୩ ମାସ ହେବ ଦରମା ଦେଇନି ଠିକାସଂସ୍ଥା: ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ପଡ଼ିଲା ତାଲା

ବଇଣ୍ଡା,୨୦।୧୨(ଡି.ଏନ.ଏ.)-ରାସ୍ତାରେ ଯାଉଥିବା ବାଟୋଇଙ୍କୁ ମାଗଣାରେ ବିଶ୍ରାମ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକର ମୁଖ୍ୟରାସ୍ତା ପାର୍ଶ୍ୱରେ ପଥପ୍ରାନ୍ତ ସୁବିଧା କେନ୍ଦ୍ର ସ୍ଥାପନ କରିଛନ୍ତି। ହେଲେ ଅନୁଗୋଳ ଜିଲା କିଶୋରନଗର ବ୍ଲକ ନାକିଚିଠାରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ନିୟୋଜିତ କର୍ମଚାରୀଙ୍କୁ ୩ ମାସ ହେବ ଦରମା ଦିଆଯାଇ ନ ଥିବା ଯୋଗୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏପରି କି ସମ୍ପୃକ୍ତ କର୍ମଚାରୀମାନେ ସୋମବାରଠାରୁ କେନ୍ଦ୍ରରେ ତାଲା ପକାଇ ଧର୍ମଘଟରେ ବସିଛନ୍ତି। ଫଳରେ ପଥଯାତ୍ରୀ ଓ ନାକିଚି ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଘଟଣାରୁ ଜଣାପଡ଼ିଛି, ପୂର୍ତ୍ତ ବିଭାଗ ଅଧୀନରେ ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ର ରହିଛି। ଏଠାରେ ୧୩ ଜଣ କର୍ମଚାରୀ ବିଭିନ୍ନ ଦାୟିତ୍ୱ ପାଇଁ ନିଯୁକ୍ତି ହୋଇଛନ୍ତି। ୫୫ନଂ. ଜାତୀୟ ରାଜପଥ ଦେଇଯାଉଥିବା ପଥଯାତ୍ରୀଙ୍କୁ ଏଠାରେ ମାଗଣାରେ ଜଳପାନ, ଶୌଚାଳୟ, ପାର୍କିଂ, ଶିଶୁ ଉଦ୍ୟାନ, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଥାଏ। ହେଲେ ନିଯୁକ୍ତି ହୋଇଥିବା ୧୩ ଜଣ କର୍ମଚାରୀଙ୍କୁ ସେପ୍ଟେମ୍ବର ୨୦୧୯ ମାସଠାରୁ ଦରମା ଦିଆଯାଇ ନାହିଁ। ଏକ ଘରୋଇ ଠିକାସଂସ୍ଥା ପକ୍ଷରୁ ଏମାନଙ୍କୁ ନିଯୁକ୍ତି କରାଯାଇଥିବାବେଳେ ଦରମା ଦିଆଯାଉ ନ ଥିବାରୁ ପରିବାର ଚଳିବାରେ କଷ୍ଟକର ହେଉଥିବା କର୍ମଚାରୀମାନେ ପ୍ରକାଶ କରିଛନ୍ତି। ତୁରନ୍ତ ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେଇ କର୍ମଚାରୀଙ୍କୁ ଦରମା ପ୍ରଦାନର ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଏ ନେଇ ପୂର୍ତ୍ତ ବିଭାଗ କନିଷ୍ଟ ଯନ୍ତ୍ରୀ ହିମାଂଶୁ ମହାଳିକ କହିଛନ୍ତି, ପଥପ୍ରାନ୍ତ ସୁବିଧାକେନ୍ଦ୍ରର କର୍ମଚାରୀମାନଙ୍କୁ ଏକ ଠିକାସଂସ୍ଥା ନିଯୁକ୍ତ କରିଛି। ଉକ୍ତ ଠିକା ସଂସ୍ଥା ପୂର୍ତ୍ତ ବିଭାଗରୁ ପ୍ରତ୍ୟେକ ମାସରେ ବିଲ୍‌ ନେଇଯାଉଛି। କ’ଣ ପାଇଁ କର୍ମଚାରୀଙ୍କୁ ଦରମା ଯୋଗାଇ ଦିଆଯାଉନି ସେ ସମ୍ପର୍କରେ ଅନୁଧ୍ୟାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri