୩୭ତମ ରାଇଜିଂ ଦିବସ: ମିଳିତ ସହଯୋଗରୁ ମିଳିିଛି ସଫଳତା

ବାଲେଶ୍ୱର ଅଫିସ, ୧୬।୧୨-ବାଲେଶ୍ୱର ଚାନ୍ଦିପୁରସ୍ଥିତ ଆଇଟିଆର୍‌ (ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜରେ ରବିବାର ପୂର୍ବାହ୍ନରେ ୩୭ତମ ରାଇଜିଂ ଦିବସ ପାଳିତ ହୋଇଛି। ବିପିୟୁଟିର ଭାଇସ୍‌ ଚାନ୍‌ସେଲର ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଇଟିଆର୍‌ର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଉଲ୍ଲେଖ କରି ମିଳିତ ଭାବେ କାର୍ଯ୍ୟ କରାଯାଇ ଆସୁଥିବାରୁ ଏଭଳି ସଫଳତା ହାସଲ କରାଯାଇ ପାରିଛି ବୋଲି କହିଥିଲେ।
କାର୍ଯ୍ୟକ୍ରମରେ ଉପସ୍ଥିତ ଆଇଟିଆର୍‌ ନିଦ୍ଦେର୍ର୍ଶକ ବିନୟ କୁମାର ଦାସ ୨୦୧୯ରେ ପରୀକ୍ଷଣ ସଂସ୍ଥା ଦ୍ୱାରା ସମସ୍ତ କ୍ଷେପଣାସ୍ତ୍ର ପରୀକ୍ଷାରୁ ମିଳିଥିବା ସଫଳତାକୁ ଦେଶର ସ୍ବାର୍ଥ ପାଇଁ ଲଗାଯାଇପାରିଥିବା କହିଥିଲେ। ସେହିପରି ବାଲେଶ୍ୱର ଜନସାଧାରଣଙ୍କ ପାଇଁ କେତେକ ସଂସ୍ଥା ସହ ମିଶି ‘ୱାନ୍‌ ଟିମ୍‌ ବିଲିଅନ୍‌ ଡ୍ରିମ୍‌ସ’ ନାମକ ଏକ ଅନୁଷ୍ଠାନ ଗଠନ କରି ବିଭିନ୍ନ ସମୟରେ ବୃକ୍ଷରୋପଣ କରି ସବୁଜ ବନାନୀ ସୃଷ୍ଟି କରିବା, ସ୍ବଚ୍ଛ ଭାରତ ମିଶନ, ରକ୍ତଦାନ ଓ ସ୍ବାସ୍ଥ୍ୟ ଶିବିର ଆୟୋଜନ ସମତେ ବିଭିନ୍ନ ସଚେତନତା ଶିବିର କରାଯାଇ ଆସୁଛି ବୋଲି କହିିଥିଲେ।
ୱାର୍କସ କମିଟି ଅଧ୍ୟକ୍ଷ ଅନୁପ କୁମାର ସାହୁ ଓ ସମ୍ପାଦକ ଏସ୍‌.କେ. ରାଉତ, ରାଇଜିଂ ଦିବସ କମିଟିର ଅଧ୍ୟକ୍ଷ ଏମ୍‌. କେ. ପାଲ, ଉପାଧ୍ୟକ୍ଷ ଏସ୍‌.ସି. ପାତ୍ର, ମଧୁସ୍ମିତା ମହାନ୍ତି ଓ ଜୟଶଙ୍କର ଭାରତୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହ କାର୍ଯ୍ୟକ୍ରମରେ ବୈଜ୍ଞାନିକ, ଟେକ୍ନିକାଲ ଅଫିସର ଏବଂ କର୍ମଚାରୀଙ୍କୁ ବିଭିନ୍ନ ପାରଦର୍ଶିତା ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା। ଅତିଥିମାନେ ତ୍ରିଭାଷୀ (ହିନ୍ଦୀ, ଇଂରାଜୀ, ଓଡ଼ିଆ) ପୁସ୍ତକ ‘ଉତ୍କର୍ଷ’ର ତୃତୀୟ ସଂସ୍କରଣକୁ ଉନ୍ମୋଚନ କରିଥିଲେ। ବାଲୁକାଶିଳ୍ପୀ ଟୁନା ବେହେରାଙ୍କ ଦ୍ୱାରା ନିର୍ମିତ ବାଲୁକାକଳା ‘ମିଶାଇଲ୍‌ ଫର୍‌ ପିସ୍‌’ ଆକର୍ଷଣ ସାଜିିଥିଲା। ଶିଳ୍ପୀ କେଶୁ ଦାସ ପାରମ୍ପରିକ ଜଉ କଣ୍ଢେଇ, ଟେରାକୋଟା ଏବଂ ମାଟିର ବିଭିନ୍ନ କାରୁକାର୍ଯ୍ୟ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଆୟୋଜିତ ହୋଇଥିବା କୁଇଜ୍‌, ଅନ୍ତାକ୍ଷରୀ, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ଖେଳରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଆଇଟିଆର୍‌ର ସମସ୍ତ ଅଧିକାରୀ, ବୈଜ୍ଞାନିକ, କର୍ମଚାରୀ ଉପସ୍ଥିତ ଥିଲେ। ଏହି ଅବସରରେ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ମିଶି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri