୨ ହୋଟେଲ ମ୍ୟାନେଜର ଗିରଫ: ତାଳସାରୀର ୨ ହୋଟେଲ ସିଲ୍‌

ଭୋଗରାଇ, ୧୪।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୀମାନ୍ତ ଜଳେଶ୍ୱର ଓ ଭୋଗରାଇ ଅଞ୍ଚଳରେ ହୋଟେଲ ଏବଂ ଲଜ୍‌ରେ ବେଧଡ଼କ ଦେହ ବ୍ୟବସାୟ ହେଉଥିବା ଭିଡ଼ିଓ ଭାଇରାଲ ଓ ଗଣମାଧ୍ୟମରେ ପ୍ରଚାର ହେବା ପରେ ପୋଲିସ ତପତ୍ର ହୋଇପଡ଼ିଛି। ଏସ୍‌ଡ଼ିପିଓ ଅଙ୍କିତା କୁମ୍ଭାରୀଙ୍କ ନେତୃତ୍ୱରେ ତାଳସାରୀ ମେରାଇନ ଥାନା ଓ ଜଳେଶ୍ୱର ଥାନା ସହାୟତାରେ ପୋଲିସ ପକ୍ଷରୁ ବିଭିନ୍ନ ହୋଟେଲରେ ଅଚାନକ ଚଢ଼ାଉ କରାଯାଇଛି। ହେଲେ ଦେହ ବ୍ୟବସାୟରେ ସମ୍ପୃକ୍ତ ଥିବା ଯୁବତୀ ଓ ଯୁବକଙ୍କୁ ଗିରଫ କରାଯାଇ ପାରିନାହଁି। ତାଳସାରୀ ବେଳାଭୂମି ସଂଲଗ୍ନ ହୋଟେଲ ସାଗର କନ୍ୟାର ମ୍ୟାନେଜର ନେରୁପଦ ରାଉତ (୫୬) ଓ ସାଗର ସୈକତର ମ୍ୟାନେଜର ଶେକ ସାଦାମ୍‌ (୩୨)ଙ୍କୁ ପୋଲିସ ଗିରଫ କରିଛି। ପୋଲିସ ୨ ହୋଟେଲର ମ୍ୟାନେଜରଙ୍କ ବିରୋଧରେ ପୃଥକ ମାମଲା (ନଂ. ୬୪ ଓ ୬୫/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହାସହିତ ହୋଟେଲ ସାଗର କନ୍ୟା ଓ ସାଗର ସୈକତକୁ ସିଲ୍‌ କରାଯାଇଛି।
ଉଦୟପୁର, ତାଳସାରୀ, ଚନ୍ଦନେଶ୍ୱର, ସାହାବାଜିପୁରର ବିଭିନ୍ନ ହୋଟେଲ ଓ ଲଜ୍‌ରେ ଦେହ ବ୍ୟବସାୟ ହେଉଥିବା ନେଇ ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା। ଗତ ଜୁଲାଇ ୧୦ତାରିଖରେ ସାହାବାଜିପୁର କିଆଗଡ଼ିଆ ମଠ ସମ୍ମୁଖ ସୁଭଦ୍ରା ଗେଷ୍ଟ ହାଉସରେ ଦେହ ବ୍ୟବସାୟରେ ଲିପ୍ତ ଥିବା ୨ବଙ୍ଗୀୟ ଯୁବତୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ପୂର୍ବରୁ ସାଗର କନ୍ୟା ହୋଟେଲରୁ ୬ ଯୁବତୀଙ୍କ ସହିତ ୬ ଗ୍ରାହକଙ୍କୁ ଗିରଫ କରାଯାଇଥିଲା। ଜଳେଶ୍ୱର ଷ୍ଟେସନ ବଜାର ଏକ ହୋଟେଲରୁ ୩ଜଣ ଦେହ ବ୍ୟବସାୟୀଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା। ଏତଦ୍‌ଭିନ୍ନ ଜଳେଶ୍ୱର ଜାତୀୟ ରାଜପଥରେ ଥିବା ହୋଟେଲ ଓ ଲଜ୍‌ ସହ ଭୋଗରାଇର ଚନ୍ଦନେଶ୍ୱର, ଲକ୍ଷ୍ମୀନାରାୟଣ ମନ୍ଦିର ଦକ୍ଷିଣ ପାର୍ଶ୍ୱ ଓ ବର୍ଡ଼ରରେ ଦେହ ବ୍ୟବସାୟ ଚାଲୁ ରହିଥିବା ଅଭିଯୋଗ ହୋଇଛି। ପୋଲିସର ଚଢ଼ାଉ ପରେ ହୋଟେଲ ମାଲିକ ସହ ମ୍ୟାନେଜରଙ୍କ କୋକୁଆ ଭୟ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri