୨ ସାଧୁଙ୍କ ସମେତ ୩ ଜଣଙ୍କୁ ପିଟି ହତ୍ୟା

ମୁମ୍ବାଇ,୨୧ା୪: ମହାରାଷ୍ଟ୍ରର ପାଲ୍‌ଘର ଅଞ୍ଚଳରେ ଦୁଇଜଣ ସାଧୁ ଓ ସେମାନଙ୍କ ଡ୍ରାଇଭରକୁ କେତେକ ଲୋକ ପିଟି ମାରିଦେବା ଘଟଣାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାରେ ୫ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଶତାଧିକଙ୍କୁ ଗିରଫ କରାଯାଇଥିବାବେଳେ କର୍ତ୍ତବ୍ୟରେ ଅବହେଳା ପାଇଁ ଦୁଇଜଣ ପୋଲିସ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ସିଆଇଡି କ୍ରାଇମ୍‌ର ଏଡିଜି ଅତୁଲଚନ୍ଦ୍ର କୁଲ୍‌କର୍ନିଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ତେବେ ଏହି ଭିଡ଼ହିଂସା ସହ ସାମ୍ପ୍ରଦାୟିକତାର ସମ୍ପର୍କ ନ ଥିବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି। ଏହାକୁ ଯେଉଁମାନେ ସାମ୍ପ୍ରଦାୟିକତାର ରଙ୍ଗ ଦେଉଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଦ୍ଧବ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଅନୁରୋଧ କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଉଦ୍ଧବଙ୍କ ସହ କଥା ହୋଇ ଭିଡ଼ହିଂସାର ତଦନ୍ତ କରିବାକୁ କହିଥିଲେ।
ସ୍ବାମୀ କଳ୍ପବୃକ୍ଷ ଗିରି, ସ୍ବାମୀ ସୁଶୀଲ ଗିରି ଓ ସେମାନଙ୍କ ଡ୍ରାଇଭର ନିଲେଶ ତେଲଗାଡେ ମୁମ୍ବାଇର କାଣ୍ଡିଭାଲିରୁ ଗୁଜରାଟ ଯାଉଥିବାବେଳେ ପାଲ୍‌ଘର ଜିଲାର ଗଡଚିଞ୍ଚଲେ୍‌ଠାରେ ସ୍ଥାନୀୟ ଲୋକେ ସେମାନଙ୍କୁ ଚୋର ସନ୍ଦେହ କରି ପିଟି ମାରିଦେଇଥିଲେ। ୧୭ ତାରିଖ ଭୋର ସମୟରେ ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ସାଧୁମାନେ ଆଭ୍ୟନ୍ତରୀଣ ରାସ୍ତା ଦେଇ ଗୁଜରାଟ ଯାଉଥିବାବେଳେ ଦାଦ୍ରା ଓ ନଗର ହାବେଲି ସୀମାରେ ପହଞ୍ଚତ୍ୟିବାରୁ କେନ୍ଦ୍ରୀୟ ସୁରକ୍ଷା ବଳ ସେମାନଙ୍କୁ ଫେରାଇ ଦେଇଥିଲେ। ଫେରୁଥିବାବେଳେ ସେମାନେ ଆକ୍ରମଣର ସମ୍ମୁଖୀନ ହୋଇଥିଲେ ବୋଲି ଉଦ୍ଧବ କହିଛନ୍ତି। ୧୬ ତାରିଖର ଏହି ଘଟଣାକୁ ସେ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଗୁରୁବାର ରାତିରେ ଏକ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗଦେବା ଲାଗି ସୁରଟ ଯାଉଥିବା ୩ ଜଣଙ୍କୁ ପିଟି ମାରିଦେବା ଘଟଣାକୁ ବିଭିନ୍ନ ରାଜନୈତିକ ଦଳ, ସାମାଜିକ କର୍ମୀ ଓ ଧର୍ମୀୟ ସଂଗଠନଗୁଡ଼ିକ ନିନ୍ଦା କରିଛନ୍ତି। ଭାଜପା ଏହାକୁ ରାଜନୈତିକ ରଙ୍ଗ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରି ଘଟଣାର ଉପଯୁକ୍ତ ତଦନ୍ତ ସହ ଅପରାଧୀଙ୍କୁ ଦଣ୍ଡିତ କରିବା ଲାଗି କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କଠାରେ ଦାବି କରିଛି। ଭାଜପାର ଏଭଳି ଉଦ୍ୟମକୁ ସବୁ ଦଳ ଓ ଗଣମାଧ୍ୟମ ବିରୋଧ କରିବାକୁ କଂଗ୍ରେସ ମୁଖପାତ୍ର ରଣଦୀପ୍‌ ସୁର୍ଜଓ୍ବୋଲା ଆହ୍ବାନ ଦେଇଛନ୍ତି। ପୋଲିସ ସମ୍ମୁଖରେ ଉତ୍ତ୍ୟକ୍ତ ଲୋକେ ଦୁଇ ସାଧୁ ଓ ସେମାନଙ୍କ ଡ୍ରାଇଭରଙ୍କୁ କାର୍‌ରୁ ଘୋଷାଡ଼ିନେଇ ମାରିଦେଇଥିଲେ। ବିଶ୍ୱ ହିନ୍ଦୁ ପରିଷଦର ଜାତୀୟ ମୁଖପାତ୍ର ଶ୍ରୀରାଜ ନାୟାର ଏହାକୁ ବର୍ବରତା କହିବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ଏନ୍‌ସିପି ନିୟନ୍ତ୍ରଣରେ ଥିବା ଗୃହ ବିଭାଗ ଗୁଣ୍ଡାରାଜରେ ସମ୍ପୃକ୍ତ ବୋଲି ସାମାଜିକ କର୍ମୀ ଅଞ୍ଜଳି ଦାମାନିଆ କହିଛନ୍ତି। ପୂର୍ବରୁ ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ଅଓ୍ବଦଙ୍କ ସୁରକ୍ଷା କର୍ମୀଙ୍କୁ ପୋଲିସ ମାଡ଼ ମାରିଥିଲା। ୧୪ ତାରିଖରେ ବାନ୍ଦ୍ରା ମେଟ୍ରୋ ଷ୍ଟେଶନ ନିକଟରେ ଦାଦନ ଶ୍ରମିକ ରୁଣ୍ଡ ହେବା ଘଟଣାରେ ଜଣେ ଖବରଦାତାଙ୍କୁ ଗିରଫ କରଯାଇଥିଲା ବୋଲି ସେ କହିଛନ୍ତି। ଭିଡ଼ହିଂସା ଭିଡିଓରେ ପୋଲିସ ସମେତ କେତେଜଣ ବନ କର୍ମଚାରୀଙ୍କୁ ଦେଖିବାକୁ ମିଳିଛି। ସେମାନେ ହସ୍ତକ୍ଷେପ କରିଥିଲେ ସାଧୁମାନଙ୍କ ଜୀବନ ବଞ୍ଚତ୍ୟାଇଥାନ୍ତା। ତେଣୁ କେବଳ ପୋଲିସକୁ ଦୋଷ ନ ଦେଇ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ପୂର୍ବତନ ଆଇପିଏସ୍‌ ଅଫିସର ଓ୍ବାଇ.ପି. ସିଂ ଦାବି କରିଛନ୍ତି। ଅନ୍ୟପକ୍ଷରେ ମୁମ୍ବାଇ ଭାଜପାର ପୂର୍ବତନ ମୁଖ୍ୟ ଆଶିଷ ଶେଲାର ସ୍ଥାନୀୟ ଏସ୍‌ପିଙ୍କୁ ଦାୟୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ରାଇଡ୍‌ରେ ବାହାରିଲେ ’ସ୍ପାଇଡର୍‌ମ୍ୟାନ, ସ୍ପାଇଡର୍‌ ଓମେନ୍‌’, ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୨୬।୪: ସୁପରହିଟ୍, ସ୍ପାଇଡରମ୍ୟାନ୍ ଏବଂ ସ୍ପାଇଡର୍-ଓମେନ୍‌ ପୋଷାକ ପିନ୍ଧି ବାଇକ୍‌ ରାଇଡ୍‌ କରୁଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ଦକ୍ଷିଣ ପଶ୍ଚିମ...

ଆଜି ଗଣତନ୍ତ୍ର ପାଇଁ ବିଜୟର ଦିନ:ମୋଦି

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ପ୍ରଚାର ଚାଲିଛି। ତୃତୀୟ ପର୍ଯ୍ୟାୟରେ ବିହାରର ଅରାରିଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି।...

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri