେ।
Posted inଅନ୍ତର୍ଜାତୀୟ, କରୋନା ଭାଇରସ୍