ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ କୁମ୍ଭୀର ସହ ୩ଟି ସିଂହ ଲଢୁଥିବା ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ନଦୀ କୂଳରେ କୁମ୍ଭୀରଟି ଶୋଇଛି। ଏହି ସମୟରେ ହଠାତ୍ ଏକ ସିଂହ ଆସି କୁମ୍ଭୀରକୁ ଆକ୍ରମଣ କରୁଛି। ପରେ ଅନ୍ୟ ଦୁଇ ସିଂହ ସେଠାରେ ପହଞ୍ଚି କୁମ୍ଭୀରକୁ ଅକ୍ରମଣ କରୁଛନ୍ତି। ଜବାବରେ କୁମ୍ଭୀର ମଧ୍ୟ ସିଂଙ୍କୁ ପାଲଟା ଆକ୍ରମଣ କରୁଥିବା ଦେଖାଯାଇଛି। ଏହି ଭିଡିଓକୁ ଆଇଏଫଏସ ସୁଶାନ୍ତ ନନ୍ଦ ଟୁଇଟ କରି ଶେୟାର କରିଛନ୍ତି। ଏହି ଭିଡିଓକୁ ଅନେକ ଲୋକ ଲାଇକ୍ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।
Lion may be king of forest….
But crocodile rules in water. pic.twitter.com/SFkKDnekYc— Susanta Nanda IFS (@susantananda3) December 20, 2020